Posted inଖେଳ

ଟିମ ଇଣ୍ଡିଆର ଲଜ୍ଜାଜନକ ପରାଜୟ: ଏହି ୫ ଜଣ ସାଜିଲେ ଦଳର ସବୁଠୁ ବଡ଼ ‘ଭଲେନ’! ବୈଭବ-ଆୟରଙ୍କ ସହ…

ନୂଆଦିଲ୍ଲୀ, ୮।୭: ଇଂଲଣ୍ଡ ବିପକ୍ଷରେ ଟିମ ଇଣ୍ଡିଆକୁ ତାର ଟି-୨୦ ଇତିହାସର ସବୁଠାରୁ ଲଜ୍ଜାଜନକ ପରାଜୟର ସାମ୍ନା କରିବାକୁ ପଡ଼ିଛି। ତୃତୀୟ ଟି-୨୦ ମ୍ୟାଚରେ ଇଂଲଣ୍ଡ ହାତରୁ ଭାରତୀୟ ଦଳ ୧୨୫ ରନ୍‌ର ଏକ ବଡ଼ ପରାଜୟ ଭୋଗିଛି। ଏହି ମ୍ୟାଚରେ ଟିମ ଇଣ୍ଡିଆର ଉଭୟ ବୋଲିଂ ଏବଂ ବ୍ୟାଟିଂ ଅତ୍ୟନ୍ତ ନିରାଶାଜନକ ରହିଥିଲା। କିଛି ପ୍ରମୁଖ ଖେଳାଳିଙ୍କ ଉପରେ ପ୍ରଶଂସକଙ୍କ ବହୁତ ଆଶା ଥିଲା, କିନ୍ତୁ ସେମାନଙ୍କର ଖରାପ ପ୍ରଦର୍ଶନ ଯୋଗୁ ଦଳର ନାଁ ବୁଡ଼ିଯାଇଛି। ଆସନ୍ତୁ ଜାଣିବା ଭାରତର ଏହି ପରାଜୟର କିଛି ପ୍ରମୁଖ କାରଣ:

ଟିମ ଇଣ୍ଡିଆର ଷ୍ଟାର୍‌ ବ୍ୟାଟର ଅଭିଷେକ ଶର୍ମା ପୂର୍ବ ମ୍ୟାଚରେ ଭଲ ଇନିଂସ ଖେଳିଥିଲେ, କିନ୍ତୁ ଏହି ମ୍ୟାଚରେ ସେ ସମ୍ପୂର୍ଣ୍ଣ ଫ୍ଲପ ସାବ୍ୟସ୍ତ ହୋଇଥିଲେ। ସେ ମାତ୍ର ୧୦ ରନ କରି ପାଭିଲିୟନ ଫେରିଥିଲେ। ସେ ଆଉଟ ହେବା ପରେ ଅନ୍ୟ ଓପନର ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ ଚାପ ବଢ଼ିଯାଇଥିଲା।

ଗତ କିଛି ମାସ ହେବ ଜବରଦସ୍ତ ଫର୍ମରେ ଥିବା ବୈଭବ ସୂର୍ଯ୍ୟବଂଶୀ ୫ଟି ବଲର ସାମ୍ନା କରି ୨ଟି ଛକା ସହ ୧୩ ରନ କରିଥିଲେ। ସେ ଭଲ ଟଚ୍‌ରେ ଥିବା ପରି ମନେହେଉଥିଲେ ମଧ୍ୟ ନିଜ ଇନିଂସକୁ ବଡ଼ କରିପାରିନଥିଲେ, ଯାହା ଦଳ ପାଇଁ ଏକ ବଡ଼ ଝଟକା ସାଜିଥିଲା। ଶ୍ରେୟସ ଆୟରଙ୍କ ସମେତ ମଧ୍ୟକ୍ରମର ଅନ୍ୟ ବ୍ୟାଟରମାନେ ମଧ୍ୟ ଶୀଘ୍ର ଆଉଟ ହେବା କାରଣରୁ ଭାରତ ମାତ୍ର ୭୬ ରନରେ ଅଲଆଉଟ ହୋଇଯାଇଥିଲା। ୪୧ ରନର ୩ଟି ଉଇକେଟ୍‌ ହରାଇବା ପରେ ଅଭିଜ୍ଞ ବ୍ୟାଟର ଶ୍ରେୟସ ଆୟରଙ୍କୁ ସମ୍ଭାଳି କରି ଖେଳିବାର ଆବଶ୍ୟକତା ଥିଲା। ହେଲେ, ‘ସରପଞ୍ଚ ସାହେବ’ ଏକ ବଡ଼ ସଟ ଖେଳିବା ଚକ୍କରରେ ଜ୍ୟାକବ ବେଥେଲଙ୍କୁ କ୍ୟାଚ ଦେଇ ବସିଲେ। ସେ ମଧ୍ୟ ଟିମ ଇଣ୍ଡିଆର ଏହି ପରାଜୟର ସବୁଠାରୁ ବଡ଼ ‘ଭିଲେନ’ଙ୍କ ମଧ୍ୟରୁ ଜଣେ ।

ତିଲକ ବର୍ମା ଭାରତୀୟ ଦଳର ଉପ-ଅଧିନାୟକ ଅଟନ୍ତି। ଦଳ କ୍ରମାଗତ ଭାବେ ଉଇକେଟ ହରାଉଥିବା ବେଳେ ବର୍ମା ଅତ୍ୟନ୍ତ ଧିମା ବ୍ୟାଟିଂ କରିଥିଲେ ଏବଂ ୧୧ଟି ବଲରେ ମାତ୍ର ୩ ରନ କରି ଆଉଟ ହୋଇଥିଲେ। ବର୍ମା ଅଧିକ ବଲ ଖେଳି ଚାପ କମାଇବା ବଦଳରେ ଓଲଟା ବଢ଼ାଇ ଦେଇଥିଲେ, ଯେଉଁଥିପାଇଁ ସେ ୱିଲ ଜ୍ୟାକ୍ସଙ୍କ ବଲରେ ଷ୍ଟମ୍ପ ଆଉଟ ହୋଇଯାଇଥିଲେ।

ଅନ୍ୟପଟେ ଅକ୍ଷର ପଟେଲ ତୃତୀୟ ଟି-୨୦ ମ୍ୟାଚରେ ଭାରତୀୟ ଦଳ ପାଇଁ ସବୁଠାରୁ ମହଙ୍ଗା ବୋଲର ସାବ୍ୟସ୍ତ ହୋଇଥିଲେ। ପଟେଲ ୧୨.୨୫ ଇକୋନୋମିରେ ୪୯ ରନ ବ୍ୟୟ କରିଥିଲେ। ଏହା ବ୍ୟତୀତ ବ୍ୟାଟିଂରେ ମଧ୍ୟ ଅକ୍ଷର କିଛି ଖାସ କମାଲ କରିପାରିନଥିଲେ ଏବଂ ମାତ୍ର ୧୦ ରନ କରି ପାଭିଲିୟନ ଫେରିଥିଲେ।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସ୍ମାର୍ଟ କ୍ଲାସ୍‌ରୁମ୍‌ରେ ତାଲା: ୨୫ ଦିନ ହେଲା ନାହିଁ ବିଜୁଳି, ଗରମରେ ସିଝୁଛନ୍ତି ଛାତ୍ରୀଛାତ୍ର

ବାଲିଗୁଡ଼ା,୮ା୧୦(ସଞ୍ଜୟ କୁମାର ପାଣିଗ୍ରାହୀ): ସରକାରୀ ବିଦ୍ୟାଳୟରେ ସ୍ମାର୍ଟ କ୍ଲାସ୍‌ରୁମ୍‌ ନିର୍ମାଣ କରି ଡିଜିଟାଲ ଶିକ୍ଷାକୁ ଗୁରୁତ୍ୱ ଦିଆଯାଉଛି। ହେଲେ ବିଦ୍ୟୁତ୍‌ ନ ଥିବାରୁ ସେହି ସ୍ମାର୍ଟ କ୍ଲାସ୍‌ରୁମ୍‌…

୨.୫୦ ଲକ୍ଷ ଟପିବ ସୁନା? ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ଏକ୍ସପର୍ଟ କହିଲେ…

ନୂଆଦିଲ୍ଲୀ,୮।୧୦: ଏହି ବର୍ଷ ସୁନା ଓ ରୂପା ଦର ବେଶ ବୃଦ୍ଧି ପାଇଛି। ସୁନା କଥା କହିବାକୁ ଗଲେ, ଜାନୁଆରୀ ମାସରେ ଯେଉଁଠି ସୁନା ଦର ୧.୩୫…

ଟ୍ରେନ୍‌ ଟ୍ରାକ୍‌ରୁ ମିଳିଲା ଯୁବକଙ୍କ ମୃତଦେହ, ଦେଓଗାଁରେ ବାଇକ୍‌ ରଖି…

ବଲାଙ୍ଗୀର,୮ା୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ଅନ୍ତର୍ଗତ ରାଏପାଲି ଗ୍ରାମ ନିକଟ ଟ୍ରେନ୍‌ ଟ୍ରାକ୍‌ରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକ…

ପ୍ରଶାସନିକ ସ୍ତରରେ ଅଦଳବଦଳ; ବଦଳିଲେ ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

ଭୁବନେଶ୍ୱର,୮।୧୦: ପ୍ରଶାସନିକ ସ୍ତରରେ ଅଦଳବଦଳ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ ତ୍ରିଲୋଚନ ମହାନ୍ତିଙ୍କ ବଦଳି ହୋଇଛନ୍ତି । ଭୁବନେଶ୍ବର ସ୍ଥିତ ROTIର ଯୁଗ୍ମ ନିର୍ଦ୍ଦେଶକ ଭାବେ…

ଦିଗପହଣ୍ଡିରେ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ସହ ଅନେକ ଦାବି ନେଇ ବନ୍ଦ ପାଳନ

ଦିଗପହଣ୍ଡି,୮ା୧୦(ଅଶେଷ ନାଥ ମିଶ୍ର): ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି, ସିପିଆଇ,ସିପିଆଇ(ଏମ) ଏବଂ ଇଣ୍ଡି ମେଣ୍ଟର ଅନ୍ୟାନ୍ୟ ସମସ୍ତ ଦଳ ପକ୍ଷରୁ ଗୁରୁବାର ବନ୍ଦ ଡାକରା ଦିଆଯାଇଥିବା ଓଡ଼ିଶା…

ପଞ୍ଜାବ କିଙ୍ଗ୍ସକୁ ଲାଗିଲା ୪୪୦ ଭୋଲର୍ଟ ଝଟକା: ଟିମ୍‌ ଛାଡ଼ିଦେଲେ…

ନୂଆଦିଲ୍ଲୀ,୮।୧୧: ଆଇପିଏଲ୍‌ର ଆଗାମୀ ସିଜନ ପୂର୍ବରୁ ପଞ୍ଜାବ କିଙ୍ଗ୍ସକୁ ୪୪୦ ଭୋଲର୍ଟ ଝଟକା ଲାଗିଛି। ଦଳର କୋଚିଂ ଷ୍ଟାଫ୍‌ରୁ ଆଉ ଦୁଇଜଣ ସଦସ୍ୟ ବିଦାୟ ନେଇଛନ୍ତି। ରିପୋର୍ଟ…

”ବୋହୂ ପେନଶନରେ ଶାଶୂଙ୍କ ଅଧିକାର ନାହିଁ”: କୋର୍ଟଙ୍କ ବଡ଼ ରାୟ

ନୂଆଦିଲ୍ଲୀ,୮।୧୦: ୮୩ ବର୍ଷୀୟା ଜଣେ ବୃଦ୍ଧା ମହିଳାଙ୍କୁ ନିଜ ସ୍ୱର୍ଗତ ପୁଅର ସ୍ତ୍ରୀ ଅର୍ଥାତ ନିଜ ବିଧବା ବୋହୂଠାରୁ ପେନସନର ଅଂଶ ମାଗିବା ମହଙ୍ଗା ପଡ଼ିଲା। ତାଙ୍କ…

ଶୋଇଥିବାବେଳେ ସ୍ବାମୀଙ୍କ ତଣ୍ଟି ଉପରେ ଚଢ଼ି ଜୀବନ ନେଇଗଲେ ସ୍ତ୍ରୀ, ଘର ବାହାରେ…

ଆଳି,୮ା୧୦(ବନମାଳୀ ସେନାପତି): ସ୍ବାମୀଙ୍କ ତଣ୍ଟି ଉପରେ ଛିଡ଼ା ହୋଇ ହତ୍ୟା କରିଛନ୍ତି ସ୍ତ୍ରୀ। ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?