ଉତ୍ସବ ଋତୁ ଉତ୍ସାହ ହୀନ

ଅନୁଗୋଳ ଅଫିସ, ୧୬ା୧୧: ପୂଜା ଆସିଲେ ନବବଧୂଟିଏ ପରି ସଜେଇ ହୋଇଉଠେ ଅନୁଗୋଳ। ରଙ୍ଗବେରଙ୍ଗର ଆଲୋକମାଳାରୁ ବାରି ହୋଇପଡ଼େ ଗଁା ଓ ସହରର ଉତ୍ସାହ ଉଦ୍ଦୀପନା। ମଣ୍ଡପଗୁଡ଼ିକରୁ ଭାସି ଆସୁଥିବା ମନ୍ତ୍ରପାଠ ସହ ଭାରି ଭିଡ଼ର ଦୃଶ୍ୟ ଦୃଶ୍ୟମାନ ହୁଏ ସବୁଠି। ହେଲେ ମହାମାରୀ କରୋନା ପାଇଁ ଚଳିତବର୍ଷର ଉତ୍ସବ ଋତୁ ଉତ୍ସାହ ହୀନ ହୋଇପଡ଼ିଛି। ଗଣେଶ ପୂଜା ପରେ ଦୁର୍ଗାପୂଜା, ଲକ୍ଷ୍ମୀପୂଜା ଓ ଦୀପାବଳି ବିନା ଆଡ଼ମ୍ବରରେ ଶେଷ ହୋଇଛି। ଅମାବାସ୍ୟାର ଅର୍ଦ୍ଧରାତ୍ରିରୁ ଆରମ୍ଭ ହୋଇଥିବା ମା’ କାଳୀଙ୍କ ପୂଜାକୁ ନେଇ ମଧ୍ୟ କେଉଁଠି ନାହିଁ ପୂର୍ବପରି ଆନନ୍ଦ ଉଲ୍ଲାସ। ନଭେମ୍ବର ୩୦ ଯାଏ ସରକାରୀ କଟକଣା ବଳବତ୍ତର ଥିବାରୁ ପାର୍ବଣର ଶେଷ ଉତ୍ସବ କାର୍ତ୍ତିକ ପୂର୍ଣ୍ଣିମା ବା କାର୍ତ୍ତିକେଶ୍ୱର ପୂଜା ବି ଫିକା ପଡ଼ିବା ଥୟ।
ସାଧାରଣତଃ ପାର୍ବଣକୁ ନେଇ ସମସ୍ତେ କିଛି ନା କିଛି ଯୋଜନା କରିଥାନ୍ତି। ମଣ୍ଡପ ବୁଲା ସହ ମିନାବଜାର, ଦୋଳି, କିଣାକିଣି, ଭଳି କି ଭଳି ଖାଦ୍ୟର ମଜା ନେବାକୁ ଲୋକେ ଚାହିଁ ବସିଥାନ୍ତି। ସେହିପରି ବ୍ୟବସାୟୀମାନେ ମଧ୍ୟ ବର୍ଷକର ବଡ଼ ଆୟ ଏହି ସମୟରେ ହିଁ କରିଥାନ୍ତି। କିନ୍ତୁ କରୋନା କଟକଣା ଯୋଗୁ ଚଳିତବର୍ଷ ସାଧାରଣଙ୍କ ଠାରୁ ବ୍ୟବସାୟୀଙ୍କ ଯାଏ ସମସ୍ତଙ୍କ ମନରେ ନିରାଶା ଖେଳିଯାଇଛି। କେବଳ ଅନୁଗୋଳ ସହରରେ ଉତ୍ସବ ଋତୁରେ ୧୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ବ୍ୟବସାୟ ହୋଇଥାଏ। ଦୁର୍ଗାପୂଜାରୁ କାର୍ତ୍ତିକେଶ୍ୱର ପୂଜାଯାଏ ସହରରେ ଉତ୍ସବର ବାତାବରଣ ଲାଗି ରହିଥାଏ। ବିଶେଷକରି ବିଜୁ ମଇଦାନ, ଦଶହରା ପଡ଼ିଆ, ଅନୁଗୋଳ ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ମିନାବଜାର, ଦୋଳି ଆଦିର ଆୟୋଜନ ଦେଖିବାକୁ ମିଳିଥାଏ। କିନ୍ତୁ ମହାମାରୀ ପାଇଁ ଏଥର ସେପରି କିଛି ବ୍ୟବସ୍ଥା ଦେଖିବାକୁ ମିଳିନାହିଁ। କୌଣସି ଉଠା ଦୋକାନୀ କି ବୁଲା ବିକାଳି ସହରକୁ ଆସିନାହାନ୍ତି। ଏମିତି କି ପାର୍ବଣ କିପରି ଆସି ଚାଲିଯିବାକୁ ବସିଛି ତାହା ମଧ୍ୟ ଅନେକଙ୍କୁ ମାଲୁମ ପଡ଼ିନାହିଁ। ସହରର ୩ଟି ପ୍ରମୁଖ ସ୍ଥାନରେ କାଳୀପୂଜା ଚାଲିଛି। ଅନୁଗୋଳ ବସ୍‌ଷ୍ଟାଣ୍ଡ, ହେମସୁରପଡ଼ା ଓ ଡେଲି ମାର୍କେଟରେ ଏହି ପୂଜା କରାଯାଇଛି। କିନ୍ତୁ ପୂର୍ବପରି ବଡ଼ ଧରଣର କୌଣସି ଆୟୋଜନ କରାଯାଇ ନାହିଁ। ବିନା ଶବ୍ଦ, ବିନା ବାଦ୍ୟରେ ପୂଜା କରାଯାଉଛି। କେବଳ ବିଧି ରକ୍ଷା ନିମନ୍ତେ ପୂଜା କରାଯାଉଥିବା ଆୟୋଜକମାନେ କହିଛନ୍ତି। ସପ୍ତାହେ ବ୍ୟାପୀ ପାଳନ ହେଉଥିବା ଏହି ପୂଜାକୁ କେତେକ ମଣ୍ଡପରେ କାଟଛାଣ୍ଟ କରାଯାଇଛି। କେଉଁଠି ୩ ଦନ ପାଇଁ ତ ଆଉ କେଉଁଠି ଦୁଇ ଦିନରେ ମା’ଙ୍କୁ ମେଲାଣି ଦିଆଯିବାର ବ୍ୟବସ୍ଥା କରାଯାଇଛି। ତେଣୁ ଚଳିତବର୍ଷ ପୂଜା ବଜାରର ଆନନ୍ଦ ଅନୁଗୋଳବାସୀ ନେଇପାରି ନ ଥିବାବେଳେ ବ୍ୟବସାୟୀମାନଙ୍କୁ ମଧ୍ୟ ବିପୁଳ କ୍ଷତିର ସମ୍ମୁଖୀନ ହେବାକୁ ପଡ଼ିଛି।

ବ୍ୟବସାୟୀ ଏବେ ମଜୁରି ଖଟୁଛନ୍ତି
ପ୍ରତିବର୍ଷ ପାର୍ବଣ ସମୟରେ ଦେଢ଼ଶହ ବାହାର ବ୍ୟବସାୟୀ ଅନୁଗୋଳ ସହରକୁ ଆସିଥାନ୍ତି। ସେମାନଙ୍କ ମଧ୍ୟରୁ ରାଜ୍ୟ ବାହାରୁ ୭୦ ଜଣ ଆସିଥାନ୍ତି। ବିଭିନ୍ନ ଅଞ୍ଚଳରୁ ୮୦ ବ୍ୟବସାୟୀ ଆସି ମେଳାଗୁଡ଼ିକରେ ଅଂଶଗ୍ରହଣ କରିଥାନ୍ତି। କିନ୍ତୁ ଚଳିତବର୍ଷ କୌଣସି ବାହାର ବ୍ୟବସାୟୀ ଅନୁଗୋଳ ଆସିନାହାନ୍ତି।
-ପ୍ରମୋଦ ଜେନା, ମେଳା ଆୟୋଜକ, ଅନୁଗୋଳ

ମାନ୍ଦାରେ ଚାଲିଛି ବ୍ୟବସାୟ
ପୂଜା ବ୍ୟବସାୟ ସମ୍ପୂର୍ଣ୍ଣ ନିଆରା। ଲୋକଙ୍କୁ ଆକୃଷ୍ଟ କରିବାକୁ ଭଳିକି ଭଳି ସାମଗ୍ରୀ ଅଣାଯାଇଥାଏ। କିନ୍ତୁ ଚଳିତବର୍ଷ ସେସବୁ ମଗାଯାଇଥିଲେ ମଧ୍ୟ କଟକଣା ଯୋଗୁ କିଣାବିକା ସେପରି ହୋଇପାରି ନାହିଁ। ବେପାର ପୂରା ମାନ୍ଦାରେ ଚାଲିଛି। ତଥାପି ଆଗାମୀ ବର୍ଷ ଯାଏ ଅପେକ୍ଷା କରିବାକୁ ପଡ଼ିବ।
-ରଞ୍ଜନ ବାରିକ, ବ୍ୟବସାୟୀ, ଅନୁଗୋଳ

ମାତ୍ର ୩ ଦିନ ପୂଜା
କାଳୀ ପୂଜା ଆସିଲେ ବସ୍‌ଷ୍ଟାଣ୍ଡ ନୂଆ ରୂପ ନେଇଥାଏ। ଆକର୍ଷଣୀୟ ସାଜସଜ୍ଜା ଶ୍ରଦ୍ଧାଳୁଙ୍କୁ ଆକୃଷ୍ଟ କରିଥାଏ। କିନ୍ତୁ ଚଳିତବର୍ଷ ସେଭଳି କିଛି ବି କରାଯାଇ ନାହିଁ। ସପ୍ତାହେ ବଦଳରେ ମାତ୍ର ତିନି ଦିନ ପୂଜା ଆୟୋଜନ କରାଯାଇଛି। ପ୍ରସାଦ ସେବନକୁ ନେଇ ମଧ୍ୟ ଏଠାରେ ଉତ୍ସାହ ନାହିଁ।
-ବିଜୟ କୁମାର ଜେନା, ସଭାପତି, ବସ୍‌ଷ୍ଟାଣ୍ଡ କାଳୀ ପୂଜା କମିଟି

ମାତ୍ର ୩୦ ହଜାରରେ ଆୟୋଜନ
ପ୍ରତିବର୍ଷ ମା’ କାଳୀଙ୍କ ପୂଜା ଆୟୋଜନରେ ୬ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥାଏ। ହେଲେ ଚଳିତବର୍ଷ ମାତ୍ର ୩୦ ହଜାର ଟଙ୍କା ଖର୍ଚ୍ଚ କରାଯାଇଛି। ଶନିବାର ରାତିରୁ ପୂଜା ପାଇଥିବା ମା’ଙ୍କୁ ସୋମବାର ମେଲାଣି ଦେବାର ବ୍ୟବସ୍ଥା କରାଯାଇଛି। ପ୍ରଥମ ଥର ପାଇଁ ଏତେ କମ୍‌ ଦିନର ଆୟୋଜନ କରାଯାଇଛି।
-ବୀରେନ୍ଦ୍ର ନାୟକ, ସଭାପତି ହେମସୁରପଡ଼ା କାଳୀ ପୂଜା କମିଟି


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ହଣାକଟା: ୫ ଆହତ, ଦମ୍ପତି ଗୁରୁତର

ଦିଗପହଣ୍ଡି,୪ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ରବିବାର ସକାଳେ ଦୁଇ…

୨ଛାତ୍ରୀଙ୍କୁ ଅସଦାଚରଣ, ସ୍କୁଲ କିରାଣି ଗିରଫ

ଟେନ୍‌ସା,।୪।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ. ବଲାଙ୍ଗ ଥାନା ଜାମୁଢ଼ି ପଞ୍ଚାୟତର ଏକ ହାଇସ୍କୁଲରେ ୨ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା…

ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ

ବଡ଼ବିଲ,୪।୧୦(ଜୟନ୍ତୀ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁସ୍ଥିତ ବୁରୁସାହିରେ ଶୁକ୍ରବାର ରାତିରେ ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ ଘଟିଛି। ମୃତକ ଭିଣୋଇ ହେଲେ ବନମାଳୀ…

ଗୋଟିଏ କୋଠରିରେ ଦୁଇଟି ଶ୍ରେଣୀର ପାଠପଢ଼ା

ବରଗଡ଼,୪।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ କନ୍ଦାଡଙ୍ଗର ଗ୍ରାମରେ ୧୯୪୦ରେ ପ୍ରତିଷ୍ଠିତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟାଘେରରେ ରହିଛି। କେବଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?