Posted inଖେଳ

ଫ୍ରେଞ୍ଚ୍‌ ଓପନ୍‌ ଟେନିସ୍‌ : ଦ୍ୱିତୀୟ ରାଉଣ୍ଡରେ ଥିମ୍‌, ଓ୍ବାରିଙ୍କା, ଜେଭେରେଭ

ପ୍ୟାରିସ୍‌,୨୯।୯(ଏପି): ବର୍ଷର ଦ୍ୱିତୀୟ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଫ୍ରେଞ୍ଚ୍‌ ଓପନ ପୁରୁଷ ସିଙ୍ଗଲ୍ସରେ ସିଡେଡ୍‌ ଖେଳାଳିମାନେ ବିଜୟ ଅଭିଯାନ କରିଛନ୍ତି। ୟୁଏସ୍‌ ଓପନ୍‌ ଚାମ୍ପିୟନ ଡୋମିନିକ ଥିମ୍‌, ରନର୍ସଅପ୍‌ ଆଲେକଜାଣ୍ଡର ଜେଭେରେଭଙ୍କ ସମେତ ଷ୍ଟାନିସଲାସ ଓ୍ବାରିଙ୍କା, ଡିଏଗୋ ସ୍ବାର୍ଜମ୍ୟାନ ଓ ଅନ୍ୟମାନେ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି।
ତୃତୀୟ ସିଡ୍‌ ମାନ୍ୟତା ପାଇଥିବା ଅଷ୍ଟ୍ରିଆର ଥିମ୍‌ ପୂର୍ବତନ ୟୁଏସ୍‌ ଓପନ୍‌ ଚାମ୍ପିୟନ କ୍ରୋଏସିଆର ମାରିନ ସିଲିକଙ୍କୁ ୬-୪, ୬-୩, ୬-୩ ସେଟ୍‌ରେ ପରାସ୍ତ କରି ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଥିମ୍‌ ଏବେ ଆମେରିକୀୟ କ୍ୱାଲିଫାୟର ଜ୍ୟାକ୍‌ ସକଙ୍କୁ ଭେଟିବେ। ଜ୍ୟାକ ପ୍ରଥମ ରାଉଣ୍ଡରେ ରିଲି ଓପେଲକାଙ୍କୁ ୬-୪, ୬-୪, ୬-୩ ସେଟ୍‌ରେ ପରାସ୍ତ କରି ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି।
ସେହିପରି ଷଷ୍ଠ ସିଡ୍‌ ଖେଳାଳି ଜର୍ମାନୀର ଆଲେକଜାଣ୍ଡର ଜେଭେରେଭ ୭-୫, ୬-୨, ୬-୪ ସେଟ୍‌ରେ ଅଷ୍ଟ୍ରିଆର ଡେନିସ ନୋଭାକଙ୍କୁ ହରାଇ ଦ୍ୱିତୀୟ ରାଉଣ୍ଡକୁ ଉଠିଛନ୍ତି। ସେ ଏବେ ଫ୍ରାନ୍ସର ପିଏର ହ୍ୟୁଗ୍ସ ହେର୍ବାର୍ଟଙ୍କୁ ଭେଟିବେ। ହେର୍ବାର୍ଟ ୬-୩, ୬-୨, ୬-୩ ସେଟ୍‌ରେ ଆମେରିକାର ମାଇକେଟ ମୋଙ୍କୁ ହରାଇ ଦ୍ୱିତୀୟ ରାଉଣ୍ଡକୁ ଉଠିଛନ୍ତି। ଅନ୍ୟପଟେ ୧୬ତମ ସିଡ୍‌ ସୁଇଜରଲାଣ୍ଡର ଷ୍ଟାନିସ୍‌ଲାସ ଓ୍ବାରିଙ୍କା ପ୍ରଥମ ରାଉଣ୍ଡରେ ବ୍ରିଟେନର ଆଣ୍ଡି ମୁରେଙ୍କୁ ୬-୧, ୬-୩, ୬-୨ ସେଟ୍‌ରେ ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କରିଛନ୍ତି। ମାତ୍ର ୯୭ ମନିଟ୍‌ରେ ମୁରେ ପରାସ୍ତ ହୋଇଥିଲେ। ଓ୍ବାରିଙ୍କା ଏବେ ଜର୍ମାନୀର ଡୋମିନିକ୍‌ କୋଏପ୍‌ଫେରଙ୍କୁ ଭେଟିବେ। କୋଏପଫେର ପ୍ରଥମ ରାଉଣ୍ଡରେ ଫ୍ରାନ୍ସର ଆଣ୍ଟୋନିଓ ହେଆଙ୍ଗଙ୍କୁ ୬-୨, ୩-୬, ୬-୧, ୬-୧ ସେଟ୍‌ରେ ହରାଇ ଅଗ୍ରଗତି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନାଡା ଶୃଙ୍ଖଳାଗତ ପ୍ୟାନେଲରେ ପୁଣି ଅଖିଲ୍‌

ନୂଆଦିଲ୍ଳୀ,୧୨।୫(ପି.ଟି.): ପୂର୍ବତନ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ପଦକ ବିଜେତା ବକ୍ସର ଅଖିଲ୍‌ କୁମାରଙ୍କୁ ପୁଣି ଥରେ ଜାତୀୟ ନିଶା ନିବାରଣ ସଂସ୍ଥା (ନାଡା) ଶୃଙ୍ଖଳାଗତ କମିଟିରେ...

ଟାଇସନଙ୍କ ବିରୋଧରେ ବଳାତ୍କାର ମାମଲା

ନ୍ୟୁୟର୍କ,୨୬ା୧(ଏପି): ଜଣେ ମହିଳା ପୂର୍ବତନ ହେଭିଓ୍ବେଟ ବକ୍ସିଂ ଚାମ୍ପିୟନ ମାଇକ୍‌ ଟାଇସନଙ୍କ ବିରୋଧରେ ଏକ ବଳାତ୍କାର ମାମଲା ରୁଜୁ କରିଛନ୍ତି। ମହିଳା ଜଣକ କହିଛନ୍ତି, ୧୯୯୦...

ଗୋଟିଏ ଦିନରେ ଦୁଇ କ୍ରିକେଟରଙ୍କ ଅବସର

ନୂଆଦିଲ୍ଲୀ,୨୬।୨: ଭାରତ ପାଇଁ ଅନ୍ତର୍ଜାତୀୟ କ୍ରିକେଟ ଖେଳିଥିବା ଦୁଇ ଖେଳାଳି ଶୁକ୍ରବାର ଅବସର ଘୋଷଣା କରିଛନ୍ତି। ଗୋଟିଏ ପକ୍ଷରେ ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ ୟୁସୁଫ ପଠାନ...

ବାଇକ୍‌ ଧରି ଏକୁଟିଆ ବୁଲୁଛନ୍ତି ଧୋନୀ

ରାଞ୍ଚି,୧୦।୧୧: ଆଇପିଏଲ୍‌ ୨୦୨୦ରେ ନୈରାଶଜନକ ପ୍ରଦର୍ଶନ କରି ୟୁଏଇରୁ ଭାରତ ଫେରିଛନ୍ତି ଚେନ୍ନାଇ ସୁପର୍‌ କିଙ୍ଗସ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ସେ ଦୁବାଇରୁ ସିଧା...

ଫର୍ମୁଲାଓ୍ବାନ ମୋଟରରେସିଂ: ଭର୍ଷ୍ଟାପେନ୍‌ ଜିତିଲେ ଅଷ୍ଟ୍ରିଆନ ଗ୍ରାଁ ପ୍ରି

ସ୍ପେଲବର୍ଗ (ଅଷ୍ଟ୍ରିଆ), ୫।୭- ରେଡ୍‌ବୁଲ୍‌ ଡ୍ରାଇଭର ମ୍ୟାକ୍ସ ଭର୍ଷ୍ଟାପେନ ଅଷ୍ଟ୍ରିଆନ ଗ୍ରାଁ ପ୍ରି ଫର୍ମୁଲାଓ୍ବାନ ମୋଟରରେସିଂ ଟାଇଟଲ ଜିତିଛନ୍ତି। ରବିବାର ଅନୁଷ୍ଠିତ ରେସ୍‌ରେ ସେ ୧:୨୩:୫୪.୫୪୩...

ବିରାଟ-ରୋହିତଙ୍କ ପରେ କେବଳ ଏହି କ୍ରିକେଟର ହେଉଛନ୍ତି ‘କମ୍ପ୍ଲିଟ୍‌ ବ୍ୟାଟ୍ସମ୍ୟାନ୍‌’: ହରଭଜନ

ନୂଆଦିଲ୍ଲୀ,୨୮।୭: ଶ୍ରୀଲଙ୍କା ଗସ୍ତରେ ଅନେକ ଭାରତୀୟ ଖେଳାଳି ଚମତ୍କାର ପ୍ରଦର୍ଶନ କରିଛନ୍ତି। ଏହିପରି ଖେଳାଳି ହେଉଛନ୍ତି ସୂର୍ଯ୍ୟକୁମାର ଯାଦବ। ନିଜର ଏକଦିବସୀୟ ସିରିଜରେ ସୂର୍ଯ୍ୟକୁମାର ୩...

ଅଲିମ୍ପିକ୍‌ ଷ୍ଟାଫ୍‌ ମେମ୍ବର କରୋନା ଭାଇରସ ପଜିଟିଭ

ଟୋକିଓ,୨୨।୪ (ଏପି): ଟୋକିଓ ଅଲିମ୍ପିକ୍ସ ଆୟୋଜକ କମିଟିର ଜଣେ ଷ୍ଟାଫ୍‌ ସଦସ୍ୟ କରୋନା ଭାଇରସ ପଜିଟିଭ ବୋଲି ଜଣାପଡିଛି। ଏ ସଂକ୍ରାନ୍ତରେ ଟୋକିଓ ଆୟୋଜକଙ୍କ ତରଫରୁ...

ଇଞ୍ଜୁରୀ କାରଣରୁ ୨୦୨୧ ଆରମ୍ଭ ପର୍ଯ୍ୟନ୍ତ ଫେଡରର ଖେଳିବେନି

ଲଣ୍ଡନ,୧୦।୬(ଏପି): ଚଳିତ ୨୦୨୦ ବର୍ଷରେ ଆୟୋଜନ ହେବାକୁ ଥିବା ବାକି ଟୁର୍ନାମେଣ୍ଟଗୁଡିକରୁ ବାଦ୍‌ ପଡିଛନ୍ତି ସୁଇଜରଲାଣ୍ଡ ଅଭିଜ୍ଞ ଟେନିସ୍‌ ତାରକା ରୋଜର ଫେଡରର। ଡାହାଣ ଆଣ୍ଠୁରେ...

Advertisement
Archives

Model This Week