ଭବିଷ୍ୟତର ଇନ୍ଧନ

ଡ. ନରେନ୍ଦ୍ର ସେଠୀ

ଅତି ମର୍ଯ୍ୟାଦାପୂର୍ଣ୍ଣ ଅନ୍ତର୍ଜାତୀୟ ବିଜ୍ଞାନ ଗବେଷଣା ପତ୍ରିକା ‘ଦି ଲାନ୍ସେଟ୍‌’ର ଏକ ସଦ୍ୟ ରିପୋର୍ଟ ଅନୁଯାୟୀ ଭାରତରେ କୋଇଲା ଜାଳେଣିଜନିତ ପ୍ରଦୂଷଣରେ ବର୍ଷକୁ ୯୫,୮୨୦ ଲୋକ ମୃତ୍ୟୁମୁଖରେ ପଡୁଛନ୍ତି । ଲଗାତର ବଢୁଥିବା ପ୍ରଦୂଷଣ ଅନେକ ସମସ୍ୟାର କାରଣ ହେଲାଣି। ଏ ସମୟରେ ବୈକଳ୍ପିକ ଇନ୍ଧନ ଭାବରେ ସୌର, ବାୟୁ, ଆଣବିକ ଶକ୍ତି ଉତ୍ସକୁ ଆପଣେଇବାକୁ ପଡ଼ିବ। ତେବେ ନିକଟ ଅତୀତରେ ଏକ ନୂଆ ବିକଳ୍ପ ଶକ୍ତି କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବାର ସୁଯୋଗ ସୃଷ୍ଟି କରିଛି। ତାହା ହେଲା ଉଦ୍‌ଜାନ ବା ହାଇଡ୍ରୋଜେନ। ସାଧରଣତଃ ପେଟ୍ରୋଲ, କୋଇଲା ଇତ୍ୟାଦି ଇନ୍ଧନ ଅନେକ ପ୍ରକାରର ହାନିକାରକ ତତ୍ତ୍ୱ ବାୟୁମଣ୍ଡଳରେ ପ୍ରବେଶ କରାଇଥାଏ। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଲା ହାଇଡ୍ରୋଜେନ ଇନ୍ଧନରେ କୌଣସି ପ୍ରଦୂଷିତ କଲାଭଳି ଜିନିଷ ନ ଥାଏ। ଏଥିରୁ ନିର୍ଗତ ଗ୍ୟାସ୍‌ ଭାବରେ ପାଣି ବା ବାଷ୍ପ ବାହାରିଥାଏ। ୧୮୭୪ରେ ଜୁଏଲ ଭର୍ଣ୍ଣ ନାମକ ଇଂରେଜୀ ବିଜ୍ଞାନୀ ପ୍ରଥମକରି ହାଇଡ୍ରୋଜେନ ବ୍ୟାଟେରି ପ୍ରସ୍ତୁତକରି ଏକ ବିକଳ୍ପ ଶକ୍ତି ଉତ୍ସର ପରିକଳ୍ପନା କରିଥିଲେ। ସେତେବେଳେ ତାହାର ବ୍ୟାପକତା କେହି ବୁଝି ନଥିଲେ ମଧ୍ୟ ଆଜି ମହାକାଶ ଯାନରେ ସେଇ ହାଇଡ୍ରୋଜେନ ବ୍ୟାଟେରି ଶକ୍ତିଉତ୍ସ ଭାବେ କାମ କରେ। ବର୍ତ୍ତମାନ ହାଇଡ୍ରୋଜେନ ବ୍ୟାଟେରି ଚାଳିତ ଉଡାଜାହାଜ, ବସ୍‌, ଟ୍ରକ, ମୋଟରସାଇକେଲ, ଟ୍ରେନ୍‌ ଓ ରକେଟ୍‌ ପ୍ରସ୍ତୁତ ହୋଇ ସଫଳତାର ସହ ପ୍ରଦର୍ଶନ ହୋଇସାରିଲାଣି। ସୂଚନାଯୋଗ୍ୟ ଯେ, ହାଇଡ୍ରୋଜେନ ଶକ୍ତିର ବ୍ୟାପକ ଉପଯୋଗିତା ପାଇଁ ନିକଟରେ ଇଣ୍ଟରନ୍ୟାଶନାଲ ପାର୍ଟନରଶିିପ ଅନ୍‌ ହାଇଡ୍ରୋଜେନ ଇକୋନୋମିର ସଂସ୍ଥାପକ ସଦସ୍ୟ ରାଷ୍ଟ୍ର ଭାବେ ଭାରତ ଯୋଗ ଦେଇଛି। ଭାରତ ୨୦୨୬-୨୭ ବେଳକୁ ଘରୋଇ ଶକ୍ତି କ୍ଷେତ୍ରରେ ଶତକଡ଼ା ୪୩% ଅଣପାରମ୍ପରିକ ଉତ୍ସର ଭାଗୀଦାରିତା ରଖିବା ଭଳି ଲକ୍ଷ୍ୟ ରଖିଛି।
ଜର୍ମାନୀ ଭଳି ବିକଶିତ ରାଷ୍ଟ୍ରରେ ଇସ୍ପାତ ଓ ଉତ୍ପାଦନରେ କୋଇଲା ବଦଳରେ ଉଦ୍‌ଜାନ ଜାଳେଣି ବ୍ୟବହାର ହେଉଛି। ହାଇଡ୍ରୋଜେନ ଇନ୍ଧନ ବ୍ୟବହାର ଜର୍ମାନୀର ଟ୍ରେନ୍‌ ଓ ବସ୍‌ରେ ମଧ୍ୟ ହେଲାଣି। ସ୍ପେନ୍‌ର ମାଦ୍ରିଦ୍‌, ଲଣ୍ଡନ ପ୍ରଭୃତି ସହରରେ ହାଇଡ୍ରୋଜେନ ଚାଳିତ ବସ ଚାଲୁଥିବାର ଦେଖାଗଲାଣି। ବିଶ୍ୱର ଆର୍ଥିକ ସଂସ୍ଥାଗୁଡ଼ିକର ଆକଳନ ଅନୁଯାୟୀ ୨୦୫୦ ବେଳକୁ ହାଇଡ୍ରୋଜେନ ଇନ୍ଧନର ବଜାର ଦୁଇଶହ ପଚାଶ ଲକ୍ଷ କୋଟି ଟଙ୍କାରେ ପହଞ୍ଚିବ। ପ୍ରାରମ୍ଭିକ ରୂପରେ ବିଶ୍ୱର ଅନେକ ଅଗ୍ରଣୀ କାର୍‌ ନିର୍ମାତାମାନେ ହାଇଡ୍ରୋଜେନ ଚାଳିତ କାର୍‌ ପ୍ରସ୍ତୁତ କରି ପ୍ରଦର୍ଶନ କରିଛନ୍ତି। ଥରେ ଇନ୍ଧନ ନେଲେ ୪୦୦ କି.ମି.ପର୍ଯ୍ୟନ୍ତ ଯାଇ ପାରୁଥିବା ହାଇଡ୍ରୋଜେନ କାର୍‌ ବିପୁଳ ସମ୍ଭାବନା ସୃଷ୍ଟି କରିଛି । ବ୍ୟାଟେରି ଚାଳିତ କାରକୁ ରିଚାର୍ଜ ହେବା ପାଇଁ ଆଠ ଦଶ ଘଣ୍ଟା ଲାଗୁଥିବା ବେଳେ ହାଇଡ୍ରୋଜେନ ଚାଳିତ କାର୍‌ ମାତ୍ର ପାଞ୍ଚ ମିନିଟ୍‌ ଭିତରେ ଇନ୍ଧନ ନେଇଥାଏ।
ଆମ ଦେଶ ଏକ କୃଷି ପ୍ରଧାନ ଦେଶ ଓ କୃଷିଜାତ ଅବଶେଷକୁ ବ୍ୟବହାର କରି ଆମେ ହାଇଡ୍ରୋଜେନ ଉତ୍ପନ୍ନ କରିପାରିବା। କୋଇଲା ଉପରେ ନିର୍ଭରଶୀଳ ଆମର ତାପଜ ବିଦ୍ୟୁତ୍‌ କେନ୍ଦ୍ର ଓ ଇସ୍ପାତ ଶିଳ୍ପରେ ଉଦ୍‌ଜାନ ଇନ୍ଧନ ବ୍ୟବହାର କରି କାର୍ବନ ଉତ୍ସର୍ଜନକୁ ହ୍ରାସ କରିହେବ। ଦେଶ ଭିତରେ ଅଳ୍ପ ଦୂରତା ପାଇଁ ବିମାନ ସେବାରେ ଏହି ଶସ୍ତା ଇନ୍ଧନ ବ୍ୟବହାର କଲେ ଦେଶର ବିମାନ ଯାତ୍ରାରେ ବୈପ୍ଳବିକ ପରିବର୍ତ୍ତନ ଅଣାଯାଇପାରିବ।
ହାଇଡ୍ରୋଜେନ ଭବିଷ୍ୟତର ଇନ୍ଧନ। ଏହି ଇନ୍ଧନ ଗମନାଗମନ ଓ ଶକ୍ତି କ୍ଷେତ୍ରରେ ଅସୁମାରି ବିପ୍ଳବ ଆଣିବ। ପେଟ୍ରୋଲିୟମ, ତୈଳ, କୋଇଲା ଓ ଅନ୍ୟ ଇନ୍ଧନଗୁଡ଼ିକ ଜାଗାରେ ଧୀରେ ଧୀରେ ଉଦ୍‌ଜାନ ଜାଳେଣି ବ୍ୟବହୃତ ହେବ। ଏପରିକି କଳକାରଖାନା ଓ ଘରେ ମଧ୍ୟ ଏହା ମୁଖ୍ୟ ଇନ୍ଧନ ରୂପେ ପଦାର୍ପଣ କରିବ। ସୂଚନାଯୋଗ୍ୟ ଯେ, ଭାରତର ପେଟ୍ରୋଲିୟମ ଆମଦାନୀ ୨୦୨୦ରେ ୧୦୧ ବିଲିୟନ ଆମେରିକୀୟ ଡଲାର ଥିଲା। ତେଣୁ ଆମ ଦେଶକୁ ଅଣପାରମ୍ପରିକ ଶକ୍ତିଉତ୍ସ ପବନ, ସୌର ଓ ଆଣବିକ ଶକ୍ତି ପରି ହାଇଡ୍ରୋଜେନ ଶକ୍ତିକୁ ଠାବ କରିବାକୁ ପଡ଼ିବ। ଏକ ଆର୍ଥିକ ମହାଶକ୍ତି ଓ ଉନ୍ନତ ଜୀବନଶୈଳୀ ପାଇଁ ଭାରତ ହାଇଡ୍ରୋଜେନ ଇନ୍ଧନକୁ ଆପଣେଇବାକୁ ପଡ଼ିବ।
ବୈଜ୍ଞାନିକ, ଭାବା ପରମାଣୁ ଗବେଷଣା କେନ୍ଦ୍ର, ପରିବେଶ ନିରୀକ୍ଷଣ ପରୀକ୍ଷାଗାର, ଝାଡ଼ଖଣ୍ଡ , ମୋ-୯୪୭୧୩୮୦୮୧୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଟ୍ରିସ୍କୁଟର ବିଷୟରେ କେବେ ଶୁଣିଛନ୍ତି କି। ଏଭଳି ସ୍କୁଟର ନିର୍ମାଣ କରିଛନ୍ତି ମାଙ୍ଗାଲୁରର ଗଣପତି ଭଟ୍ଟ । ଏହି ସ୍କୁଟର ରାସ୍ତାରେ ନ ଚାଲି କେବଳ...

ନକାରାତ୍ମକ ଖବର ଜାଣିବାର ଇଚ୍ଛା

ଡା. ସମ୍ରାଟ କର ସେଦିନ ବଡ଼ିସକାଳୁ ମୋର କମ୍ପ୍ୟୁଟର କ୍ଷିପ୍ରଲିଖ ସହକାରୀ ଶ୍ରଦ୍ଧେୟ ଶ୍ରୀକାନ୍ତର ଫୋନ ବାଜିଉଠିଲା। ସକାଳୁଆ ଶୁଭେଚ୍ଛା ଜଣାଇବା ସହ ବ୍ୟସ୍ତଭରା କଣ୍ଠରେ...

ଶକ୍ତ ବ୍ରେକ୍‌ ଆବଶ୍ୟକ

ଡ. ସନ୍ତୋଷ କୁମାର ମହାପାତ୍ର ଥରେ ଜଣେ ବନ୍ଧୁ ଦେଖାହେଲେ ଏବଂ ପଚାରିଲେ- ”ତମେ ସର୍ବଦା ବାମପନ୍ଥୀ ଚିନ୍ତାଧାରାରେ ଲେଖୁଛ ଏବଂ ଅନ୍ୟକୁ ସମାଲୋଚନା କରୁଛ।...

ହ୍ବେନ୍‌ ଇନ୍‌ ରୋମ୍‌…

ନିକଟରେ କାନାଡ଼ାର ଭାଙ୍କୋଭର ସହରରେ ଭାରତୀୟ ଛାତ୍ର ଚିରାଗ ଆନ୍ତିଲଙ୍କୁ ଗୁଳିକରି ହତ୍ୟା କରାଯାଇଛି। ଚିରାଗଙ୍କ ଘର ହରିୟାଣାରେ ଓ ସେ ୨୦୨୨ରେ ଉଚ୍ଚଶିକ୍ଷା ପାଇଁ...

ଏଇ ଭାରତରେ

ଘରର ସୌନ୍ଦର୍ଯ୍ୟ ପାଇଁ ବଗିଚାରେ ସୀମିତ ନରହି ସେଥିରୁ କେମିତି କିଛି ଉତ୍ପାଦନ ହୋଇପାରିବ ତାହା ଉପରେ ଗୁରୁତ୍ୱ ଦିଆଯିବା ଦରକାର। ଗୋଟିଏ କି ଦୁଇ...

ଗଣତାନ୍ତ୍ରିକ ଏକଚ୍ଛତ୍ରବାଦ

ଜନାର୍ଦ୍ଦନ ବନ୍ଦ୍ୟୋପାଧ୍ୟାୟ   ଗଣତନ୍ତ୍ର ଏବଂ ଏକଚ୍ଛତ୍ରବାଦ ଦୁଇଟି ବିପରୀତବୋଧକ ଶବ୍ଦ ହୋଇଥିଲେ ମଧ୍ୟ ସମୟ ସମୟରେ ଗଣତନ୍ତ୍ରର ଖୋଳପା ପିନ୍ଧି ସଂଖ୍ୟାଗରିଷ୍ଠତାକୁ ଆଶ୍ରୟ କରି...

ସ୍ମାର୍ଟ ପିଲାଙ୍କ ମାଆବାପା

ଅଧ୍ୟାପକ ନିରଞ୍ଜନ ପାଢ଼ୀ   ଅଳ୍ପଦିନ ତଳେ ରାଜଧାନୀର ଏକ ନାମୀଦାମୀ ଇଂରାଜୀ ସ୍କୁଲର ବାର୍ଷିକ ଉତ୍ସବ ଅବସରରେ ଆୟୋଜିତ ହୋଇଥିଲା ଏକ ଅଭିନବ କାର୍ଯ୍ୟକ୍ରମ।...

ଯୁଦ୍ଧାଭିମୁଖୀ

ଦୁଇବର୍ଷ ପୂର୍ବେ ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ଏବଂ ଗତବର୍ଷ ୭ ଅକ୍ଟୋବରରେ ଇସ୍ରାଏଲ-ହମାସ ଯୁଦ୍ଧର ପରିଣତି ବିଶ୍ୱ ଦେଖିଚାଲିଛି। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ୧୩...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri