୪୭ ହଜାର ତଳେ ସକ୍ରିୟ ମାମଲା-ଦୈନିକ ସଂକ୍ରମଣ ୫ ହଜାରରୁ କମ…

ନୂଆଦିଲ୍ଲୀ, ୨୧।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ପୁଣି ୪୭ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ କମି ୫ ହଜାର ତଳେ ରହିଛି। ଏହା ୪,୪୯୧ ରହିଛି। ଗୋଟିଏ ଦିନ ତଳେ ଏହା ୪,୦୪୩ ଥିଲା। ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୧୪ରେ ପହଞ୍ଚିଛି। ଗୋଟିଏ ଦିନ ତଳେ ଏହା ୯ ଥିଲା। ଏହି ସମୟରେ ସକ୍ରିୟ ମାମଲା କମି ୪୬ ହଜାର ୨୧୬ ରେ ପହଞ୍ଚିଛି। ଗୋଟିଏ ଦିନ ତଳେ ଏହା ୪୭ ହଜାର ୩୭୯ ଥିଲା। ସେହିପରି ୨୪ ଘଣ୍ଟାରେ ୫ ହଜାର ୬୪୦ ଜଣ ସୁସ୍ଥ ହୋଇଛନ୍ତି। ଗୋଟିଏ ଦିନ ତଳେ ଏହା ୪ ହଜାର ୬୭୬ ଥିଲା। ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୨୮ ହଜାର ୪୦୩ ଛୁଇଁଛି। ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୪୫ ଲକ୍ଷ ୪୭ ହଜାର ୫୯୯ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୩୯ ଲକ୍ଷ ୭୨ ହଜାର ୯୮୦ ଜଣ ସୁସ୍ଥ ହୋଇ ସାରିଛନ୍ତି। କେରଳରେ ସତର୍କ ସୂଚନା ଜାରି କରାଯାଇଛି। ଏଠାରେ ଦୈନିକ ସଂକ୍ରମଣ ୧୪ ଶହ ଉପରେ ରହିଛି। ଭିଡ଼ ଯୋଗୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ଥିବାରୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏଥିରୁ ଦୂରେଇ ରହିବା ଲାଗି ପରାମର୍ଶ ଦିଆଯାଇଛି। ଏହା ସହିତ ମାସ୍କ ପିନ୍ଧିବା ଏବଂ କରୋନା ମାର୍ଗଦର୍ଶିକା ପାଳନ କରିବାକୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶିଶୁକନ୍ୟାଙ୍କୁ ପୋଷ୍ୟ ଭାବେ ଗ୍ରହଣ କରୁଛନ୍ତି ଅଧିକ ନିସନ୍ତାନ ଦମ୍ପତି

ନୂଆଦିଲ୍ଲୀ,୨।୧୧: ନିସନ୍ତାନ ଦମ୍ପତିମାନେ ଶିଶୁକନ୍ୟାଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ଅଧିକ ପସନ୍ଦ କରୁଛନ୍ତି। ଏନେଇ ଏକ ସରକାରୀ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ୨୦୧୯ ଏପ୍ରିଲ୍‌...

ଏଏନ୍‌-୩୨ ବିମାନର ଭଗ୍ନାବଶେଷ ମିଳିବା ପରେ ଏବେ ୧୩ ନିଖୋଜ ବ୍ୟକ୍ତିଙ୍କ ସର୍ଚ୍ଚ ଅପରେଶନ ଆରମ୍ଭ

ଇଟାନଗର,୧୨।୬: ଜୁନ ୩ରେ ନିଖୋଜ ହୋଇଥିବା ବାୟୁସେନା ବିମାନ ଏଏନ-୩୨ର କିଛି ଭଗ୍ନାଂଶକୁ ଏମ୍‌ଆଇ-୧୭ ହେଲିକେପ୍ଟର ମଙ୍ଗଳବାର ଠାବ କରିବା ପରେ ବାୟୁସେନା ପକ୍ଷରୁ ଏବେ...

ଡ୍ରାଗନର ଯୁଦ୍ଧ ପ୍ରସ୍ତୁତି: ଏଲ୍‌ଏସିରେ ଟ୍ୟାଙ୍କ୍‌ ମୁତୟନ କଲା ଚାଇନା

ଲେହ,୫।୧: ଭାରତ ଚାଇନା ମଧ୍ୟରେ ପୂର୍ବ ଲଦାଖର ଏଲ୍‌ଏସିରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଚାଇନା ସୈନ୍ୟ ବାହିନୀ ପକ୍ଷରୁ ଭାରତ ସହିତ ଯୁଦ୍ଧ କରିବା ଲାଗି...

କନ୍ୟାଙ୍କ ପାଦ ଧୋଇଲେ ମୁଖ୍ୟମନ୍ତ୍ରୀ

ଗୋରଖପୁର,୧୦।୪: ଉତ୍ତର ପ୍ରଦେଶର ଗୋରେଖନାଥ ମନ୍ଦିରରେ ରବିବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଚୈତ୍ର ନବରାତ୍ରୀ ଏବଂ ଶ୍ରୀ ରାମନବମୀ ଅବସରରେ ୯ ଜଣ କନ୍ୟାଙ୍କ ପାଦ...

ନଦୀ ଜଳ ହଠାତ୍‌ ହେଲା କଳା, ଭାସୁଛନ୍ତି ଶହ ଶହ ମଲା ମାଛ…

ଇଟାନଗର,୩୦।୧୦: ଚାଇନାର ଏକ ବଡ଼ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ୍‌ ହୋଇଛି। ଅରୁଣାଚଳ ପ୍ରଦେଶର ପୂର୍ବ କାମେଙ୍ଗ ନଦୀର ଜଳ ହଠାତ୍‌ କଳା ହୋଇଯାଇଛି। ଫଳରେ ନଦୀରେ ଶହ...

‘କାବୁଲ ନଦୀ’ ଜଳ ଅଯୋଧ୍ୟା ପଠାଇଲେ ଆଫଗାନିସ୍ତାନ ବାଳିକା

ଅଯୋଧ୍ୟା, ୩୧।୧୦: ଆଫଗାନିସ୍ତାନର ଜଣେ ବାଳିକା ‘କାବୁଲ ନଦୀ’ ଜଳ ଅଯୋଧ୍ୟା ପଠାଇଛନ୍ତି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରବିବାର ଏହି ଜଳ ନେଇ ଅଯୋଧ୍ୟା...

ବାଜିମାରିଲା ଭାଜପା

ଶ୍ରୀନଗର,୨୯।୧୨: ଜମ୍ମୁ କଶ୍ମୀରରେ ଧାରା ୩୭୦ ହଟାଯିବା ପରେ ପ୍ରଥମ ଜିଲ୍ଲା ବିକାଶ ପରିଷଦ (ଡିଡିସି) ନିର୍ବାଚନରେ ଫାରୁକ ଅବଦୁଲ୍ଲାଙ୍କ ନେତୃତ୍ୱାଧୀନ ଗୁପକାର ମେଣ୍ଟ ଏବଂ...

ମଧୁମେହ ରୋଗୀଙ୍କ ପାଇଁ ଉପକାରୀ କ୍ୟାପ୍ସିକମ୍‌

ସାଧାରଣତଃ କ୍ୟାପ୍ସିକମକୁ ଚିଲି ତରକାରୀ କିମ୍ବା ସାଲାଡରେ ବ୍ୟବହାର କରାଯାଏ। କ୍ୟାପ୍ସିକମ କେବଳ ଖାଦ୍ୟର ସ୍ବାଦ ବଢ଼ାଇ ନ ଥାଏ, ଏହା ଶରୀର ପାଇଁ ବହୁ...

Advertisement
Archives

Model This Week