ବନ୍ୟାରେ ଲୋକେ ଛଟପଟ, ମିଛ ପ୍ରଚାରରେ ବ୍ୟସ୍ତ ସରକାର: କଂଗ୍ରେସ

ଭୁବନେଶ୍ବର,୨୭ା୮(ବ୍ୟୁରୋ): ରାଜ୍ୟରେ ଦେଖା ଦେଇଥିବା ଭୟଙ୍କର ବନ୍ୟାରେ ୧୫ ଜିଲା ପ୍ରଭାବିତ ହୋଇଥିବା ବେଳେ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ପାଣି ଘେରରେ ରହି ଚରମ ଦୁର୍ଦ୍ଦଶାରେ କାଳାତିପାତ କରୁଛନ୍ତି। ହଜାର ହଜାର ଏକର ଫସଲ ଜଳମଗ୍ନ ହୋଇ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ୨୨ ବର୍ଷ କ୍ଷମତାରେ ଥିବା ରାଜ୍ୟ ସରକାରଙ୍କ ଦୂରଦର୍ଶିତାର ଅଭାବ ଯୋଗୁ ରାଜ୍ୟବାସୀ ବନ୍ୟା ଯନ୍ତ୍ରଣାରେ ଛଟପଟ ହେଉଥିଲା ବେଳେ ସରକାର କେବଳ ମିଛ ପ୍ରଚାରରେ ବ୍ୟସ୍ତ ବୋଲି ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ଶରତ ପଟ୍ଟନାୟକ କହିଛନ୍ତି,।
କଂଗ୍ରେସ ଭବନରେ ଶୁକ୍ରବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଶରତ କହିଛନ୍ତି, ଲୋକଙ୍କ ପାଖରେ ରିଲିଫ୍‌ ପହଞ୍ଚିପାରିଲା ନାହିଁ। ଲୋକଙ୍କ ଦୁର୍ଦ୍ଦିଶା ଆକଳନ କରିବା ପାଇଁ ମଧ୍ୟ ସରକାରୀ କଳ ଗ୍ରାଉଣ୍ଡ ଜିରୋରେ ପହଞ୍ଚିଲେ ନାହିଁ । ନିଜ ବାସ, ବେଉସା ଓ ଫସଲ ଉଜୁଡ଼ିଯାଇଥିଲାବେଳେ ଲୋକଙ୍କ ପ୍ରତି ରାଜ୍ୟ ସରକାର କେବଳ ପ୍ରତାରଣା କରିଚାଲିଛନ୍ତି। ଜିରୋ କାଜୁଆଲ୍‌ଟି ନେଇ ମୁଖ୍ୟମନ୍ତ୍ରୀ କେବଳ ଏକ ଫମ୍ପା ପ୍ରଚାର କରୁଛନ୍ତି। ସରକାରଙ୍କର ଅଦୂରଦର୍ଶିତା ଓ ଅପରିଣାମଦର୍ଶିତା ପାଇଁ ରାଜ୍ୟବାସୀ ବନ୍ୟାରେ ଅକଥନୀୟ ଯନ୍ତ୍ରଣା ଭୋଗୁଛନ୍ତି। ଯଦି ରାଜ୍ୟ ସରକାରଙ୍କର ସତ୍‌ସାହସ ଅଛି ଏବଂ ବନ୍ୟା ନିୟନ୍ତ୍ରଣ ପାଇଁ ସାମନ୍ୟତମ ଆନ୍ତରିକତା ଅଛି ତେବେ ସର୍ବଦଳୀୟ ଓ ବିଶେଷଜ୍ଞମାନଙ୍କ ବୈଠକ ଡାକନ୍ତୁ ବୋଲି ଶରତ ସରକାରଙ୍କୁ ଆହ୍ବାନ ଜଣାଇଛନ୍ତି। କଂଗ୍ରେସ ବନ୍ୟା ଅନୁଧ୍ୟାନ କମିଟିର ଅଧ୍ୟକ୍ଷ ପଞ୍ଚାନନ କାନୁନ୍‌ଗୋ କହିଛନ୍ତି, ବନ୍ୟାରେ ୧୭ ଜଣଙ୍କ ଜୀବନ ଯାଇଛି। କିନ୍ତୁ ବନ୍ୟା ଛାଡ଼ିଯିବା ପରେ ଜଳବାହିତ ରୋଗ ଅତି ଗୁରୁତ୍ୱର ଆକାରରେ ଧାରଣ କରିବାକୁ ଯାଉଛି ବୋଲି ସେ କହିଛନ୍ତି। ଏହିଭଳି ସରକାରଙ୍କୁ କଂଗ୍ରେସ ଟାର୍ଗେଟ କରିଥିବା ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଟି୨୦ ଜିତିଲା ଭାରତ, ୨-୧ରେ ସିରିଜ୍‌ ଆଗୁଆ

ଇନ୍ଦୋର,୧୧ା୧୦: ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ପରେ ଅର୍ଶଦୀପ ସିଂଙ୍କ ଘାତକ ବୋଲିଂ ବଳରେ ଏଠାରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୧୪ ରନରେ…

ଚାଲିଥିଲା ବଡ଼ଧରଣର ଜୁଆ ଆଡ୍ଡା: ମାଡ଼ି ବସିଲା ପୋଲିସ, ୭୦ ଅଟକ

ପାରଳାଖେମୁଣ୍ଡି,୧୧।୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦେବୀତି ଗ୍ରାମରେ ଚାଲିଥିବା ଏକ ବଡ଼ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି…

ବଡ଼ ଘୋଷଣା କଲେ ଟ୍ରମ୍ପ, ରୁଷିଆ-ୟୁକ୍ରେନ ମଧ୍ୟରେ ହେଲା….

ଓ୍ବାଶିଂଟନ,୧୧।୧୦: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ବଡ଼ ଘୋଷଣା କରିଛନ୍ତି । ଦୁଇ ଦେଶ ମଧ୍ୟରେ…

ଗଣ୍ଡ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌, ଏକତା, ସଂଗଠନକୁ ସୁଦୃଢ଼ କରିବାକୁ ଆହ୍ବାନ

କୋକସରା,୧୧।୧୦ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କୋକସରା ଧାନ ମଣ୍ଡି ପରିସରରେ କୋକସରା ବ୍ଲକ ଗଣ୍ଡ ସମାଜ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ…

ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ, ଓ୍ବେଷ୍ଟଇଣ୍ଡିଜ୍‌ ଆଗରେ ୨୨୪ ରନ୍‌ର ଟାର୍ଗେଟ ରଖିଲା ଭାରତ

ଇନ୍ଦୋର,୧୧ା୧୦: ହୋଲ୍କର ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପରସ୍ପରକୁ ଭେଟିଛନ୍ତି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଅଭିଷେକ ଶର୍ମାଙ୍କ ବିସ୍ଫୋରକ…

‘କୃଷି, ଏକତା ଅଘରିଆଙ୍କ ଶକ୍ତି’

ବଲାଙ୍ଗୀର,୧୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ୮୪ ଘର ଅଘରିଆ ସମାଜ ପକ୍ଷରୁ ରବିବାର ସ୍ଥାନୀୟ କୋଶଳ କଳା ମଣ୍ଡଳରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି। ଅଘରିଆ ସମାଜର…

CJP ବିକ୍ଷୋଭ ମଧ୍ୟରେ ବଡ଼ ଘୋଷଣା କଲେ ରାହୁଲ, କହିଲେ କାଲି ପୂରା ଭାରତ…

ନୂଆଦିଲ୍ଲୀ,୧୧।୧୦: ସୁପ୍ରିମକୋର୍ଟ ଯାଏ ମାର୍ଚ୍ଚ କରିବା ସହ ଭାରତର ପ୍ରଧାନ ବିଚାରପତି (CJI)ଙ୍କୁ ଦାବିପତ୍ର ପ୍ରଦାନ କରିବାକୁ ଘୋଷଣା କରିଛନ୍ତି କଂଗ୍ରେସ ଏମପି ରାହୁଲ ଗାନ୍ଧୀ। ସୋମବାର…

କୋର୍ଟରେ ଜାମିନ ନାମଞ୍ଜୁର ଜେଲ ଗଲେ ଅଭିଯୁକ୍ତ, ଜାଣନ୍ତୁ କ’ଣ ଥିଲା ମାମଲା…

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ପିଣ୍ଟୁ ସାହୁଙ୍କୁ ରବିବାର ଦିଗପହଣ୍ଡି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?