ଦ୍ୱିପାକ୍ଷିକ ସମ୍ପର୍କର ଅଧଃପତନ

ବ୍ରହ୍ମ ଚେଲାନି

ଆମେରିକା ଓ ଭାରତ ମଧ୍ୟରେ ରଣନୀତିକ ଭଗୀଦାରି ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ କ୍ଷମତାର ସମନ୍ବୟ ବଜାୟ ରଖିବାରେ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ । ଏହା ପ୍ରାଧାନ୍ୟ ବିସ୍ତାର କରିବା ଲାଗି ଚାଇନାର ମହତ୍ତ୍ୱାକାଂକ୍ଷାକୁ ନିଷ୍ପ୍ରଭ କରିବାରେ ପ୍ରମୁଖ ଭୂମିକା ନେଉଛି। ଆମେରିକା ମଧ୍ୟ ଭାରତର ଦ୍ୱିତୀୟ ବୃହତ୍‌ ବାଣିଜି୍ୟକ ଭାଗୀଦାରି। ଚାଇନା ସହ ଥିବା ଭାରତର ସୀମାଠାରୁ ୧୦୦ କି.ମି.ରୁ କମ୍‌ ଦୂରରେ ଅକ୍ଟୋବର ୧୮ରୁ ୩୧ ମଧ୍ୟରେ ହେବାକୁ ଥିବା ମିଳିତ ଯୁଦ୍ଧାଭ୍ୟାସ ସେମାନଙ୍କ ଭାଗୀଦାରିରେ ବଢିଥିବା ରଣନୀତିକ ଗୁରୁତ୍ୱକୁ ମଧ୍ୟ ପ୍ରକାଶ କରିଛି। ଆମେରିକା ନାଭିର ଚିଫ୍‌ ଅଫ୍‌ ନାଭାଲ ଅପରେଶନ ଆଡମିରାଲ ମାଇକେଲ ଏମ୍‌. ଗିଲ୍‌ଡେ କହିଛନ୍ତି ଯେ, ଚାଇନାର ଉତ୍‌ଥାନକୁ ପ୍ରତିରୋଧ କରିବାରେ ଭାରତ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ସହଯୋଗୀ। ହେଲେ ଆଫଗାନିସ୍ତାନରୁ ଆମେରିକା ସୈନ୍ୟ ପ୍ରତ୍ୟାହାର କରିବା ନିଷ୍ପତ୍ତି ନେବା ଏବଂ ପାକିସ୍ତାନ ପ୍ରୋତ୍ସାହିତ ସନ୍ତ୍ରାସବାଦୀ ନେତୃତ୍ୱାଧୀନ ସେନା ନିକଟରେ ଆମତ୍ସମର୍ପଣ କରିବା ସହ ରୁଷିଆ-ୟୁକ୍ରେନ ଯୁଦ୍ଧ ଏବେ ବିଶ୍ୱର ସବୁଠୁ କ୍ଷମତାଶାଳୀ ଏବଂ ଲୋକପ୍ରିୟ ଗଣତନ୍ତ୍ରଗୁଡ଼ିକ ମଧ୍ୟରେ ସମ୍ପର୍କକୁ ଅଧିକ ଚାପଗ୍ରସ୍ତ କରିଛି।
ଆମେରିକାର ମିତ୍ର ଦେଶ ଇସ୍ରାଏଲ ଏବଂ ତୁର୍କୀ ଭଳି ଭାରତ ୟୁକ୍ରେନ ଯୁଦ୍ଧରେ ଏକ ନିରପେକ୍ଷ ଦୃଷ୍ଟିକୋଣ ଗ୍ରହଣ କରିଛି। ବାଇଡେନ୍‌ ପ୍ରଶାସନ ରୁଷିଆ ବଦଳରେ ଆମେରିକା ଠାରୁ ତୈଳ ନେବାକୁ ଦେଇଥିବା ପ୍ରସ୍ତାବକୁ ନ ମାନି ଭାରତ ରୁଷିଆଠାରୁ ତୈଳ କିଣି ଆସୁଛି, ଯାହା ଆମେରିକା ଓ ୟୁରୋପୀୟ ଦେଶକୁ ଅଧିକ ନିରାଶ କରିଛି। ଭାରତ ମଧ୍ୟ ସାମ୍ପ୍ରତିକ ସ୍ଥିତିରେ ରୁଷିଆଠାରୁ ଅଶୋଧିତ ତୈଳ ଆମଦାନୀ ବୃଦ୍ଧିକରିଛି। ଭାରତର ଏହି ନିଷ୍ପତ୍ତିର କେନ୍ଦ୍ରରେ ରହିଛି ଚାଇନାଠାରୁ ପରାଜିତ ହେବା ଭୟ। ୨୦୧୯ରୁ ଆମେରିକା ଇରାନର ତୈଳ ରପ୍ତାନି ଉପରେ କଟକଣା ଲଗାଇ ଭାରତକୁ ଇରାନଠାରୁ ଶସ୍ତା ତେଲ ପାଇବାରୁ ବଞ୍ଚିତ କରି ତାକୁ ଆମେରିକା ଶକ୍ତି ( ଏନର୍ଜି) ରପ୍ତାନିକାରୀଙ୍କ ମାର୍କେଟ ଆଡକୁ ମୁହଁାଇବାକୁ ପ୍ରୟାସ କରିଛି। କିନ୍ତୁ ଉକ୍ତ କଟକଣା ମଧ୍ୟରେ ଚାଇନା ଇରାନ ତୈଳର ବଡ଼ ହିତାଧିକାରୀ ପାଲଟିଯାଇଛି ।
ଚାଇନା ରିହାତିରେ ଇରାନ ତେଲ କ୍ରୟ ବୃଦ୍ଧି କରିଛି ଏବଂ ଆମେରିକାର ପ୍ରତିଆକ୍ରମଣକୁ ଭ୍ରୂକ୍ଷେପ ନ କରି ଇସ୍‌ଲାମିକ ରିପବ୍ଲିକ ସହ ପ୍ରତିରକ୍ଷା ଭାଗୀଦାରି ବଢ଼ାଇଛି। ଭାରତକୁ ସବୁଠୁ ଅଧିକ ଅସ୍ତ୍ରଶସ୍ତ୍ର ଯୋଗାଉଛି ରୁଷିଆ। କିନ୍ତୁ ଏବେ ଆମେରିକା ତାକୁ ଟପିଗଲାଣି। ଆମେରିକା ପ୍ରତିରକ୍ଷା ସେକ୍ଟର ୟୁକ୍ରେନ ଯୁଦ୍ଧ ସମୟରେ ଭାରତକ୍‌ୁ ଅସ୍ତ୍ରଶସ୍ତ୍ର ବିକ୍ରି କରିବାକୁ ଏକ ବଡ଼ ସୁଯୋଗ ବୋଲି ବିଚାର କରୁଛି। ଏପରି କି ଆମେରିକାର ପ୍ରତିରକ୍ଷା ସଚିବ ଲୟଡ ଅଷ୍ଟିନ ରୁଷିଆ ସାମରିକ ଉପକରଣ ନ କିଣି ଏବେଠାରୁ ଆଗକୁ ଆମେରିକା ନିର୍ମିତ ଅସ୍ତ୍ରଶସ୍ତ୍ର କିଣୁ ବୋଲି ଭାରତୀୟ ଅଧିକାରୀମାନଙ୍କ ଉପରେ ଚାପ ପକାଇଛନ୍ତି।
ରୁଷିଆକୁ ଦଣ୍ଡିତ କରିବା ଲାଗି ବାଇଡେନ୍‌ ଅତ୍ୟଧିକ ଗୁରୁତ୍ୱ ଦେଉଛନ୍ତି। ବିଶେଷ କରି ରୁଷିଆର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଉପରେ ଚାପ ପକାଇବାକୁ ନିଆଯାଇଥିବା ଅନ୍ତର୍ଜାତୀୟ ପଦକ୍ଷେପଗୁଡ଼ିକ ଯଦି ପରୋକ୍ଷରେ ବିସ୍ତାରବାଦୀ ଚାଇନାନୁ ସଶକ୍ତ କରେ ତେବେ ତାହା ଭାରତର ସୁରକ୍ଷା ଆହ୍ବାନକୁ ଗମ୍ଭୀର କରିପାରେ। ଏବେ ଆମେରିକା ନେତୃତ୍ୱରେ ଲଗାଯାଇଥିବା କଟକଣା ଏବଂ ରୁଷିଆର ଶକ୍ତି କ୍ଷେତ୍ରରୁ ୟୁରୋପ ମୁହଁ ଫେରାଇନେବା ଦ୍ୱାରା ବିଶ୍ୱର ସଂସାଧନ ସମୃଦ୍ଧ ରାଷ୍ଟ୍ର ରୁଷିଆକୁ ସଂସାଧନ ଭୋକିଲା ଦେଶ ଚାଇନା ସହ ରହିବାକୁ ବାଟ ଫିଟାଇଛି। ଏହି ସମୟରେ ପାକିସ୍ତାନର ଏଫ୍‌-୧୬ ଲଢୁଆ ବିମାନର ଆଧୁନିକୀକରଣ ଲାଗି ଆମେରିକାର ୪୫୦ ମିଲିୟନ ଡଲାର ଚୁକ୍ତି କରିଛି। ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ୍‌) ଆର୍ଥିକ ସହଯୋଗ ମାଧ୍ୟମରେ ଆସନ୍ନ ଋଣ ଖିଲାପୀ ସ୍ଥିତିରୁ ମୁକୁଳାଇବା ଲାଗି ସାହାଯ୍ୟ କରିବାର କିଛି ଦିନ ପରେ ଏହି ଚୁକ୍ତି ସାମ୍ନାକୁ ଆସିଛି। ଏହା ଭାରତ ବିରୋଧରେ ପାକିସ୍ତାନକୁ ଅସ୍ତ୍ରଶସ୍ତ୍ର ଯୋଗାଇବା ଏବଂ ଶୀତଳଯୁଦ୍ଧ ସମୟରେ ପାକିସ୍ତାନର ପ୍ରାରମ୍ଭିକ ଆଣବିକ ଅସ୍ତ୍ର କାର୍ଯ୍ୟକ୍ରମକୁ ସହଯୋଗ କରିବା ଭଳି ତିକ୍ତ ସ୍ମୃତିକୁ ଉଜାଗର କରିଛି। ଏହାକୁ ନେଇ ବାଇଡେନ ପ୍ରଶାସନର ଦାବି ସମ୍ପୂର୍ଣ୍ଣ କପଟତାପୂର୍ଣ୍ଣ।
ପ୍ରଶାସନ କହୁଛି ଯେ, ଆମେରିକା ଯୋଗାଇଦେଇଥିବା ପାକିସ୍ତାନର ଏଫ୍‌-୧୬ ଲଢୁଆ ବିମାନର ଆଧୁନିକୀକରଣ ସସ୍ତ୍ରାସବାଦ ପ୍ରତିରୋଧ ଲାଗି ଅଭିପ୍ରେତ। ଏହାକୁ ନେଇ ଭାରତ ତୁରନ୍ତ ପ୍ରତିକ୍ରିୟା ପ୍ରକାଶ କରିଛି। ନିକଟରେ ଓ୍ବାଶିଂଟନ ଗସ୍ତରେ ଯାଇଥିବା ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର ସାଧାରଣରେ ଏହି ଚୁକ୍ତିକୁ ନିନ୍ଦା କରିବା ସହ ଆମେରିକାର ସ୍ପଷ୍ଟୀକରଣ ଉପରେ କହିଛନ୍ତି ଯେ, ସମସ୍ତଙ୍କୁ ବୋକା ଭାବନାହିଁ। ଏହା ନିଃସନ୍ଦେହ ଯେ, ପାକିସ୍ତାନ ତା’ ଅତ୍ୟାଧୁନିକ ଲଢୁଆ ବିମାନକୁ ଭାରତ ବିରୋଧରେ ମୁତୟନ କରିବ। ଏହି ପୃଷ୍ଟଭୂମିରେ କେତେଜଣ ପର୍ଯ୍ୟବେକ୍ଷକ କହିଛନ୍ତି ଯେ, ଆମେରିକା ଓ ଭାରତର ସମ୍ବନ୍ଧ ରିପବ୍ଲିକାନ ପ୍ରଶାସନରେ ପୂରା ଭଲ ଥିଲା। ସବୁ ଦ୍ୱିପାକ୍ଷିକ ସମ୍ପର୍କ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ଅଧୀନରେ ବଢିଥିତ୍ଲା। ଭାରତ ପ୍ରଶାନ୍ତ ସାଗରୀୟ ରଣନୀତିକୁ ଆଗକୁ ବଢ଼ାଇବା ସକାଶେ ଭାରତ ଉପରେ ଅତ୍ୟଧିକ ଭରସା କରିଥିଲା। ଚାଇନା ଓ ପାକିସ୍ତାନକୁ ନେଇ ଟ୍ରମ୍ପ ନୂଆ ନୀତି ଆରମ୍ଭ କରିଥିଲେ ଯାହା ଦ୍ୱାରା ଭାରତ -ଆମେରିକାର ନିବିଡ଼ ସମ୍ପର୍କକୁ ଆହୁରି ବଢ଼ାଇଥିତ୍ଲା। ଫଳରେ ପାକିସ୍ତାନ ଓ ଚାଇନା ଦ୍ୱାରା ସୃଷ୍ଟ ଯୁଦ୍ଧ ଭଳି ସ୍ଥିତିକୁ ଭାରତ ସାମ୍ନା କରିବା ସମ୍ଭବ ହୋଇପାରିଲା। ନୀତିରେ ବଡ଼ ପରିବର୍ତ୍ତନ କରି ଚାଇନାର ଉତ୍‌ଥାନକୁ ସହଯୋଗ କରିବାରେ ଆମେରିକାର ୪୫ ବର୍ଷର ନୀତିକୁ ଟ୍ରମ୍ପ୍‌ ଶେଷ କରିଦେଇଥିଲେ। ପାକିସ୍ତାନକୁ ସୁରକ୍ଷା ସହାୟତା ବନ୍ଦ କରିଦେଇଥିଲା। ଅପରପକ୍ଷେ ବାଇଡେନ ପ୍ରଶାସନ ପାକିସ୍ତାନକୁ କୋଳେଇବା ଆରମ୍ଭ କରିଛି। ବେଜିଂକୁ ଅଧିକ ପ୍ରାଧାନ୍ୟ ଦେବା ସହ ହିମାଳୟରେ ଭାରତର ଅଞ୍ଚଳକୁ ଚାଇନା ଜବରଦଖଲ କରିଥିବା ବିଷୟରେ ମୁହଁ ଖୋଲି ନ ଥିଲେ। ସେନା ମୁତୟନକୁ ଭିତ୍ତିକରି ଚାଇନା ସହ ୩୦ ମାସ ଧରି ସଂଘର୍ଷରେ ଲିପ୍ତ ରହି ଭାରତ ଖୋଲାଖୋଲି ଭାବେ ଚାଇନାକୁ ଯେଭଳି ଚ୍ୟାଲେଞ୍ଜ କରିଛି ସେଭଳି ଚଳିତ ଶତାବ୍ଦୀରେ ବିଶ୍ୱର କୌଣସି ଶକ୍ତି କରିପାରିନାହାନ୍ତି।
ବାଇଡେନ୍‌ ଦାୟିତ୍ୱ ନେବା ପରଠାରୁ ଭାରତ ସହ ସମ୍ପର୍କରୁ ଅଣଦେଖା କରିଛନ୍ତି। ନୂଆଦିଲ୍ଲୀରେ ଆମେରିକାର ରାଷ୍ଟ୍ରଦୂତ ନ ଥିବାବେଳେ ପାକିସ୍ତାନରେ ରହିଛନ୍ତି ଡୋନାଲ୍ଡ ବ୍ଲୋମେ। ନିକଟରେ ପାକିସ୍ତାନ ଅଧିକୃତ କଶ୍ମୀର ଗସ୍ତରେ ଯାଇ ସେ ପାକିସ୍ତାନ ନାମ ଦେଇଥିବା ‘ଆଜାଦ ଜମ୍ମୁ-କଶ୍ମୀର’ ବା ସ୍ବାଧୀନ ଜମ୍ମୁକଶ୍ମୀର ବୋଲି କହିଥିଲେ। କିନ୍ତୁ ଆମେରିକା ତାହାକୁ ପାକିସ୍ତାନ ପ୍ରଶାସିତ କଶ୍ମୀର କହୁଥିଲେ ମଧ୍ୟ ସେ ତାହା କହି ନ ଥିଲେ। ବାଇଡେନ୍‌ ପ୍ରଶାସନ ଭାରତ ବିରୋଧରେ ମାନବ ଅଧିକାର ପ୍ରସଙ୍ଗ ଉଠାଇ ଫାଇଦା ନେବାକୁ ଚେଷ୍ଟା କରୁଛି। ଏପ୍ରିଲରେ ଆମେରିକାର ପରରାଷ୍ଟ୍ର ସଚିବ ଆଣ୍ଟୋନି ବ୍ଲିକେନ୍‌ ଭାରତରେ ମାନବ ଅଧିକାର ଉଲ୍ଲଂଘନ ଜନିତ ନିର୍ଯାତନା ବଢ଼ୁଛି ବୋଲି ଅଭିଯୋଗ କରିଥିଲେ। ଜୟଶଙ୍କର ଏହାକୁ ତତ୍‌କ୍ଷଣାତ ପ୍ରତିରୋଧ କରି କହିଥିଲେ ଯେ, ଭାରତ ମଧ୍ୟ ଆମେରିକାର ମାନବ ଅଧିକାରର ସ୍ଥିତି ସମ୍ପର୍କରେ ସମାନ ଭାବେ ଚିନ୍ତିତ।
ଦେଖିବାକୁ ଗଲେ ଉଭୟ ଆମେରିକା ଏବଂ ଭାରତରେ ଗଣତନ୍ତ୍ରର ଅତ୍ୟଧିକ ଧ୍ରୁବୀକରଣ ହୋଇଛି। ଏଭଳି ସ୍ଥିତିରେ ଅଧିକାରୀମାନେ ଦେଶରେ ଉତ୍ତେଜନା ବଢ଼ାଇବା ଭଳି ମନ୍ତବ୍ୟରୁ ଦୂରେଇ ରହିବା ଉଚିତ। ଭାରତ- ପ୍ରଶାନ୍ତ ମହାସାଗରୀୟ ରଣନୀତିର ଗୁରୁତ୍ୱକୁ ଦେଖି ଆମେରିକା ଯଦି ତା ଦୃଷ୍ଟିକୋଣ ବଦଳାଇବାକୁ ଚାହେଁ, ତେବେ ଏହା ଏସିଆରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ରଣନୀତିକ ମିତ୍ର ଦେଶ ସହ ସମ୍ପର୍କ ନିଶ୍ଚିତ ଭାବେ ବଢ଼ାଇପାରିବ। ଶେଷରେ ଭାରତ ସହ ଦୁର୍ବଳ ମେଣ୍ଟକୁ ଦୃଢ କରିବା ଲାଗି ଐତିହାସିକ ସୁଯୋଗକୁ ବାଇଡେନ୍‌ ହାତଛଡ଼ା କରିବା ଉଚିତ ନୁହେଁ। ଆମେରିକା ଯଦି ଚାଇନା ଓ ରୁଷିଆ ସହ ବଢୁଥିତ୍ବା ପ୍ରତିଦ୍ୱନ୍ଦ୍ୱିତାରେ ବିଜୟୀ ହେବାକୁ ଏବଂ ରଣନୀତିକ ସଫଳତା ପାଇବାକୁ ହେଲେ ତା’ପାଇଁ ପୂର୍ବାପେକ୍ଷା ଭାରତର ଆବଶ୍ୟକତା ଅଧିକ ରହିଛି। କିନ୍ତୁ ପାରସ୍ପରିକ ବିଚାର ଓ ବୁଝାମଣା ଅଭାବରୁ ଦ୍ୱିପାକ୍ଷିକ ଭାଗୀଦାରିର ଅଧଃପତନ ଘଟିଛି।
ପ୍ରାଧ୍ୟାପକ, ଷ୍ଟାଷ୍ଟ୍ରେଜିକ ଷ୍ଟଡିଜ୍‌, ସେଣ୍ଟର ଫର୍‌
ପଲିସି ରିସର୍ଚ୍ଚ (ନୂଆଦିଲ୍ଲୀ)


Enter your email to get our daily news in your inbox.

All Right Reserved By Dharitri.Com

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?