ଜୈବବିବିଧତାର ସୁରକ୍ଷିତ ଠିକଣା: ନୀଳରକ୍ତ କଙ୍କଡ଼ାଙ୍କ ମିଳନସ୍ଥଳ ପାଲଟିଛି ଗହୀରମଥା

ମହାକାଳପଡ଼ା,୫ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲାର ଭିତରକନିକା ଓ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ବିଭିନ୍ନ ବିରଳ ପ୍ରଜାତିର ସାମୁଦ୍ରିକ ଜୀବଜନ୍ତୁ ଦେଖିବାକୁ ମିଳନ୍ତି। ବିଶେଷ କରି ମହାନଦୀ ତ୍ରିକୋଣ ଭୂମି ଅବବାହିକା ହୁକିଟୋଲା, ଲଞ୍ଚଘୋଲା, ଷୋଳମୁହାଣ, ମାଦଳୀ, ବାବୁବାଲୀ, ଏକକୁଳାନାସି ଓ ସାତଭାୟା ଆଦି ତଟ କୂଳରେ ବଉଳା କୁମ୍ଭୀର, ଡଲଫିନ, ଲାଲ କଙ୍କଡା, ନୀଳରକ୍ତ କଙ୍କଡା, ଜେଲଫିସ୍‌, ସବୁଜ ଶାମୁକା, ସାର୍କ, ସାଙ୍କୁଚ ଓ ମଗର ଆଦି ଦେଖିବାକୁ ମିଳିଥାଏ। ବିରଳ ପ୍ରଜାତିର ନୀଳ ରକ୍ତ କଙ୍କଡା ଗୋଲାକାର ଓ ଲମ୍ବା ମୁନିଆ କଣ୍ଟା ଘୋଡା ଖୁରାକୃତ।
ବିଶେଷ କରି ପ୍ରଶାନ୍ତ ମହାସାଗର, ଭାରତ ମହାସାଗର ଓ ବଙ୍ଗୋପସାଗର କୂଳରେ ଯୋଡ଼ା ଯୋଡ଼ା ଦେଖିବାକୁ ମିଳେ। ଏହାକୁ ଲିଭିଂ ଫିସ୍‌ ଶ୍ରେଣୀ ୪ରେ ଅନ୍ତର୍ଭୁକ୍ତ କରାଯାଇଛି। ଗଭୀର ସମୁଦ୍ରରୁ ଆସି କୂଳରେ ମୌସୁମୀ ବର୍ଷା ପରବର୍ତ୍ତୀ ଅକ୍ଟୋବରରୁ ଜାନୁଆରୀ ପର୍ଯ୍ୟନ୍ତ ପୂର୍ଣ୍ଣିମା ଓ ଅମାବାସ୍ୟାର ଉଚ୍ଚ ଜୁଆରରେ ଏମାନଙ୍କ ମିଳନ ଘଟିଥାଏ। ହେଲେ ଏମାନଙ୍କ ବଂଶ ଏବେ ଧୀରେ ଧୀରେ ବିଲୁପ୍ତ ହେଲାଣି। ସାମୁଦ୍ରିକ ଜୈବ ବିବିଧତାରେ ଅସନ୍ତୁଳନ, ଗଭୀର ସମୁଦ୍ରରେ ବଡ଼ ଜାହାଜ ଚଳାଚଳ ସହିତ ଟ୍ରଲର, ବୋଟ ଓ ଗାଞ୍ଜ ଜାଲରେ ଛନ୍ଦିହୋଇ ସେମାନଙ୍କ ଜୀବନ ଯାଉଛି। ସମୁଦ୍ର ତଟରେ ସେମାନଙ୍କୁ ମୃତ ଅବସ୍ଥାରେ ପଡ଼ି ରହିଥିବା ଦେଖିବାକୁ ମିଳୁଛି ବୋଲି ପରିବେଶପ୍ରେମୀ ସମରେନ୍ଦ୍ର ମାହାଳି କହିଛନ୍ତି। ଏମାନଙ୍କ ରକ୍ତରେ ଲୌହ ବଦଳରେ ତମ୍ବା ଓ ହେମାସିଆନିନ୍‌ ନାମକ ରାସାୟନିକ ପଦାର୍ଥ ମିଶ୍ରିତ ଥିବାରୁ ରକ୍ତ ନୀଳବର୍ଣ୍ଣ ଦେଖାଯାଏ। ମାନବ ଶରୀର ପାଇଁ ଏହି କଙ୍କଡା ରକ୍ତରୁ ବିଭିନ୍ନ ଦୂରାରୋଗ୍ୟ ଔଷଧ ପ୍ରସ୍ତୁତି ହୋଇଥାଏ। କିଛି ବର୍ଷ ପୂର୍ବରୁ ଏହି ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳରୁ ନୀଳରକ୍ତ କଙ୍କଡା ଚାଲାଣ ଉପରେ ବନ ବିଭାଗ ବାରଣ କରିଥିଲା, ପରବର୍ତ୍ତୀ ସମୟରେ ଏହାର ଚାଲାଣ ବନ୍ଦ ରହିଛି। ଅପରପକ୍ଷରେ ୨ ବର୍ଷ ପୂର୍ବରୁ ବନ ବିଭାଗ ପକ୍ଷରୁ ବାଲେଶ୍ୱରରେ ୬୦ ନୀଳ ରକ୍ତ କଙ୍କଡାକୁ ସଂଗ୍ରହ କରାଯାଇ ଜିଓ ଟ୍ୟାଗ୍‌ କରାଯାଇଛି ବୋଲି ବନ ବିଭାଗ ପକ୍ଷରୁ ସେ ସମୟରେ ସୂଚନା ମିଳିଥିଲା। ଗହୀରମଥା ଓ ଭିତରକନିକା ଅଞ୍ଚଳରେ ଏହି ଜୀବର ଜିଓ ଟ୍ୟାଗ୍‌ କରାଗଲେ ଏହି ଜୀବ ବଂଶର ମୂଳ ଉତ୍ସ ସମ୍ପର୍କରେ ଗବେଷଣା କରାଯାଇ ବହୁ ଲୁକ୍କାୟିତ ତଥ୍ୟ ମିଳିପାରିବ ବୋଲି ପରିବେଶପ୍ରେମୀ ସୁବାସ ସ୍ବାଇଁ କହିଛନ୍ତି। ଏ ସସମ୍ପର୍କରେ ରାଜନଗର ବନଖଣ୍ଡ ଅଧିକାରୀ ଭରଦ୍ୱାଜ ଗାଓଁଙ୍କରଙ୍କୁ ପଚାରିବାରେ ଦିଲ୍ଲୀସ୍ଥିତ ଜୁଲୋଜିକାଲ ସର୍ବେକ୍ଷଣ ସଂସ୍ଥା(ଜେଡ୍‌ଏସ୍‌ଆଇ) ସର୍ଭେ କାର୍ଯ୍ୟ ଚଳାଇଛି। ରାଜନଗର ଓ ଭଦ୍ରକ ଦୁଇଟି ଡିଭିଜନର ସର୍ଭେ ଚାଲିଛି। ଅଦ୍ୟାବଧି ସର୍ଭେ ରିପୋର୍ଟ ମିଳିନି ବୋଲି ସେ କହିଛନ୍ତି ।

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଥାଲାସିମିଆ ରୋଗ କ’ଣ? ଗର୍ଭବତୀ ମହିଳାଙ୍କର ଏହି ସମସ୍ୟା ଥିଲେ କେମିତି କରାଯିବ ଚିକିତ୍ସା ଜାଣନ୍ତୁ…

ଥାଲାସିମିଆ ହେଉଛି ଏକ ବଂଶଗତ ରୋଗ । ଏହି ରୋଗରେ ଶରୀରରେ ସଠିକ୍ ପରିମାଣରେ ହିମୋଗ୍ଲୋବିନ୍ ଏବଂ ସୁସ୍ଥ ଲୋହିତ ରକ୍ତ କଣିକା ତିଆରି ହୋଇପାରେ ନାହିଁ।…

ସରକାରଙ୍କୁ ଅଭିଜିତ ଦୀପକେଙ୍କ ବଡ଼ ଚ୍ୟାଲେଞ୍ଜ, କହିଲେ ‘ଯଦି ସରକାର… ତେବେ ଆମେ ଏହାର ମୁକାବିଲା କରିବାକୁ ପ୍ରସ୍ତୁତ’

ନୂଆଦିଲ୍ଲୀ,୫।୧୦: ‘କକରୋଚ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେଇ କହିଛନ୍ତି ଯେ ସେମାନଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରା ନ…

ସୋହେଲା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଗଛରେ ପିଟିହେଲା ତୀର୍ଥଯାତ୍ରୀଙ୍କ କାର୍, ୬….

ବରଗଡ଼,୫।୧୦(ପ୍ରେମାନନ୍ଦ ଖମାରୀ): ବରଗଡ ଜିଲା ସୋହେଲା ମଧୁପୁର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ତୀର୍ଥଯାତ୍ରାରେ ଯାଉଥିବା ଏକ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଭାରସାମ୍ୟ…

ସୁନ୍ଦରଗଡ଼ ପିଏନବି ବ୍ୟାଙ୍କରେ ଭୟାବହ ଅଗ୍ନିକାଣ୍ଡ, ଧୂଆଁରେ ଆଚ୍ଛାଦିତ ହେଲା…

ସୁନ୍ଦରଗଡ,୫ା୧୦(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ସୋମବାର ଭୟାବହ ଅଗ୍ନିକାଣ୍ଡ ଘଟିଛି।ଖବର ପାଇ ଦୁଇଟି ଦମକଳ ଗାଡ଼ି ସହ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ…

‘୧୨ କୋଟି ୫୦ ଲକ୍ଷ ଲୋକ…’ ‘ଭାରତ’ ଲେଖି ବଡ଼ ଭୁଲ କଲେ ଟ୍ରମ୍ପ

ଓ୍ବାଶିଂଟନ,୫।୧୦: ବ୍ରାଜିଲରେ ରାଷ୍ଟ୍ରପତି ନିର୍ବାଚନ ଚାଲିଛି। ଏହାକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଥିଲେ, ଯେଉଁଥିପାଇଁ ତାଙ୍କୁ ଉପହାସର ଶିକାର…

୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନର ବାଜିଲା ବିଗୁଲ, ତାରିଖ ଘୋଷଣା କଲେ ଉଚ୍ଚ ଶିକ୍ଷାମନ୍ତ୍ରୀ

ଭୁବନେଶ୍ବର,୫ା୧୦: ଛାତ୍ର ସଂସଦ ନିର୍ବାଚନ ନେଇ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ବଡ଼ ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ ପରେ ନିର୍ବାଚନ ତାରିଖ ଘୋଷଣା…

ଖସିଲା ଜଳସ୍ତର: ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ସମସ୍ତ ସ୍ଲୁଇସ୍‌ ଗେଟ୍‌

ସମ୍ବଲପୁର,୫ା୧୦(ପ୍ରମୋଦ ବହିଦାର): ତିନିଦିନ ଧରି ହୀରାକୁଦ ଜଳଭଣ୍ଡାର ପୂଣ୍ଣଗର୍ଭା ରହିବା ପରେ ସୋମବାର ଜଳସ୍ତର ସାମାନ୍ୟ ହ୍ରାସ ପାଇଛି। ତେଣୁ ଆଜି ଜଳଭଣ୍ଡାରର ଖୋଲାଥିବା ଏକମାତ୍ର ସ୍ଲୁଇସ୍‌…

ସଞ୍ଜୁ ସାମସନଙ୍କ ଟାର୍ଗେଟରେ ସୁରେଶ ରାଇନା,ଏମ.ଏସ. ଧୋନି, କିନ୍ତୁ କାହିଁକି? ଜାଣନ୍ତୁ ଏହାର ବଡ଼ କାରଣ

ନୂଆଦିଲ୍ଲୀ,୫।୧୦: ୱେଷ୍ଟଇଣ୍ଡିଜ ବିପକ୍ଷରେ ଇତିହାସ ସୃଷ୍ଟି କରିବାର ସୁଯୋଗ ରହିଛି ଭାରତର ୱିକେଟ କିପର ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନଙ୍କ ନିକଟରେ। ୱେଷ୍ଟଇଣ୍ଡିଜ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?