ଜାଗତିକ ଉଷ୍ମତା ଓ ସବୁଜ ଶକ୍ତି

ପ୍ରଫେସର ସିତାଂଶୁ କୁମାର ସାମଲ

ଜାଗତିକ ଉଷ୍ମତା ଓ ଦ୍ରୁତ ଜଳବାୟୁ ପରିବର୍ତ୍ତନର କୁପ୍ରଭାବ ସମଗ୍ର ବିଶ୍ୱ ଅନୁଭବ କରୁଛି। ଗତ ଜୁଲାଇ ମାସରେ ବ୍ରିଟେନ୍‌ ପରି ଏକ ଶୀତପ୍ରଧାନ ଦେଶର ଏପର୍ଯ୍ୟନ୍ତ ସର୍ବାଧିକ ୪୦ଡିଗ୍ରୀ ସେଲ୍‌ସିୟସ ଉପରେ ତାପମାତ୍ରା ରେକର୍ଡ କରାଯିବା ଏହାର ଏକ ସଦ୍ୟ ଉଦାହରଣ। ଏହା ଛଡ଼ା ବିଶ୍ୱର ବିଭିନ୍ନ ଅଞ୍ଚଳରେ ଅସମୟରେ ବାଦଲଫଟା ବର୍ଷା, ବନ୍ୟା ଏବଂ ଭୟଙ୍କର ମରୁଡ଼ି ମାନବ ସମାଜକୁ କ୍ଷତି ପହଞ୍ଚାଉଛି। ଜାଗତିକ ଉଷ୍ମତା ପାଇଁ ମୁଖ୍ୟତଃ ଜୀବାଶ୍ମ ଇନ୍ଧନ ଦହନରୁ ନିର୍ଗତ ଅଙ୍ଗାରକାମ୍ଳ ବାଷ୍ପ ଦାୟୀ। ଉକ୍ତ ବାଷ୍ପ ବାୟୁମଣ୍ଡଳରେ ତାପ ଧରି ରଖେ ଏବଂ ଜାଗତିକ ଉଷ୍ମତା ବୃଦ୍ଧିରେ ସହାୟକ ହୋଇଥାଏ। ଏଥିପାଇଁ କୋଇଲା, ଖଣିଜ ତୈଳ, ପ୍ରାକୃତିକ ବାଷ୍ପ ଇତ୍ୟାଦି ଜୀବାଶ୍ମ ଇନ୍ଧନର ବ୍ୟବହାର ଯଥେଷ୍ଟ କମ୍‌ ହେବା ଦରକାର। ଜୀବାଷ୍ମ ଇନ୍ଧନ ସମଗ୍ର ବିଶ୍ୱର ଏକ ବୃହତ୍‌ ଶକ୍ତିର ଉତ୍ସ। ସଦ୍ୟତମ ତଥ୍ୟରୁ ଜଣାଯାଏ ଯେ ପୃଥିବୀର ପ୍ରାୟ ଶତକଡ଼ା ୮୦ ପ୍ରତିଶତ ଶକ୍ତି ଜୀବାଶ୍ମ୍ମ ଇନ୍ଧନ ଦହନରୁ ମିଳୁଛି। ଏହାର ବ୍ୟବହାର କମ୍‌ ହେବା ପାଇଁ ଚିନ୍ତା କରାଗଲେ ସବୁଜ ଶକ୍ତି ବା ଗ୍ରିନ୍‌ ଏନର୍ଜିର ସୁଲଭ ମୂଲ୍ୟରେ ବ୍ୟାପକ ଉପତ୍ାଦନ ସହିତ ଜନାଦୃତ ହେବା ଜରୁରୀ।
ସବୁଜ ଶକ୍ତି, ଧରିତ୍ରୀ ମା’ କୋଳରେ ଥିବା ପବନ, ଜଳ ତଥା ସୂର୍ଯ୍ୟକିରଣରୁ ଉପତ୍ନ୍ନ ହେଉଥିବା ଶକ୍ତି। ଏହା ପୁନଃ ସୃଷ୍ଟି ହୋଇପାରୁଥିବା ବା ରିନ୍ୟୁଏବଲ୍‌ ଶକ୍ତି ଭାବେ ଜଣା। ଏହାର ବ୍ୟବହାର ପରିବେଶ ପ୍ରଦୂଷଣ କମ୍‌ କରାଇଥାଏ। ପବନ କଳ, ଜଳ ପ୍ରବାହ ଏବଂ ସୂର୍ଯ୍ୟ କିରଣରୁ ମିଳୁଥିବା ବିଦ୍ୟୁତ୍‌ ଶକ୍ତି ସବୁଜ ଶକ୍ତି ଭାବରେ ଆମ ପାଖରେ ପରିଚିତ। ଏହି ତିନୋଟି ଉତ୍ସର ଶକ୍ତି ଛଡ଼ା ତରଙ୍ଗ ଶକ୍ତିରୁ ଉପତ୍ନ୍ନ ବିଦ୍ୟୁତ୍‌ ଶକ୍ତି ମଧ୍ୟ ସବୁଜ ଶକ୍ତି ଅନ୍ତର୍ଗତ। ମାତ୍ର ଏହାର ସୁଲଭ ମୂଲ୍ୟରେ ବ୍ୟାପକ ଉପତ୍ାଦନ ହେବା ଗବେଷଣା ସ୍ତରରେ ରହିଛି। ସୁତରାଂ ସବୁଜ ଶକ୍ତି ଭାବରେ ଉପରେ କୁହାଯାଇଥିବା ପ୍ରଥମ ତିନୋଟି ଶକ୍ତି ବିଷୟରେ ଆଲୋଚନା କରିବା।
ଜଳ ବିଦ୍ୟୁତ୍‌ ବିଶ୍ୱରେ ପ୍ରାୟ ସମଗ୍ର ଉପତ୍ନ୍ନ ବିଦ୍ୟୁତ୍‌ ଶକ୍ତିର ଶତକଡ଼ା ୧୬ ଭାଗ ହୋଇଥିବା ବେଳେ ପବନ ଓ ସୂର୍ଯ୍ୟକିରଣରୁ ଉପତ୍ନ୍ନ ବିଦ୍ୟୁତ୍‌ ଶକ୍ତି ଯଥାକ୍ରମେ ଶତକଡ଼ା ୫ ଏବଂ ୨ ଭାଗ। ଏହାଛଡ଼ା ଜଳ ବିଦ୍ୟୁତ୍‌ ସବୁଠାରୁ ଶସ୍ତା କାରଣ ଜଳସେଚନ, ଜଳ ଯୋଗାଣ ଇତ୍ୟାଦି କାର୍ଯ୍ୟ ପାଇଁ ନଦୀବନ୍ଧରେ ଗଚ୍ଛିତ ଜଳର ପ୍ରବାହ ଦ୍ୱାରା ଏହି ବିଦ୍ୟୁତ୍‌ ଶକ୍ତି ଉପତ୍ନ୍ନ ହୁଏ। ଏହା ଅନ୍ୟ ଦୁଇଟି ଶକ୍ତିଠାରୁ ବହୁ ପୁରାତନ ଏବଂ ଏହାର ଉପତ୍ାଦନ ସୀମିତ। ପବନ ପ୍ରବାହ ଏବଂ ସୂର୍ଯ୍ୟକିରଣରୁ ଉପତ୍ନ୍ନ ବିଦ୍ୟୁତ୍‌ ଶକ୍ତିର ୟୁନିଟ୍‌ ପିଛା ମୂଲ୍ୟ ଜୀବାଷ୍ମ ଇନ୍ଧନର ଦହନରୁ ମିଳୁଥିବା ବିଦ୍ୟୁତ୍‌ ଶକ୍ତି ଠାରୁ ଖୁବ୍‌ ଅଧିକ ଥିବା ହେତୁ ଏହାର ବ୍ୟବହାର ବହୁ ପୁରୁଣା ନୁହେଁ। ୧୯୮୦ ପରଠାରୁ ପବନ ପ୍ରବାହରୁ ଉପତ୍ନ୍ନ ବିଦ୍ୟୁତ୍‌ ଶକ୍ତି ଏବଂ ୨୦୦୦ ପରଠାରୁ ସୂର୍ଯ୍ୟକିରଣରୁ ଉପତ୍ନ୍ନ ବିଦ୍ୟୁତ୍‌ ଶକ୍ତିର ୟୁନିଟ୍‌ ପିଛା ମୂଲ୍ୟରେ ହ୍ରାସ ହେବା ସହିତ ଉପତ୍ାଦନ ତଥା ଚାହିଦାରେ ମଧ୍ୟ ବୃଦ୍ଧି ଘଟିଛି। ଜଳ ବଦ୍ୟୁତ୍‌ ଶକ୍ତି ପରି ପବନ ପ୍ରବାହରୁ ଉପତ୍ନ୍ନ ବିଦ୍ୟୁତ୍‌ ଶକ୍ତିର ଉପତ୍ାଦନ ମଧ୍ୟ ସୀମିତ, କାରଣ ଏହା ଅଧିକ ବାୟୁ ପ୍ରବାହ ଥିବା ଖୋଲା ଅଞ୍ଚଳ ଦରକାର କରେ। ଆଗାମୀ ଦିନରେ ସୌର ବିଦ୍ୟୁତ୍‌ ଅନ୍ୟ ଦୁଇଟି ସବୁଜ ଶକ୍ତିକୁ ପଛରେ ପକାଇ ଏକ ନମ୍ବର ସ୍ଥାନ ଅଧିକାର କରିବ, କାରଣ ଏହାର ଉପତ୍ାଦନ ସୋଲାର ପାନେଲ୍‌ ବ୍ୟବହାର ଦ୍ୱାରା ଘର ତଥା ଅଫିସ ଛାତ, ଖୋଲା ସ୍ଥାନ, କେନାଲ ତଥା ନଦୀ, ପୋଖରୀର ଜଳରାଶି, ପାହାଡ଼, ମରୁଭୂମି ଇତ୍ୟାଦି ବ୍ୟାପକ ଅଞ୍ଚଳରେ କରାଯାଉଛି। ତଥ୍ୟରୁ ଜଣାଯାଏ ଯେ ୨୦୦୦ରୁ ୨୦୨୧ମଧ୍ୟରେ ବିଦ୍ୟୁତ୍‌ ଶକ୍ତିର ଉପତ୍ାଦନ କ୍ଷମତା ହାରାହାରି ଜଳରୁ ୩ଗୁଣ ବୃଦ୍ଧି ହୋଇଥିବା ବେଳେ ପବନରୁ ୫ ଶହ ଗୁଣ ଏବଂ ସୂର୍ଯ୍ୟ କିରଣରୁ ୧ ହଜାର ଗୁଣ ବୃଦ୍ଧି ହୋଇଛି। ସୌରଶକ୍ତି ବ୍ୟବହାରର ଅପାର ସମ୍ଭାବନାକୁ ଆଖିରେ ରଖି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସୌରଶକ୍ତିରୁ ବିଦ୍ୟୁତ୍‌ ଶକ୍ତି ଉପତ୍ାଦନ, ଚାଷ କାମ ପାଇଁ ସୌର ପାଣି ପମ୍ପ, ସୌର ଚୁଲା, ପଙ୍ଖା, ଲଣ୍ଠନ, ଲାଇଟ୍‌ ଇତ୍ୟାଦି ଉପକରଣ ଉପରେ ଆର୍ଥତ୍କ ପ୍ରୋତ୍ସାହନ ପ୍ରଦାନ ସହିତ ଟେକ୍‌ନିକ୍‌ ସହାୟତା ଯୋଗାଇଦେବା ଏକ ସ୍ବାଗତ ଯୋଗ୍ୟ ପଦକ୍ଷେପ।
ଜାଗତିକ ଉଷ୍ମତା କମାଇବା ଏବଂ ଜୀବାଶ୍ମ ଇନ୍ଧନ ଦହନ ବ୍ୟବହାର କମ୍‌ ଦିଗରେ ଇଭି ବା ଇଲେଟ୍ରିକ୍‌ ଯାନର ବ୍ୟବହାର ଏକ ଠିକ୍‌ ପଦକ୍ଷେପ। ଇଲେଟ୍ରିକ୍‌ ଯାନ ପେଟ୍ରୋଲ, ଡିଜେଲ୍‌ ପରି ଇନ୍ଧନ ତୈଳ ବଦଳରେ ବ୍ୟାଟେରିରେ ଗଚ୍ଛିତ ଥିବା ବିଦ୍ୟୁତ୍‌ ଶକ୍ତି ଦ୍ୱାରା ପରିଚାଳିତ ହୋଇଥାଏ। ଇଭିର ବ୍ୟବହାର ଲୋକାଦୃତ କରିବା ପାଇଁ ଭାରତ ସରକାରଙ୍କ ଆକର୍ଷଣୀୟ ପୁରୁଣା ଯାନର ସ୍କ୍ରାପ୍‌ ନୀତି, ନୂତନ ଇଭି କିଣିବା ପାଇଁ କ୍ରୟ ମୂଲ୍ୟରେ ରିହାତି ଏବଂ ଚଢ଼ା କର ଯୁକ୍ତ ପେଟ୍ରୋଲ, ଡିିଜେଲ୍‌ ପରି ପରିବେଶ ଦୂଷିତ କରୁଥିବା ଇନ୍ଧନ ତୈଳ ପରିବର୍ତ୍ତେ ପରିବେଶ ଅନୁକୂଳ ତଥା ଶସ୍ତା ବିଦ୍ୟୁତ୍‌ ଶକ୍ତି ବେଶ୍‌ ସହାୟକ ହେଉଛି। ପରୀକ୍ଷାମୂଳକ ଭାବେ ବିଭିନ୍ନ ରାଜ୍ୟ ସରକାର ବିଦ୍ୟୁତ୍‌ ଚାଳିତ ବସ୍‌ ପରିବେଶ ପ୍ରଦୂଷଣ କମ୍‌ କରିବା ପାଇଁ ସହରଗୁଡ଼ିକରେ ଚଲାଉଛନ୍ତି। ଟାଟା, ମାରୁତି ପରି ବଡ଼ କାର୍‌ ନିର୍ମାତାମାନେ ଆକର୍ଷଣୀୟ ଇଭି ମଡେଲ୍‌ ବଜାରକୁ ଛାଡ଼ିବା ଆରମ୍ଭ କଲେଣି। ବିଦ୍ୟୁତ୍‌ ଚାଳିତ ସ୍କୁଟି, ମୋଟର ସାଇକେଲ୍‌ ଭଳି ଦୁଇଚକିଆ ଯାନର ଚାହିଦା ବଜାରରେ ବଢ଼ିଲାଣି। ଏତଦ୍‌ ବ୍ୟତୀତ ନିକଟରେ ବ୍ୟାଟେରିରେ ଗଚ୍ଛିତ ଥିବା ବିଦ୍ୟୁତ୍‌ ଶକ୍ତି ଦ୍ୱାରା ଛୋଟ ଉଡ଼ାଜାହାଜର ଉଡ଼ାଣ ସଫଳତାର ସହ ହୋଇଥିବାର ଖବର ମିଳୁଛି। ଅମ୍ବାନୀ, ଆଦାନୀଙ୍କ ପରି ବଡ଼ ଶିଳ୍ପପତିମାନେ ବ୍ୟାପକ ସ୍ତରରେ ସବୁଜ ଉଦ୍‌ଜାନ ଇନ୍ଧନର ପ୍ରସ୍ତୁତି, ତହଁିରୁ ସବୁଜ ବିଦ୍ୟୁତ୍‌ ଶକ୍ତିର ଉପତ୍ାଦନ, ଉପତ୍ନ୍ନ ସବୁଜ ଶକ୍ତକୁି ବ୍ୟାଟେରିରେ ଗଚ୍ଛିତ କରାଇ ଜୀବାଶ୍ମ ଇନ୍ଧନର ଦହନରୁ ମିଳୁଥିବା ବିଦ୍ୟୁତ୍‌ ଶକ୍ତିର ବିକଳ୍ପ ଭାବେ ଇଭି, କଳକାରଖାନା, ଘର, କାର୍ଯ୍ୟାଳୟଗୁଡ଼ିକରେ ବ୍ୟବହାର କରାଇବାରେ ଲାଗିଛନ୍ତି। ଏ ସମସ୍ତ ଉଦ୍ୟମ ସହିତ ବ୍ୟାପକ ଜନସଚେତନତା ଜାଗ୍ରତ ହେଲେ ୨୦୫୦ ମସିହା ବେଳକୁ ପୃଥିବୀର ପ୍ରାୟ ଶତକଡ଼ା ୪୫ ପ୍ରତିଶତ ସବୁଜ ଶକ୍ତିର ବ୍ୟବହାର ପାଇଁ ଧାର୍ଯ୍ୟ ଲକ୍ଷ୍ୟ ହାସଲ ହେବା ସହିତ ଜାଗତିକ ଉଷ୍ମତାର ହ୍ରାସ ଓ ଦ୍ରୁତ ଜଳବାୟୁ ପରିବର୍ତ୍ତନର କୁପ୍ରଭାବକୁ ରୋକାଯାଇପାରିବ।
ପ୍ରାକ୍ତନ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ, ବାଲେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?