Posted inଖେଳ

ଫ୍ରେଞ୍ଚ୍‌ ଓପନ୍‌ ଟେନିସ୍‌ : ଦ୍ୱିତୀୟ ରାଉଣ୍ଡରେ ଥିମ୍‌, ଓ୍ବାରିଙ୍କା, ଜେଭେରେଭ

ପ୍ୟାରିସ୍‌,୨୯।୯(ଏପି): ବର୍ଷର ଦ୍ୱିତୀୟ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଫ୍ରେଞ୍ଚ୍‌ ଓପନ ପୁରୁଷ ସିଙ୍ଗଲ୍ସରେ ସିଡେଡ୍‌ ଖେଳାଳିମାନେ ବିଜୟ ଅଭିଯାନ କରିଛନ୍ତି। ୟୁଏସ୍‌ ଓପନ୍‌ ଚାମ୍ପିୟନ ଡୋମିନିକ ଥିମ୍‌, ରନର୍ସଅପ୍‌ ଆଲେକଜାଣ୍ଡର ଜେଭେରେଭଙ୍କ ସମେତ ଷ୍ଟାନିସଲାସ ଓ୍ବାରିଙ୍କା, ଡିଏଗୋ ସ୍ବାର୍ଜମ୍ୟାନ ଓ ଅନ୍ୟମାନେ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି।
ତୃତୀୟ ସିଡ୍‌ ମାନ୍ୟତା ପାଇଥିବା ଅଷ୍ଟ୍ରିଆର ଥିମ୍‌ ପୂର୍ବତନ ୟୁଏସ୍‌ ଓପନ୍‌ ଚାମ୍ପିୟନ କ୍ରୋଏସିଆର ମାରିନ ସିଲିକଙ୍କୁ ୬-୪, ୬-୩, ୬-୩ ସେଟ୍‌ରେ ପରାସ୍ତ କରି ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଥିମ୍‌ ଏବେ ଆମେରିକୀୟ କ୍ୱାଲିଫାୟର ଜ୍ୟାକ୍‌ ସକଙ୍କୁ ଭେଟିବେ। ଜ୍ୟାକ ପ୍ରଥମ ରାଉଣ୍ଡରେ ରିଲି ଓପେଲକାଙ୍କୁ ୬-୪, ୬-୪, ୬-୩ ସେଟ୍‌ରେ ପରାସ୍ତ କରି ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି।
ସେହିପରି ଷଷ୍ଠ ସିଡ୍‌ ଖେଳାଳି ଜର୍ମାନୀର ଆଲେକଜାଣ୍ଡର ଜେଭେରେଭ ୭-୫, ୬-୨, ୬-୪ ସେଟ୍‌ରେ ଅଷ୍ଟ୍ରିଆର ଡେନିସ ନୋଭାକଙ୍କୁ ହରାଇ ଦ୍ୱିତୀୟ ରାଉଣ୍ଡକୁ ଉଠିଛନ୍ତି। ସେ ଏବେ ଫ୍ରାନ୍ସର ପିଏର ହ୍ୟୁଗ୍ସ ହେର୍ବାର୍ଟଙ୍କୁ ଭେଟିବେ। ହେର୍ବାର୍ଟ ୬-୩, ୬-୨, ୬-୩ ସେଟ୍‌ରେ ଆମେରିକାର ମାଇକେଟ ମୋଙ୍କୁ ହରାଇ ଦ୍ୱିତୀୟ ରାଉଣ୍ଡକୁ ଉଠିଛନ୍ତି। ଅନ୍ୟପଟେ ୧୬ତମ ସିଡ୍‌ ସୁଇଜରଲାଣ୍ଡର ଷ୍ଟାନିସ୍‌ଲାସ ଓ୍ବାରିଙ୍କା ପ୍ରଥମ ରାଉଣ୍ଡରେ ବ୍ରିଟେନର ଆଣ୍ଡି ମୁରେଙ୍କୁ ୬-୧, ୬-୩, ୬-୨ ସେଟ୍‌ରେ ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କରିଛନ୍ତି। ମାତ୍ର ୯୭ ମନିଟ୍‌ରେ ମୁରେ ପରାସ୍ତ ହୋଇଥିଲେ। ଓ୍ବାରିଙ୍କା ଏବେ ଜର୍ମାନୀର ଡୋମିନିକ୍‌ କୋଏପ୍‌ଫେରଙ୍କୁ ଭେଟିବେ। କୋଏପଫେର ପ୍ରଥମ ରାଉଣ୍ଡରେ ଫ୍ରାନ୍ସର ଆଣ୍ଟୋନିଓ ହେଆଙ୍ଗଙ୍କୁ ୬-୨, ୩-୬, ୬-୧, ୬-୧ ସେଟ୍‌ରେ ହରାଇ ଅଗ୍ରଗତି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ମଦ ଦୋକାନକୁ ନେଇ ବଢୁଛି ଅସନ୍ତୋଷ, ଅନ୍ୟତ୍ର ସ୍ଥାନାନ୍ତର ଦାବି

କେନ୍ଦୁଝର,୧୪ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାପାଳ, ଆରକ୍ଷୀ ଅଧୀକ୍ଷକ, ଡିଏଫ୍‌ଓଙ୍କ କାର୍ଯ୍ୟାଳୟ ସମ୍ମୁଖ ଗୁରୁତ୍ୱପୂର୍ଣ୍ଣ ଟ୍ରାଫିକ ଛକରେ ଏକ ଠିପିବନ୍ଦ ମଦ ଦୋକାନ ପୁଣିଥରେ ଖୋଲିବାକୁ ନେଇ…

ଦିଗପହଣ୍ଡିରେ ଶ୍ରୀଗଣେଶ ପୂଜା ମହୋତ୍ସବ, ଦେବୀ ଗଙ୍ଗାଙ୍କୁ ଆବାହନ ପରେ କଳସ ଯାତ୍ରା

ଦିଗପହଣ୍ଡି,୧୪ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ବଜାର ସାହି ପୂଜା କମିଟି ପକ୍ଷରୁ ୪୬ ତମ ଶ୍ରୀ ଗଣେଶ ପୂଜା ମହୋତ୍ସବ ସୋମବାର ଠାରୁ…

ଘାଟିରେ ଓଲଟିଲା ଚାଉଳ ବୋଝେଇ ଟ୍ରକ୍‌

ପଟାଙ୍ଗି,୧୪ା୯(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ଜୋଡିମାଦଲି ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି ଚାଉଳ ବୋଝେଇ ଟ୍ରକ୍‌ । ସୂଚନା ଅନୁସାରେ…

ଦିଶା ମୃତ୍ୟୁ ମାମଲା; CBI ଏଫ୍‌ଆଇଆର୍‌ରେ ଆଦିତ୍ୟ ଠାକ୍‌ରେ….

ମୁମ୍ବାଇ,୧୪।୯: ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁ ମାମଲାରେ ବଡ଼ ଖବର ସାମ୍ନାକୁ ଆସିଛି । ପ୍ରାୟ ୬ ବର୍ଷ…

ସାଉଦି ପାଇପଲାଇନ୍‌କୁ ବନ୍ଦ କରିଦେଲା ଡ୍ରୋନ୍‌ ଆକ୍ରମଣ, ଏହା ଭାରତକୁ ପ୍ରଭାବିତ କରିବ କି ଜାଣନ୍ତୁ…

ରିୟାଦ୍‌,୧୪ା୯: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବେ ବିଶ୍ୱ ତୈଳ ବଜାର ଉପରେ ଗୁରୁତର ପ୍ରଭାବ ପକାଉଛି। ଡ୍ରୋନ୍‌ ଆକ୍ରମଣ ପରେ ସାଉଦି ଆରବର ଗୁରୁତ୍ୱପୂର୍ଣ୍ଣ ପୂର୍ବ-ପଶ୍ଚିମ ତୈଳ…

ବାଇକକୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରକ, ବାପା ଆଗରେ ଚାଲିଗଲା ମା’-ଛୁଆଙ୍କ ଜୀବନ

​ସମ୍ବଲପୁର,୧୪।୯(ପ୍ରମୋଦ ବହିଦାର): ନୂଆଁଖାଇ ପର୍ବ ପାଳନ ପାଇଁ ଖୁସି ମନରେ ଘରକୁ ଫେରୁଥିବା ଏକ ନିଷ୍ପାପ ପରିବାର ଉପରେ କାଳ ସାଜି ମାଡ଼ିଆସିଲା ଦ୍ରୁତଗାମୀ ଟ୍ରକ୍ ।…

ପୁଣି ରୋମାନ୍ସ କରିବେ ବିଜୟ-ରଶ୍ମିକା: ଏଥର ବଢୁଛି ଚର୍ଚ୍ଚା

ସାଉଥ ସୁପରଷ୍ଟାର ବିଜୟ ଦେବରକୋଣ୍ଡା ଓ ରଶ୍ମିକା ମନ୍ଦାନାଙ୍କ ଅନସ୍କ୍ରିନ୍‌ କେମିଷ୍ଟ୍ରିକୁ ଦର୍ଶକେ ସବୁବେଳେ ପସନ୍ଦ କରିଆସିଛନ୍ତି। ଏବେ ଦୁହେଁ ପୁଣିଥରେ ଏକାଠି ପରଦାରେ ନଜର ଆସିବେ।…

ନେରେଡି ବ୍ୟାରେଜ ବିବାଦ: ‘ବଂଶଧାରା ବଞ୍ଚାଅ, ଓଡ଼ିଶା ବଞ୍ଚାଅ’ ଦାବିରେ ନୀରବ ସତ୍ୟାଗ୍ରହ

ଗୁଣପୁର,୧୪ା୯(ସୁଜାତା ପାଢ଼ୀ): ବଂଶଧାରା ନଦୀ ତଳମୁଣ୍ଡରେ ପ୍ରସ୍ତାବିତ ନେରେଡି ବ୍ୟାରେଜ ପାଇଁ ଓଡ଼ିଶାର ୧୦୬ ଏକର ସରକାରୀ ଜମି ଆନ୍ଧ୍ରପ୍ରଦେଶକୁ ହସ୍ତାନ୍ତର ପ୍ରସଙ୍ଗକୁ ବିରୋଧ କରି ଦଣ୍ଡକାରଣ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?