ଉତ୍ସବ ଋତୁ ଉତ୍ସାହ ହୀନ

ଅନୁଗୋଳ ଅଫିସ, ୧୬ା୧୧: ପୂଜା ଆସିଲେ ନବବଧୂଟିଏ ପରି ସଜେଇ ହୋଇଉଠେ ଅନୁଗୋଳ। ରଙ୍ଗବେରଙ୍ଗର ଆଲୋକମାଳାରୁ ବାରି ହୋଇପଡ଼େ ଗଁା ଓ ସହରର ଉତ୍ସାହ ଉଦ୍ଦୀପନା। ମଣ୍ଡପଗୁଡ଼ିକରୁ ଭାସି ଆସୁଥିବା ମନ୍ତ୍ରପାଠ ସହ ଭାରି ଭିଡ଼ର ଦୃଶ୍ୟ ଦୃଶ୍ୟମାନ ହୁଏ ସବୁଠି। ହେଲେ ମହାମାରୀ କରୋନା ପାଇଁ ଚଳିତବର୍ଷର ଉତ୍ସବ ଋତୁ ଉତ୍ସାହ ହୀନ ହୋଇପଡ଼ିଛି। ଗଣେଶ ପୂଜା ପରେ ଦୁର୍ଗାପୂଜା, ଲକ୍ଷ୍ମୀପୂଜା ଓ ଦୀପାବଳି ବିନା ଆଡ଼ମ୍ବରରେ ଶେଷ ହୋଇଛି। ଅମାବାସ୍ୟାର ଅର୍ଦ୍ଧରାତ୍ରିରୁ ଆରମ୍ଭ ହୋଇଥିବା ମା’ କାଳୀଙ୍କ ପୂଜାକୁ ନେଇ ମଧ୍ୟ କେଉଁଠି ନାହିଁ ପୂର୍ବପରି ଆନନ୍ଦ ଉଲ୍ଲାସ। ନଭେମ୍ବର ୩୦ ଯାଏ ସରକାରୀ କଟକଣା ବଳବତ୍ତର ଥିବାରୁ ପାର୍ବଣର ଶେଷ ଉତ୍ସବ କାର୍ତ୍ତିକ ପୂର୍ଣ୍ଣିମା ବା କାର୍ତ୍ତିକେଶ୍ୱର ପୂଜା ବି ଫିକା ପଡ଼ିବା ଥୟ।
ସାଧାରଣତଃ ପାର୍ବଣକୁ ନେଇ ସମସ୍ତେ କିଛି ନା କିଛି ଯୋଜନା କରିଥାନ୍ତି। ମଣ୍ଡପ ବୁଲା ସହ ମିନାବଜାର, ଦୋଳି, କିଣାକିଣି, ଭଳି କି ଭଳି ଖାଦ୍ୟର ମଜା ନେବାକୁ ଲୋକେ ଚାହିଁ ବସିଥାନ୍ତି। ସେହିପରି ବ୍ୟବସାୟୀମାନେ ମଧ୍ୟ ବର୍ଷକର ବଡ଼ ଆୟ ଏହି ସମୟରେ ହିଁ କରିଥାନ୍ତି। କିନ୍ତୁ କରୋନା କଟକଣା ଯୋଗୁ ଚଳିତବର୍ଷ ସାଧାରଣଙ୍କ ଠାରୁ ବ୍ୟବସାୟୀଙ୍କ ଯାଏ ସମସ୍ତଙ୍କ ମନରେ ନିରାଶା ଖେଳିଯାଇଛି। କେବଳ ଅନୁଗୋଳ ସହରରେ ଉତ୍ସବ ଋତୁରେ ୧୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ବ୍ୟବସାୟ ହୋଇଥାଏ। ଦୁର୍ଗାପୂଜାରୁ କାର୍ତ୍ତିକେଶ୍ୱର ପୂଜାଯାଏ ସହରରେ ଉତ୍ସବର ବାତାବରଣ ଲାଗି ରହିଥାଏ। ବିଶେଷକରି ବିଜୁ ମଇଦାନ, ଦଶହରା ପଡ଼ିଆ, ଅନୁଗୋଳ ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ମିନାବଜାର, ଦୋଳି ଆଦିର ଆୟୋଜନ ଦେଖିବାକୁ ମିଳିଥାଏ। କିନ୍ତୁ ମହାମାରୀ ପାଇଁ ଏଥର ସେପରି କିଛି ବ୍ୟବସ୍ଥା ଦେଖିବାକୁ ମିଳିନାହିଁ। କୌଣସି ଉଠା ଦୋକାନୀ କି ବୁଲା ବିକାଳି ସହରକୁ ଆସିନାହାନ୍ତି। ଏମିତି କି ପାର୍ବଣ କିପରି ଆସି ଚାଲିଯିବାକୁ ବସିଛି ତାହା ମଧ୍ୟ ଅନେକଙ୍କୁ ମାଲୁମ ପଡ଼ିନାହିଁ। ସହରର ୩ଟି ପ୍ରମୁଖ ସ୍ଥାନରେ କାଳୀପୂଜା ଚାଲିଛି। ଅନୁଗୋଳ ବସ୍‌ଷ୍ଟାଣ୍ଡ, ହେମସୁରପଡ଼ା ଓ ଡେଲି ମାର୍କେଟରେ ଏହି ପୂଜା କରାଯାଇଛି। କିନ୍ତୁ ପୂର୍ବପରି ବଡ଼ ଧରଣର କୌଣସି ଆୟୋଜନ କରାଯାଇ ନାହିଁ। ବିନା ଶବ୍ଦ, ବିନା ବାଦ୍ୟରେ ପୂଜା କରାଯାଉଛି। କେବଳ ବିଧି ରକ୍ଷା ନିମନ୍ତେ ପୂଜା କରାଯାଉଥିବା ଆୟୋଜକମାନେ କହିଛନ୍ତି। ସପ୍ତାହେ ବ୍ୟାପୀ ପାଳନ ହେଉଥିବା ଏହି ପୂଜାକୁ କେତେକ ମଣ୍ଡପରେ କାଟଛାଣ୍ଟ କରାଯାଇଛି। କେଉଁଠି ୩ ଦନ ପାଇଁ ତ ଆଉ କେଉଁଠି ଦୁଇ ଦିନରେ ମା’ଙ୍କୁ ମେଲାଣି ଦିଆଯିବାର ବ୍ୟବସ୍ଥା କରାଯାଇଛି। ତେଣୁ ଚଳିତବର୍ଷ ପୂଜା ବଜାରର ଆନନ୍ଦ ଅନୁଗୋଳବାସୀ ନେଇପାରି ନ ଥିବାବେଳେ ବ୍ୟବସାୟୀମାନଙ୍କୁ ମଧ୍ୟ ବିପୁଳ କ୍ଷତିର ସମ୍ମୁଖୀନ ହେବାକୁ ପଡ଼ିଛି।

ବ୍ୟବସାୟୀ ଏବେ ମଜୁରି ଖଟୁଛନ୍ତି
ପ୍ରତିବର୍ଷ ପାର୍ବଣ ସମୟରେ ଦେଢ଼ଶହ ବାହାର ବ୍ୟବସାୟୀ ଅନୁଗୋଳ ସହରକୁ ଆସିଥାନ୍ତି। ସେମାନଙ୍କ ମଧ୍ୟରୁ ରାଜ୍ୟ ବାହାରୁ ୭୦ ଜଣ ଆସିଥାନ୍ତି। ବିଭିନ୍ନ ଅଞ୍ଚଳରୁ ୮୦ ବ୍ୟବସାୟୀ ଆସି ମେଳାଗୁଡ଼ିକରେ ଅଂଶଗ୍ରହଣ କରିଥାନ୍ତି। କିନ୍ତୁ ଚଳିତବର୍ଷ କୌଣସି ବାହାର ବ୍ୟବସାୟୀ ଅନୁଗୋଳ ଆସିନାହାନ୍ତି।
-ପ୍ରମୋଦ ଜେନା, ମେଳା ଆୟୋଜକ, ଅନୁଗୋଳ

ମାନ୍ଦାରେ ଚାଲିଛି ବ୍ୟବସାୟ
ପୂଜା ବ୍ୟବସାୟ ସମ୍ପୂର୍ଣ୍ଣ ନିଆରା। ଲୋକଙ୍କୁ ଆକୃଷ୍ଟ କରିବାକୁ ଭଳିକି ଭଳି ସାମଗ୍ରୀ ଅଣାଯାଇଥାଏ। କିନ୍ତୁ ଚଳିତବର୍ଷ ସେସବୁ ମଗାଯାଇଥିଲେ ମଧ୍ୟ କଟକଣା ଯୋଗୁ କିଣାବିକା ସେପରି ହୋଇପାରି ନାହିଁ। ବେପାର ପୂରା ମାନ୍ଦାରେ ଚାଲିଛି। ତଥାପି ଆଗାମୀ ବର୍ଷ ଯାଏ ଅପେକ୍ଷା କରିବାକୁ ପଡ଼ିବ।
-ରଞ୍ଜନ ବାରିକ, ବ୍ୟବସାୟୀ, ଅନୁଗୋଳ

ମାତ୍ର ୩ ଦିନ ପୂଜା
କାଳୀ ପୂଜା ଆସିଲେ ବସ୍‌ଷ୍ଟାଣ୍ଡ ନୂଆ ରୂପ ନେଇଥାଏ। ଆକର୍ଷଣୀୟ ସାଜସଜ୍ଜା ଶ୍ରଦ୍ଧାଳୁଙ୍କୁ ଆକୃଷ୍ଟ କରିଥାଏ। କିନ୍ତୁ ଚଳିତବର୍ଷ ସେଭଳି କିଛି ବି କରାଯାଇ ନାହିଁ। ସପ୍ତାହେ ବଦଳରେ ମାତ୍ର ତିନି ଦିନ ପୂଜା ଆୟୋଜନ କରାଯାଇଛି। ପ୍ରସାଦ ସେବନକୁ ନେଇ ମଧ୍ୟ ଏଠାରେ ଉତ୍ସାହ ନାହିଁ।
-ବିଜୟ କୁମାର ଜେନା, ସଭାପତି, ବସ୍‌ଷ୍ଟାଣ୍ଡ କାଳୀ ପୂଜା କମିଟି

ମାତ୍ର ୩୦ ହଜାରରେ ଆୟୋଜନ
ପ୍ରତିବର୍ଷ ମା’ କାଳୀଙ୍କ ପୂଜା ଆୟୋଜନରେ ୬ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥାଏ। ହେଲେ ଚଳିତବର୍ଷ ମାତ୍ର ୩୦ ହଜାର ଟଙ୍କା ଖର୍ଚ୍ଚ କରାଯାଇଛି। ଶନିବାର ରାତିରୁ ପୂଜା ପାଇଥିବା ମା’ଙ୍କୁ ସୋମବାର ମେଲାଣି ଦେବାର ବ୍ୟବସ୍ଥା କରାଯାଇଛି। ପ୍ରଥମ ଥର ପାଇଁ ଏତେ କମ୍‌ ଦିନର ଆୟୋଜନ କରାଯାଇଛି।
-ବୀରେନ୍ଦ୍ର ନାୟକ, ସଭାପତି ହେମସୁରପଡ଼ା କାଳୀ ପୂଜା କମିଟି


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri