ପ୍ରଥମେ ଡାକ୍ତରଙ୍କୁ ସୁରକ୍ଷା

ଉତ୍ତମ ସ୍ବାସ୍ଥ୍ୟସେବା ଏକ ସମନ୍ବିତ ଓ ବିକଶିତ ଭିତ୍ତିଭୂମି ଉପରେ ନିର୍ଭର କରେ। ଅର୍ଥାତ୍‌ ଉତ୍ତମ ପରିବେଶରେ ହସ୍ପିଟାଲ, ଗୁଣବତ୍ତା ଚିକିତ୍ସାର ଉପଲବ୍ଧତା, ଡାକ୍ତର ଓ ଅନ୍ୟ ସ୍ବାସ୍ଥ୍ୟକର୍ମୀଙ୍କ ଉପସ୍ଥିତି ଯୋଗୁ ସବୁ ଦିଗରୁ ସ୍ବାସ୍ଥ୍ୟସେବା ସମୃଦ୍ଧ ହୋଇପାରିବ। ସବୁଥାଇ ଯଦି ଡାକ୍ତର ନ ଥିବେ, ତେବେ ସ୍ବାସ୍ଥ୍ୟସେବା ନାମକୁମାତ୍ର ବୋଲି ବୁଝିବାକୁ ହେବ। ଓଡ଼ିଶାରେ ଏବେ ଏଭଳି ସ୍ଥିତି ସାମ୍ନାକୁ ଆସିଛି। ଡିସେମ୍ବର ୨ରେ ବିଧାୟକ ଟଙ୍କଧର ତ୍ରିପାଠୀ ଓ ପ୍ରଶାନ୍ତ ବେହେରାଙ୍କ ପ୍ରଶ୍ନର ଉତ୍ତରରେ ଓଡ଼ିଶାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ବିଧାନସଭାରେ ରାଜ୍ୟ ସ୍ବାସ୍ଥ୍ୟସେବାର ଏକ କରୁଣ ଚିତ୍ର ଦର୍ଶାଇଛନ୍ତି। ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟର ୩୦ ଜିଲାରେ ଥିବା ୩୭୫ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମଞ୍ଜୁରୀପ୍ରାପ୍ତ ୭,୮୦୬ ପଦବୀ ମଧ୍ୟରୁ ୫,୦୧୪ ପଦବୀ ଖାଲିପଡ଼ିଛି। ଉଦ୍‌ବେଗର ବିଷୟ ହେଉଛି, ଏହିସବୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ମୋଟ ୧୫୦୦ ମଞ୍ଜୁରୀପ୍ରାପ୍ତ ବିଶେଷଜ୍ଞ ଡାକ୍ତରଙ୍କ ମଧ୍ୟରୁ ୩୮୬ ଜଣ କାର୍ଯ୍ୟ କରୁଛନ୍ତି, ଅର୍ଥାତ୍‌ ୧,୧୧୪ ପଦବୀ ଖାଲି ରହିଛି। ଏହା ସହ ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି, ବିଭିନ୍ନ କାରଣ ଦର୍ଶାଇ ରାଜ୍ୟରେ ୧୯୬ ଜଣ ଡାକ୍ତର ଦୀର୍ଘଦିନ ଧରି ଛୁଟିରେ ରହିଛନ୍ତି ଏବଂ ଏହାର କାରଣ ଯଥାର୍ଥ ନ ଥିଲେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଏହି ଚେତାବନୀ ସ୍ବାଗତଯୋଗ୍ୟ। କିନ୍ତୁ ଅନେକ ହଜାର ପଦବୀ ଖାଲି ରହିବା ପଛର କାରଣ କ’ଣ, ତାହା ଖୋଜିବା ଦରକାର। ଅତୀତରୁ ଦୀର୍ଘ ସମୟ ଧରି ଏହି ସମସ୍ୟା ଲାଗି ରହିଛି, ଯାହାର ସ୍ଥାୟୀ ସମାଧାନ ହୋଇପାରୁନାହିଁ। ଫଳରେ ଉନ୍ନତ ସ୍ବାସ୍ଥ୍ୟସେବା ଗ୍ରାମାଞ୍ଚଳରେ ଉପଲବ୍ଧ ହେବା କଷ୍ଟକର ହୋଇଯାଇଛି। ଓଡ଼ିଶାର ଗ୍ରାମୀଣ ଅଞ୍ଚଳରେ ୭୦ ପ୍ରତିଶତରୁ ଅଧିକ ଲୋକ ରହୁଛନ୍ତି। ଯଦି ସେମାନଙ୍କ ନିକଟରେ ଥିବା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ଡାକ୍ତର ନ ରୁହନ୍ତି, ତେବେ ସ୍ବାସ୍ଥ୍ୟ ଯୋଜନାର ସୁଫଳ ମିଳିବା କଷ୍ଟକର ହୋଇଯିବ। ଏବେ ଲକ୍ଷ୍ୟ କରାଯାଉଛି, ସ୍ବାସ୍ଥ୍ୟକାର୍ଡର ଲାଭ ନେବା ପାଇଁ ଗ୍ରାମୀଣ ଲୋକମାନେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଛାଡ଼ି ସହରର ଛୋଟ ବଡ଼ ମେଡିକାଲରେ ଭିଡ଼ ଜମାଉଛନ୍ତି। ଦେଖିବାକୁ ଗଲେ ସ୍ବାସ୍ଥ୍ୟସେବା ଏବେ ସହରାଞ୍ଚଳ କୈନ୍ଦ୍ରିକ ହୋଇଯାଇଛି। ଡାକ୍ତରମାନେ ସହରରେ କିମ୍ବା ଏହାର ଆଖପାଖରେ ଥିବା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ରହିବାକୁ ପସନ୍ଦ କରୁଛନ୍ତି। ଅନ୍ୟପକ୍ଷରେ ରାଜ୍ୟର ବିଭିନ୍ନ ଉପାନ୍ତ ଅଞ୍ଚଳରେ ଥିବା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକର କଳେବରରେ ଉନ୍ନତି ଘଟିଥିଲେ ମଧ୍ୟ ସେଠାକୁ ଡାକ୍ତରମାନେ ଯାଉନାହାନ୍ତି କିମ୍ବା ଯିବାକୁ ପସନ୍ଦ କରୁନାହାନ୍ତି। ଏହା ବ୍ୟତୀତ ଘରୋଇ ହସ୍ପିଟାଲଗୁଡ଼ିକର ଉଚ୍ଚ ଦରମା ସେମାନଙ୍କୁ ଆକର୍ଷିତ କରୁଛି। ରାଜ୍ୟରୁ ଡାକ୍ତରମାନେ ଅନ୍ୟ ରାଜ୍ୟକୁ ଚାଲିଯାଉଛନ୍ତି। ଫଳରେ ରାଜ୍ୟରେ ଡାକ୍ତର ଓ ଲୋକସଂଖ୍ୟା ଅନୁପାତ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ)ର ନିୟମକୁ ପୂରଣ କରିପାରୁନାହିଁ। ଡବ୍ଲ୍ୟୁଏଚ୍‌ଓ ଅନୁଯାୟୀ, ୧୦୦୦ ଲୋକଙ୍କ ପାଇଁ ଜଣେ ଡାକ୍ତର ରହିବାର ନିୟମ ଥିବାବେଳେ ଓଡ଼ିଶାରେ ଏବେ ୧୫୦୦ ଲୋକଙ୍କ ପାଇଁ ଜଣେ ଡାକ୍ତର ଅଛନ୍ତି। ଏଭଳି ଅନୁପାତକୁ ନେଇ ଓଡ଼ିଶା ହାଇକୋର୍ଟ ମଧ୍ୟ ଉଦ୍‌ବେଗ ପ୍ରକାଶ କରିଛନ୍ତି।
କାଉନ୍‌ସିଲ ଅଫ୍‌ ମେଡିକାଲ ରେଜିେଷ୍ଟ୍ରେଶନ ତଥ୍ୟ ଅନୁଯାୟୀ, ରାଜ୍ୟରେ ଏହା ସହ ୨୯,୭୯୨ ଡାକ୍ତର ପଞ୍ଜୀକୃତ ହୋଇଛନ୍ତି। ଏବକାର ସ୍ଥିତିରେ ଓଡ଼ିଶାରେ ସରକାରୀ ଓ ବେସରକାରୀ ଏପରି ମୋଟ ୧୭ଟି ମେଡିକାଲ କଲେଜରେ ପଢୁଥିବା ୧,୮୬୩ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ପାଖାପାଖି ୧,୪୦୦ ପିଲା ସରକାରୀ ମେଡିକାଲ କଲେଜରେ ପଢ଼ୁଛନ୍ତି। ସରକାରୀ ମେଡିକାଲ କଲେଜରେ ପଢ଼ିବାକୁ ହେଲେ ପାଠ ଶେଷ ପରେ ୨ ବର୍ଷ ସରକାରୀ ହସ୍ପିଟାଲରେ କାମ କରିବାର ସର୍ତ୍ତ ରଖାଯାଉଛି ଓ ସରକାର ସେମାନଙ୍କ ପିଛା ପ୍ରଚୁର ଅର୍ଥ ବ୍ୟୟ କରୁଛନ୍ତି। ତଥାପି ମେଡିକାଲ ପାସ୍‌ କରିବା ପରେ ସେମାନେ ଗ୍ରାମୀଣ ସରକାରୀ ମେଡିକାଲରେ କାମ କରିବାକୁ ଅନିଚ୍ଛୁକ ହେଉଛନ୍ତି। କାମରେ ଯୋଗ ନ ଦେବା କିମ୍ବା ଛୁଟିରେ ରହିବା ପଛରେ ସୁରକ୍ଷାକୁ ଦର୍ଶାଯାଉଛି। ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ପକ୍ଷରୁ ଆକ୍ରମଣ କରାଯାଉଥିବାରୁ ଡାକ୍ତରମାନେ ସୁରକ୍ଷା ଦାବି କରୁଛନ୍ତି। ହେଲେ ଦୀର୍ଘଦିନ ଧରି ଛୁଟିରେ ଯାଉଥିବା କିମ୍ବା କାର୍ଯ୍ୟରେ ଯୋଗ ଦେଉ ନ ଥିବା ଡାକ୍ତରଙ୍କ ବିରୋଧରେ କଡ଼ା ପଦକ୍ଷେପ ନିଆଯିବା ଆବଶ୍ୟକ। କିନ୍ତୁ ତାହା ପୂର୍ବରୁ ଡାକ୍ତରମାନଙ୍କ ସମ୍ପୂର୍ଣ୍ଣ ସୁରକ୍ଷା ପ୍ରତି ସରକାର ଉପାୟ ବାହାର କରିବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ରାନ୍ସିସ ହାଲଜେନ୍‌ଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର

ଷ୍ଟକହୋମ,୬।୧୦: ଫ୍ରାନ୍ସିସ ହାଲଜେନ୍‌ଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି; ମଙ୍ଗଳବାର ଏହି ଘୋଷଣା କରାଯାଇଥିଲା। ରୟାଲ ସ୍ବିଡିସ ଏକାଡେମୀ ଅଫ ସାଇନ୍ସେସ ଫ୍ରାନ୍ସିସ ହାଲଜେନ୍‌…

Gyanesh Kumar Net Worth: ମୁଖ୍ୟ ନିର୍ବାଚନ କମିଶନରଙ୍କ ମାସକୁ ଦରମା କେତେ? ଜାଣନ୍ତୁ ବଙ୍ଗଳା, ଗାଡ଼ିଠାରୁ ପେନସନ ଯାଏ ମିଳୁଥିବା ସବୁ ସୁବିଧା…

ନୂଆଦିଲ୍ଲୀ,୬।୧୦: ଦେଶରେ ଯେତେବେଳେ ବି ନିର୍ୱାଚନ ମାହୋଲ ସୃଷ୍ଟି ହୁଏ କିମ୍ୱା ଭୋଟର ତାଲିକାକୁ ନେଇ ବିବାଦ ଉପୁଜେ, ସେତେବେଳେ ଭାରତୀୟ ନିର୍ୱାଚନ ଆୟୋଗ (ECI) ଏବଂ…

ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମ ପରିଦର୍ଶନ କରିବା ପାଇଁ ବିରାଟ କୋହଲି ୫ କୋଟି ଟଙ୍କା ପାଇଥିଲେ? ଜାଣନ୍ତୁ ଏହା ପଛର ସତ୍ୟତା

ନୂଆଦିଲ୍ଲୀ,୬।୧୦: ଭାରତୀୟ କ୍ରିକେଟ ତାରକା ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ବୃନ୍ଦାବନରେ ପ୍ରେମାନନ୍ଦ ମହାରାଜଙ୍କୁ ଭେଟିବା ଓ ତାଙ୍କ ସହ ଆଲୋଚନା କରିବାର…

ଶୀର୍ଷରେ ହରମନପ୍ରୀତ; ଧୋନି, ବିରାଟ, ରୋହିତ ଏହାର ପାଖାପାଖି ମଧ୍ୟ ନାହାନ୍ତି, ଲିଷ୍ଟ ଦେଖିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ,୬।୧୦: ହରମନପ୍ରୀତ କୌର ଭାରତୀୟ ଦଳର ଅଧିନାୟକ ପଦରୁ ଓହରି ଯାଇଛନ୍ତି। T20 କ୍ରିକେଟ ଇତିହାସରେ ସବୁଠାରୁ ସଫଳ ଅଧିନାୟକ ହେବା ପରେ ସେ ଏହି ନିଷ୍ପତ୍ତି…

IT ରେଡ୍‌କୁ ନେଇ ମୁହଁ ଖୋଲିଲେ ରକୁଲପ୍ରୀତ: କହିଲେ, ମୁଁ ୨୦ ବର୍ଷ ବୟସରୁ…

ମୁମ୍ବାଇ: ହିନ୍ଦୀ, ତେଲୁଗୁ ଓ ତାମିଲ ସିନେମାରେ ଅଭିନୟ କରିଥିବା ଅଭିନେତ୍ରୀ ରକୁଲ ପ୍ରୀତ ସିଂ ଏବେ ଆୟକର ବିଭାଗର ନଜରରେ ଅଛନ୍ତି। ନିକଟରେ ରକୁଲ ଏବଂ…

ଆଉ କେବେ କ’ଣ ଟିମ ଇଣ୍ଡିଆ ପାଇଁ ଖେଳିବେ ନାହିଁ ହରମନପ୍ରୀତ? ଅଧିନାୟକ ପଦରୁ ଓହରିବା ସମୟରେ କହିଲେ…

ନୂଆଦିଲ୍ଲୀ,୬।୧୦: ଭାରତୀୟ ମହିଳା କ୍ରିକେଟ ଦଳ ଏକ ନୂତନ ଯୁଗରେ ପ୍ରବେଶ କରିବାକୁ ଯାଉଛି। ହରମନପ୍ରୀତ କୌର ସମସ୍ତ ଫର୍ମାଟରେ ଟିମ ଇଣ୍ଡିଆର ଅଧିନାୟକ ପଦରୁ ଓହରି…

ବସ୍‌କୁ ଅପେକ୍ଷା କରିଥିବା ଯାତ୍ରୀଙ୍କ ଉପରେ ଚଢ଼ିଗଲା ହାଇୱା, ୩….

ଗଜପତି,୬।୧୦(ଗିରିଧାରୀ ପରିଛା): ଗଜପତି ଜିଲା ରାୟଗଡ଼ ଥାନା ଅନ୍ତର୍ଗତ ବଡ଼ଗାଁ ଛକ ନିକଟରେ ମଙ୍ଗଳବାର ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବସ୍‌କୁ ଅପେକ୍ଷା କରିଥିବା ଯାତ୍ରୀଙ୍କ ଉପରେ…

ଦିଲ୍ଲୀ କ୍ୟାପିଟାଲ୍ସରେ ବଡ଼ ପରିବର୍ତ୍ତନ, ହେଡ୍ କୋଚ୍ ହେଲେ…

ନୂଆଦିଲ୍ଲୀ,୬।୧୦: IPL ୨୦୨୭ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସରେ ବଡ଼ ପରିବର୍ତ୍ତନ ହୋଇଛି । ପୂର୍ବତନ ଭାରତୀୟ କ୍ରିକେଟର୍ ତଥା ପୂର୍ବତନ BCCI ସଭାପତି ସୌରଭ ଗାଙ୍ଗୁଲିଙ୍କୁ ଦିଲ୍ଲୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?