ଶାରଦା ପ୍ରସନ୍ନ ନାୟକଙ୍କ ନାମରେ ‘ଗୀତିକବିତା ପୁରସ୍କାର’: ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୦।୯(ବ୍ୟୁରୋ): ବିଶିଷ୍ଟ ଗୀତିକାର, ପ୍ରଯୋଜକ ତଥା ସଙ୍ଗୀତ ନିର୍ଦ୍ଦେଶକ ଶାରଦା ପ୍ରସନ୍ନ ନାୟକଙ୍କ ସ୍ମୃତିକୁ ଉଜ୍ଜୀବିତ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତିବର୍ଷ ‘ଶାରଦା ପ୍ରସନ୍ନ ନାୟକ ଗୀତି କବିତା ପୁରସ୍କାର’ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଗୀତିକବିତା ପାଇଁ ପ୍ରଦାନ କରାଯାଉଥିବା ପୁରସ୍କାରକୁ ଶାରଦା ପ୍ରସନ୍ନ ନାୟକଙ୍କ ନାମରେ ନାମିତ କରାଯିବ। ଏ ସମ୍ପର୍କିତ ପୁରସ୍କାର ରାଶି ୨.୫ ଲକ୍ଷକୁ ବୃଦ୍ଧି କରାଯାଇଛି। ଏତଦ୍‌ବ୍ୟତୀତ ଏହି ମହାନ୍‌ ପ୍ରତିଭାଙ୍କ ସ୍ମୃତିରେ ନିର୍ମିତ ଅଧଘଣ୍ଟିଆ ବୃତ୍ତଚିତ୍ରକୁ ଦୂରଦର୍ଶନରେ ପ୍ରସାରଣ କରାଯିବାକୁ ସ୍ଥିର କରାଯାଇଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ଓଡ଼ିଶା ସଂଗୀତ ନାଟକ ଏକାଡେମୀ ଏବଂ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ସହଯୋଗରେ ଏହାକୁ ପ୍ରସ୍ତୁତ କରାଯାଇଛି ା
ଓଡ଼ିଶା ସାରସ୍ବତ ଜଗତର ଅମଳିନ ପ୍ରତିଭା ହେଉଛନ୍ତି ଶାରଦା ପ୍ରସନ୍ନ। ଜଣେ ଗୀତିକାର, ପ୍ରଯୋଜକ, ସଙ୍ଗୀତ ନିର୍ଦ୍ଦେଶକ ଭାବେ ଓଡ଼ିଆ ସାଂସ୍କୃତିକ ଜଗତରେ ସେ ଅଲିଭା ସ୍ମୃତି ଛାଡ଼ିଯାଇଛନ୍ତି। ଏହି ମହାନ୍‌ ସ୍ରଷ୍ଟାଙ୍କ ଅବଦାନକୁ ସମ୍ମାନ ଜଣାଇ ରାଜ୍ୟ ସଂସ୍କୃତି ବିଭାଗ ଏବଂ ଗୁରୁ କେଳୁଚରଣ ଓଡ଼ିଶୀ ଗବେଷଣା କେନ୍ଦ୍ରର ମିଳିତ ସହଯୋଗରେ ଶନିବାର ପୂର୍ବାହ୍ନରେ ଏକାଦଶାହ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି। ବିଭାଗୀୟ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ନିର୍ଦ୍ଦେଶକ ଓ ଅତିରିକ୍ତ ଶାସନ ସଚିବ ବିଜୟ କୁମାର ନାୟକ, ସଂଗୀତ ନାଟକ ଏକାଡେମୀର ସଭାପତି ତଥା ଅତିରିକ୍ତ ଶାସନ ସଚିବ ଡ. ରାମକୃଷ୍ଣ ସାହୁ, ଏକାଡେମୀ ସଚିବ ପ୍ରବୋଧ ରଥ, ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ କାର୍ଯ୍ୟନିର୍ବାହୀ ଡ. ସଂଗୀତା ଗୋସାଇଁ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରକାଶ ପାଇଲା ଚିଠା ସଂରକ୍ଷଣ ବିଜ୍ଞପ୍ତି

ଭୁବନେଶ୍ୱର,୯।୧୦(ବ୍ୟୁରୋ): ପଞ୍ଚାୟତ ନିର୍ବାଚନ ପାଇଁ ଜିଲାସ୍ତରରେ ଓ୍ବାର୍ଡମେମ୍ବର, ସରପଞ୍ଚ, ପଞ୍ଚାୟତ ସମିତି ସଭ୍ୟ ଏବଂ ବ୍ଲକ ଅଧ୍ୟକ୍ଷ ପଦବୀ ଲାଗି ଚିଠା ସଂରକ୍ଷଣ ତାଲିକା ପ୍ରକାଶ...

ତୃତୀୟ ଥର ପାଇଁ ଇଡିରେ ହାଜର ହେଲେ ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ବାଇଁ

ଭୁବନେଶ୍ୱର,୩।୧(ବ୍ୟୁରୋ): ବହୁ ଚର୍ଚ୍ଚିିତ ମହିଳା ବ୍ଲାକ୍‌ମେଲର ଅର୍ଚ୍ଚନା ନାଗ ମାମଲାରେ ଇଡି ତଦନ୍ତ ଜାରି ରଖିଛି। ତେବେ ଏହି ମାମଲରେ ଜଣଙ୍କ ପରେ ଜଣଙ୍କୁ ଇଡି...

ପୋଲିସ ହେପାଜତରୁ ଖସିଗଲେ ଗ୍ୟାଙ୍ଗଷ୍ଟର ହାଇଦର

କଟକ ଅଫିସ,୧୦।୪: କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର କଟକ ବଡ଼ ଡାକ୍ତରଖାନାର ସର୍ଜରୀ ଓ୍ବାର୍ଡରୁ ଫେରାର ହୋଇଯାଇଥିବା ସୂଚନା ମିଳିଛି। ସେ ଚିକିତ୍ସା ପାଇଁ ଏସ୍‌ସିବିରେ ଭର୍ତ୍ତି...

ସାହିତ୍ୟ ଆସରରେ ୪ ସାରସ୍ବତ ସାଧକ ସମ୍ବର୍ଦ୍ଧିତ

ବାରିପଦା ଅଫିସ,୩୧।୭: ବାରିପଦା ପୌର ପରିଷଦ ସମ୍ମିଳନୀ କକ୍ଷରେ ସାରଳା ସାହିତ୍ୟ ସଂସଦ ପକ୍ଷରୁ ଏକ ଆସର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଉତ୍ତର ଓଡ଼ିଶା...

ଭୁବନେଶ୍ୱର-ଦାରିଙ୍ଗବାଡ଼ି ବସ୍‌ ଦୁର୍ଘଟଣାଗ୍ରସ୍ତ

ଭଞ୍ଜନଗର,୨୯ା୯(ଡି.ଏନ୍‌.ଏ.): ଭୁବନେଶ୍ୱର ଭଞ୍ଜନଗର ଦେଇ ଦାରିଙ୍ଗିବାଡ଼ି ଅଭିମୁଖେ ଯାଉଥିବା ସାରଳା ବସ୍‌ ବୁଧବାର ବିଳମ୍ବିତ ରାତିରେ ନିକଟସ୍ଥ ଜାମପଲ୍ଲୀ ଛକରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ରେ ଥିବା...

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୧୧୧ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୬ା୩(ବ୍ୟୁରୋ): ରାଜ୍ୟରୁ ବୁଧବାର ଆଉ ୧୧୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍‌ ୧୨,୭୭,୦୪୬ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି।...

ସବ୍ୟସାଚୀ ମିଶ୍ରଙ୍କୁ ଧମକ

ଭୁବନେଶ୍ୱର, ୬।୮(ବ୍ୟୁରୋ): ଓଡ଼ିଆ ସିନେ ଅଭିନେତା ସବ୍ୟସାଚୀ ମିଶ୍ରଙ୍କୁ ଧମକ ମିଳିଛି। ସୋସିଆଲ ମିଡିଆରେ ଏକ ପୋଷ୍ଟକୁ ନେଇ ତାଙ୍କୁ ଏହି ଧମକ ମିଳିଥିବା ସେ...

ନୂଆପଡ଼ାରେ ଢୋଲକିଆ, ଖଡ଼ିଆଳରେ ଅଧିରାଜ ଆଗୁଆ

ନୂଆପଡ଼ା ଅଫିସ,୨୩।୫: ୧୨ ରାଉଣ୍ଡ ଗଣତି ଶେଷ ସୁଦ୍ଧା ନୂଆପଡ଼ା ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆ ଆଗରେ ଅଛନ୍ତି। ଢୋଲକିଆ ୨୬୪୮୮ ଭୋଟ...

Advertisement
Archives

Model This Week