ଚାଷୀଙ୍କୁ କ୍ଷତିପୂରଣ ପାଇଁ ରାଜରାସ୍ତାକୁ ଓହ୍ଲାଇଲା ଚାଷୀ ସଙ୍ଗଠନ

ଛତ୍ରପୁର,୧୦ା୧(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ଅଦିନିଆ ବର୍ଷାରେ ଗଞ୍ଜାମ ଜିଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏନେଇ ଚାଷୀଙ୍କୁ କ୍ଷତିପୂରଣ ସହ ବିଭିନ୍ନ ସମସ୍ୟାର ସମାଧାନ ନେଇ ଅଖିଳ ଭାରତ କୃଷକ ସଭା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗଞ୍ଜାମ ଜିଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି।

ଲଘୁଚାପ ଜନିତ ଲଗାଣ ବର୍ଷା ଜିଲାର ଚାଷୀଙ୍କ ଆର୍ଥକ ମେରୁଦଣ୍ଡ ଦୋହଲାଇ ଦେଇଛି। ଧାନ, ପନିପରିବା ଓ ରବି ଚାଷ ଉଜୁଡ଼ି ଯାଇଛି। ଫସଲ କ୍ଷତିର ସଠିକ ଆକଳନ ସହ କ୍ଷତିପୂରଣ ଓ ଭାଗଚାଷୀଙ୍କୁ କ୍ଷତିପୂରଣ, ଚାଷୀ ଓ ଭାଗ ଚାଷୀଙ୍କ ପାଇଁ ଏକର ପିଚ୍ଛା ଘୋଷିତ ସହାୟତା ସହ ଇନ୍‌ପୁଟ ସବ୍‌ସିଡି, ବୀମାଭୁକ୍ତ ଚାଷୀଙ୍କୁ ପୁନଃ ସୁଯୋଗ ଦେବା, ଧାନର ମାନଦଣ୍ଡ କୋହଳ କରିବା ଆଦି ଦାବି ରହିଛି। ଜିଲା ସମ୍ପାଦକ ରାଜୀବ ଲୋଚନ ପଣ୍ଡା, ସଭାପତି ଶ୍ରୀହର୍ଷ ରଥ, ସାଙ୍ଗଠନିକ ସମ୍ପାଦକ ନୀଳକଣ୍ଠ ଦାଶ, କାର୍ଯ୍ୟକାରୀ ସଭାପତି ରଙ୍କନାଥ ସ୍ବାଇଁ, ଉପସଭାପତି ଶରତ ଚନ୍ଦ୍ର ପଟ୍ଟନାୟକ ପ୍ରମୁଖ ସ୍ମାରକପତ୍ର ପ୍ରଦାନ ବେଳେ ଉପସ୍ଥିତ ଥିଲେ ।

ସେହିପରି କୃଷି ଋଣ ଛାଡ଼, ମଣ୍ଡି ଖୋଲି ସମସ୍ତ ଚାଷୀଙ୍କ ଧାନ କ୍ରୟ ସହିତ ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ଯୋଗାଇ ଦେବା ଦାବିରେ ଗଞ୍ଜାମ ଜିଲା କିଷାନ କମିଟି ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏ୍‌ଥିସହ ଏକ ଦାବି ପତ୍ର ଜିଲାପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି। ଓଡିଶା ପ୍ରଦେଶ କିଷାନ କଂଗ୍ରେସ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ, ଭାଗିରଥି ବେହେରା, ଭୋକାଲି ସେଠି, ଡି. ରାମସ୍ବାମୀ ରେଡ୍ଡୀ ଓ ଗଣପତି ବାରିକଙ୍କ ସମେତ ବହୁ ଚାଷୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲରୁ ମୃତ ଶରୀର ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ସୋରଡା, ୨୧ା୧ (ରଜନୀ ମହାପାତ୍ର): ସୋରଡା ବଡଗଡ ଥାନା ଇଲାକାରେ ପୁଣି ଠାରେ ଏକ ହତ୍ୟା ଘଟଣା ସାମ୍ନାକୁ ଆସିଛି। ବଡଗଡ ଥାନା ଅନ୍ତରଗତ ଓରା...

ରାସ୍ତା ନଥିବାରୁ ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ: ଆମ୍ବୁଲାନ୍ସ କର୍ମଚାରୀଙ୍କ ପ୍ରଚେଷ୍ଟାରେ ମେଡିକାଲ ପହଞ୍ଚିଲେ

ମୋହନା, ୨୧ା୧( ମନ୍ମଥ ମିଶ୍ର): ରାସ୍ତା ନଥିବାରୁ ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ ମହିଳା। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା...

ଦେହ ବ୍ୟବସାୟ ଘଟଣାର ପର୍ଦ୍ଦାଫାଶ: କାମ ଦେବା ବାହାନାରେ ଦେହ ବ୍ୟବସାୟରେ ଲଗାଉଥିଲେ

କେନ୍ଦୁଝର,୨୧ା୧(ନରେଶ ଚନ୍ଦ୍ର ପଟ୍ଟନାୟକ): ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଜିଲାରୁ ଜଣେ ୧୬ ବର୍ଷ ବୟସ୍କା ପିତୃମାତୃହୀନ ନାବାଳିକାଙ୍କୁ ଭୁବନେଶ୍ୱର ଚାଲାଣ କରି ଦେହ ବ୍ୟବସାୟରେ ଲଗାଯାଇଥିଲା।...

ଧନୁଯାତ୍ରା ଦେଖିବାକୁ ଯାଇ ବଳାତ୍କାର ଘଟଣା! ମୁଖ୍ୟ ଅଭିଯୁକ୍ତ ଗିରଫ

ବରଗଡ,୨୧।୧(ପ୍ରେମାନନ୍ଦ ଖମାରୀ): ବରଗଡ ଧନୁଯାତ୍ରା ଦେଖିବାକୁ ଯାଇ ଯୁବତୀଙ୍କୁ ବଳାତ୍କାର କରିବା ଘଟଣାକୁ ନେଇ ଆସିଲା ବଡ଼ ଖବର। ମୁଖ୍ୟ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ। ମୁଖ୍ୟ...

ସ୍କୁଟିକୁ ଧକ୍କା ଦେଲା ଟ୍ରକ; ୨ ନାବାଳିକା ମୃତ, ଜଣେ ଗୁରୁତର

ବଣାଇଁ,୨୧।୧ (ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ ଜିଲା ଲହୁଣୀପଡ଼ା ଥାନା ରାଜମୁଣ୍ଡା ବାଇପାସରେ ମଙ୍ଗଳବାର ଅପରାହ୍ନ ସମୟରେ ଏକ ଟ୍ରକ ଧକ୍କାରେ ଦୁଇ ନାବାଳିକା ମୃତ୍ୟୁ ବରଣ...

ଟ୍ରେନ୍‌ ଉପରକୁ ଚଢ଼ିଗଲେ ବୃଦ୍ଧ, ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ

ରାୟଗଡ଼ା,୨୧।୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ରେଳ ଷ୍ଟେଶନରେ ଅଟକି ରହିଥିବା ମାଲବାହୀ ଟ୍ରେନ ଉପରକୁ ଜଣେ ବୃଦ୍ଧ ଚଢ଼ି ଯାଇଥିବାବେଳେ ୨୫ ହଜାର କେଭି ବିଦ୍ୟୁତ...

ବ୍ଲକ କାର୍ଯ୍ୟାଳୟକୁ ଖବରଦାତାଙ୍କ ପ୍ରବେଶ ନିଷେଧ କଲେ ବିଡିଓ

ସାନଖେମୁଣ୍ଡି,୨୧।୧: ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟକୁ ଖବରଦାତାମାନଙ୍କୁ ପ୍ରବେଶ ନିଷେଧ କରାଯାଇଛି। ଏହାକୁ ନେଇ ଖବରଦାତାମାନେ ଗଣମାଧ୍ୟମର କଣ୍ଠରୋଧ କରାଯାଉଥିବା ଅଭିଯୋଗ କରିଛନ୍ତି। ଖବରଦାତା...

ଦୟା ନଦୀ ପାଣି ପିଅନ୍ତୁ ନାହିଁ: ପରାମର୍ଶ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର,୨୧।୧: ପୁରୀ ଜିଲା କଣାସ ଅଞ୍ଚଳରେ ଝାଡାବାନ୍ତି ବ୍ୟାପିବାରେ ଲାଗିଛି। ଝାଡ଼ାବାନ୍ତିରେ ୪ ଜଣଙ୍କର ଜୀବନ ଯାଇଥିବା ବେଳେ ଅନେକ ଲୋକ ଆକ୍ରାନ୍ତ ହୋଇ ହସ୍ପିଟାଲରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri