ଲଘୁ ଖଣିଜ ଚାଲାଣ ବେଳେ ଚଢ଼ାଉ: ୫ଲକ୍ଷ ଜରିମାନା

ବ୍ରଜରାଜନଗର,୧୯।୨(ଡି.ଏନ.ଏ.): ବେଆଇନ ଭାବେ ମାଟି ଓ ମୋରମ ଉତ୍ତୋଳନ କରୁଥିବା ବଂଶଲ ଇନ୍‌ଫ୍ରା ପ୍ରୋଜେକ୍ଟସ ଲିମିଟେଡକୁ ଝାରସୁଗୁଡା ଉପଜିଲାପାଳ କିଶୋର ଚନ୍ଦ୍ର ସ୍ବାଇଁ ୫ଲକ୍ଷ ଟଙ୍କା ଜରିମାନା କରିଛନ୍ତି। ସୂଚନାନୁସାରେ ଝାରସୁଗୁଡ଼ା ତହସିଲ ଅନ୍ତର୍ଗତ ପଞ୍ଚପଡ଼ା ଓ ଲହଣ୍ଡାବୁଡ଼ ରାସ୍ତା ପାର୍ଶ୍ୱରୁ ବେଆଇନ ଭାବେ ମାଟି ଉତ୍ତୋଳନ କରି ଜିଲାର ବିଭିନ୍ନ ସ୍ଥାନକୁ ଚାଲାଣ କରାଯାଉଥିବା ଅଭିଯୋଗ ହୋଇଆସୁଥିଲା। ଉପଜିଲାପାଳ ସ୍ବାଇଁ ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇବା ପରେ ଶୁକ୍ରବାର ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ମାଟି ଚାଲାଣ କରୁଥିବା ଦୁଇଗୋଟି ହାଇୱାକୁ ଧରିଥିଲେ। ଅନୁସନ୍ଧାନ ବେଳେ ପ୍ରସନ୍ନ ପଣ୍ଡା ଛକରେ ଓଭରବ୍ରିଜ ନିର୍ମାଣ ଓ ରାସ୍ତା ପ୍ରଶସ୍ତୀକରଣ କାମର ଟେଣ୍ଡର ନେଇଥିବା ବଂଶଲ ଇନ୍‌ଫ୍ରା ଏହି କାମ କରୁଥିବା ଜଣାପଡ଼ିଥିଲା। ତେବେ ଭୁଲ କାର୍ଯ୍ୟକୁ ପ୍ରୋତ୍ସାହନ ଦିଆଯାଉଥିବା ହେତୁ ଏ ନେଇ ଏକ ମାମଲା ରୁଜୁ କରି ୫ଲକ୍ଷ ଟଙ୍କା ଜରିମାନା ଆଦାୟ କରିବାକୁ ଝାରସୁଗୁଡ଼ା ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତା’ଛଡ଼ା ପଞ୍ଚପଡ଼ା ଓ ଲହଣ୍ଡାବୁଡ଼ ରାସ୍ତାରୁ ମୋଟ କେତେ ମାଟି ଓ ମୋରମ ଚୋରା ଚାଲାଣ ହୋଇଛି ତାହାର ଉଚିତ ଆକଳନ ତହସିଲଦାର ଓ ଖଣି ବିଭାଗ ୩ଦିନ ଭିତରେ କରିବା ପାଇଁ ଉପଜିଲାପାଳ ପରାମର୍ଶ ଦେଇଛନ୍ତି। ଏହାସହ ଏଚ୍‌. କଟାପାଲି ଓ ଏକାତାଲି ମଣ୍ଡଳର ରାଜସ୍ବ ନିରୀକ୍ଷକଙ୍କୁ ଜବାବ ତଲବ ସହ ମାଟି ମାଫିଆଙ୍କ ଉପରେ ତୀକ୍ଷ୍ଣ ନଜର ରଖିବା ପାଇଁ ତହସିଲଦାରଙ୍କୁ କହିଛନ୍ତି। ମାଟି ମାଫିଆଙ୍କୁ ଏଭଳି କାର୍ଯ୍ୟରୁ ନିବୃତ୍ତ ରହିବା ପାଇଁ ଉପଜିଲାପାଳ ଚେତାବନୀ ଦେବା ସହ ଆଗକୁ କ୍ରମାଗତ ଭାବେ ଏଭଳି ଧରପଗଡ଼ ଜାରି ରହିବ ବୋଲି ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଟି୨୦ ଜିତିଲା ଭାରତ, ୨-୧ରେ ସିରିଜ୍‌ ଆଗୁଆ

ଇନ୍ଦୋର,୧୧ା୧୦: ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ପରେ ଅର୍ଶଦୀପ ସିଂଙ୍କ ଘାତକ ବୋଲିଂ ବଳରେ ଏଠାରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୧୪ ରନରେ…

ଚାଲିଥିଲା ବଡ଼ଧରଣର ଜୁଆ ଆଡ୍ଡା: ମାଡ଼ି ବସିଲା ପୋଲିସ, ୭୦ ଅଟକ

ପାରଳାଖେମୁଣ୍ଡି,୧୧।୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦେବୀତି ଗ୍ରାମରେ ଚାଲିଥିବା ଏକ ବଡ଼ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି…

ବଡ଼ ଘୋଷଣା କଲେ ଟ୍ରମ୍ପ, ରୁଷିଆ-ୟୁକ୍ରେନ ମଧ୍ୟରେ ହେଲା….

ଓ୍ବାଶିଂଟନ,୧୧।୧୦: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ବଡ଼ ଘୋଷଣା କରିଛନ୍ତି । ଦୁଇ ଦେଶ ମଧ୍ୟରେ…

ଗଣ୍ଡ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌, ଏକତା, ସଂଗଠନକୁ ସୁଦୃଢ଼ କରିବାକୁ ଆହ୍ବାନ

କୋକସରା,୧୧।୧୦ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କୋକସରା ଧାନ ମଣ୍ଡି ପରିସରରେ କୋକସରା ବ୍ଲକ ଗଣ୍ଡ ସମାଜ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ…

ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ାଉ, ୮ ଗିରଫ

ଛତ୍ରପୁର,୧୧ା୧୦(ଦିଲ୍ଲୀପ ସାମଲ/ଦ୍ଵାରିକା ପଟ୍ଟନାୟକ ) : ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଗଞ୍ଜାମ ପୋଲିସ ପକ୍ଷରୁ ଜୁଆ ଆଡ୍ଡାରେ ଚଢାଉ ଜାରି ରହିଛି । ଶନିବାର ବିଳମ୍ବିତ…

ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ, ଓ୍ବେଷ୍ଟଇଣ୍ଡିଜ୍‌ ଆଗରେ ୨୨୪ ରନ୍‌ର ଟାର୍ଗେଟ ରଖିଲା ଭାରତ

ଇନ୍ଦୋର,୧୧ା୧୦: ହୋଲ୍କର ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପରସ୍ପରକୁ ଭେଟିଛନ୍ତି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଅଭିଷେକ ଶର୍ମାଙ୍କ ବିସ୍ଫୋରକ…

‘କୃଷି, ଏକତା ଅଘରିଆଙ୍କ ଶକ୍ତି’

ବଲାଙ୍ଗୀର,୧୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ୮୪ ଘର ଅଘରିଆ ସମାଜ ପକ୍ଷରୁ ରବିବାର ସ୍ଥାନୀୟ କୋଶଳ କଳା ମଣ୍ଡଳରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି। ଅଘରିଆ ସମାଜର…

କୋର୍ଟରେ ଜାମିନ ନାମଞ୍ଜୁର ଜେଲ ଗଲେ ଅଭିଯୁକ୍ତ, ଜାଣନ୍ତୁ କ’ଣ ଥିଲା ମାମଲା…

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ପିଣ୍ଟୁ ସାହୁଙ୍କୁ ରବିବାର ଦିଗପହଣ୍ଡି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?