ଗଞ୍ଜାମରେ ଶ୍ରମ ବିଭାଗର ନକଲି କାର୍ଯ୍ୟାଳୟ

ବ୍ରହ୍ମପୁର ଅଫିସ,୨୨।୨: ଗଞ୍ଜାମ ଜିଲା ଦିଗପହଣ୍ଡିରେ ନକଲି ଶ୍ରମ କାର୍ଯ୍ୟାଳୟ ଠାବ ହୋଇଛି । ଶ୍ରମ ବିଭାଗ ଅଧିକାରୀମାନେ ତଦନ୍ତ କରି ଦିଗପହଣ୍ଡି ପୁଞ୍ଜିକୟାଁ ଛକରେ ଥିବା ଏହି ନକଲି କାର୍ଯ୍ୟାଳୟକୁ ଠାବ କରିଛନ୍ତି। ସେଠାରୁ ବିପୁଳ ପରିମାଣର ସରକାରୀ ଶ୍ରମିକ ଆବେଦନ ଫର୍ମ ଜବତ ହୋଇଛି। ଦିଗପହଣ୍ଡି ଓ ଆଖପାଖ ଅଞ୍ଚଳର ପ୍ରାୟ ହଜାର ଜଣ ଲୋକଙ୍କ ନାମରେ ଶ୍ରମିକ କାର୍ଡ କରାଇ ଦେବାକୁ କହି ଏହି କାର୍ଯ୍ୟାଳୟର କର୍ମଚାରୀମାନେ ୩ ଶହରୁ ୪ ଶହ ଲେଖାଏ ଟଙ୍କା ଆଦାୟ କରିଥିବ ଜିଲା ଶ୍ରମ ଅଧିକାରୀ ବାବୁ ଚରଣ ପାତ୍ର ସୂଚନା ଦେଇଛନ୍ତି। ଏହି ନକଲି କାର୍ଯ୍ୟାଳୟ ମୁଖ୍ୟ କାର୍ଯ୍ୟାଳୟ ଭୁବନେଶ୍ୱରରେ ବୋଲି ଲେଖା ହୋଇଛି। ପୁଞ୍ଜିକୟାଁ ଛକରେ ବ୍ରାଞ୍ଚ ଅଫିସ ଖୋଲି ଲୋକଙ୍କୁ ମେମ୍ବରଶିପ କରାଇଦେବାକୁ ଟଙ୍କା ଆଦାୟ ସହ ଏହା ବଦଳରେ ରସିଦ ମଧ୍ୟ ଦିଆଯାଇଛି। ସେହିପରି ପୋଲିସ ୪୧/୨୧ ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମାଲକାନଗିରିର ପୂର୍ବତନ ଏଏସ୍‌ଆଇଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ମାଲକାନଗିରି, ୨୮।୪(ଡି.ଏନ୍‌.ଏ.): ମାଲକାନଗିରି ଜିଲା ମାଥିଲି ବ୍ଲକ କିଆଙ୍ଗ ଫାଣ୍ଡିର ପୂର୍ବତନ ଏଏସ୍‌ଆଇ ଜୟଦାସ ଖରାଙ୍କ ବାସଭବନରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଉଛି। ଆୟ...

ମଣ୍ଡିରୁ ଉଠୁନି ଧାନ, ଚାଷୀ ଅସନ୍ତୋଷ

ଆଠମଲ୍ଲିକ,୧୮।୧(ଡି.ଏନ.ଏ.)-ଆଠମଲ୍ଲିକ ବ୍ଲକ ପୁରୁଣାମାଣତ୍ରୀ ସେବା ସମବାୟ ସମିତି ଧାନ ମଣ୍ଡିରୁ ଦୀର୍ଘ ୫ ଦିନ ହେଲା ଧାନ ଉଠି ପାରୁ ନ ଥିବା ଅଭିଯୋଗ ହୋଇଛି।...

ଦୋଳଯାତ୍ରା ବେଳେ ବାଣ ଫୁଟି ୮ ଆହତ

ଧରାକୋଟ/ ଆସିକା,୧୬ା୩(ଡି.ଏନ.ଏ.) ଗଞ୍ଜାମ ଜିଲା ଧରାକୋଟ ଥାନା ଢଉଗଁା ପଞ୍ଚାୟତ କେ.ରାମଚନ୍ଦ୍ରପୁର (କଇଠିରା) ଗ୍ରାମରେ ଦୋଳ ପୂର୍ଣ୍ଣିମା ଉପଲକ୍ଷେ ଶନିବାର ରାତିରେ ପୌରାଣିକ ନାଟକ ପରିବେଶଣ କରାଯାଉଥିଲା।...

ଶୌଚ ପାଇଁ ଯାଇ ହାତୀ ଆକ୍ରମଣର ଶିକାର, ବୃଦ୍ଧ ମୃତ

ବେତନଟୀ, ୧।୧୦(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ବେତନଟୀ ବନାଞ୍ଚଳ ଜାମୁଗଧା ଗ୍ରାମର ଜଣେ ବୃଦ୍ଧଙ୍କର ହାତୀ ଆକ୍ରମଣରେ ମଙ୍ଗଳବାର ସକାଳେ ମୃତ୍ୟୁ ଘଟିଛି। ସେ ହେଲେ ଗଜେନ୍ଦ୍ର...

୧୧ ଦଫା ଦାବି ନେଇ ସିପିଆଇଏମ୍‌ର ବିକ୍ଷୋଭ

ଚୌଦ୍ୱାର,୧୮ା୬(ଡି.ଏନ୍‌.ଏ.): କରୋନା ମହାମାରୀ ଯୋଗୁ ସାଧାରଣ ଲୋକଙ୍କ ଜୀବନଜୀବିକା ବେଶ୍‌ ପ୍ରଭାବିତ ହୋଇଛି। ବିପର୍ଯ୍ୟସ୍ତ ଜନସାଧାରଣଙ୍କୁ ଏଥିରୁ ବଞ୍ଚାଇବା ପାଇଁ ସିପିଆଇଏମ୍‌ ଦାବି କରିଛି। ଏନେଇ...

ପରିବା ବ୍ୟାଗରେ ବୁହା ହେଲା ଯୁକ୍ତ ୨ ଉତ୍ତରଖାତା

ଉଦଳା,୭ା୩(ଡ଼ି.ଏନ୍‌.ଏ.)- ଯୁକ୍ତ ଦୁଇ ପରୀକ୍ଷା ପରିଚାଳନା ନେଇ ଉଚ୍ଚଶିକ୍ଷା ବିଭାଗ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଥିବା କହୁଥିବା ବେଳେ ପରୀକ୍ଷା କେନ୍ଦ୍ର କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ...

କନ୍ଦାଇଲା ବିଦାୟ ବେଳା

ଢେଙ୍କାନାଳ ଅଫିସ, ୭।୬ – ସମ୍ପର୍କ ଦିନ କେଇଟାର। ହାତଗଣତି ଭିତରେ ସମସ୍ତେ ବାନ୍ଧି ହୋଇଯାଇଥିଲେ ସମ୍ପର୍କ ଦଉଡ଼ିରେ। ଆଉ ଯେତେବେଳେ ଅତିଆପଣାର ସମ୍ପର୍କକୁ ବିଦାୟ...

ରେଲଓ୍ବେ ଓଭରବ୍ରିଜ ରାସ୍ତା ନିମ୍ନମାନର

ବୋଲଗଡ଼,୧୮ା୪(ଡି.ଏନ୍‌.ଏ.): କେନ୍ଦ୍ର ସରକାର ରେଲଓ୍ବେ ଓଭରବ୍ରିଜ ନିର୍ମାଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ତେବେ ବିଭାଗୀୟ ଅଧିକାରୀଙ୍କ ତଦାରଖ ଅଭାବରୁ କାର୍ଯ୍ୟାଦେଶ ପାଇଥିବା...

Advertisement
Archives

Model This Week