ଏମାନଙ୍କୁ କ୍ଷମା କର

ପ୍ରଭୁ ଯିଶୁଖ୍ରୀଷ୍ଟଙ୍କୁ ୩୨ ଖ୍ରୀଷ୍ଟ ପୂର୍ବ(ଏଡି)ରେ ରୋମୀୟ ସାମ୍ରାଜ୍ୟ ସମୟରେ ତାଙ୍କ ବିରୋଧରେ ରାଜଦ୍ରୋହ ଓ ଅନ୍ୟାନ୍ୟ ମିଥ୍ୟା ଅଭିଯୋଗ ଆଣି ଜଘନ୍ୟ ଅପରାଧୀଙ୍କ ପରି କ୍ରୁଶ ଉପରେ ବର୍ବରୋଚିତ ଭାବରେ ହତ୍ୟା କରାଯାଇଥିବା ଦିନକୁ ”କଳା(ବ୍ଲାକ୍‌) ଶୁକ୍ରବାର“ ବା ଅନ୍ଧକାର (Dark) ଶୁକ୍ରବାର“ ବୋଲି କହିବା ପରିବର୍ତ୍ତେ ” ଶୁଭ ଶୁକ୍ରବାର“ ରୂପେ ବିଶ୍ୱବ୍ୟାପୀ ପାଳନ କରାଯାଉଛି। ପ୍ରଭୁ ଯିଶୁଙ୍କ କ୍ରୁଶୀୟ ମୃତ୍ୟୁ ଅସାଧାରଣ ଥିଲା ା ବିଚାରପତି କିମ୍ବା କୋର୍ଟରେ ଦୋଷ ପ୍ରମାଣିତ ହୋଇ ନ ଥିଲା।କାରଣ ତାଙ୍କର କିଛି ହେଲେ ଦୋଷ ନ ଥିଲା।
ଏହି ବିଶେଷ ଦିନରେ ଯିଶୁ କ୍ରୁଶ ଉପରୁ ଏବଂ ଶାରୀରିକ ମୃତ୍ୟୁ ଭୋଗ କରିବା ପୂର୍ବରୁ ଉଚ୍ଚାରଣ କରିଥିବା ସପ୍ତବାଣୀ ପବିତ୍ର ବାଇବେଲରୁ ଆଲୋକପାତ କରାଯାଇଛି। ସପ୍ତବାଣୀ ହେଲା- ସେହି ଦାରୁଣ ପରିସ୍ଥିତିରେ ଉଚ୍ଚାରିତ ପ୍ରଭୁ ଯିଶୁଖ୍ରୀଷ୍ଟଙ୍କ ସପ୍ତବାଣୀ ଆଜି ମଧ୍ୟ ମାନବ ଜାତିକୁ ପ୍ରେରଣା ଓ ଉତ୍ସାହ ଦେଇଥାଏ। ପ୍ରଥମ ବାଣୀ- ହେ ପିତା, ଏମାନଙ୍କୁ କ୍ଷମାକର, କାରଣ ଏମାନେ କ’ଣ କରୁଛନ୍ତି ଜାଣନ୍ତି ନାହିଁ। ଦ୍ୱିତୀୟ ବାଣୀ- ମୁଁ ତୁମ୍ଭକୁ ସତ୍ୟ କରୁଛି ଆଜି ତୁମ୍ଭେ ମୋ ସହିତ ପାରଦୀଶରେ ଉପସ୍ଥିତ ହେବ। ତୃତୀୟ ବାଣୀ -ହେ ମୋର ଈଶ୍ୱର, ତୁମ୍ଭେ ମୋତେ କାହିଁକି ପରିତ୍ୟାଗ କଲ? ଚତୁର୍ଥ ବାଣୀ- ହେ ପିତା, ତୁମ୍ଭ ହସ୍ତରେ ମୋର ଆତ୍ମା ସମର୍ପଣ କରୁଅଛି। ପଞ୍ଚମବାଣୀ- ଗୋ ନାରୀ, ଏଠାରେ ତୁମ୍ଭର ପୁତ୍ର, ଏଠାରେ ତୁମ୍ଭର ମା’। ଷଷ୍ଠବାଣୀ- ମୋତେ ତୃଷା ଲାଗୁଛି। ସପ୍ତମ ବାଣୀ – ଏହା ସମାପ୍ତ ହେଲା।
ବାଇବେଲ ପ୍ରମାଣେ, ବଳିଦାନ ନିମନ୍ତେ ‘ପ୍ରଭୁ ଯିଶୁ ସ୍ବଇଚ୍ଛାରେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ।
ଯିଶୁ ନିଜ ଜୀବନକୁ ବଳିଦାନ ପାଇଁ ଦେବାକୁ ଉତ୍ସର୍ଗ କରିବାକୁ ପୁଣି ନିଜ ଜୀବନକୁ ଫେରି ପାଇବା ଅଧିକାର ଓ ଆଜ୍ଞା ପରମେଶ୍ୱରଙ୍କଠାରୁ ପାଇଥିଲେ ା ଯିଶୁ ପୃଥିବୀ ପାଇଁ ବଳିଦାନ ଦେଇ ପରମେଶ୍ୱରଙ୍କ କ୍ରୋଧରୁ ମାନବଜାତିକୁ ରକ୍ଷା କରିଛନ୍ତି ା ବାଇବେଲ ପ୍ରମାଣେ, ଏହି ଶୁଭ ଶୁକ୍ରବାର ଘଟଣା ପାଇଁ, ପରମେଶ୍ୱର ଯିଶୁଙ୍କୁ ଜଗତକୁ ପଠାଇଲେ, ଯାହାଦ୍ୱାରା ପରମେଶ୍ୱରଙ୍କ କ୍ରୋଧ ଓ ନ୍ୟାଯ୍ୟ ଆବଶ୍ୟକତା ପୂରଣ ହେଲା।
ବାଇବେଲ ପ୍ରମାଣେ, ‘ଈଶ୍ୱର ପୃଥିବୀକୁ ଏପରି ପ୍ରେମ କଲେ ଯେ, ଈଶ୍ୱର ଆପଣା ଅଦ୍ୱିତୀୟ ପୁତ୍ର ଯିଶୁଙ୍କୁ ପୃଥିବୀକୁ ଦାନ କଲେ, ଏଣୁ ଯେ କେହି ତାହାଙ୍କଠାରେ ବିଶ୍ୱାସ କରେ ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପାଇବ’।
ବାଇବେଲ ପ୍ରମାଣେ, (ମନୁଷ୍ୟ ପୁତ୍ର) ଯିଶୁ ସେବା ପାଇବାକୁ ଆସି ନ ଥିଲେ ବରଂ ସେବା କରିବାକୁ ଏବଂ ମାନବଜାତି ନିମନ୍ତେ ନିଜ ଜୀବନ ବଳିକୃତ କରିବାକୁ ଆସିଥିଲେ। ସେହି ସମୟରେ, ପ୍ରଧାନ ଧର୍ମଯାଜକମାନେ ଈର୍ଷାନ୍ବିତ ହୋଇ ଯିଶୁଙ୍କୁ କ୍ରୁଶବିଦ୍ଧ କରିବା ପାଇଁ ସମର୍ପଣ କରିଥିଲେ। କ୍ରୁଶ ଉପରୁ ଯିଶୁଙ୍କ ପ୍ରଥମବାଣୀ ଆଜି ମାନବ ସମାଜ ପାଇଁ ଗଭୀର ସତ୍ୟ ପ୍ରତିପାଦିତ କରିଛି। କ୍ଷମା କରିବା ଏକ ସାଧାରଣ ବିଷୟ ନୁହେଁ। ସମସ୍ତେ କ୍ଷମା କରିପାରନ୍ତି ନାହିଁ। ସମସ୍ତେ କ୍ଷମା କରିପାରନ୍ତି ନାହିଁ, ବିଶେଷ କରି ଦୋଷ ନ ଥାଇ ମୃତ୍ୟୁଦଣ୍ଡ ପାଇବା ଏବଂ କ୍ଷମା ଦେବା କେବଳ ଈଶ୍ୱରୀୟ ପ୍ରକୃତି ଥିଲେ ବା ଈଶ୍ୱର ହିଁ ନିଜେ କରିପାରନ୍ତି।
ଏହା ‘ଶୁଭ ଶୁକ୍ରବାର’ର ବିଶେଷ ଅନୁଚିନ୍ତା।
କ୍ଷମାଦେବା ପରେ ଯିଶୁଖ୍ରୀଷ୍ଟ ମାନବ ଓ ପୃଥିବୀ ଇତିହାସରେ ବିରଳ ବ୍ୟକ୍ତିତ୍ୱ ହୋଇ ଈଶ୍ୱରୀୟତ୍ୱ ପ୍ରକାଶ କଲେ। କ୍ଷମାର ସ୍ରଷ୍ଟା ଯିଶୁ ଆମର ଆଦର୍ଶ ଓ ଜୀବନ। କ୍ଷମାର ମହତ୍ତ୍ୱ ଅତୁଳନୀୟ ଓ ଅବର୍ଣ୍ଣନୀୟ। କ୍ଷମାର ମୂଲ୍ୟ ହେଉଛି ଆପଣାର ନିଜର କ୍ଷତିରେ ଅନ୍ୟକୁ ସାହାଯ୍ୟ କରିବା, କ୍ଷମା କରିବା ଏବଂ ରକ୍ଷାକରିବା। ଯିଶୁ ନିଜ ଜୀବନ କ୍ରୁଶ ଉପେର ଜଳାଞ୍ଜଳି ଦେଇ ମାନବ ଜାତିକୁ ପାପରୁ ରକ୍ଷା କଲେ ଏବଂ ପାପ କ୍ଷମାର ମାର୍ଗ ଖୋଲିଦେଲେ। ଈଶ୍ୱର ସେହି ବଳିଦାନରେ ସନ୍ତୁଷ୍ଟ ହେଲେ ଏବଂ କ୍ଷମା କରିଦେଲେ। ଏହା ଯିଶୁଙ୍କ ସାଧନା। ଯିଶୁ ହିଁ କ୍ଷମା ପାଇଁ ବଳିଦାନର ଉତ୍ସ ଓ କ୍ଷମାର ସ୍ରଷ୍ଟା। ଏହି ଶୁଭ ଶୁକ୍ରବାରରେ ପ୍ରଭୁ ଯିଶୁଖ୍ରୀଷ୍ଟ ସମସ୍ତଙ୍କୁ ଅନେକ ଦୟା, କୃପା ଓ ଆଶୀର୍ବାଦ କରି ରକ୍ଷା କରନ୍ତୁ।

  • ହରିଶ୍ଚନ୍ଦ୍ର ଅରିଶଲ୍ୟ
    ମୋ-୯୪୯୪୭୮୨୭୭୭

Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀଅରବିନ୍ଦଙ୍କ ଦୃଷ୍ଟିରେ ପାରିବାରିକ ଜୀବନ

ଶ୍ରୀଅରବିନ୍ଦଙ୍କ ଅନୁସାରେ କଥିତ ପରିବାର ହେଉଛି ମଣିଷର ଜୀବନଗତ ପ୍ରକୃତିର ଏକ ଆବଶ୍ୟକ ସୃଷ୍ଟି ଯାହା ମୌଳିକ, ସାମାଜିକ ଏବଂ ଜୈବିକ ପ୍ରବୃତ୍ତିକୁ ପୂରଣ କରିବା ପାଇଁ…

ଗବେଷଣାରେ ମୌଳିକତାର ମୃତ୍ୟୁ

ଆଧୁନିକ ଭାରତରେ ବିଶ୍ୱବିଦ୍ୟାଳୟଗୁଡ଼ିକର ସଂଖ୍ୟା ଗତ କିଛି ଦଶନ୍ଧି ମଧ୍ୟରେ ବୃଦ୍ଧି ପାଇଛି ସତ, କିନ୍ତୁ ଶୈକ୍ଷିକ ମାନଦଣ୍ଡ ଏବଂ ଗବେଷଣାର ଗୁଣାତ୍ମକ ଦିଗଟି ଏବେ ଏକ…

Dillip Cherian

ତଳ ସ୍ତରରେ ଅନିଶ୍ଚିତତା

କେନ୍ଦ୍ର ସରକାର କ୍ୟାବିନେଟ୍‌ ସଚିବ ଟି.ଭି. ସୋମନାଥନ୍‌ ଏବଂ ସ୍ବରାଷ୍ଟ୍ର ସଚିବ ଗୋବିନ୍ଦ ମୋହନଙ୍କ କାର୍ଯ୍ୟକାଳ ଆଉ ୧ ବର୍ଷ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରଭାବୀ…

ରିଲ୍ସ ସାମ୍ରାଜ୍ୟ

ପୁଞ୍ଜିବାଦର ଅନ୍ତିମ ପର୍ଯ୍ୟାୟରେ ରାଷ୍ଟ୍ର ଆଉ ଶାସନ କରେନାହିଁ, ପର୍‌ଫର୍ମ (କାର୍ଯ୍ୟ) କରେ। ପ୍ରଧାନମନ୍ତ୍ରୀଙ୍କଠାରୁ ଗ୍ରାମପଞ୍ଚାୟତ ସଦସ୍ୟ- ସମସ୍ତେ ଯେପରି ଇତିହାସର ଚରିତ୍ର ନୁହନ୍ତିି, ଇନ୍‌ଷ୍ଟାଗ୍ରାମର କଣ୍ଟେଣ୍ଟ…

ଏଭଳି ଭକ୍ତିର କି ଲାଭ

ସୋସିଆଲ ମିଡିଆରେ ଗତ କିଛିଦିନ ତଳେ ଗୋଟେ ଭିଡିଓଟେ ଘୂରି ବୁଲୁଥିଲା। ଉକ୍ତ ଭିଡିଓରେ ଗେରୁଆ ବସ୍ତ୍ର ପରିଧାନ କରିଥିବା କିଛି ବୋଲବମ ଭକ୍ତ ମଦ ବୋତଲ…

ଲାଞ୍ଛନାର ମଞ୍ଚ

ଆନ୍ଥୋନୀ ଫାଉସି ଜଣେ ଇମ୍ୟୁନୋଲୋଜିଷ୍ଟ (ରୋଗପ୍ରତିରୋଧକ ବିଜ୍ଞାନୀ) ଭାବରେ ପ୍ରତିଷ୍ଠା ଲାଭ କରିଛନ୍ତି। କିନ୍ତୁ ଆମେରିକାର ସିନେଟ୍‌ କମିଟି ଅନ୍‌ ହୋମଲ୍ୟାଣ୍ଡ ସିକ୍ୟୁରିଟି ଆଣ୍ଡ୍‌ ଗଭର୍ନମେଣ୍ଟାଲ ଆଫେୟାର୍ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri