ସବୁଠି ଚାଲିଛି ମିଲର୍‌ଙ୍କ ରାଜୁତି, ମିଲର୍‌ଙ୍କ ମନମାନିକୁ ନେଇ ଜିଲା ଯୋଗାଣ ବିଭାଗ ନିକଟରେ ଦ୍ୱାରସ୍ଥ ହେଲେ ଚାଷୀ

ଛତ୍ରପୁର,୧୬।୧(ଦିଲ୍ଲୀପ ସାମଲ): ଏବେ ସବୁଠି ମିଲର୍‌ଙ୍କ ମନମାନିକୁ ନେଇ ଚାଷୀଙ୍କ ଅଭିଯୋଗ। କେଉଁଠି ମିଲର ୭୫ କେଜି ଧାନ ବସ୍ତାରେ ୭୯ କେଜି ମାଗୁଛନ୍ତି ତ କେଉଁଠି ୭୮ କେଜି ମାଗୁଛନ୍ତି ନଚେତ ଧାନ ଉଠିବ ନାହିଁ ବୋଲି ଚାଷୀଙ୍କୁ କହୁଛନ୍ତି ମିଲର । ଏହିଭଳି ଘଟଣା ଛତ୍ରପୁର ବ୍ଲକ ବିପୁଳିଙ୍ଗି ସେବା ସମବାୟ ସମିତି ଓ ଲକ୍ଷ୍ମୀପୁର ପଞ୍ଚାୟତରେ ଦେଖିବାକୁ ମିଳିଛି। ଚଳିତ ଧାନ ଅମଳ ସମୟରେ ଦୁଇଥର ଲଗାଣ ବର୍ଷାରେ ଚାଷୀ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବାବେଳେ ଏବେ ଏଫଏକ୍ୟୁ ମାନକୁ ନେଇ ମିଲର ମନମୁଖୀ ଶାସନ ପୁଣି ଚାଷୀର ଦଃୁଖକୁ ଦ୍ୱିଗୁଣିତ କରିଦେଇଛି । ଏହି ସମୟରେ ମିଲରଙ୍କ ରାଜୁତିରେ ଶିକାର ହେଉଛନ୍ତି ଶହ ଶହ ଚାଷୀ । ଏହି ବ୍ୟାପକ ଅବ୍ୟବସ୍ଥା ନେଇ ଶେଷରେ ସେମାନେ ଆଜି ବାଧ୍ୟ ହୋଇ ଜିଲା ଯୋଗାଣ ମୁଖ୍ୟାଳୟରେ ପହଞ୍ଚି ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଚଳିତ ମାସ ୧୪ ତାରିଖ ଦିନ ଧାନ କିଣାର ବ୍ୟାପକ ଅବସ୍ଥା ନେଇ ବିପୁଳିଙ୍ଗି ସେବା ସମବାୟ ସମିତି କାର୍ଯ୍ୟାଳୟ ତାଲା ପକାଇଥିଲେ ଚାଷୀ। ପରେ ଏହାର ସମାଧାନ ନେଇ ଗତକାଲି ବୈଠକ ହୋଇଥିଲା। ଏପରିକି ୩ ରୁ ୪ ଥର ବୈଠକ ହୋଇ ଏକ ନିଷ୍ପତ୍ତି ମଧ୍ୟ ବାହାରିଥିଲା ବୋଲି ସେବା ସମବାୟ ସମିତି ସଭାପତି ପୂର୍ଣ୍ଣଚନ୍ଦ୍ର ଦାଶ କହିଛନ୍ତି। ପୂର୍ବଥର ଯେପରି ଚାଲିଥିଲା ସେହିପରି ଚାଲିବ କିନ୍ତୁ ଆଜି ମିଲର ଚାଷୀଙ୍କୁ ୭୫ କେଜିରେ ଧାନ ବସ୍ତାରେ ୩ କେଜି ଅଧିକ ମାଗୁଥିବା କହିଥିଲେ ସଭାପତି । ସେହିପରି ଲକ୍ଷ୍ମୀପୁରରେ ମଧ୍ୟ ଅନୁରୁପ ଘଟଣା। ସେଠାରେ ୭୫ କେଜି ଧାନ ବସ୍ତାରେ ୪ କେଜି ଅଧିକ ମାଗୁଛନ୍ତି ବୋଲି ଲକ୍ଷ୍ମୀପୁର ଚାଷୀ ଏସ.ସୁର୍ଦଶନ ରେଡି କହିଛନ୍ତି । ଏହିପରି ମଣ୍ଡି ଅବ୍ୟବସ୍ଥା ଆଗରୁ କେବେ ଆମେ ଦେଖିନଥିଲୁ କହିଛନ୍ତି ଚାଷୀ ବୁଲୁ ବିଷୋଇ। ଏ ପର୍ଯ୍ୟନ୍ତ ମଣ୍ଡିରେ କୌଣସି ସରକାରୀ କର୍ମଚାରୀଙ୍କ ଦେଖାନାହିଁ। ଏ ସରକାର ଚାଷୀଙ୍କର ସରକାର ନୁହନ୍ତି, ଚାଷୀଙ୍କ ପାଇଁ ଏହି ସରକାର ଅଯୋଗ୍ୟ ସରକାର ବୋଲି କହିଛନ୍ତି। କିପରି ଧାନ ସୁରୁଖୁରୁରେ ଉଠିବ ତାର ବ୍ୟବସ୍ଥା କରାଯିବ ବୋଲି ଭାରପ୍ରାପ୍ତ ମୁଖ୍ୟ ଯୋଗାଣ ଅଧିକାରୀ ପୁଷା ମୁଣ୍ଡା ଚାଷୀଙ୍କୁ କଥା ଦେଇଛନ୍ତି। ଅନ୍ୟପକ୍ଷରେ ସଠିକ୍‌ ସମୟରେ ଧାନ ନ ଉଠିଲେ ଅଭାବୀ ବିକ୍ରି କରିବା ପାଇଁ ଚାଷୀ ବାଧ୍ୟ ହେବେ । ଯାହାଫଳରେ ଚାଷୀ କୁଇଣ୍ଟାଲ ପିଛା ଯେଉଁ ୩୧ଶହ ଟଙ୍କା ପାଇବେ ବୋଲି ଆଶା ରଖିଥିଲେ ସେମାନେ ବାଧ୍ୟ ହୋଇ ଦଲାର ଶିକାର ହୋଇ ୧୭ଶହରୁ ୧୮ ଶହ ଟଙ୍କାରେ ବିକ୍ରି କରିବାକୁ ବାଧ୍ୟ ହେବେ। ତେଣୁ ତୁରନ୍ତ ଜିଲାପ୍ରଶାସନ ଏଥିରେ ହସ୍ତକ୍ଷେପ କରି ଏହାର ସମାଧାନ କରି ସମସ୍ତ ପଞ୍ଜିକୃତ ଚାଷୀଙ୍କ ଧାନ ଉଠାଣ କରିବା ପାଇଁ ଦାବି କରିଛନ୍ତି ଚାଷୀ ନେତା ସିମାଞ୍ଚଳ ନାହାକ, ନିଳକଣ୍ଠ ଦାଶ.ଶଙ୍କର ଦାଶ, ଦୀଲ୍ଲିପ ଛୋଟରାୟ ପ୍ରମୁଖ ନଚେତ ଜିଲାରେ ଚଳିତ ବର୍ଷ ୬୦ ରୁ ୭୦ ପ୍ରତିଶତ ଚାଷୀ ମଧ୍ୟ ମଣ୍ଡିରେ ବିକ୍ରି କରିବା କଷ୍ଟକର ହୋଇଯିବ ବୋଲି କହିଛନ୍ତି। ସୂଚନା ଥାଉକି ଜିଲାରେ ୪୭୮ ସୋସାଇଟ ଚଳିତ ବର୍ଷ ଧାନ କିଣାରେ ସାମିଲ ହୋଇଛନ୍ତି, ସେଥିମଧ୍ୟରୁ ୩୬୬ ସେବା ସମାବୟ ସମିତି, ୧୧୧ଟି ସ୍ବୟଂସହାୟକ ଗୋଷ୍ଠୀ ଓ ଗୋଟିଏ ପାଣି ପଞ୍ଚାୟତ ଚଳିତ ଥର ଏହି ଧାନ କିଣା ପ୍ରକ୍ରିୟାରେ ସାମିଲ ହୋଇଛନ୍ତି। ଜିଲାରେ ଚଳିତ ମାସ ତିନି ତାରିଖରୁ ମଣ୍ଡି ଖୋଲାଯାଇଥିବା ବେଳେ ଏଯାବତ ୪୧୪ଟି ମଣ୍ଡିରେ ୨୩୭୫ ଜଣ ଚାଷୀ ୧ଲକ୍ଷ ୨୦ହଜାର ୪୯୨.୭୦ କୁଇଣ୍ଟାଲ ଧାନ ବିକ୍ରି କରିଥିବା ଜଣାପଡିଛି । ଚଳିତ ବର୍ଷ ୧ ଲକ୍ଷ ୪୬ ହଜାର ୫୦୪ ଜଣ ଚାଷୀ ପଞ୍ଜିକରଣ କରିଛନ୍ତି । ଜିଲାକୁ ଚଳିତ ବର୍ଷ ଚାଉଳ ବାବଦକୁ ୩୦୦୨୭୮ ମେଟ୍ରିକ ଟନ୍‌ ତଥା ୩୦ ଲକ୍ଷ ୨୭୮୦ କୁଇଣ୍ଟାଲ ପ୍ରଥମ ପର୍ଯ୍ୟାୟରେ ଟାର୍ଗେଟ ଆସିଛି। ଯାହାକି ଧାନ ବାବଦରେ ୪୪୮୧୭୬.୧୦ ମେଟ୍ରିକ ଟନ୍‌ ତଥା ୪୪ ଲକ୍ଷ ୮୧ହଜାର ୭୬୧ କୁଇଣ୍ଟାଲ।


Enter your email to get our daily news in your inbox.

All Right Reserved By Dharitri.Com

ଗଭୀର ଅବପାତ: ଗଞ୍ଜାମରେ ପ୍ରଶାସନର ହାଇ-ଆଲର୍ଟ, ୨୧୬ ଜଣ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର

ଛତ୍ରପୁର, ୨୨।୯(ଦିଲ୍ଲୀପ ସାମଲ): ସମ୍ଭାବ୍ୟ ଗଭୀର ଅବପାତ ଓ ପ୍ରବଳ ବର୍ଷା ଜନିତ ବିପର୍ଯ୍ୟୟର ମୁକାବିଲା ପାଇଁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ…

‘ଧରିତ୍ରୀ’ରେ ଖବର ପ୍ରସାରଣର ବଡ଼ ପ୍ରଭାବ: ଥୁଆମୂଳ ରାମପୁରରେ ଅଟକିଲା ବେଆଇନ ଦାଦନ ବସ୍, ୧୭ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଫାଇନ୍

ଥୁଆମୂଳ ରାମପୁର, ୨୨।୯(ଦୁର୍ଗା କୀର୍ତ୍ତି): ‘ଧରିତ୍ରୀ’ରେ ବେଆଇନ ଦାଦନ ଶ୍ରମିକ ଚାଲାଣ ସମ୍ପର୍କିତ ବିଶେଷ ଖବର ପ୍ରକାଶ ପାଇବା ପରେ ପ୍ରଶାସନିକ କଳ ତତ୍ପର ହୋଇଉଠିଛି। ଜିଲା…

୨ କିଲୋମିଟର ଘୋଷାଡ଼ି ନେଲା ପିକଅପ୍: ଅତାବିରାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ଜଳଖିଆ ବ୍ୟବସାୟୀଙ୍କ ଜୀବନ

ଅତାବିରା, ୨୨।୯(ଯୁଧିଷ୍ଠିର ମହାପାତ୍ର): ସମ୍ବଲପୁର-ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥର ଅତାବିରାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ…

ସୁବଳୟା ମହାନଦୀରୁ ଦୁଇ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଗଞ୍ଜେଇ ମାଫିଆ ହୋଇଥିବା ସନ୍ଦେହ, ପରିଚୟ ଖୋଜୁଛି…

ଅମରପାଲି, ୨୨।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଅପରାହ୍ନରେ ଦୁଇଜଣ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

ପୋଷଣ ସହ ବଢ଼ିବ ମନୋବଳ: ଗୁଡ଼ାରିରେ ଯକ୍ଷ୍ମା ଆକ୍ରାନ୍ତଙ୍କୁ ପୋଷଣ ଖାଦ୍ୟ ବାସ୍କେଟ ବଣ୍ଟନ, ଏମ୍‌ସିଏଲ୍‌ର ପ୍ରଶଂସନୀୟ…

ଗୁଡ଼ାରି, ୨୨।୯(ପ୍ରମୋଦ କୁମାର ପତି): ‘ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ’ ଅନ୍ତର୍ଗତ ରାୟଗଡ଼ା ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଗୁଡ଼ାରି ବ୍ଲକରେ ଚିହ୍ନଟ ହୋଇଥିବା ୫୧…

ହାଟଡିହୀର ଦୀପ୍ତିମୟୀଙ୍କୁ ବଡ଼ ଦାୟିତ୍ୱ: କେନ୍ଦୁଝର ଜିଲା ମହିଳା ମୋର୍ଚ୍ଚା ଉପସଭାପତି; ଛୁଟୁଛି ଶୁଭେଚ୍ଛାର…

ହାଟଡିହୀ,୨୨।୯(ଶୁଭକାନ୍ତ ନାୟକ): ଭାରତୀୟ ଜନତା ପାର୍ଟିର କେନ୍ଦୁଝର ଜିଲା ମହିଳା ମୋର୍ଚ୍ଚା ଉପସଭାପତି ଭାବେ ହାଟଡିହୀ ବ୍ଲକ ବଞ୍ଚୋ ଗ୍ରାମର ଦୀପ୍ତିମୟୀ ଖୁଣ୍ଟିଆଙ୍କୁ ମନୋନୀତ କରାଯାଇଛି। ଭାଜପା…

କଳାହାଣ୍ଡିରେ ଲଗାଣ ବର୍ଷାର ତାଣ୍ଡବ: କାଲି ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି, ୨୫ ଯାଏ ସରକାରୀ କର୍ମଚାରୀଙ୍କ…

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ମଙ୍ଗଳବାର ସକାଳୁ ଘଡ଼ଘଡ଼ି ଓ ବିଜୁଳି…

ଆଉ ନାହାନ୍ତି ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ଡ. ଗୋପବନ୍ଧୁ ବେହେରା: କଳାହାଣ୍ଡିରେ ଶୋକର ଛାୟା

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ଜଣେ ଅଗ୍ରଣୀ ଶିକ୍ଷାବିତ୍, ଆଦର୍ଶ ମାର୍ଗଦର୍ଶକ ତଥା ବିଶିଷ୍ଟ ରସାୟନ ବିଜ୍ଞାନ ପ୍ରଫେସର ଡକ୍ଟର ଗୋପବନ୍ଧୁ ବେହେରାଙ୍କର ୮୭…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?