ଧୋନୀଙ୍କ ପାଇଁ ଖୁସି ଖବର; ଦଳକୁ ଫେରିବେ ଏହି ଷ୍ଟାର୍‌ ବ୍ୟାଟ୍ସମ୍ୟାନ

ଦୁବାଇ, ୨୬।୯: ଆଇପିଏଲ୍‌ର ଚଳିତ ୧୩ତମ ସଂସ୍କରଣରେ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର୍‌ କିଙ୍ଗ୍ସର ପ୍ରଦର୍ଶନ ଆଖିଦୃଶିଆ ରହିନାହିଁ। ସିଜନର ପ୍ରଥମ ମ୍ୟାଚ୍‌ ଜିତି ଅଭିଯାନ ଆରମ୍ଭ କରିଥିବା ଚେନ୍ନାଇ। ଉଦ୍‌ଘାଟନୀ ମୁକାବିଲାରେ ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସକୁ ୫ ଉଇକେଟ୍‌ରେ ଚେନ୍ନାଇ ପରାସ୍ତ କରିଥିଲା। ଏହି ମ୍ୟାଚ୍‌ରେ ଅମ୍ବାତି ରାୟୁଡୁ ୭୧ ରନର ଦମ୍‌ଦାର ଇନିଂସ ଖେଳି ଚେନ୍ନାଇ ବିଜୟରେ ନାୟକ ସାଜିଥିଲେ। କିନ୍ତୁ ଆଘାତଜନିତ ସମସ୍ୟା ଲାଗି ସେ ପରବର୍ତ୍ତୀ ୨ଟି ମ୍ୟାଚ୍‌ରୁ ବାଦ୍‌ ପଡ଼ିଛନ୍ତି। ଯେଉଁ ୨ଟି ମ୍ୟାଚ୍‌ରେ ଧୋନୀଙ୍କ ଦଳକୁ ପରାଜୟ ସାମ୍ନା କରିବାକୁ ପଡ଼ିଛି। ବର୍ତ୍ତମାନ ସୁପର୍‌ କିଙ୍ଗ୍ସ ସୁଦ୍ଧା ୩ ମ୍ୟାଚ୍‌ ଖେଳି ୨ ପଏଣ୍ଟ ସହ ଟେବୁଲର ୫ମ ସ୍ଥାନରେ ରହିଛି। ଚେନ୍ନାଇ ଏହାର ପରବର୍ତ୍ତୀ ମୁକାବିଲାରେ ଆସନ୍ତା ଶୁକ୍ରବାର (୨ ଅକ୍ଟୋବର) ସନ୍‌ରାଇଜର୍ସ ହାଇଦ୍ରାବାଦ୍‌କୁ ଭେଟିବ। ତେବେ ଏହି ମ୍ୟାଚ୍‌ ପୂର୍ବରୁ ଅଧିନାୟକ ଧୋନୀଙ୍କ ପାଇଁ ଖୁସି ଖବର ଆସିଛି। ଆଘାତଜନିତ ସମସ୍ୟା ଲାଗି ଗତ ୨ଟି ମ୍ୟାଚ୍‌ ଖେଳି ନ ଥିବା ରାୟୁଡୁ ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍‌ ଖେଳିବା ଏକ ପ୍ରକାର ନିଶ୍ଚିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମାତ୍ର କିଛି ମିନିଟ୍‌ ମଧ୍ୟରେ ଭାରତ-ପାକିସ୍ତାନ ମ୍ୟାଚ୍‌ ଟିକେଟ୍‌ ଶେଷ

ନୂଆଦିଲ୍ଲୀ,୧୦।୭: ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱକପ ପାଇଁ ଆଉ ମାତ୍ର କିଛି ମାସ ବାକି ଅଛି। ଏଥିପାଇଁ ଟିକେଟ୍‌ ବିକ୍ରି ଆରମ୍ଭ ହୋଇଯାଇଛି। ଏହି...

ଆଗାମୀ ବିଶ୍ୱକପ୍‌ରେ ଓପନିଂ କରିବେ କୋହଲି? ପ୍ରଶ୍ନ ଶୁଣି ରାଗିଗଲେ ଶାସ୍ତ୍ରୀ

ନୂଆଦିଲ୍ଲୀ,୨୪।୯: ଟି-୨୦ ବିଶ୍ୱକପ୍‌ ୨୦୨୨ ଆରମ୍ଭ ହେବାକୁ ଆଉ କିଛି ଦିନ ବାକି। ଏହାପୂର୍ବରୁ ସମସ୍ତ ଦଳ ସେମାନଙ୍କ ସ୍କ୍ବାର୍ଡ ଘୋଷଣା କରିଛନ୍ତି। ତେବେ ବିଶ୍ୱକପ୍‌...

ଉମାଖାନୋଭ ଅନ୍ତର୍ଜାତୀୟ ବକ୍ସିଂ: ବିଶ୍ୱ ଚାମ୍ପିୟନଙ୍କୁ ହରାଇଲେ ନୀରଜ

ନୂଆଦିଲ୍ଲୀ,୩।୮(ପି.ଟି.)- ରୁଷିଆର କାସ୍‌ପିସ୍କଠାରେ ଚାଲିଥିବା ମାଗୋମେଡ ସଲାମ ଉମାଖାନୋଭ ସ୍ମାରକୀ ଅନ୍ତର୍ଜାତୀୟ ବକ୍ସିଂ ଟୁର୍ନାମେଣ୍ଟରେ ଭାରତ ନୀରଜ ଫାଇନାଲରେ ପ୍ରବେଶ କରିଛନ୍ତି। ଇଣ୍ଡିଆ ଓପନ ଗୋଲ୍ଡ...

ଦ୍ୱିତୀୟ ଟେଷ୍ଟ: ଜେମିସନଙ୍କୁ ୫ ଉଇକେଟ

ଖ୍ରୀଷ୍ଟଚର୍ଚ୍ଚ,୩।୧: ନ୍ୟୁଜିଲାଣ୍ଟ ଯୁବ ଦ୍ରୁତ ବୋଲର କାଏଲ ଜେମିସନ ମାତ୍ର ୬ଟି ଟେଷ୍ଟ ଖେଳି ତୃତୀୟଥର ପାଇଁ ଟେଷ୍ଟରେ ୫ ଉଇକେଟ ସଫଳତା ଅର୍ଜନ କରିଛନ୍ତି।...

‘ପୁଷ୍ପା’ ଗୀତରେ ନାଚିଲେ କୋହଲି, ଦେଖନ୍ତୁ ଭିଡିଓ

ଅହମଦାବାଦ୍‌,୧୦।୨: ଘରୋଇ ମାଟିରେ ଆଉ ଏକ ସିରିଜ କବଜା କରିଛି ଭାରତୀୟ ଦଳ। ଅହମଦାବାଦ ଅନୁଷ୍ଠିତ ଦ୍ୱିତୀୟ ଦିନିକିଆରେ ଭାରତ ୪୪ ରନରେ ୱେଷ୍ଟଇଣ୍ଡିଜକୁ ପରାସ୍ତ...

ଝଡ଼ ତୋଫାନରେ ଉଡ଼ିଲା ଏହି ଷ୍ଟାଡିୟମ ଛାତ

ମୁମ୍ବାଇ, ୬।୮: ଭାରତର ଶ୍ରେଷ୍ଠ କ୍ରିକେଟ୍‌ ଷ୍ଟାଡିୟମ ମଧ୍ୟରୁ ମୁମ୍ବାଇର ଡିଓ୍ବାଇ ପାଟିଲ ଷ୍ଟାଡିୟମ ଅନ୍ୟତମ। କିନ୍ତୁ ବୁଧବାର ମୁମ୍ବାଇରେ ଲଗାଣ ବର୍ଷା ସାଙ୍ଗକୁ ପବନ...

ଜାତୀୟ ବରିଷ୍ଠ ପୁରୁଷ ବ୍ୟାଡମିଣ୍ଟନ ପ୍ରତିଯୋଗିତା: ଓଡ଼ିଶା ଦଳରେ ବାଲେଶ୍ୱର ଖେଳାଳି

ବାଲେଶ୍ୱର ଅଫିସ,୧୮।୨-ଆସନ୍ତା ୨୩ରୁ ୨୯ ତାରିଖ ପର୍ଯ୍ୟନ୍ତ ରାଜସ୍ଥାନ ଜୟପୁରଠାରେ ଅନୁଷ୍ଠିତ ହେବ ଜାତୀୟ ବରିଷ୍ଠ ପୁରୁଷ ବ୍ୟାଡମିଣ୍ଟନ ପ୍ରତିଯୋଗିତା। ଏଥିପାଇଁ ଓଡ଼ିଶା ପୁରୁଷ ଦଳ...

ପ୍ରୋ-କବାଡ଼ି ଲିଗ: ଉଦ୍‌ଘାଟନୀ ମ୍ୟାଚରେ ୟୁ ମୁମ୍ବାର ବିଜୟ

ହାଇଦ୍ରାବାଦ,୨୧ା୭: ସ୍ଥାନୀୟ ଗୋଚିବାଓ୍ବଲି ଇନ୍‌ଡୋର ଷ୍ଟାଡ଼ିୟମରେ ପ୍ରୋ-କବାଡ଼ି ଲିଗ୍‌ର ସିଜନ-୭ ଶନିବରଠାରୁ ଆରମ୍ଭ ହୋଇଛି। ପ୍ରତିଯୋଗିତାର ଉଦ୍‌ଘାଟନୀ ମ୍ୟାଚରେ ୟୁ ମୁମ୍ବା ୬ ପଏଣ୍ଟରେ ତେଲଗୁ...

Advertisement
Archives

Model This Week