ଲିପିର କ୍ରମବିକାଶ

ଆମେ ଯେତେବେଳେ ଅନ୍ୟଜଣଙ୍କ ସହ ଯୋଗାଯୋଗ କରୁ ସେତେବେଳେ ଶବ୍ଦ ବ୍ୟବହାର କରିଥାଉ, ଯାହାକୁ କଥା ବା ଭାଷା ବୋଲି କହୁ। ସେହିପରି ଆମେ ଯେତେବେଳେ ଲେଖା ମାଧ୍ୟମରେ ଯୋଗାଯୋଗକରୁ ସେତେବେଳେ ତାହାକୁ ଲିପି କହିଥାଉ। ବିଶ୍ୱରେ ବିଭିନ୍ନ ଅଞ୍ଚଳରେ ରହୁଥିବା ଭିନ୍ନ ଭିନ୍ନ ଭାଷାଭାଷୀ ଲୋକଙ୍କ ମଧ୍ୟରେ ବିଭିନ୍ନ ଲିପି ଅଛି। ସେଗୁଡ଼ିକ କ’ଣ ଚିତ୍ରାକ୍ଷର ନା ଅକ୍ଷର। ସେଗୁଡ଼ିକ କ’ଣ ବ୍ୟଞ୍ଜନବର୍ଣ୍ଣ ଓ ସ୍ବରବର୍ଣ୍ଣ? ଲେଖାର ଲକ୍ଷ୍ୟ କ’ଣ ଓ ଏହା କେମିତି ବିକାଶ ହୋଇଛି? ଗ୍ରୀସ୍‌ର ମେସୋପଟାମିଆ (ଏବର ଇରାକ୍‌)ସଭ୍ୟତା ସବୁଦିଗରୁ ସମୃଦ୍ଧ ଥିଲା। ସେଠାକାର ବାସିନ୍ଦା ସୁମେରୀୟମାନେ ପ୍ରାୟ ଖ୍ରୀଷ୍ଟପୂର୍ବ ୩୩୦୦ରେ ଲେଖାଶୈଳୀ ଉଦ୍ଭାବନ କରିଥିଲେ। ସେତେବେଳେ ସେମାନେ କୀଳକ ଲିପି ବ୍ୟବହାର କରୁଥିଲେ। ସ୍ଲେଟ୍‌ ଭଳି ମାଟି ଖଣ୍ଡ ଉପରେ ମୁନିଆ ଲେଖନୀରେ ସାଙ୍କେତିକ ଚିହ୍ନ ଭଳି ଲେଖୁଥିଲେ, ଯାହାକୁ କୁହାଯାଉଛି କୀଳକ ଲିପି। ଏଗୁଡ଼ିକ ପ୍ରଥମେ ଚିତ୍ର ଆଧାରିତ(ଇମୋଜି)ଥିଲା। ତା’ପରେ ଇଜିପ୍ଟର ସ୍ପଷ୍ଟ ଚିତ୍ରାକ୍ଷର ଲେଖା ସାମ୍ନାକୁ ଆସିଥିଲା। ଏଗୁଡ଼ିକ ମଧ୍ୟ ସାଙ୍କତିକ ଚିହ୍ନ ଥିଲା। ତା’ ପରେ ଆସିଲା ଚାଇନା ଲୋକଙ୍କ ଲେଖାଶୈଳୀ ଏବଂ ଏହା ମଧ୍ୟ ସାଙ୍କେତିକ ଚିତ୍ରଲିପି ଥିଲା। ବାସ୍ତବରେ ଏଗୁଡ଼ିକ ଉପରୁ ତଳ ଆଡ଼କୁ ଲେଖାଯାଉଥିଲା। ପରେ ଇଜିପ୍ଟବାସୀ ଉଭୟ ଦିଗରୁ ଲେଖିପାରିଲେ। କୀଳକ ଲିପି ବାମରୁ ଡାହାଣକୁ ଲେଖାଯାଉଥିଲା।
ପାଖାପାଖି ଖ୍ରୀଷ୍ଟପୂର୍ବ ୨୮୦୦ରେ କୀଳକ ଲିପି ଅକ୍ଷରମାଳା( ସ୍ବର ଉଚ୍ଚାରିତ ଶବ୍ଦାଂଶ) ପାଲଟିଲା ଏବଂ ଏଥିରେ ଅଧିକ ଶବ୍ଦ ଲେଖାଯାଇପାରିଲା। ଏହାର ମଧ୍ୟ ଆବଶ୍ୟକତା ଥିଲା, କାରଣ ଚିତ୍ରାକ୍ଷର ପାଇଁ କମ୍‌ ସୁଯୋଗ ରହିଥିଲା। ଅନେକ ଭାଷାରେ ଏହି କୀଳକ ଲିପି ବ୍ୟବହାର କରାଗଲା ଏବଂ ମେସୋପଟାମିିଆ, ବାବିଲୋନ ଏବଂ ପାରସ୍ୟର ରାଜାମାନଙ୍କ ଦ୍ୱାରା ଏହି ଭାଷା ବ୍ୟବହାର କରାଯାଉଥିଲା।
ସୁମେରୀୟମାନଙ୍କ ସହ ହରପ୍ପା ସଭ୍ୟତାର ଲୋକମାନେ ବାଣିଜ୍ୟ କରୁଥିଲେ। କିନ୍ତୁ ହରପ୍ପାବାସୀ କୀଳକ ଲିପିକୁ ଗ୍ରହଣ କରି ନ ଥିଲେ। ହରପ୍ପାର ଲିପି ସମ୍ଭବତଃ ଏକ ପ୍ରକାର ଛିତ୍ରାକ୍ଷର ବା ସାଙ୍କେତିକ ଚିହ୍ନ ଥିଲା, ଯଦିଓ ଅନେକ ଐତିହାସିକ ଏହା ସହ ଏକମତ ନୁହନ୍ତି। ହରପ୍ପାରୁ ମିଳିଥିବା ସିଲ୍‌ ବା ମୋହରରୁ ଜଣାପଡ଼େ, ହରପ୍ପା ଲିପି ଡାହାଣରୁ ବାମକୁ ଲେଖାଯାଉଥିଲା। ଏହାର ବାମରେ ଥିବା ଅଧିକ ସଙ୍କେତରୁ ଏହି ସୂଚନା ମିଳେ। ତେବେ ମୋହର ଲଗାଇବା ପରେ ତାହାକୁ ବାମରୁ ଡାହାଣକୁ ପଢ଼ାଯାଉଥିଲା। ବଳଦ ଜମି ହଳ କଲାବେଳେ ଯେମିତି ଡାହାଣରୁ ବାମ ଓ ବାମରୁ ଡାହାଣକୁ ବୁଲେ, ସେହିଭଳି ବେଳେବେଳେ ଲିପି ଡାହାଣରୁ ବାମକୁ ଏବଂ ପରେ ବାମରୁ ଡାହାଣକୁ ଲେଖାଯାଉଥିଲା। ଏହି ପ୍ରକାର ଡାହାଣରୁ ବାମ ଓ ବାମରୁ ଡାହାଣ ଲେଖାକୁ ବିପରୀତ ଲେଖାଶୈଳୀ (ବୌଟ୍ରୋଫେଡନ) କୁହାଯାଏ।
ଆସନ୍ତୁ ଅକ୍ଷର ଓ ବର୍ଣ୍ଣ ଉଦ୍ଭାବନ ବିଷୟରେ ଆଲୋଚନା କରିବା। ଏବର ଲେବାନନ୍‌ ଏବଂ ଇସ୍ରାଏଲ ବାସିନ୍ଦା (ଫୋଏନିସିଆନ)ଙ୍କ ଦ୍ୱାରା ଖ୍ରୀଷ୍ଟପୂର୍ବ ୧୨୦୦ରେ ଅକ୍ଷର ଉଦ୍ଭାବନ ହୋଇଥିଲା। କିନ୍ତୁ ସେମାନେ କେବଳ ବ୍ୟଞ୍ଜନବର୍ଣ୍ଣ ଉଦ୍ଭାବନ କରିଥିଲେ। ଆରବରେ ବ୍ୟଞ୍ଜନବର୍ଣ୍ଣ ସହ ଏକ ଲିପି ଅଛି। ଏଥିରୁ ପ୍ରଥମେ ହିବ୍ର୍ୟୁ ଓ ଆରାମାଇକ ହୋଇଛି। ପରେ ଏଥିରୁ ଆରବୀ ଓ ପାରସ୍ୟ ଲିପି ସୃଷ୍ଟି ହୋଇଥିଲା। ଏହା ସାଧାରଣତଃ ଡାହାଣରୁ ବାମକୁ ଲେଖାଯାଇଥାଏ। ସମ୍ଭବତଃ ଏହାକୁ ପ୍ରଥମେ ପଥର ଉପରେ ଛେଣି ଓ ହାତୁଡ଼ି ଦ୍ୱାରା ଖୋଦେଇ କରାଯାଉଥିଲା। ଖ୍ରୀଷ୍ଟପୂର୍ବ ୮୦୦ ପାଖାପାଖିରେ, ଗୀକ୍‌ବାସୀ ସ୍ବରବର୍ଣ୍ଣ ଉଦ୍ଭାବନ କଲେ। କୀଳକ ଲିପି ଭଳି ସେମାନେ ମଧ୍ୟ ବାମରୁ ଡାହାଣକୁ ଲେଖୁଥିଲେ। ଖ୍ରୀଷ୍ଟପୂର୍ବ ୩୨୬ରେ ଆଲେକଜାଣ୍ଡର ଯେତେବେଳେ ଭାରତ ଆକ୍ରମଣ କରିଥିଲେ ସେତେବେଳେ ଏହା ଭାରତକୁ ଆସିଥିଲା। ସ୍ବରବର୍ଣ୍ଣ ହେଉଛି ଶବ୍ଦ ବା ଧ୍ୱନିର ସମାହାର, ଯାହା ସାଧାରଣତଃ ଭୋକାଲ କର୍ଡ ବା ସ୍ବର ନଳୀ ଓ ପାଟି ଖୋଲିଲେ ଉତ୍ପନ୍ନ ହୋଇଥାଏ। ଅନ୍ୟପଟେ ବ୍ୟଞ୍ଜନବର୍ଣ୍ଣ ଧ୍ୱନି ସ୍ବରତନ୍ତ୍ରୀ ଓ ପାଟି ବନ୍ଦ କରି ଉତ୍ପନ୍ନ ହୋଇଥାଏ। ସ୍ବରଯୁକ୍ତ ଶବ୍ଦାଂଶଗୁଡ଼ିକ ସ୍ବରବର୍ଣ୍ଣ ଓ ବ୍ୟଞ୍ଜନବର୍ଣ୍ଣର ସମାହାର। ଉଦାହରଣ ସ୍ବରୂପ ଇଂଲିଶ ଲିପିର ୨୧ଟି ବ୍ୟଞ୍ଜନବର୍ଣ୍ଣ ଏବଂ ଏ, ଇ, ଆଇ, ଓ, ୟୁ ଭଳି ୫ଟି ସ୍ବରବର୍ଣ୍ଣ ଅଛି। ନାଗରି ଲିପିର ୩୪ ବ୍ୟଞ୍ଜନବର୍ଣ୍ଣ ଓ ୧୪ଟି ସ୍ବରବର୍ଣ୍ଣ ରହିଛି। ତେବେ ଲିପିରେ ବର୍ଣ୍ଣ ସଂଖ୍ୟା ସ୍ଥିର ନୁହେଁ, ଏହା ପ୍ରତ୍ୟେକ ଭାଷାରୁ ଭାଷା ପରିବର୍ତ୍ତନ ହୋଇଥାଏ। ଏଥିରୁ ବୁଝାପଡ଼ୁଛି ଭାଷା ସଂସ୍କୃତି ଦ୍ୱାରା ପ୍ରଭାବିତ। ସବୁ ମଣିଷଙ୍କ ଭାଷା ଓ ସଂସ୍କୃତି ଥିଲେ ମଧ୍ୟ ଭାଷାର କିଛି ଆନୁବଂଶିକ ଆଧାର ରହିଥାଇପାରେ।
ଭାରତର ବ୍ରାହ୍ମି ଲିପିର ସ୍ଥାନ ସ୍ବତନ୍ତ୍ର। ଏହା ଏକ ପୁରାତନ ଭାରତୀୟ ଲେଖା ବ୍ୟବସ୍ଥା। ଏହି ଲିପିରେ ସ୍ବତନ୍ତ୍ର ଭାବେ ସ୍ବରବର୍ଣ୍ଣ ଓ ବ୍ୟଞ୍ଜନବର୍ଣ୍ଣ ଅଛି। ଏଥିରେ ମଧ୍ୟ ମାତ୍ରା ଓ ବ୍ୟଞ୍ଜନବର୍ଣ୍ଣ ଓ ସ୍ବରବର୍ଣ୍ଣ ମିଶ୍ରିତ ଶବ୍ଦାବଳୀସବୁ ରହିଛି। ବ୍ରାହ୍ମିଲିପିରେ ସ୍ବରବର୍ଣ୍ଣଗୁଡ଼ିକ ଗୋଲାକାର ଭାବେ ଯଥା ଉପର, ତଳ, ପୂର୍ବାପର ଭାବେ ବ୍ୟବସ୍ଥିତ ହୋଇଅଛି। ସେଗୁଡ଼ିକ ପ୍ରାରମ୍ଭିକ ବ୍ୟଞ୍ଜନବର୍ଣ୍ଣ ଦ୍ୱାରା ସଂଯୋଜିତ ହୋଇଛନ୍ତି। ଏହା ହିଁ ବ୍ରାହ୍ମିଲିପିର ବିଶେଷତା।
ଖ୍ରୀଷ୍ଟପୂର୍ବ ୨୫୦ରେ ବ୍ରାହ୍ମିଲିପି ପ୍ରଥମେ ଅଶୋକଙ୍କ ରାଜବିଜ୍ଞପ୍ତିରୁ ସାମ୍ନାକୁ ଆସିଥିଲା। ତେବେ ଊନବିଂଶ ଶତାବ୍ଦୀର ବିଦ୍ୱାନ୍‌ମାନେ ଏହାକୁ ‘ପିନ୍‌ ମ୍ୟାନ୍‌’ ଲିପି କହୁଛନ୍ତି। ଏହାର ୫୦ ବର୍ଷ ପରେ ଅର୍ଥାତ୍‌ ୩୦୦ ଶତାବ୍ଦୀରେ ବୌଦ୍ଧ ଧର୍ମଗ୍ରନ୍ଥ ଲଳିତବିସ୍ତର ସୂତ୍ର ରଚନା କରାଯାଇଥିଲା। କୁହାଯାଉଛି ଯେ, ବୁଦ୍ଧ ଜଣେ ଛାତ୍ର ଭାବେ ଅନେକ ଲିପି ଶିକ୍ଷା କରିଥିତ୍ଲେ ଏବଂ ସେଗୁଡ଼ିକର ତାଲିକା ମଧ୍ୟରେ ବାହ୍ମିଲିପିର ସ୍ଥାନ ଥିଲା ପ୍ରଥମ। ହିନ୍ଦୁଧର୍ମରେ ବ୍ରହ୍ମାଙ୍କୁ ସୃଷ୍ଟିକର୍ତ୍ତା ଦେବତା ଭାବେ ସ୍ବୀକାର କରାଯାଇଛି। ବ୍ରହ୍ମାଙ୍କ ସହ ବ୍ରାହ୍ମିର ସମ୍ପର୍କ ରହିଥିବାରୁ ପଣ୍ଡିତମାନେ ମୌର୍ଯ୍ୟ ଲିପିକୁ ବ୍ରାହ୍ମିଲିପି ଭାବେ ନାମିତ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। କୌତୂହଳର ବିଷୟ ହେଉଛି, ଦିଗମ୍ବର ଜୈନ ପୁରାଣ ଅନୁଯାୟୀ, ପ୍ରଥମ ତୀର୍ଥଙ୍କର ଋଷଭଦେବଙ୍କ ଝିଅ ବ୍ରାହ୍ମିଙ୍କୁ ଏହି ଲିପି ଲେଖା ଶିଖାଇଥିଲେ। ଏହି ତଥ୍ୟ ୯୦୦ ଶତାବ୍ଦୀର ଆଦି ପୁରାଣରୁ ଆସିଛି।
-devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପଞ୍ଜାବର ଗୁରୁବିନ୍ଦର ସିଂ ସୋହି ଗହମ ବଦଳରେ ଫୁଲ ଚାଷ କରି ବର୍ଷକୁ ୨୨ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ଗୁରୁବିନ୍ଦର ରହୁଛନ୍ତି ନାନୋଓ୍ବାଲରେ। ଏହି ଗାଁରେ…

‘ଏକ୍‌ଲା ଚଲୋରେ’ର ବିକୃତ ପ୍ରକଟନ

“ତୋର୍‌ ଡାକ୍‌ ଶୁନେ ଯଦି କେଉ ନା ଆସେ, ତବେ ଏକ୍‌ଲା ଚଲୋରେ“- ନୋବେଲ ପୁରସ୍କାରପ୍ରାପ୍ତ ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କର ଦେଶାମତ୍ବୋଧକ ସଙ୍ଗୀତର ଏହି ପଂକ୍ତି ଆଜି…

କୃଷି କୃଷକର କଥା ଓ ବ୍ୟଥା

ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ। ରାଜ୍ୟର ପ୍ରାୟ ଶତକଡ଼ା ସତୁରି ଭାଗ ଲୋକ ଜୀବନ ଜୀବିକା ପାଇଁ କୃଷି ଉପରେ ନିର୍ଭର କରିଥାନ୍ତି। ତେଣୁ ଓଡ଼ିଶାର…

ଫାଳିକିଆ ଆଇନ

ସଶସ୍ତ୍ର ଦୁର୍ବୃତ୍ତମାନେ ସେପ୍ଟେମ୍ବର ୧୩ରେ ମଣିପୁରର ତାମେଙ୍ଗଲଙ୍ଗ ଜିଲାରେ ଦୁଇଟି ପୃଥକ୍‌ ସ୍ଥାନରେ ଆକ୍ରମଣ କରିବାରୁ ଜଣେ ୬ ବର୍ଷର ଶିଶୁ ଆହତ ହେବା ସହ ୪…

ଏଇ ଭାରତରେ

ମଧ୍ୟପ୍ରଦେଶ ଷ୍ଟେଟ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସର ଆଇପିଏସ୍‌ ଅଧିକାରୀ ବୀରେନ୍ଦ୍ର ମିଶ୍ରା ବେଡ଼ିଆ ସମ୍ପ୍ରଦାୟର ପିଲାଙ୍କୁ କୁତ୍ସିତ ପ୍ରଥାରୁ ମୁକୁଳାଇ ସମାଜର ମୁଖ୍ୟ ଧାରାରେ ସାମିଲ କରୁଛନ୍ତି।…

କାହାନ୍ତି ସେ ସାଆନ୍ତାଣୀ

‘ସାଆନ୍ତାଣୀ’ ଏପରି ଏକ ଶବ୍ଦ ଯାହାର ଉଚ୍ଚାରଣରେ କର୍ତ୍ତା ଓ ଗ୍ରହୀତା ଉଭୟେ ଆପ୍ୟାୟିତ ହୁଅନ୍ତି। ଏହି ଶବ୍ଦଟିର ପୂର୍ବରୁ ‘ମାଆ’ ଯୋଡା ହୋଇଗଲେ ତାହା ଅଧିକ…

ବିକାଶ ଦୌଡ଼ରେ ଭାରତ ଓ ଚାଇନା

ବେଳେ ବେଳେ ମନରେ ପ୍ରଶ୍ନ ଆସେ, ବିଜ୍ଞାନ ଓ କାରିଗରି କ୍ଷେତ୍ରରେ ଚାଇନା କିପରି ଏତେ ତୀବ୍ର ବିକାଶ କରିପାରୁଛି। ନିକଟରେ ସମ୍ପନ୍ନ ହୋଇଥିବା ବିଶ୍ୱ ହ୍ୟୁମାନଏଡ୍‌…

ଏଆଇ ପ୍ରତି ସତର୍କତା

ଇରାନ ଓ ଆମେରିକା ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଇତିମଧ୍ୟରେ ୟେମେନ୍‌ର ଇରାନ ସମର୍ଥିତ ହାଉତି ବିଦ୍ରୋହୀମାନେ ଲୋହିତ ସାଗରର ଦକ୍ଷିଣ ପ୍ରବେଶ ପଥରେ ଥିବା ‘ମାୟୁନ୍‌’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?