Posted inଖେଳ

ଆଡିଲେଡ୍‌ରେ ହୋଇପାରେ ଭାରତ ବିପକ୍ଷ ବକ୍ସିଂ ଡେ’ ଟେଷ୍ଟ

ମେଲବୋର୍ନ, ୭ା୮(ପି.ଟି.)- ଭିକ୍ଟୋରିଆ ପ୍ରଦେଶରେ କୋଭିଡ୍‌-୧୯ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଭାରତ ବିପକ୍ଷ ପାରମ୍ପରିକ ବକ୍ସିଂ ଡେ’ ଟେଷ୍ଟ ମେଲବୋର୍ନ ପରିବର୍ତ୍ତେ ଆଡିଲେଡ୍‌ରେ କରିବା ଲାଗି ବିଚାର କରୁଛି କ୍ରିକେଟ ଅଷ୍ଟ୍ରେଲିଆ (ସିଏ)। ସ୍ଥାନୀୟ ଏକ ଖବରକାଗଜରେ ପ୍ରକାଶିତ ରିପୋର୍ଟ ଅନୁସାରେ ଡିସେମ୍ବର ୨୬ରୁ ୩୦ ପର୍ଯ୍ୟନ୍ତ ଏହି ମ୍ୟାଚ ଆୟୋଜନ ଦୌଡ଼ରେ ଆଡିଲେଡ୍‌ ସବୁଠାରୁ ଆଗରେ ରହିଛି। କ୍ରିକେଟ ଅଷ୍ଟ୍ରେଲିଆ ଚେୟାରମ୍ୟାନ ଇଅର୍ଲ ଇଡିଙ୍ଗ୍ସ ଆସନ୍ତା ସପ୍ତାହରେ ଜରୁରିକାଳୀନ ନ୍ୟାଶନାଲ କ୍ରିକେଟ କ୍ୟାବିନେଟ୍‌ ଡକାଇଛନ୍ତି। ସିରିଜର ସୁପରିଚାଳନା ନେଇ ଏଥିରେ ଆଲୋଚନା ହେବ। କାରଣ ଭାରତ ବିପକ୍ଷ ସିରିଜ ଯଦି ଅବା ସ୍ଥଗିତ ଅବା ବାତିଲ ହୁଏ ତେବେ କ୍ରିକେଟ ଅଷ୍ଟ୍ରେଲିଆ ୩୦୦ନିୟୁତ ଅଷ୍ଟ୍ରେଲୀୟ ଡଲାର ହରାଇବ। ଭିକ୍ଟୋରିଆରେ ବର୍ତ୍ତମାନ ସ୍ଥିତି ଭଲ ନାହିଁ। ଏହି ପ୍ରଦେଶରେ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ୧୩୦୦୦ ରହିଥିବାବେଳେ ୧୭୦ଜଣଙ୍କର ପ୍ରାଣହାନୀ ଘଟି ସାରିଲାଣି। ଅଷ୍ଟ୍ରଲିଆର ଅନ୍ୟ ପ୍ରଦେଶଗୁଡ଼ିକ ମଧ୍ୟରେ ଦ୍ୱିତୀୟ ସ୍ଥାନରେ ରହିଛି ନ୍ୟୁ ସାଉଥ୍‌ ଓ୍ବେଲ୍ସ। ଏହି ପ୍ରଦେଶରେ ପଜିଟିଭ୍‌ଙ୍କ ସଂଖ୍ୟା ୪୦୦୦ ରହିଛି। ସାଉଥ ଅଷ୍ଟ୍ରେଲିଆରେ ପଜିଟିଭଙ୍କ ସଂଖ୍ୟା ୪୫୭ ରହିଥିବା ବେଳେ ତନ୍ମଧ୍ୟରୁ ୪୪୫ଜଣ ସୁସ୍ଥ ହୋଇଛନ୍ତି। ଆଡିଲେଡ୍‌ ହେଉଛି ଏହି ପ୍ରଦେଶର ରାଜଧାନୀ। ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଦଳ ବ୍ରିସ୍‌ବେନରେ ଡିସେମ୍ବର ୩ରୁ ବ୍ରିସବେନ୍‌ଠାରେ ଅଷ୍ଟ୍ରେଲିଆ ବିପକ୍ଷ ୪ମ୍ୟାଚ ବିଶିଷ୍ଟ ହାଇପ୍ରୋଫାଇଲ୍‌ ଟେଷ୍ଟ ସିରିଜ ଖେଳିବ। ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ପ୍ରତିଶ୍ରୁତି ଅନୁସାରେ ପରେ ଡିସେମ୍ବର ୧୧ରୁ ୧୫ ତାରିଖ ପର୍ଯ୍ୟନ୍ତ ଆଡିଲେଡ୍‌ଠାରେ ଏକ ଦିବାରାତ୍ର ଟେଷ୍ଟ ଖେଳାଯିବା କାର୍ଯ୍ୟକ୍ରମ ରହିଛି। ତୃତୀୟ ଓ ଚତୁର୍ଥ ଟେଷ୍ଟ ଯଥାକ୍ରମେ ମେଲବୋର୍ନ (ଡିସେମ୍ବର ୨୬ରୁ ୩୦) ଏବଂ ସିଡ୍‌ନୀ (ଜାନୁୟାରୀ ୩ରୁ ୭)ଠାରେ ହେବ। ନିଜର ଆର୍ଥିକ ସ୍ଥିତି ସୁଧାରିବା ଲାଗି କ୍ରିକେଟ ଅଷେ୍‌ଟ୍ରଲିଆ ପାଇଁ ଏହି ସରିଜ ଗୁରୁତ୍ୱପୂର୍ଣ୍ଣ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଉଟ୍‌ ହେବା ପରେ ଶ୍ରୀଲଙ୍କା ବୋଲରଙ୍କ ସହ ଜୟସ୍ବାଲ ମୁହାଁମୁହିଁ, ମଇଦାନ ମଝିରେ ଧକ୍କାମୁକ୍କି, ଅଧିନାୟକ ମଝିରେ ପଶି-Video

କୋଲମ୍ବୋ,୨୩: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ମଇଦାନରେ ଉତ୍ତେଜନା ଦେଖିବାକୁ ମିଳିଛି। ଭାରତର ଯୁବ ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ବୀ…

କୁଲଦୀପ ଯାଦବଙ୍କୁ ଦ୍ୱିତୀୟ ଟେଷ୍ଟରୁ କାହିଁକି ବାଦ ଦିଆଗଲା? ବିସିସିଆଇ ପ୍ରକୃତ କାରଣ ପ୍ରକାଶ କଲା

ନୂଆଦିଲ୍ଲୀ,୨୩।୮: କୁଲଦୀପ ଯାଦବ ବର୍ତ୍ତମାନ କଲମ୍ବୋରେ ଚାଲିଥିବା ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଖେଳୁନାହାଁନ୍ତି। ତାଙ୍କ ସ୍ଥାନରେ ଅଫ ସ୍ପିନର ସାରାଂଶ ଜୈନଙ୍କୁ ପ୍ଲେଇଂ ଏକାଦଶରେ ସାମିଲ…

କୁଲଦୀପଙ୍କୁ ପ୍ଲେଇଂ ଇଲେଭେନରୁ ବାଦ ଦେବା ନେଇ ଚର୍ଚ୍ଚା; ଭାରତୀୟ କୋଚ ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୨୨।୮: କୁଲଦୀପ ଯାଦବଙ୍କୁ ନେଇ ଖୁବ ଆଲୋଚନା ହେଉଛି, ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ସେ ଖେଳିବେ କି ନାହିଁ ସେ ବିଷୟରେ ପ୍ରଶ୍ନ ବାକି ରହିଛି।…

ହକି ବିଶ୍ୱକପ୍‌ରେ ଦେଖିବାକୁ ମିଳିବ ହାଇଭୋଲଟେଜ୍‌ ମ୍ୟାଚ୍‌, ଭାରତ-ନେଦରଲାଣ୍ଡ୍ସ ମ୍ୟାଚ୍‌

ଆମଷ୍ଟେଲଭିନ୍‌,୨୧ା: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ ଦ୍ୱିତୀୟ ରାଉଣ୍ଡରେ ଭାରତ ଶନିବାର ଏହାର ପ୍ରଥମ ମ୍ୟାଚ୍‌ ନେଦରଲାଣ୍ଡ୍ସ ବିପକ୍ଷରେ ଖେଳିବ। ସେମିଫାଇନାଲରେ ପ୍ରବେଶ ପାଇଁ ଏହି…

ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌, ଭାରତ ପାଇଁ ପଦକ ପକ୍କାକଲେ ତ୍ରିସା-ଗାୟତ୍ରୀ

ନୂଆଦିଲ୍ଲୀ, ୨୧ା୮: ଭାରତର ତ୍ରିସା ଜୋଲି ଓ ଗାୟତ୍ରୀ ଗୋପିଚାନ୍ଦ ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌ ମହିଳା ଡବଲ୍ସ ସେମିଫାଇନାଲରେ ପ୍ରବେଶ କରିବା ସହ ପଦକ ପକ୍କା କରିଛନ୍ତି।…

ଲଡର୍‌ସରେ ଗାଙ୍ଗୁଲିଙ୍କ ସେଲିବ୍ରେଶନକୁ ପୁଣି ଦୋହରାଇଲେ ଭାରତୀୟ ଖେଳାଳି

ଲଣ୍ଡନ,୨୦ା୮: ଲଡର୍‌ସ କ୍ରିକେଟ ଗ୍ରାଉଣ୍ଡରେ ଗୁରୁବାର ଖେଳାଯାଇଥିବା ସପ୍ତମ ତଥା ଅନ୍ତିମ ମିକ୍ସଡ୍‌ ଭିନ୍ନକ୍ଷମ ଟି୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଇଂଲଣ୍ଡକୁ ୧୧୮ ରନରେ ହରାଇ ଭାରତ ବିଜୟ…

ବୈଭବଙ୍କ ପାଇଁ ବଡ଼ ସୁଯୋଗ, ଟିମ ଇଣ୍ଡିଆ ପୂର୍ବରୁ ଦୁଲୀପ ଟ୍ରଫିରେ ଖେଳିବେ, BCCI ଘୋଷଣା କଲା ପୂରା ସୂଚୀ

ନୂଆଦିଲ୍ଲୀ, ୨୦।୮: ବୈଭବ ସୂର୍ଯ୍ୟବଂଶୀ ଭାରତୀୟ T20I ଟିମର ଜଣେ ଗୁରୁତ୍ୱପୂର୍ଣ୍ଣ ଖେଳାଳି ପାଲଟିଛନ୍ତି। ସେପ୍ଟେମ୍ବରରେ ଆଫଗାନିସ୍ତାନ ବିପକ୍ଷ T20I ସିରିଜ ଜରିଆରେ ସେ ଟିମ ଇଣ୍ଡିଆ…

ପାକିସ୍ତାନ ବିପକ୍ଷରେ କମାଲ! ୫-୫ ୱିକେଟ୍ ନେଲେ ୨ ବୋଲର, ଗୋଟିଏ ବଲ୍‌କୁ ୨ ଭାଗ କରି ବାଣ୍ଟିଲା ଇଂଲଣ୍ଡ

ହେଡିଂଲି,୨୦।୮: ହେଡିଂଲିରେ ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି । ପାକିସ୍ତାନର ପ୍ରଥମ ପାଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri