ରେମୁଣା ମାର୍କେଟ୍‌ରୁ ଜବରଦଖଲ ଉଚ୍ଛେଦ

ରେମୁଣା, ୭।୮(ଡି.ଏନ.ଏ.)-ଦୀର୍ଘଦିନ ପରେ ବାଲେଶ୍ୱର ଜିଲା ପ୍ରଶାସନ ପକ୍ଷରୁ ରେମୁଣା ମାର୍କେଟରୁ ଜବରଦଖଲ ଉଚ୍ଛେଦ କରାଯାଇଛି। ପ୍ରଶାସନର ଏଭଳି ପଦକ୍ଷେପକୁ ରେମୁଣା ଅଞ୍ଚଳବାସୀ ସ୍ବାଗତ କରିଛନ୍ତି।
ରେମୁଣା ହସ୍‌ପିଟାଲଠାରୁ ମାର୍କେଟ୍‌ ଶେଷମୁଣ୍ଡ ପର୍ଯ୍ୟନ୍ତ ପାଖାପାଖି ୯୦୦ ମିଟର ରାସ୍ତା ସବୁବେଳେ ଗହଳି ରହୁଥିଲା। ଏହି କାରଣରୁ ଲୋକମାନଙ୍କ ଯିବା ଆସିବାରେ ସମସ୍ୟା ଦେଖାଦେଉଥିଲା। ରାସ୍ତା ସମ୍ପ୍ରସାରଣ ଲାଗି ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ନିର୍ଦ୍ଦେଶରେ ଉପଜିଲାପାଳ, ରେମୁଣା ତହସିଲଦାର, ରେମୁଣା ଥାନାଧିକାରୀ ଓ ନୀଳଗିରି ଏସ୍‌ଡ଼ିପିଓ ସ୍ଥାନୀୟ ବ୍ୟବସାୟୀଙ୍କ ସହିତ ଆଲୋଚନା କରିଥିଲେ। ବଜାରକୁ ଉଚ୍ଛେଦ ପାଇଁ ପ୍ରଶାସନ ପକ୍ଷରୁ ପୂର୍ବରୁ ମାଇକ୍‌ ଯୋଗେ ପ୍ରଚାର କରାଯିବା ସହ ନୋଟିସ୍‌ ଜାରି କରାଯାଇଥିଲା। ସେହି ଅନୁଯାୟୀ ଗୁରୁବାର ଉଚ୍ଛେଦ କରାଯାଇଛି। ୫ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ ଅଛନ୍ତି। ଏପରିକି ବ୍ୟବସାୟୀମାନେ ନିଜ ନିଜ ଇଚ୍ଛାରେ ଦୋକାନରୁ ଜିନିଷପତ୍ର ବାହାର କରିନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋଭିଡ୍‌ ଫଣ୍ଡକୁ ୧୦ହଜାର ଦେଲେ ବ୍ଲକ ଅଧ୍ୟକ୍ଷ

ଖଜୁରିପଡ଼ା/ବଲସକୁମ୍ପା,୨୮ା୪(ଡି.ଏନ.ଏ.)- କରୋନା ମହାମାରୀର ମୁକାବିଲା ପାଇଁ ଖଜୁରିପଡ଼ା ବ୍ଲକ ଅଧ୍ୟକ୍ଷ ବିରେନ୍ଦ୍ର କୁମାର କହଁର ୧୦ ହଜାର ଟଙ୍କା କୋଭିଡ୍‌ ଫଣ୍ଡକୁ ଦାନ କରିଛନ୍ତି। ସେ...

ପାଣ୍ଠି ଆଦାୟ କରୁଛନ୍ତି ବ୍ଲକ ଅଧ୍ୟକ୍ଷ

ଭୁବନ, ୧୧।୪(ଡି.ଏନ.ଏ.): ଢେଙ୍କାନାଳ ଜିଲା ଭୁବନ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ ସୋମବାରଠାରୁ ଗଁ। ଗଁ। ବୁଲି କରୋନା ସହାୟତା ପାଣ୍ଠି ଆଦାୟ କରୁଛନ୍ତି। ବ୍ଲକ...

ଡିବିରି ନିଆଁରୁ ଅଗ୍ନିକାଣ୍ଡ, ବାପପୁଅ ଗୁରୁତର

ତୁମୁଡ଼ିବନ୍ଧ,୨୬ା୬(ଡି.ଏନ୍‌.ଏ)-ତୁମୁଡ଼ିବନ୍ଧ ବ୍ଲକ ବେଲଘର ବଜାରସାହିରେ ସୋମବାର ରାତିରେ ଡିବିରିରୁ ନିଅଁା ବ୍ୟାପି ୨ ବଖରା ଜଳି ଯାଇଥିବାବେଳେ ବାପ ପୁଅ ଗୁରୁତର ହୋଇଛନ୍ତି। ସେମାନେ ହେଲେ...

କେନ୍ଦ୍ରାପଡ଼ାରେ ପ୍ରଥମ କରୋନା ପଜିଟିଭ୍‌ ଚିହ୍ନଟ; ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିଲେ ପରିବାର, ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି, ଆଳିର ୧୧ ଗାଁ ସିଲ୍‌

କେନ୍ଦ୍ରାପଡ଼ା ଅଫିସ, ୭ା୪: କେନ୍ଦ୍ରାପଡ଼ା ଜିଲାରେ ପ୍ରଥମ କରୋନା ପଜିଟିଭ ବ୍ୟକ୍ତି ସୋମବାର ଚିହ୍ନଟ ହୋଇଛନ୍ତି। ଆଳି ଅଞ୍ଚଳର ଏହି ଚିହ୍ନଟ ବ୍ୟକ୍ତିଙ୍କୁ ଜିଲା ପ୍ରଶାସନ...

ବ୍ରାଉନସୁଗାର କାରବାର ବେଲଗାମ

ନୟାଗଡ ଅଫିସ,୨୧।୧୨: ବ୍ରାଉନସୁଗାର କାରବାର ଉପରେ ଲଗାମ ନ ଥିବାରୁ ଏହାର ବ୍ୟବସାୟ ନୟାଗଡ଼ ଜିଲାରେ ବଢ଼ିବାରେ ଲାଗିଛି। ଜିଲାର ବିଭିନ୍ନ ଥାନା, ଫାଣ୍ଡି, ମନ୍ଦିର,...

ଜାନୁଆରୀ ୧୪ରୁ ଆଇଆଇଏମ୍‍ସିରେ ‘ଫିଲ୍ମି ଚକ୍କର-୩’

ଢେଙ୍କାନାଳ,୯।୧:: ଚଳଚ୍ଚିତ୍ରକୁ ନେଇ ଚର୍ଚ୍ଚା । ଚଳଚ୍ଚିତ୍ର ଉପରେ ଆଲୋଚନା । ପୁଣି ଚଳଚ୍ଚିତ୍ରର ବିଭିନ୍ନ ବିଭବକୁ ନେଇ କର୍ମଶାଳା । ଏସବୁର ସୁଯୋଗ ଆଣିଦେଇଛି...

ବାଲିଗୁଡ଼ାରେ ଉପସ୍ଥିତି ଜାହିର କଲେ ମାଓବାଦୀ: ଗଛ ପକାଇ ରାସ୍ତା ଅବରୋଧ କଲେ

ବାଲିଗୁଡ଼ା,୧୪ା୫(ଡି.ଏନ୍‌.ଏ.)-କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅଞ୍ଚଳରେ ମାଓବାଦୀମାନେ ପୁଣି ସେମାନଙ୍କ ଉପସ୍ଥିତି ଜାହିର କରିଛନ୍ତି। ସୋମବାର ମଧ୍ୟ  ରାତିରେ ବାଲିଗୁଡ଼ା- କଣ୍ଟାମାଳ ମୁଖ୍ୟରାସ୍ତାର ପରୁଭଟ୍ଟା ଘାଟିରେ...

ଏଟିଏମ୍‌ରୁ ବାହାରୁଛି ଚିରାଫଟା ନୋଟ୍‌

ରଣପୁର/ଟାଙ୍ଗୀ(ଖୋର୍ଦ୍ଧା)୧୫ା୭(ସ୍ବ.ପ୍ର./ଡି.ଏନ୍‌.ଏ.)-ରିଜର୍ଭ ବ୍ୟାଙ୍କ ଏଣିକି ଚିରାଫଟା, କଲମରେ ଲେଖା ଯାଇଥିବା, ଜରିପଡିଥିବା ନୋଟ୍‌କୁ ବ୍ୟବହାର ଅନୁପଯୋଗୀ ବୋଲି ଘୋଷଣା କରୁଥିବାବେଳେ ଏଟିଏମ୍‌ରୁ ଏଭଳି ଟଙ୍କା ବାହାରିବା ସମସ୍ତଙ୍କୁ...

Advertisement


Archives

Model This Week

Why Dharitri