ସ୍ଥାପନ ହେବ ନବକୃଷ୍ଣଙ୍କ ଭବ୍ୟ ପ୍ରତିମୂର୍ତ୍ତି

ଅନୁଗୋଳ ଅଫିସ,୭ା୪: ଅନୁଗୋଳ ସହରସ୍ଥିତ ଗୋପବନ୍ଧୁ ଉଦ୍ୟାନରେ ବିଶିଷ୍ଟ ଗାନ୍ଧିବାଦୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ତ୍ରୁଟିପୂର୍ଣ୍ଣ ପ୍ରତିମୂର୍ତ୍ତି ସ୍ଥାପନକୁ ନେଇ ବିବାଦ ସୃଷ୍ଟି ହେବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଗୁରୁବାର ଅନୁଗୋଳ ଗସ୍ତରେ ଆସିଥିଲେ। ଉକ୍ତ ଟିମ୍‌ ଗୋପବନ୍ଧୁ ଉଦ୍ୟାନ ଓ ବାଜି ରାଉତ ଛାତ୍ରାବାସ ପରିଦର୍ଶନ କରିବା ସହ ବିବାଦ ନେଇ ନବକୃଷ୍ଣଙ୍କ ଝିଅ ତଥା ସର୍ବୋଦୟ ନେତ୍ରୀ କ୍ରିଷ୍ଣା ମହାନ୍ତି ଓ ଅନ୍ୟ ଗାନ୍ଧିବାଦୀଙ୍କ ସହିତ ଆଲୋଚନା କରିଥିଲେ। ବାଜି ରାଉତ ଛାତ୍ରାବାସର ବିଭିନ୍ନ ସମସ୍ୟା ଅନୁଧ୍ୟାନ କରିଥିଲେ। ସହରର ଏକ ଉପଯୁକ୍ତ ସ୍ଥାନରେ ନବକୃଷ୍ଣଙ୍କ ଭବ୍ୟ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ। ଏଥିସହ ବାଜି ରାଉତ ଛାତ୍ରାବାସର ଉନ୍ନତୀକରଣ କରାଯାଇ ଏହାକୁ ଏକ ଶିକ୍ଷଣୀୟ ସ୍ଥାନର ରୂପ ଦିଆଯିବ ବୋଲି ଟିମ୍‌ର ନେତୃତ୍ୱ ନେଉଥିବା ସଂସ୍କୃତି ବିଭାଗ ନିର୍ଦ୍ଦେଶକ ରଞ୍ଜନ ଦାଶ ପ୍ରକାଶ କରିଛନ୍ତି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଆସିଥିବା ଏହି ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଅନୁଗୋଳରେ ପହଞ୍ଚିବା ପରେ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ସହ ବିଭିନ୍ନ ସ୍ଥାନ ପରିଦର୍ଶନ କରିଥିଲେ। ସହରରେ ହୋଇଥିବା ବିଭିନ୍ନ ଉନ୍ନତୀକରଣ କାର୍ଯ୍ୟ, ବ୍ଲାକ ଡାଇମଣ୍ଡ, ଗୋପବନ୍ଧୁ ପାର୍କ ଓ ବାଜି ରାଉତ ଛାତ୍ରାବାସ ଯାଇ ସ୍ଥିତି ପରଖିଥିଲେ। କିଭଳି ଭାବେ ନବକୃଷ୍ଣ ଚୌଧୁରୀଙ୍କ ଭବ୍ୟ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ସ୍ଥାପନ ସହ ଛାତ୍ରାବାସର ପୁନରୁଦ୍ଧାର କରାଯାଇପାରିବ ସେ ବିଷୟରେ ଛାତ୍ରାବାସ ପରିଚାଳକ ସର୍ବୋଦୟ ନେତ୍ରୀ କ୍ରିଷ୍ଣା ମହାନ୍ତିଙ୍କ ସହ ସଂସ୍କୃତି ବିଭାଗ ନିର୍ଦ୍ଦେଶକ, ସଂସ୍କୃତି ବିଭାଗ ଓ ଓବିସିସିର ଯୁଗ୍ମ ନିର୍ଦ୍ଦେଶକ ସୁବୋଧ ଆଚାର୍ଯ୍ୟ, ଆର୍ଟିଟେକଚର ଅକ୍ଷୟ ଗେରୁଆ, ଶିଳ୍ପୀ ଜୟନ୍ତ ଦାସ ଆଲୋଚନା କରିଥିଲେ। ଏହି ଆଲୋଚନା ବେଳେ ବାଜି ରାଉତ ଛାତ୍ରାବାସ ସଭାପତି ଶୈଳେଜ ରବି, ସୂର୍ଯ୍ୟନାରାୟଣ ନାଥ, ମାନସ ପଟ୍ଟନାୟକ, ଆଦ୍ୟଶ୍ଳୋକ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏ ସମ୍ପର୍କରେ ଛାତ୍ରାବାସ ପରିଚାଳକ କ୍ରିଷ୍ଣା ମହାନ୍ତି କହିଛନ୍ତି, ସମସ୍ତ ଅଭାବ ଅସୁବିଧା ସମ୍ପର୍କରେ ଉଚ୍ଚସ୍ତରୀୟ ପ୍ରତିନିଧି ଦଳକୁ ଅବଗତ କରାଯାଇଛି। ସବୁକିଛି ଧୀରେ ଧୀରେ ହେବ। ଏ ନେଇ ଆଶା ସଞ୍ଚାର ହୋଇଛି। ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଦାଶ କହିଛନ୍ତି, ସହରର ଉନ୍ନୟନମୂଳକ କାର୍ଯ୍ୟ ସହ ଛାତ୍ରାବାସ, ପ୍ରତିମୂର୍ତ୍ତି ସ୍ଥାପନ ସ୍ଥଳ ବୁଲି ଦେଖିଲୁ। ଛାତ୍ରାବାସରେ ଥିବା ଅସୁବିଧା ସମ୍ପର୍କରେ ଅବଗତ ହେଲୁ। ଏହାର ଉନ୍ନତୀକରଣ ନେଇ ବିଭିନ୍ନ ପ୍ରସ୍ତାବ ଛାତ୍ରାବାସ ପକ୍ଷରୁ ପାଇଛୁ। ସେସବୁ ତର୍ଜମା କରିବା ପରେ ବିକାଶର ଏକ ନକ୍ସା ପ୍ରସ୍ତୁତ କରାଯାଇ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଅନୁମୋଦନ କରାଯିବ। ତ୍ରୁଟିପୂର୍ଣ୍ଣ ପ୍ରତିମୂର୍ତ୍ତି ପରିବର୍ତ୍ତନ କରିଦିଆଯାଇଛି। ଯେଉଁମାନଙ୍କ ଅବହେଳା ଯୋଗୁ ଏସବୁ ହୋଇଛି, ସେମାନଙ୍କ ବାବଦରେ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ। ନବକୃଷ୍ଣଙ୍କ ଏକ ଭବ୍ୟ ପ୍ରତିମୂର୍ତ୍ତି ଉପଯୁକ୍ତ ସ୍ଥାନରେ ସ୍ଥାପନ କରାଯିବ। ବାଜି ରାଉତ ଛାତ୍ରାବାସର ଉନ୍ନତୀକରଣ ସହ ଏହାକୁ ଏକ ଶିକ୍ଷଣୀୟ ସ୍ଥାନ କରିବାକୁ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଚାର ଜୋରଦାର: ଘରଘର ବୁଲି ଆଶୀର୍ବାଦ ଭିକ୍ଷା କରୁଛନ୍ତି ପ୍ରାର୍ଥୀ

ଖଡ଼ିଆଳ,୨୮।୪(ସୁଜିତ କୁମାର ପ୍ରଧାନ)-ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ନିର୍ବାଚନୀ ଉଷ୍ମତା ସେତେ ବୃଦ୍ଧିପାଉଛି। ନୂଆପଡ଼ା ଜିଲାର ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ରାଜନୈତିକ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

୩୦ରେ ନାମାଙ୍କନପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ: ପ୍ରସ୍ତୁତି ବୈଠକରେ ହୋହଲ୍ଲା

ହିଞ୍ଜିଳିକାଟୁ ୨୮।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୩୦ ଏପ୍ରିଲରେ ହିଞ୍ଜିଳି ବିଧାନସଭା ପାଇଁ ନାମାଙ୍କନପତ୍ର ଦାଖଲ କରିବେ। ଏହି...

ବଢୁଛି ତାତି: ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ କର

ସମ୍ବଲପୁର,୨୭ା୪(ବି.ଶଙ୍କର): ସଂପ୍ରତି ରାଜ୍ୟରେ ତାପମାତ୍ରା ବୃଦ୍ଧି ହୋଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧି ଯୋଗୁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ଓ...

ଦୀପ ନିଆଁରେ ପୋଡ଼ିଯାଇଥିବା ମହିଳାଙ୍କ ଚାଳିଗଲା ଜୀବନ

ଚିକିଟ,୨୮ା୪(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କ.ନୂଆଗାଁ ଥାନା ଚିକିଟିପେଣ୍ଠସ୍ଥିତ ପଣ୍ଡିତରା ସାହିରେ ଗତ ୧୬ ତାରିଖ ଚୈତ୍ର ମଙ୍ଗଳବାର ମନ୍ଦିର ଦୀପରେ ପୋଡ଼ିଯାଇଥିବା ଜଣେ...

ଆମ୍ବ ଗୋଟାଇବା ପାଇଁ ଯାଇଥିଲେ: ହେଲା ବଜ୍ରପାତ

ଧରାକୋଟ,୨୮ା୪(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ବାହାରପୁର ପଞ୍ଚାୟତ କାଠଗଡା ଗ୍ରାମର ଜଣେ ବୃଦ୍ଧା ବଜ୍ରପାତରେ ଆହତ ହୋଇଛନ୍ତି। ସେ ହେଲେ ଘନ...

ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଭାରତ ବଦଳି ଯାଇଛି : ନଡ୍ଡା

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରରେ ରବିବାର ଭାଜପାର ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଆମ୍ବପୁଆ ବିଜୟ ସଂକଳ୍ପ ସମାବେଶରେ ଭାଜପାରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହି...

ଜମୁଛି ପ୍ରଚାର: ଗାଁ ମୁହାଁ ପ୍ରାର୍ଥୀ

ଆଗରପଡ଼ା,୨୮।୪(ସୁଶାନ୍ତ ଦାଶ): ଭଣ୍ଡାରିପୋଖରୀ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ସଞ୍ଜୀବ ମଲ୍ଲିକ ବନ୍ତ ବ୍ଲକର ୧୪ ନଂ. ଆଗରପଡ଼ା ଜୋନ୍‌ର ବିଭିନ୍ନ ପଞ୍ଚାୟତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri