ଏମାନଙ୍କୁ କ୍ଷମା କର

ପ୍ରଭୁ ଯିଶୁଖ୍ରୀଷ୍ଟଙ୍କୁ ୩୨ ଖ୍ରୀଷ୍ଟ ପୂର୍ବ(ଏଡି)ରେ ରୋମୀୟ ସାମ୍ରାଜ୍ୟ ସମୟରେ ତାଙ୍କ ବିରୋଧରେ ରାଜଦ୍ରୋହ ଓ ଅନ୍ୟାନ୍ୟ ମିଥ୍ୟା ଅଭିଯୋଗ ଆଣି ଜଘନ୍ୟ ଅପରାଧୀଙ୍କ ପରି କ୍ରୁଶ ଉପରେ ବର୍ବରୋଚିତ ଭାବରେ ହତ୍ୟା କରାଯାଇଥିବା ଦିନକୁ ”କଳା(ବ୍ଲାକ୍‌) ଶୁକ୍ରବାର“ ବା ଅନ୍ଧକାର (Dark) ଶୁକ୍ରବାର“ ବୋଲି କହିବା ପରିବର୍ତ୍ତେ ” ଶୁଭ ଶୁକ୍ରବାର“ ରୂପେ ବିଶ୍ୱବ୍ୟାପୀ ପାଳନ କରାଯାଉଛି। ପ୍ରଭୁ ଯିଶୁଙ୍କ କ୍ରୁଶୀୟ ମୃତ୍ୟୁ ଅସାଧାରଣ ଥିଲା ା ବିଚାରପତି କିମ୍ବା କୋର୍ଟରେ ଦୋଷ ପ୍ରମାଣିତ ହୋଇ ନ ଥିଲା।କାରଣ ତାଙ୍କର କିଛି ହେଲେ ଦୋଷ ନ ଥିଲା।
ଏହି ବିଶେଷ ଦିନରେ ଯିଶୁ କ୍ରୁଶ ଉପରୁ ଏବଂ ଶାରୀରିକ ମୃତ୍ୟୁ ଭୋଗ କରିବା ପୂର୍ବରୁ ଉଚ୍ଚାରଣ କରିଥିବା ସପ୍ତବାଣୀ ପବିତ୍ର ବାଇବେଲରୁ ଆଲୋକପାତ କରାଯାଇଛି। ସପ୍ତବାଣୀ ହେଲା- ସେହି ଦାରୁଣ ପରିସ୍ଥିତିରେ ଉଚ୍ଚାରିତ ପ୍ରଭୁ ଯିଶୁଖ୍ରୀଷ୍ଟଙ୍କ ସପ୍ତବାଣୀ ଆଜି ମଧ୍ୟ ମାନବ ଜାତିକୁ ପ୍ରେରଣା ଓ ଉତ୍ସାହ ଦେଇଥାଏ। ପ୍ରଥମ ବାଣୀ- ହେ ପିତା, ଏମାନଙ୍କୁ କ୍ଷମାକର, କାରଣ ଏମାନେ କ’ଣ କରୁଛନ୍ତି ଜାଣନ୍ତି ନାହିଁ। ଦ୍ୱିତୀୟ ବାଣୀ- ମୁଁ ତୁମ୍ଭକୁ ସତ୍ୟ କରୁଛି ଆଜି ତୁମ୍ଭେ ମୋ ସହିତ ପାରଦୀଶରେ ଉପସ୍ଥିତ ହେବ। ତୃତୀୟ ବାଣୀ -ହେ ମୋର ଈଶ୍ୱର, ତୁମ୍ଭେ ମୋତେ କାହିଁକି ପରିତ୍ୟାଗ କଲ? ଚତୁର୍ଥ ବାଣୀ- ହେ ପିତା, ତୁମ୍ଭ ହସ୍ତରେ ମୋର ଆତ୍ମା ସମର୍ପଣ କରୁଅଛି। ପଞ୍ଚମବାଣୀ- ଗୋ ନାରୀ, ଏଠାରେ ତୁମ୍ଭର ପୁତ୍ର, ଏଠାରେ ତୁମ୍ଭର ମା’। ଷଷ୍ଠବାଣୀ- ମୋତେ ତୃଷା ଲାଗୁଛି। ସପ୍ତମ ବାଣୀ – ଏହା ସମାପ୍ତ ହେଲା।
ବାଇବେଲ ପ୍ରମାଣେ, ବଳିଦାନ ନିମନ୍ତେ ‘ପ୍ରଭୁ ଯିଶୁ ସ୍ବଇଚ୍ଛାରେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ।
ଯିଶୁ ନିଜ ଜୀବନକୁ ବଳିଦାନ ପାଇଁ ଦେବାକୁ ଉତ୍ସର୍ଗ କରିବାକୁ ପୁଣି ନିଜ ଜୀବନକୁ ଫେରି ପାଇବା ଅଧିକାର ଓ ଆଜ୍ଞା ପରମେଶ୍ୱରଙ୍କଠାରୁ ପାଇଥିଲେ ା ଯିଶୁ ପୃଥିବୀ ପାଇଁ ବଳିଦାନ ଦେଇ ପରମେଶ୍ୱରଙ୍କ କ୍ରୋଧରୁ ମାନବଜାତିକୁ ରକ୍ଷା କରିଛନ୍ତି ା ବାଇବେଲ ପ୍ରମାଣେ, ଏହି ଶୁଭ ଶୁକ୍ରବାର ଘଟଣା ପାଇଁ, ପରମେଶ୍ୱର ଯିଶୁଙ୍କୁ ଜଗତକୁ ପଠାଇଲେ, ଯାହାଦ୍ୱାରା ପରମେଶ୍ୱରଙ୍କ କ୍ରୋଧ ଓ ନ୍ୟାଯ୍ୟ ଆବଶ୍ୟକତା ପୂରଣ ହେଲା।
ବାଇବେଲ ପ୍ରମାଣେ, ‘ଈଶ୍ୱର ପୃଥିବୀକୁ ଏପରି ପ୍ରେମ କଲେ ଯେ, ଈଶ୍ୱର ଆପଣା ଅଦ୍ୱିତୀୟ ପୁତ୍ର ଯିଶୁଙ୍କୁ ପୃଥିବୀକୁ ଦାନ କଲେ, ଏଣୁ ଯେ କେହି ତାହାଙ୍କଠାରେ ବିଶ୍ୱାସ କରେ ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପାଇବ’।
ବାଇବେଲ ପ୍ରମାଣେ, (ମନୁଷ୍ୟ ପୁତ୍ର) ଯିଶୁ ସେବା ପାଇବାକୁ ଆସି ନ ଥିଲେ ବରଂ ସେବା କରିବାକୁ ଏବଂ ମାନବଜାତି ନିମନ୍ତେ ନିଜ ଜୀବନ ବଳିକୃତ କରିବାକୁ ଆସିଥିଲେ। ସେହି ସମୟରେ, ପ୍ରଧାନ ଧର୍ମଯାଜକମାନେ ଈର୍ଷାନ୍ବିତ ହୋଇ ଯିଶୁଙ୍କୁ କ୍ରୁଶବିଦ୍ଧ କରିବା ପାଇଁ ସମର୍ପଣ କରିଥିଲେ। କ୍ରୁଶ ଉପରୁ ଯିଶୁଙ୍କ ପ୍ରଥମବାଣୀ ଆଜି ମାନବ ସମାଜ ପାଇଁ ଗଭୀର ସତ୍ୟ ପ୍ରତିପାଦିତ କରିଛି। କ୍ଷମା କରିବା ଏକ ସାଧାରଣ ବିଷୟ ନୁହେଁ। ସମସ୍ତେ କ୍ଷମା କରିପାରନ୍ତି ନାହିଁ। ସମସ୍ତେ କ୍ଷମା କରିପାରନ୍ତି ନାହିଁ, ବିଶେଷ କରି ଦୋଷ ନ ଥାଇ ମୃତ୍ୟୁଦଣ୍ଡ ପାଇବା ଏବଂ କ୍ଷମା ଦେବା କେବଳ ଈଶ୍ୱରୀୟ ପ୍ରକୃତି ଥିଲେ ବା ଈଶ୍ୱର ହିଁ ନିଜେ କରିପାରନ୍ତି।
ଏହା ‘ଶୁଭ ଶୁକ୍ରବାର’ର ବିଶେଷ ଅନୁଚିନ୍ତା।
କ୍ଷମାଦେବା ପରେ ଯିଶୁଖ୍ରୀଷ୍ଟ ମାନବ ଓ ପୃଥିବୀ ଇତିହାସରେ ବିରଳ ବ୍ୟକ୍ତିତ୍ୱ ହୋଇ ଈଶ୍ୱରୀୟତ୍ୱ ପ୍ରକାଶ କଲେ। କ୍ଷମାର ସ୍ରଷ୍ଟା ଯିଶୁ ଆମର ଆଦର୍ଶ ଓ ଜୀବନ। କ୍ଷମାର ମହତ୍ତ୍ୱ ଅତୁଳନୀୟ ଓ ଅବର୍ଣ୍ଣନୀୟ। କ୍ଷମାର ମୂଲ୍ୟ ହେଉଛି ଆପଣାର ନିଜର କ୍ଷତିରେ ଅନ୍ୟକୁ ସାହାଯ୍ୟ କରିବା, କ୍ଷମା କରିବା ଏବଂ ରକ୍ଷାକରିବା। ଯିଶୁ ନିଜ ଜୀବନ କ୍ରୁଶ ଉପେର ଜଳାଞ୍ଜଳି ଦେଇ ମାନବ ଜାତିକୁ ପାପରୁ ରକ୍ଷା କଲେ ଏବଂ ପାପ କ୍ଷମାର ମାର୍ଗ ଖୋଲିଦେଲେ। ଈଶ୍ୱର ସେହି ବଳିଦାନରେ ସନ୍ତୁଷ୍ଟ ହେଲେ ଏବଂ କ୍ଷମା କରିଦେଲେ। ଏହା ଯିଶୁଙ୍କ ସାଧନା। ଯିଶୁ ହିଁ କ୍ଷମା ପାଇଁ ବଳିଦାନର ଉତ୍ସ ଓ କ୍ଷମାର ସ୍ରଷ୍ଟା। ଏହି ଶୁଭ ଶୁକ୍ରବାରରେ ପ୍ରଭୁ ଯିଶୁଖ୍ରୀଷ୍ଟ ସମସ୍ତଙ୍କୁ ଅନେକ ଦୟା, କୃପା ଓ ଆଶୀର୍ବାଦ କରି ରକ୍ଷା କରନ୍ତୁ।

  • ହରିଶ୍ଚନ୍ଦ୍ର ଅରିଶଲ୍ୟ
    ମୋ-୯୪୯୪୭୮୨୭୭୭

Enter your email to get our daily news in your inbox.

All Right Reserved By Dharitri.Com

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?