ଗୁଣସୂତ୍ର ଶୁଦ୍ଧତା ଯାଞ୍ଚ

ଭାରତ ସରକାର ଦେଶବାସୀଙ୍କ ଜାତିଗତ ଶୁଦ୍ଧତା ଉପରେ ଯାଞ୍ଚ ପାଇଁ ଡିଏନ୍‌ଏ ପରୀକ୍ଷା କରାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ପ୍ରାଥମିକ ପର୍ଯ୍ୟାୟରେ ୧୦ କୋଟି ଟଙ୍କାର କିଟ୍‌ ଅର୍ଡର କରାଯାଇଥିବା ନେଇ କେତେକ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇବା ପରେ ଦେଶରେ ବିବାଦ ମୁଣ୍ଡ ଟେକିଛି। ବିବାଦ ସୃଷ୍ଟିହେବା ପରେ ଏପରି କୌଣସି ଉଦ୍ଦେଶ୍ୟ ନ ଥିବା ଦର୍ଶାଇ ମନ୍ତ୍ରଣାଳୟ ଏହାକୁ ଖଣ୍ଡନ କରିଛି।
ୟୁରୋପ, ଉତ୍ତର ଆମେରିକା ଓ ଅଷ୍ଟ୍ରେଲିଆ ସମେତ ବିଶ୍ୱର ଅନ୍ୟ କେତେକ ଭାଗରେ ଉଗ୍ର ଜାତୀୟତାବାଦ ବଢ଼ିବାରେ ଲାଗିଛି। ଭାରତରେ ମଧ୍ୟ ଦକ୍ଷିଣପନ୍ଥୀମାନେ ନିଜ ଗୌରବମୟ ଇତିହାସକୁ ନେଇ ଗର୍ବ ଅନୁଭବ କରିଥାନ୍ତି। ବିଶେଷକରି ଉତ୍ତର ଭାରତରେ ଜାତିପ୍ରଥାର ପ୍ରାଦୁର୍ଭାବ ଦେଖିବାକୁ ମିଳିଥାଏ। ଉଚ୍ଚ ଜାତିର ଲୋକେ ନିଜକୁ ଆର୍ଯ୍ୟ ବିବେଚନାକରି ନିମ୍ନ ବର୍ଣ୍ଣର ଲୋକଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଥାଏ। ଏହି ପରିପ୍ରେକ୍ଷୀରେ ନୂଆ ବିବାଦକୁ ଇନ୍ଧନ ଦେବା ଭଳି ଏକ ପ୍ରସଙ୍ଗ ସାମ୍ନାକୁ ଆସିଛି। ବେଙ୍ଗାଲୁରୁସ୍ଥିତ ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସର ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଆଡଭାନ୍ସ ଷ୍ଟଡିଜ ସହକାରୀ ପ୍ରାଧ୍ୟାପକ ବସନ୍ତ ଏସ୍‌.ସିନ୍ଧେଙ୍କ ସହ ୨ମାସ ତଳେ ସଂସ୍କୃତି ମନ୍ତ୍ରଣାଳୟର ସଚିବ ଗୋବିନ୍ଦ ମୋହନ ଓ ଅନ୍ୟ କେତେଜଣ ବିଦ୍ୱାନ ହାଇଦ୍ରାବାଦରେ ବୈଠକ କରିଥିଲେ। ଉକ୍ତ ବୈଠକ ପରେ ୧୪୦ କୋଟି ଭାରତୀୟଙ୍କ ଜିନ୍‌ଗତ ଶୁଦ୍ଧତା ଉପରେ ଅଧ୍ୟୟନ ଲାଗି ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି। ଏହାଦ୍ୱାରା ଆନୁବଂଶିକ ଇତିହାସ ପ୍ରମାଣ କରାଯାଇପାରିବ ବୋଲି କେନ୍ଦ୍ର ସରକାର ବିବେଚନା କରୁଛନ୍ତି। ଡିଏନ୍‌ଏ-ପ୍ରୋଫାଇଲିଂ କିଟ୍ସ ଓ ଅନ୍ୟ ଉପକରଣ କିଣିବା ପାଇଁ ମନ୍ତ୍ରଣାଳୟ ୧୦ କୋଟି ଟଙ୍କା ଆବଣ୍ଟନ କରିଛି। ଆର୍ଯ୍ୟମାନେ ଅନ୍ୟ ଦେଶରୁ ଭାରତକୁ ଆସି ଏଠାକାର ମୂଳ ବାସିନ୍ଦାମାନଙ୍କୁ ବିସ୍ଥାପିତ କରିଥିବା ନେଇ ଏକ ସିଦ୍ଧାନ୍ତ ରହିଛି, ଯାହାକୁ ପ୍ରତ୍ନତତ୍ତ୍ୱବିତ୍‌ ସିନ୍ଧେ ଖଣ୍ଡନ କରିଛନ୍ତି। ସିନ୍ଧେ କହିଛନ୍ତି, ୧୦,୦୦୦ ବର୍ଷ ପୂର୍ବେ ଭାରତୀୟ ଜନସଂଖ୍ୟାର ମୂଳ ଆନୁବଂଶିକ ଢାଞ୍ଚାରେ ପରିବର୍ତ୍ତନ ଓ ଜିନ୍‌ର ମିଶ୍ରଣ ହୋଇଥିଲା। ଜନସଂଖ୍ୟାରେ ଯୋଗସୂତ୍ରର ସାନ୍ଧ୍ରତା ଓ କେଉଁ ସମୟରେ ଏହି ପ୍ରକ୍ରିୟା ଘଟୁଛି ତାହା ଉପରେ ଆନୁବଂଶିକ ପରିବର୍ତ୍ତନ ନିର୍ଭରକରିଥାଏ। ଏହା ଜାଣିବା ପରେ ଆନୁବଂଶିକ ଇତିହାସ ସମ୍ପର୍କରେ ଆମର ସମ୍ପୂର୍ଣ୍ଣ ଧାରଣା ଆସିଯିବ। ଭାରତରେ ଜାତିଗୁଡ଼ିକର ବିଶୁଦ୍ଧତାକୁ ପରଖିବା ପାଇଁ ଏହା ଏକ ଉଦ୍ୟମ ବୋଲି ସିନ୍ଧେ କହିଛନ୍ତି।
ଆସନ୍ତୁ, ସର୍ବେପ୍ରଥମେ ଜାଣିବା ରେସିଆଲ ପ୍ୟୁରିଟି କ’ଣ? ଏହା ହେଉଛି ଜାତି/ବର୍ଣ୍ଣ ଆଧାରିତ ଗୁଣସୂତ୍ରର ଶୁଦ୍ଧତା। ଏହା ଆଧାରରେ ଜଣେ ବ୍ୟକ୍ତି କେଉଁ କୁଳ ବା ବଂଶରୁ ଆସିଛନ୍ତି ସେହି ଉତ୍ସ ଜାଣିବା ପାଇଁ ଡିଏନ୍‌ଏ ନମୁନା ସଂଗ୍ରହକରି ଯାଞ୍ଚ କରାଯାଇଥାଏ। ଅଧ୍ୟୟନ ପରେ ମଣିଷ ଜାତିକୁ ଉଚ୍ଚରୁ ନୀଚ ଅନୁକ୍ରମରେ ରଖାଯାଇଥାଏ। ୧୯୦୦-୧୯୨୦ ମଧ୍ୟରେ ଆମେରିକାରେ ଶ୍ୱେତାଙ୍ଗମାନଙ୍କ ସୁରକ୍ଷା ଆଳରେ ଜାତିଗତ ଶୁଦ୍ଧତା ଅଭିଯାନ ଜୋର ଧରିଥିଲା। ଜର୍ମାନୀର ଏକଚ୍ଛତ୍ରବାଦୀ ଶାସକ ଆଡଲ୍ଫ ହିଟ୍‌ଲର ବିଭିନ୍ନ ଜାତି ଆଧାରରେ ଏକ ରେସିଆଲ ପଲିସି କାର୍ଯ୍ୟକାରୀ କରାଇଥିଲେ। ଏଥିରେ ଆର୍ଯ୍ୟ ଜାତିକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇଥିଲା। ୧୯୩୫ ସେପ୍ଟେମ୍ବର ୧୫ରେ ନ୍ୟୁରେମ୍ବର୍ଗ ଲ ନାମରେ ଏକ ବିବାଦୀୟ ଆଇନ ପ୍ରଣୟନ କରାଯାଇଥିଲା।
କୋଲକାତାସ୍ଥିତ ଭାରତର ନୂତତ୍ତ୍ୱ ବିଜ୍ଞାନ ସର୍ବେକ୍ଷଣ ସଂସ୍ଥା ଏଏନ୍‌ଏସ୍‌ଆଇ ଜାତିଗତ ଶୁଦ୍ଧତା ଯାଞ୍ଚ ପ୍ରସଙ୍ଗ ପଛରେ ରାଜନୈତିକ ଉଦ୍ଦେଶ୍ୟ ଥିବା ଦର୍ଶାଇ ପ୍ରକଳ୍ପ କାର୍ଯ୍ୟରୁ ଓହରିଯାଇଛି। ୨୦୧୯ ରେ ପ୍ରକଳ୍ପ ଆରମ୍ଭ ବେଳେ ଏହି ସଂସ୍ଥା ସେଥିରେ ସାମିଲ ଥିଲା। ସେତେବେଳେ ଏଏନ୍‌ଏସ୍‌ଆଇ ପକ୍ଷରୁ କୁହାଯାଇଥିଲା ଯେ, ମଣିଷ ଶରୀରରେ ଥିବା କୋଷିକାକୁ ସମ୍ପୃକ୍ତ ବ୍ୟକ୍ତି କେଉଁ କୁଳ ବା ବଂଶରୁ ଆସିଛନ୍ତି ସେହି ଉତ୍ସ ଜାଣିବା ପାଇଁ ଡିଏନ୍‌ଏ ନମୁନା ବିକଶିତ କରିବା ପ୍ରକଳ୍ପର ଉଦ୍ଦେଶ୍ୟ। ଏହାକୁ ସାମ୍ପ୍ରତିକ ସମୟରେ ଭାରତୀୟ ଜନସଂଖ୍ୟାର ଗୁଣସୂତ୍ର ଅନୁକ୍ରମ ବହୁରୂପତାରେ ବ୍ୟବହାର କରାଯାଇପାରିବ। ପ୍ରକାଶ ଯେ, ଏଏନ୍‌ଏସ୍‌ଆଇ ଭାରତରେ ବସବାସ କରୁଥିବା ଲୋକଙ୍କ ଜାତିର ଅଗୁଣିତ କୋଷିକାକୁ ପୁନଃ ଅନୁକ୍ରମରେ ରଖି ସେମାନଙ୍କ ଆନୁବଂଶିକ ବିବିଧତାକୁ ବୁଝିବାକୁ ଚାହୁଁଥିବା କହିଥିଲା। କେବଳ ଏତିକି ନୁହେଁ, ଆଧୁନିକ ମାନବକୁ ଆଫ୍ରିକାରୁ ବିସ୍ତାର କରାଇବାରେ ଭାରତର ଭୂମିକାକୁ ପ୍ରମାଣିତ କରିବାକୁ ମଧ୍ୟ ଚାହିଁଥିଲା। ଆଧୁନିକ ମଣିଷମାନେ ଆଫ୍ରିକାରୁ ଆରବ ଦେଇ ଭାରତୀୟ ଉପମହାଦେଶ ପରେ ଦକ୍ଷିଣ-ପୂର୍ବ ଏସିଆ ଏବଂ ଶେଷରେ ଅଷ୍ଟ୍ରେଲିଆକୁ ଯାତ୍ରାକରି ଦକ୍ଷିଣ ମାର୍ଗ ଦେଇ ବିସ୍ତାର ଲାଭ କରିଥାଇପାରନ୍ତି ବୋଲି ଦର୍ଶାଇବାକୁ ଉଦ୍ୟମ କରିଥିଲା।
କନ୍‌ସଲଣ୍ଟାଣ୍ଟ, ରେଡିଓଲୋଜିଷ୍ଟ, ଏମ୍‌ଆର୍‌ଆଇ କେନ୍ଦ୍ର, ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ, କଟକ,
ମୋ: ୯୪୩୭୦୨୩୪୪୩


Enter your email to get our daily news in your inbox.

All Right Reserved By Dharitri.Com

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?