ଉଦ୍ୟୋଗୀ ବୁଷ୍ଟର

ଇଂଲିଶ ଭାଷାରେ ଦୁର୍ବଳତା ତାଙ୍କୁ ଦୁଇ ଥର ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଅକୃତକାର୍ଯ୍ୟ କରାଇଥିଲା। ଏହି ବିଫଳତା ସତ୍ତ୍ୱେ ସେ ପଢ଼ାରୁ ଇସ୍ତଫା ଦେଇ ନ ଥିଲେ। ତାଙ୍କ ଭାଇ ଜଣେ ରସାୟନବିତ୍‌ ଓ ସେ ଜୀବନରେ କିଛି ନ କରି ରହିଗଲେ ପିତାଙ୍କ ମନଦୁଃଖ ହେବ ଭାବି ପଢ଼ାରେ ମନ ଦେଲେ। ଫଳରେ ଫାର୍ମାସି ଡିଗ୍ରୀ ହାସଲ କଲେ ଓ ସ୍ବର୍ଣ୍ଣପଦକ ପାଇଲେ। ଏହା ପରେ ବିଫଳତା ତାଙ୍କୁ ସେଇଠୁ ଛାଡ଼ି ଚାଲିଗଲା। ସେ ହାଇଦ୍ରାବାଦରେ ଓ୍ବାର୍ନର୍ସ ହିନ୍ଦୁସ୍ତାନ କମ୍ପାନୀରେ ମାସିକ ୨୫୦ ଟଙ୍କାରେ ଯୋଗଦେଲେ। ତା’ପରେ ବିଶ୍ୱସ୍ତରୀୟ କମ୍ପାନୀରେ କାମ କରିବା ଲାଗି ଚାକିରି ଖୋଜିଲେ। ଆମେରିକାରେ ଔଷଧ କମ୍ପନୀଗୁଡ଼ିକ ପ୍ରତିଭାଙ୍କୁ ଲୋଡ଼ିଥାଆନ୍ତି। ଏଥର ସେହି ପ୍ରତିଭା ଭାବେ ମୁରଲୀ କ୍ରିଷ୍ଣା ପ୍ରସାଦ ଡିଭି ନିଜ କ୍ୟାରିୟର ଆମେରିକାରେ ଗଢ଼ିବାର ସୁଯୋଗ ପାଇଲେ। ହେଲେ ୯ ମାସ ଲାଗିଗଲା ତାଙ୍କୁ ଆମେରିକା ଯିବାରେ। ୧୯୭୬-୭୭ରେ ଫରେନ୍‌ ଏକ୍ସଚେଞ୍ଜ କଷ୍ଟକର ଥିଲା। ହାତରେ ମାତ୍ର ୭ ଡଲାର ଧରି ସ୍ତ୍ରୀ ଓ ପୁଅକୁ ନେଇ ମୁରଲୀ ଆମେରିକାରେ ପହଞ୍ଚତ୍ଗଲେ। ଏଥର ଭାଗ୍ୟଦେବୀ ତାଙ୍କୁ ସହାୟ ହେଲେ। ଟ୍ରିନିଟି କେମିକାଲ ଆଣ୍ଡ୍‌ ଫାଇକ୍‌ କେମିକାଲରେ ସେ କାର୍ଯ୍ୟ ଆରମ୍ଭ କଲେ। କାର୍ଯ୍ୟକ୍ଷେତ୍ରରେ ଦକ୍ଷତା ପ୍ରତିପାଦିତ କରିବା ପରେ ତାଙ୍କୁ ପଦୋନ୍ନତି ମିଳିବାରେ ଲାଗିଲା। ବାର୍ଷିକ ଦରମା ତାଙ୍କର ଛୁଇଁଲା ୬୫ ହଜାର ଡଲାର। କିଛି ବର୍ଷ କାମ କରିବା ଭିତରେ ସେ ଅଭିଜ୍ଞତା ଅର୍ଜନ କଲେ। ହେଲେ ଦିନେ ଏକୁଟିଆ ବସିଥିବା ବେଳେ ସ୍ବଦେଶ ଫେରି ଦେଶ ପାଇଁ କିଛି କରିବେ ବୋଲି ତାଙ୍କୁ ଚିନ୍ତା ଘାରିଲା। ସହଧର୍ମିଣୀଙ୍କ ସହ ପରାମର୍ଶ କଲେ। ସେ ମଧ୍ୟ ତାଙ୍କ କଥାରେ ହଁ ଭରିବାରୁ ମୁରଲୀ ୧୯୮୦ରେ ଭାରତ ଫେରିଲେ। ଅବଶ୍ୟ ସେତେବେଳେ ତାଙ୍କ ପାଖରେ ଥିଲା ମାତ୍ର ୪୦,୦୦୦ ଡଲାର। ଭବିଷ୍ୟତ ପାଇଁ ବିଧିବଦ୍ଧ ଯୋଜନା ନ କରି ସ୍ବଦେଶ ଫେରିଆସିବା ପରିବାର ଓ ବନ୍ଧୁବର୍ଗଙ୍କୁ ଆଶ୍ଚର୍ଯ୍ୟ କରିଥିଲା। କିନ୍ତୁ ତାଙ୍କ ଭିତରେ ଗଜୁରି ଉଠିଥିବା ଔଦ୍ୟୋଗିକ ଚିନ୍ତାକୁ ସେ ବାସ୍ତବରେ ପରିଣତ କଲେ। ସମୟକ୍ରମେ ଡକ୍ଟର ରେଡ୍ଡୀ ଔଷଧ କମ୍ପାନୀର ପ୍ରତିଷ୍ଠାତା ଡକ୍ଟର କାଲାମ ଅଞ୍ଜି ରେଡ୍ଡୀଙ୍କ ସହ ନିଜ ଅଭିଜ୍ଞତା ବାଣ୍ଟିଲେ। ଏବଂ ସେହି କମ୍ପାନୀର ସେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନେଲେ। ହେଲେ ମୁରଲୀଙ୍କ ଉତ୍ଥାନକୁ ରେଡ୍ଡୀଙ୍କ ଉତ୍ତରାଧିକାରୀ ସହିପାରିଲେ ନାହିଁ। ବ୍ୟବସାୟିକ ଦ୍ୱନ୍ଦ୍ୱ ଯୋଗୁ ସେ ଡକ୍ଟର ରେଡ୍ଡୀ କମ୍ପାନୀ ଛାଡ଼ିଦେଲେ। ନିଜର ଦକ୍ଷତା ଉପରେ ତାଙ୍କର ଥିବା ପ୍ରଗାଢ଼ ବିଶ୍ୱାସ ତାଙ୍କୁ ନୂଆ କମ୍ପାନୀ ପ୍ରତିଷ୍ଠା କରିବାର ସୁଯୋଗ ଦେଲା ଓ ୧୯୯୦ରେ ସେ ହାଇଦ୍ରାବାଦରେ ଗଢ଼ିଲେ ‘ଡିଭି ଲାବରେଟୋରିଜ୍‌’। ୨୦୨୦ କରୋନା ମହାମାରୀ ସମୟରେ ତାଙ୍କ କମ୍ପାନୀର ସମ୍ପତ୍ତି ୪ ବିଲିୟନ ଡଲାର ଥିବାବେଳେ ଏବେ ତାହା ୧୦ ବିଲିୟନ ଡଲାର ଅତିକ୍ରମ କରିଯାଇଛି। ଏଥିସହିତ ଦେଶର ତୃତୀୟ ବୃହତ୍‌ ସକ୍ରିୟ ଔଷଧୀୟ ଉପାଦାନ ବା ଆକ୍ଟିଭ୍‌ ଫାର୍ମାସ୍ୟୁଟିକାଲ ଇନ୍‌ଗ୍ରେଡିଆଣ୍ଟ୍‌ସ (ଏପିଆଇ) ଭାବେ ପରିଚିତ ଡିଭି ଲାବରେଟୋରିଜ୍‌ ଗବେଷଣା ଓ ବିକାଶ (ଆର୍‌ ଆଣ୍ଡ୍‌ ଡି) କ୍ଷେତ୍ରରେ ଏକ ନୂଆ ମାଇଲଖୁଣ୍ଟ ସ୍ଥାପନ କରିପାରିଛି।
ଏକଦା ଦ୍ୱାଦଶ ଶ୍ରେଣୀରେ ଅକୃତକାର୍ଯ୍ୟ ହୋଇଥିବା ମୁରଲୀ ବୈଜ୍ଞାନିକ ଉଦ୍ୟୋଗୀ ଭାବେ ବିଲିୟନେୟାର ହେବା ଯୁବ ଉଦ୍ୟୋଗୀଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି। ତାଙ୍କର ପହୁଞ୍ଚ ଫାଇଜର ଓ ଗ୍ଲାସୋ ସ୍ମିଥ୍‌କ୍ଲାଇନ୍‌ ଆଦି ଔଷଧ କ୍ଷେତ୍ରରେ ଅଭିନବତ୍ୱ ଅଣିପାରୁଥିବା ବିଶ୍ୱସ୍ତରୀୟ କମ୍ପାନୀ ସହ ରହିବା ଭାରତ ପାଇଁ ଗର୍ବର ବିଷୟ। ତାଙ୍କ ପରିବାର କଥା ଦେଖିଲେ ପିତା ସ୍ବର୍ଗତ ସତ୍ୟନାରାୟଣ ଥିଲେ କ୍ରିଷ୍ଣା ଜିଲାର ଜିଲା ପରିଷଦର ଜଣେ ସମ୍ପାଦକ। ଅତି କଷ୍ଟରେ ପିତା ୧୩ ସନ୍ତାନକୁ ନେଇ ପରିବାର ପ୍ରତିପୋଷଣ କରୁଥିଲେ। ମୁରଲୀ ୯ ପୁଅଙ୍କ ମଧ୍ୟରେ ଥିଲେ ସବା ସାନ। ଫଳରେ ତାଙ୍କ ବେଳକୁ ପିତାଙ୍କୁ ପଢ଼ା ଖର୍ଚ୍ଚ ଦେବା କଷ୍ଟକର ହୋଇପଡ଼ିଥିଲା। ହେଲେ ନିଜ ଉପରେ ଆତ୍ମବିଶ୍ୱାସ ଓ କାର୍ଯ୍ୟ ପ୍ରତି ଗଭୀର ଭଲପାଇବା ଯୋଗୁ ମୁରଲୀ ଆଜି ଭାରତର ଶ୍ରେଷ୍ଠ ଧନୀଙ୍କ ତାଲିକାର ୧୪ତମ ସ୍ଥାନରେ ରହିପାରିଛନ୍ତି। ବଂଶାନୁକ୍ରମିକ ଭାବେ ଧନୀ ରହିଆସିଥିବା ପରିବାରକୁ ପଛରେ ପକାଇ ଏକ ସାଧାରଣ ପରିବାରର ପିଲା ସଫଳତାର ଶୀର୍ଷ ଛୁଇଁବା ନିଶ୍ଚିତ ଭାବେ ବିଫଳତା ଯୋଗୁ ଭାଙ୍ଗିପଡ଼ୁଥିବା ଯୁବପିଢ଼ି ପାଇଁ ମୁରଲୀ ଏକ ବୁଷ୍ଟର ବା ଗତିବର୍ଦ୍ଧକ ସଦୃଶ।

 

– ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ନୈତିକତାକୁ ନା

ପ୍ରତ୍ୟେକ ମା’ବାପା ନିଜ ପିଲାଙ୍କ ପାଇଁ ପ୍ରାର୍ଥନା ଈଶ୍ୱରଙ୍କୁ କରନ୍ତି । ସେମାନେ ସୁସ୍ଥ ସବଳ ହୁଅନ୍ତୁ। ବୁଦ୍ଧିମାନ୍‌ ହୁଅନ୍ତୁ। ଭଲ ପଢ଼ନ୍ତୁ। ଭଲ ଚାକିରି କରନ୍ତୁ।…

ଜନସଂଖ୍ୟା ଓ ବେକାରି ସମସ୍ୟା

ମାନବ ସମ୍ବଳ ହେଉଛି ପୃଥିବୀର ଏକ ଅନନ୍ୟ ବରଦାନ। ମଣିଷ ନିଜର ବୁଦ୍ଧି ବଳରେ ପୃଥିବୀରେ ଥିବା ସମସ୍ତ ପ୍ରାକୃତିକ ସମ୍ବଳର ବର୍ତ୍ତମାନ ଅଧିକାରୀ। କିନ୍ତୁ ପ୍ରାକୃତିକ…

ତିନି ଧର୍ମର ଦକ୍ଷିଣାଭିମୁଖୀ ପ୍ରସାର

ସାଧାରଣତଃ ଆର୍ଯ୍ୟମାନଙ୍କ ଭୂମି ବା ‘ଆର୍ଯ୍ୟାବର୍ତ୍ତକୁ ହିମାଳୟ, ଗଙ୍ଗା ଏବଂ ଯମୁନା ପରିବେଷ୍ଟିତ ଏକ ତ୍ରିଭୁଜାକାର ଅଞ୍ଚଳ ଭାବେ ଦେଖାଯାଉଥିଲା। ଅଶୋକଙ୍କ ସମୟରେ ରଚିତ ପ୍ରାଚୀନ ଧର୍ମଶାସ୍ତ୍ରଗୁଡ଼ିକରୁ…

ଉଦାର ଗଣତନ୍ତ୍ର ପାଇଁ ଭାବନାର ଗୁରୁତ୍ୱ

ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ ସମ୍ପ୍ରତି ଜେନ୍‌-ଜି ପିଢ଼ିକୁ ଅତ୍ୟଧିକ ଭାବପ୍ରବଣ ବୋଲି ବର୍ଣ୍ଣନା କରି କହିଥିଲେ ଯେ, ସେମାନେ ପ୍ରାୟତଃ…

ସମ୍ଭାବନାର ଉପପାଦ୍ୟ

ବହୁତ ଦିନ ତଳର କଥା। ଥରେ ହରିଣଟିଏ ବାଣୁଆଠାରୁ ନିଜକୁ ରକ୍ଷା କରିବାକୁ ପ୍ରାଣ ବିକଳରେ ଖୁବ୍‌ ଜୋର୍‌ରେ ଦୌଡୁଥାଏ। ବାଣୁଆ ମଧ୍ୟ ହରିଣକୁ ଶିକାର କରିବାକୁ…

ହାକିମ ହେଲାଣି ଡାକମୁନ୍‌ସୀ

ଜଣେ ବୃଦ୍ଧ ବାପାଙ୍କ ଜୁଇ ପାଖରେ ତାଙ୍କ ସନ୍ତାନ ବୋଇଲେ ତାଙ୍କ ବିବାହିତ ତିନି ଝିଅ ଉପସ୍ଥିତ ରହିପାରିଲେ ନାହିଁ। ଯଦିବା ଉପସ୍ଥିତ ହେଲେ ଆଭାସୀ ମାଧ୍ୟମରେ।…

ହଜିଯାଉଛି ଭୋଟବ୍ୟାଙ୍କ

ଦିଲ୍ଲୀର ଯନ୍ତରମନ୍ତରରେ ହୋଇଥିବା ଛାତ୍ର ପ୍ରତିବାଦଜନିତ ଅସ୍ବାଭାବିକତା ବିଷୟ ଦେଶବାସୀଙ୍କ ମନରେ ତାଜା ଥିବା ବେଳେ ଅନୁରୂପ ଘଟଣା ଝାଡ଼ଖଣ୍ଡରେ ଦେଖାଯାଇଛି। ଯନ୍ତରମନ୍ତର ଆନ୍ଦୋଳନକାରୀମାନେ ‘ଚଲୋ ସଂସଦ’…

ଏଇ ଭାରତରେ

ବଳ ବୟସ ଥିବାବେଳେ ଜଣେ ଅର୍ଥ ସଞ୍ଚୟ କରେ ବାର୍ଦ୍ଧକ୍ୟରେ ତାହା କାମରେ ଆସିବ ବୋଲି। ହେଲେ ଅନେକ ବ୍ୟକ୍ତି ପରିଣତ ବୟସରେ ସେମାନଙ୍କ ସଞ୍ଚିତ କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri