ଈଶ୍ୱରପ୍ପା ହେଲେ ଈଶ୍ୱର

ଭାରତୀୟ ବ୍ୟବସ୍ଥାରେ ଦୁର୍ନୀତି ଏକ ଅଂଶ ହୋଇଯାଇଛି। ଦୀର୍ଘବର୍ଷ ଶାସନ କରୁଥିବା କଂଗ୍ରେସର ଦୁର୍ନୀତିକୁ ଅଙ୍ଗୁଳି ନିର୍ଦ୍ଦେଶ କରି ଭାରତୀୟ ଜନତା ପାର୍ଟି (ଭାଜପା) କ୍ଷମତାକୁ ଆସିଥିଲା। ଏବେ ଭାଜପା ସ୍ବଚ୍ଛ ନୁହେଁ ବୋଲି ସଦ୍ୟ ମିଳିଥିବା ଏକ ପ୍ରମାଣରୁ ଜଣାପଡ଼ିଛି। ନିକଟରେ କର୍ନାଟକ ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ ମନ୍ତ୍ରୀ କେ. ଏସ୍‌. ଈଶ୍ୱରପ୍ପାଙ୍କ ଇସ୍ତଫା ସେହି ଦଳକୁ ମଧ୍ୟ କାଦୁଅରେ ଫିଙ୍ଗି ଦେଇଛି। ଗୁଜରାଟ ବ୍ୟବସାୟୀ ନୀତିନ ସନ୍ଦେସରା ୫,୩୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ନେଇ ଭାରତ ଛାଡ଼ି ଫେରାର ହୋଇଯାଇଥିବା ଖବର ନିକଟରେ ପ୍ରକାଶ ପାଇଛି। ହେଲେ ଇସ୍ତଫା ଦେଇଥିବା ଈଶ୍ୱରପ୍ପା ବ୍ୟବସାୟୀ ନୀତିନଙ୍କ ଭଳି ଭାଜପା ସମର୍ଥିତ ଗୁଜରାଟୀ ଠକଙ୍କର ଈଶ୍ୱର ଭାବେ ଆବିର୍ଭୂତ ହେଲା ଭଳି ମନେହେଉଛି। କର୍ନାଟକର ଠିକାଦାର ସନ୍ତୋଷ ପାଟିଲଙ୍କ ଆତ୍ମହତ୍ୟା ଓ ପରେ ମନ୍ତ୍ରୀ କେ. ଏସ୍‌. ଈଶ୍ୱରପ୍ପାଙ୍କ ଇସ୍ତଫା ଜଣାଇଦେଇଛି ଭାଜପା ସରକାରର ଆଭ୍ୟନ୍ତରୀଣ ବାସ୍ତବତା। ‘ଭାତହାଣ୍ଡିରୁ ଗୋଟିଏ ଚିପିଲା’ ଭଳି ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ ବିଭାଗ ଦ୍ୱାରା ଦିଆଯାଇଥିବା ଠିକାଦାରି କାର୍ଯ୍ୟରେ କଣ୍ଟ୍ରାକ୍ଟରଙ୍କଠାରୁ ୪୦ ପ୍ରତିଶତ କମିଶନ ନିଆଯିବା ଯେଭଳି ଏକ ବିଧି କରି ଦିଆଯାଇଛି। କର୍ନାଟକ ରାଜ୍ୟ ଠିକାଦାର ସଂଘ (କେଏସ୍‌ସିଏ) ରାଜ୍ୟର ସରକାରୀ କାର୍ଯ୍ୟରେ ପର୍ଯ୍ୟାପ୍ତ ଲାଞ୍ଚ ମଗାଯାଉଥିବା ବିଷୟ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଗତବର୍ଷ ଜୁଲାଇରେ ଏକ ଚିଠି ଲେଖିଥିଲା। ସେଥିରେ ଉଲ୍ଲେଖ କରାଯାଇଥିଲା ଯେ, ୪୦ ପ୍ରତିଶତ କମିଶନ ଦିଆ ନ ଗଲେ କଣ୍ଟ୍ରାକ୍ଟରଙ୍କ କାର୍ଯ୍ୟ ବିଲ୍‌ରେ ସରକାରୀ ଅଧିକାରୀମାନେ ଦସ୍ତଖତ କରୁନାହାନ୍ତି। ନିର୍ଦ୍ଦିଷ୍ଟ କାର୍ଯ୍ୟ ଲାଗି ବିଧାୟକଙ୍କଠାରୁ ବିଭାଗୀୟ ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଲାଞ୍ଚ ନେଉଥିବା ବିଷୟ ଠିକାଦାର ସଂଘ ପ୍ରଧାନମନ୍ତ୍ରୀଙ୍କୁ ଜଣାଇବା ଏକ କ୍ଷୁଦ୍ର ବିଷୟ ନୁହେଁ। ପ୍ରଧାନମନ୍ତ୍ରୀଙ୍କୁ ଜଣାଇବା ପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିଲା। ଓଡ଼ିଆରେ ଢଗ ଅଛି-‘ଖଜୁରି ଗଛର କି ଗୁଣ ଗାଇବି ମୂଳରୁ ପାହାଚ ପାହାଚ’। ନିଜ ଉପରେ ଆର୍ଥିକ ବୋଝ ପଡ଼ିବାରୁ ଠିକାଦାର ସନ୍ତୋଷ ପାଟିଲ ଯେତେବେଳେ ଆତ୍ମହତ୍ୟା କଲେ ଦୁର୍ନୀତିରେ ଅନେକ ବ୍ୟକ୍ତିଙ୍କ ସମ୍ପୃକ୍ତି ବିଷୟରେ ବହୁତ କଥା ଜଣାପଡ଼ୁଛି। କମିଶନ ମାଗିବା ବିଷୟକୁ କର୍ନାଟକ ଗ୍ରାମୀଣ ବିକାଶ ମନ୍ତ୍ରୀ ଈଶ୍ୱରପ୍ପା ଅସ୍ବୀକାର କରିଥିଲେ ମଧ୍ୟ ପାଟିଲଙ୍କ ଆତ୍ମହତ୍ୟା ସୂଚାଇ ଦେଇଛି ଯେ ସେଠାରେ କେଉଁ ଧରଣର ଦୁର୍ନୀତି ଚାଲିଛି।
ଦୀର୍ଘବର୍ଷ ତଳେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ କହିଥିଲେ ଯେ, କେନ୍ଦ୍ରରୁ ଦିଆଯାଉଥିବା ପ୍ରତି ଟଙ୍କାକରୁ ମାତ୍ର ୧୫ ପଇସା ହିତାଧିକାରୀ ପାଇଥାଆନ୍ତି। ଇତିମଧ୍ୟରେ ଅନେକ ଦଶନ୍ଧି ବିତିଗଲାଣି ଓ ମୁଦ୍ରାସ୍ଫୀତି ପ୍ରବଳ ଭାବେ ପ୍ରଭାବିତ ହୋଇଛି, ଯେଉଁଥିପାଇଁ ପିସି ପହଞ୍ଚତ୍ଲାଣି ୪୦ ପ୍ରତିଶତରେ। ଦୁର୍ଭାଗ୍ୟର କଥା ଯେ, ଜଣେ ଠିକାଦାରଙ୍କ ଆତ୍ମହତ୍ୟା ଦେଶବ୍ୟାପୀ ସମସ୍ୟା ସୃଷ୍ଟି କରିପାରେ। ଉଦାହରଣ ସ୍ବରୂପ, ଓଡ଼ିଶାରେ ୧୫ରୁ ୧୮ ପ୍ରତିଶତ ପିସି ସାଧାରଣରେ ନିଆଯାଇଥାଏ। ତେଲ ଦର ବୃଦ୍ଧି ଭଳି ଏବେ କର୍ନାଟକରେ ପିସି ବିଷୟରେ ଜଣାପଡ଼ିବା ପରେ ଅନ୍ୟସବୁ ରାଜ୍ୟରେ ମଧ୍ୟ ଏହାର ପ୍ରତିଶତ ବୃଦ୍ଧି ପାଇବାର ସବୁ ସମ୍ଭାବନା ରହିଛି। ଲୋଭୀ ଅଧିକାରୀମାନେ ଅଧିକ ପ୍ରତିଶତ ମାଗିବା ଯଥାର୍ଥ ବୋଲି ଭାବିବେ। ଏବେ ୪୦ ପ୍ରତିଶତ କମିଶନ ଯଦି ଉପର ସ୍ତରକୁ ଯିବା ଲାଗି ଅଲିଖିତ ବିଧି କରାଯାଇଥିବ, ତେବେ ଗଢ଼ାଯାଉଥିବା ଭିତ୍ତିଭୂମି କେତେ ସୁଦୃଢ଼ ହେବ ତାହା ଆକଳନ କରିହେବ। ଏମିତି ଦେଖିଲେ ଓଡ଼ିଶାରେ ପିସିର ପରିମାଣ କର୍ନାଟକ ତୁଳନାରେ ଯଥେଷ୍ଟ କମ୍‌ ଥିବା ସତ୍ତ୍ୱେ ଏଠାରେ ମଧ୍ୟ ବ୍ରିଜ୍‌ ଗଳିପଡ଼ିବା ଏକ ଜଣାଶୁଣା କଥା ହୋଇପଡ଼ିଲାଣି। ଈଶ୍ୱରପ୍ପାଙ୍କ କାର୍ଯ୍ୟକଳାପ ଭାଜପା ପ୍ରଶାସନର କାର୍ଯ୍ୟକଳାପକୁ ପଦାରେ ପକାଇ ଦେଉଛି। ଏହା ମଧ୍ୟ ଲୋକଲୋଚନକୁ ଆସିପାରି ନ ଥାଆନ୍ତା ଯଦି ଠିକାଦାର ସନ୍ତୋଷ ପାଟିଲ ଆତ୍ମହତ୍ୟା କରି ନ ଥାଆନ୍ତେ।
‘ସ୍ବଚ୍ଛ ଭାରତ’ ଓ ‘ନୂତନ ଭାରତ’ ବିଷୟରେ ଭାଜପା ବାରମ୍ବାର କହିଆସୁଛି। କେନ୍ଦ୍ରୀୟ ନେତୃତ୍ୱଙ୍କ ନିଷ୍ପତ୍ତି ଅନୁଯାୟୀ ଈଶ୍ୱରପ୍ପା ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ଈଶ୍ୱରପ୍ପା ସିନା ଧରାପଡ଼ିଗଲେ, କିନ୍ତୁ ଦୁର୍ନୀତିର ଚେର ବହୁ ଗଭୀରକୁ ଯାଇଥିବ। ଏଠାରେ ମନେରଖିବାକୁ ହେବ ଯେ, ଜଣେ ବ୍ୟକ୍ତିବିଶେଷଙ୍କ ଦ୍ୱାରା ଦୁର୍ନୀତି କରିବା ସମ୍ଭବପର ନୁହେଁ। ପ୍ରଶାସନିକ ବ୍ୟବସ୍ଥାକୁ ଉପରୁ ଦୁର୍ନୀତିଗ୍ରସ୍ତ କରାଇପାରିଲେ ତାହାର ପ୍ରତିଫଳନ ଈଶ୍ୱରପ୍ପାଙ୍କ ଭଳି ଲୋକଙ୍କ ପାଖରେ ଦେଖିବାକୁ ମିଳିଛି। ଏଥିସହିତ ଏହା ମଧ୍ୟ ବୁଝିବାକୁ ହେବ ଯେ, ପ୍ରଶାସନିକ ବ୍ୟବସ୍ଥାକୁ ଅମଲାତନ୍ତ୍ରୀଙ୍କ ବ୍ୟତୀତ ଅନ୍ୟ କେହି ସମ୍ପୂର୍ଣ୍ଣ ଭାବେ ବୁଝିପାରିବେ ନାହିଁ। ବିଶେଷକରି କ୍ଷଣସ୍ଥାୟୀ ରାଜନେତାଙ୍କ ସେଭଳି ଗଭୀରତା ସୃଷ୍ଟି ହେବା ସମ୍ଭବପର ନୁହେଁ। ଏହି ଦିଗରୁ ଦେଖିଲେ ଈଶ୍ୱରପ୍ପାଙ୍କ ଆଢୁଆଳରେ ତାଙ୍କ ବିଭାଗୀୟ ସଚିବ ଓ ଯନ୍ତ୍ରୀଙ୍କଠାରୁ ଆରମ୍ଭକରି କର୍ନାଟକ ମୁଖ୍ୟମନ୍ତ୍ରୀଙ୍କ ସଚିବଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ରୀତିମତ ସକ୍ରିୟ ସହଯୋଗ ଏବଂ ଭାଗ ନିଶ୍ଚିତ ଭାବେ ଥିବ। ନଚେତ୍‌ ଦୁର୍ନୀତି କରିବା ସମ୍ଭବପର ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ତାମିଲନାଡୁର ରାଜତାରକା

ଭାରତସାରା ଚର୍ଚ୍ଚା ହେଉଛି ଯେ ଦୁଇବର୍ଷ ତଳେ ରାଜନୈତିକ ଦଳ ତାମିଲାଗା ଭେଟ୍ରି କାଜାଗମ୍‌ (ଟିଭିକେ) ଗଢ଼ି ଅଭିନେତାରୁ ରାଜନେତା ପାଲଟିଥିବା ଚନ୍ଦ୍ରଶେଖରନ୍‌ ଯୋଶେଫ୍‌ ବିଜୟ ଗ୍ରୀନ୍‌…

ନିର୍ବାଚନ ପ୍ରକ୍ରିୟାରେ ଭୋଟର

”ଆଜିକାଲି ଜଣେ ଗୃହହୀନ ବ୍ୟକ୍ତିଙ୍କ ବାସସ୍ଥାନର ଆବଶ୍ୟକତା ପୂରଣ କରିବାକୁ ହେଲେ ବିଏଲ୍‌ଓ (ବୁଥ ସ୍ତରୀୟ ଅଧିକାରୀ) ରାତିରେ ଯାଇ ସେହି ବ୍ୟକ୍ତି ପ୍ରକୃତରେ ତାଙ୍କ ପ୍ରଦତ୍ତ…

ଆମ ବ୍ୟବସ୍ଥା ଓ ସାଧାରଣ ଜନତା

କେନ୍ଦୁଝରର ଜିତୁ ମୁଣ୍ଡା ଏବେ ସାରା ଭାରତ ଓ ବିଶ୍ୱରେ ଚର୍ଚ୍ଚିତ ହୋଇଛନ୍ତି। ନିଜ ମୃତ ଭଉଣୀଙ୍କ ନାମରେ ବ୍ୟାଙ୍କରେ ଥିବା ଟଙ୍କାକୁ ଉଠେଇବାକୁ ଯାଇ ବାରମ୍ବାର…

ପିଇବା ପାଣିର ବଜାରୀକରଣ

ବିଗତ ସତୁରି ଅଶୀ ଦଶକର କଥା। ବିନା ଦ୍ୱନ୍ଦ୍ୱରେ କୂଅ ଓ ନଳକୂଅରୁ ସିଧା ସଳଖ ଆମେ ପାଣି ପିଇ ଦେଉଥିଲୁ। ଏ କଥା ଏବେ ଭାବିଲା…

ଯୁକ୍ତିଯୁକ୍ତ ଦୃଷ୍ଟିକୋଣ

ଭାରତର ସଦ୍ୟତମ ବାବୁ ଅଦଳବଦଳ ପ୍ରକୃତରେ ବଦଳି କିମ୍ବା ନିଯୁକ୍ତି ବିଷୟକୁ ନୁହେଁ, ବରଂ ନୂଆଦିଲ୍ଲୀର ଶାସକୀୟ ଦୃଷ୍ଟିକୋଣର ଏକ ଗଭୀର ପରିବର୍ତ୍ତନକୁ ସୂଚିତ କରୁଛି। ସୂତ୍ରରୁ…

ଏଇ ଭାରତରେ

ମହାରାଷ୍ଟ୍ର ବିଦର୍ଭ ଏକ ମରୁଡ଼ିପ୍ରବଣ ଅଞ୍ଚଳ। ବର୍ଷାଦିନ ପରେ ଏଠାରୁ ଭାରଓ୍ବାଡ ଯାଯାବର ସମ୍ପ୍ରଦାୟର ଲୋକେ ଗୃହପାଳିତ ପଶୁଙ୍କୁ ନେଇ ଅନ୍ୟ ଚାରଣଭୂମି ଅଞ୍ଚଳକୁ ଚାଲିଯାଆନ୍ତି। ସେମାନେ…

ପ୍ରକୃତିର ସ୍ବରୂପ

ପତଞ୍ଜଳି ଯୋଗ ଦର୍ଶନର ଦ୍ୱିତୀୟ ପାଦ ସୂତ୍ର ସଂଖ୍ୟା-୧୮ରେ କୁହାଯାଇଛି, ”ପ୍ରକାଶ କ୍ରିୟା ସ୍ଥିତି ଶୀଳଂ ଭୂତେନ୍ଦ୍ରିୟାତ୍ମକଂ ଭେଗାପବର୍ଗାଥଂ ଦୃଶ୍ୟମ“। ଏହାର ଅର୍ଥ ହେଲା ପ୍ରକାଶ, କ୍ରିୟା…

ସବୁଜ ସାଧକ କାଳିନ୍ଦୀ ଚରଣ

ଜନ୍ମ ଆମର ମଣିଷ କୁଳରେ ନାହିଁ ଇଜ୍ଜତ୍‌ ମାନ, ଆମ ଝିଅବୋହୂ ସବୁରି ଶାଳୀ ହେ ଆମେ ଶଳା ସଇତାନ“। କବିତାରେ ସର୍ବହରା ମଣିଷର ଏହି ଇସ୍ତାହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri