ଅବସରପ୍ରାପ୍ତ କର୍ମଚାରୀଙ୍କ ବଢ଼ିବନି କାର୍ଯ୍ୟକାଳ

ବ୍ରହ୍ମପୁର ଅଫିସ,୨୭।୮: ବ୍ରହ୍ମପୁର ମହାନଗର ନିଗମ (ବିଏମ୍‌ସି)ରେ ଆବଶ୍ୟକସ୍ଥଳେ ଅବସର ଗ୍ରହଣ କରିଥିବା କର୍ମଚାରୀଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯିବ ନାହିଁ। ଶୁକ୍ରବାର ଅନୁଷ୍ଠିତ ନିଗମର ପୂର୍ଣ୍ଣାଙ୍ଗ କର୍ପୋରେଟର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଖାଲି ପଡ଼ିଥିବା ପଦବୀଗୁଡ଼ିକରେ ଏଣିକି ସ୍ଥାୟୀ ନିଯୁକ୍ତି ଦିଆଯିବାକୁ ଗୁରୁତ୍ୱାରୋପ କରାଯାଇଛି। ଏହା ସରକାରଙ୍କ ଦୃଷ୍ଟିକୁ ନିଆଯିବ ଏବଂ ନୂଆ ନିଯୁକ୍ତି ଉପରେ ଥିବା କଟକଣା ଦୂର ପାଇଁ ଅନୁରୋଧ କରାଯିବ। ବୈଠକରେ ମେୟର ସଂଘମିତ୍ରା ଦଳେଇ ଅଧ୍ୟକ୍ଷତା କରିଥିଲେ। ଏମ୍‌ପି ଚନ୍ଦ୍ରଶେଖର ସାହୁ, ବିଧାୟକ ବିକ୍ରମ କୁମାର ପଣ୍ଡା ଓ ଡେପୁଟି ମେୟର ଇ.ବିବେକ ରେଡ଼ି ଯୋଗ ଦେଇଥିଲେ। କମିଶନର ଜେ. ସୋନାଲ ୨୦ଟି ପ୍ରସ୍ତାବ ଆଗତ କରିଥିଲେ।
ବିଜେଡି କର୍ପୋରେଟର ସଞ୍ଜିତ ପାଣିଗ୍ରାହୀ ଅବସର କର୍ମଚାରୀଙ୍କ କାର୍ଯ୍ୟକାଳ ବଢ଼ାଇ କାହିଁକି ପୁନଃ ଥଇଥାନ କରାଯାଉଛି ବୋଲି ଏକ ବୈଧାନିକ ପ୍ରଶ୍ନ ଉଠାଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବେକାରୀ ସମସ୍ୟାର ସମାଧାନ ପାଇଁ ବିଭିନ୍ନ ବିଭାଗରେ ଅନେକ ନୂଆ ନିଯୁକ୍ତି ଦେବାରେ ଲାଗିଛନ୍ତି। ତେଣୁ ବ୍ରହ୍ମପୁର ମହାନଗର ନିଗମରେ ମଧ୍ୟ ନୂଆ ନିଯୁକ୍ତି ଦେବା ନିମନ୍ତେ ସେ ଦାବି କରିଥିଲେ। ଏହା ଉପରେ ପଦକ୍ଷେପ ନିଆଯିବ ବୋଲି ମେୟର ଦର୍ଶାଇଥିବା ବେଳେ ରାଜ୍ୟ ସରକାରଙ୍କ ଦୃଷ୍ଟିକୁ ନିଆଯାଇ ସମସ୍ୟାର ସମାଧାନ କରାଯିବ ବୋଲି ବିଧାୟକ ପ୍ରତିଶ୍ରୁତି ଦେଇଥିଲେ।
ଖବରଦାତାଙ୍କ ଅନୁସନ୍ଧାନରୁ ଜଣାପଡ଼ିଛି, ନିଗମ ଗଠନର ୧୨ ବର୍ଷ ପୂରିଛି। ପ୍ରଶାସନିକ କାର୍ଯ୍ୟ ବଢ଼ିଚାଲିଛି। ଏଭଳି ସ୍ଥିତିରେ କର୍ମଚାରୀଙ୍କ ଅଭାବ ସମସ୍ୟା ସୃଷ୍ଟି କରୁଛି। ଜୁନିୟର ଆସିଷ୍ଟାଣ୍ଟ ପଦବୀ ୫୫ରୁ ଏବେ ଅଛନ୍ତି ମାତ୍ର ୫ ଜଣ। ସିନିୟର ଆସିଷ୍ଟାଣ୍ଟ ୨୧ରୁ ଅଛନ୍ତି ୧୧। ସେହିପରି ହେଡ ଆସିଷ୍ଟାଣ୍ଟ ମଞ୍ଜୁରୀ ପଦବୀ ୭ରୁ ମାତ୍ର ଜଣେ ଅଛନ୍ତି। ୬୭ ମଞ୍ଜୁରୀ ପଦବୀ ଖାଲିପଡ଼ିଛି। କାମ ଚଳାଇବା ପାଇଁ ରାଜ୍ୟ ମ୍ୟୁନିସିପାଲ ପ୍ରଶାସନର ଅନୁମତି ନେଇ ଆବଶ୍ୟକ ସ୍ଥଳେ କମ ଦରମାରେ ସାମୟିକ ସମୟ ଲାଗି ଅବସରପ୍ରାପ୍ତ କର୍ମଚାରୀଙ୍କୁ ସରକାରଙ୍କ ଗାଇଡ ଲାଇନ ପ୍ରକାରେ ପୁନଃ ଥଇଥାନ କରାଯାଉଛି। ନିଯୁକ୍ତି କଟକଣା ହଟାଇ ନୂଆ ନିଯୁକ୍ତି ଦିଆଗଲେ ଅନେକ ବେକାର ଉପକୃତ ହୋଇପାରିବେ ବୋଲି ବିଏମସି କର୍ମଚାରୀ ଓ ସଂଘ ପକ୍ଷରୁ ମତ ପ୍ରକାଶ ପାଇଛି। ପ୍ରତିଶ୍ରୁତି ଅନୁସାରେ ବିଧାୟକ ତୁରନ୍ତ ପଦକ୍ଷେପ ନେବାକୁ ଅନେକ କର୍ପୋରେଟର ମଧ୍ୟ ଦାବି କରିଛନ୍ତି।
ମହାନଗରର ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ନେଇ ଶାସକ ବିଜେଡି ଓ ବିରୋଧୀ ଭାଜପା କର୍ପୋରେଟରମାନେ ତୁମ୍ବି ତୋଫାନ କରିଥିଲେ। ଆବାସ ଯୋଜନାରେ ଘର ପାଇଥିବା କେତେକ ହିତାଧିକାରୀ ନିଜେ ନ ରହି ଭଡ଼ା ଲଗାଇଥିବା ଅଭିଯୋଗ ଉଠିଥିଲା। ଯେଉଁମାନେ ଏଭଳି କରିଛନ୍ତି ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ସହ ଆଦେଶ ବାତିଲ କରି ନୂଆ ହିତାଧିକାରୀଙ୍କୁ ଯୋଗ୍ୟତା ଭିତ୍ତିରେ ଦେବା ପାଇଁ ଦାବି ହୋଇଥିଲା। ଭାଜପାର ପ୍ରଦୀପ ଶତପଥୀ, ସ୍ବାଧୀନ କର୍ପୋରେଟର ପ୍ରଶାନ୍ତ ପଟ୍ଟନାୟକ ଓ ବିଜେଡିର ସୁରେନ୍ଦ୍ର ମହାରଣା ମତ ଦେଇଥିଲେ। ୧୩ନଂ ୱାର୍ଡର ବିଜେଡି ମହିଳା କର୍ପୋରେଟର ବେବି ନାୟକ ପରିମଳ ବିପର୍ଯ୍ୟସ୍ତ ହୋଇଥିବା ଅଭିଯୋଗ ବାଢ଼ିଥିଲେ। ତାଙ୍କ ୱାର୍ଡରେ ନିଗମ ଜାଗାରେ କେତେକ ଲୋକ ଗୋରୁ ଗୁହାଳ କରିଥିବା ବେଳେ ପ୍ରତିକାର ଦିଗରେ ପଦକ୍ଷେପ ନେବାକୁ ସେ ଦାବି କରିଥିଲେ।
ଧୋବା ବନ୍ଧ ଆପାର୍ଟମେଣ୍ଟ ଅବସ୍ଥା ଶୋଚନୀୟ ହୋଇ ଛାତରୁ ପାଣି ଗଳୁଥିବା ସ୍ବାଧୀନ ମହିଳା କର୍ପୋରେଟର ସନ୍ଧ୍ୟାରାଣୀ ଶୁକ୍ଲ ଅଭିଯୋଗ କରିଥିଲେ। ମହାନଗରରେ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ଏବଂ ଘରୋଇକରଣ ହୋଇଥିବା ସଫେଇ କାର୍ଯ୍ୟ ଠିକାଦାରମାନଙ୍କ ବିଲ କର୍ପୋରେଟରଙ୍କ ଅନୁମୋଦନ ପରେ ପେମେଣ୍ଟ କରାଯିବାକୁ କେତେକ ନିର୍ବାଚିତ ପ୍ରତିନିଧି ମତ ରଖିଥିଲେ। ବିଭିନ୍ନ ଆଲୋଚନାରେ ତ୍ରିପତି ପାତ୍ର, ରଞ୍ଜିତା ବେହେରା, ନୀଳକଣ୍ଠ ସାହୁ ଭାଗ ନେଇଥିଲେ। ମହାନଗର ବିକାଶକୁ ତ୍ୱରାନ୍ବିତ କରିବା ଏବଂ ସୌନ୍ଦର୍ଯ୍ୟକରଣ କରି ନୂଆ ରୂପ ଦେବାର ଯେଉଁ ପରିକଳ୍ପନା ରହିଛି ଦଳମତ ନିର୍ବିଶେଷରେ ସବୁ କର୍ପୋରେଟର ସହଯୋଗ କରିବାକୁ ଏମପି, ମେୟର, ବିଧାୟକ ଓ କମିଶନର ଆହ୍ବାନ ଦେଇଥିଲେ। ବିଏମସି ଅନ୍ୟ ଅଧିକାରୀ ଓ ଇଞ୍ଜିନିୟରମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଟି୨୦ ଜିତିଲା ଭାରତ, ୨-୧ରେ ସିରିଜ୍‌ ଆଗୁଆ

ଇନ୍ଦୋର,୧୧ା୧୦: ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ପରେ ଅର୍ଶଦୀପ ସିଂଙ୍କ ଘାତକ ବୋଲିଂ ବଳରେ ଏଠାରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୧୪ ରନରେ…

ଚାଲିଥିଲା ବଡ଼ଧରଣର ଜୁଆ ଆଡ୍ଡା: ମାଡ଼ି ବସିଲା ପୋଲିସ, ୭୦ ଅଟକ

ପାରଳାଖେମୁଣ୍ଡି,୧୧।୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦେବୀତି ଗ୍ରାମରେ ଚାଲିଥିବା ଏକ ବଡ଼ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି…

ବଡ଼ ଘୋଷଣା କଲେ ଟ୍ରମ୍ପ, ରୁଷିଆ-ୟୁକ୍ରେନ ମଧ୍ୟରେ ହେଲା….

ଓ୍ବାଶିଂଟନ,୧୧।୧୦: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ବଡ଼ ଘୋଷଣା କରିଛନ୍ତି । ଦୁଇ ଦେଶ ମଧ୍ୟରେ…

ଗଣ୍ଡ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌, ଏକତା, ସଂଗଠନକୁ ସୁଦୃଢ଼ କରିବାକୁ ଆହ୍ବାନ

କୋକସରା,୧୧।୧୦ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କୋକସରା ଧାନ ମଣ୍ଡି ପରିସରରେ କୋକସରା ବ୍ଲକ ଗଣ୍ଡ ସମାଜ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ…

ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ାଉ, ୮ ଗିରଫ

ଛତ୍ରପୁର,୧୧ା୧୦(ଦିଲ୍ଲୀପ ସାମଲ/ଦ୍ଵାରିକା ପଟ୍ଟନାୟକ ) : ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଗଞ୍ଜାମ ପୋଲିସ ପକ୍ଷରୁ ଜୁଆ ଆଡ୍ଡାରେ ଚଢାଉ ଜାରି ରହିଛି । ଶନିବାର ବିଳମ୍ବିତ…

ଘୁମୁସର ସାହିତ୍ୟ ସାଧନା ପୀଠର ଶାରଦୀୟ ସାହିତ୍ୟ ଆସର, ଉନ୍ମୋଚିତ ହେଲା ପୁସ୍ତକ ଓ ପତ୍ରିକା

ଭଞ୍ଜନଗର,୧୧ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ୍‌ ଅନ୍ତର୍ଗତ ବଡ଼ଦୋଡ଼ଙ୍ଗାଠାରେ ଘୁମୁସର ସାହିତ୍ୟ ସାଧନା ପୀଠ ପକ୍ଷରୁ ରବିବାର ଶାରଦୀୟ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି ।…

ଆରମ୍ଭ ହେଲା ନବରାତ୍ର ପୂଜା, ଉତ୍ସବମୁଖର ଦିଗପହଣ୍ଡି

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ମନ୍ଦିର ମାଳିନୀ ସହର ଭାବେ ପରିଗଣିତ ଦିଗପହଣ୍ଡି ସମେତ ଆଖପାଖ ଗ୍ରାମାଞ୍ଚଳ ଶକ୍ତିପୀଠମାନଙ୍କରେ ରବିବାର ଠାରୁ ନବରାତ୍ରୀ ପୂଜା ଆରମ୍ଭ…

ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ, ଓ୍ବେଷ୍ଟଇଣ୍ଡିଜ୍‌ ଆଗରେ ୨୨୪ ରନ୍‌ର ଟାର୍ଗେଟ ରଖିଲା ଭାରତ

ଇନ୍ଦୋର,୧୧ା୧୦: ହୋଲ୍କର ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପରସ୍ପରକୁ ଭେଟିଛନ୍ତି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଅଭିଷେକ ଶର୍ମାଙ୍କ ବିସ୍ଫୋରକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?