ମିସ୍‌ ଇଣ୍ଡିଆ ପ୍ରତିଯୋଗିତାରେ ଭାଗ ନେଇଥିଲେ ମୋଦି କ୍ୟାବିନେଟ୍‌ର ଏହି ମନ୍ତ୍ରୀ

ବମ୍ବେ: ପ୍ରଯୋଜିକା ଏକତା କପୁର-ମନ୍ତ୍ରୀ ସ୍ମୃତି ଇରାନୀଙ୍କ ମଧ୍ୟରେ ଥିବା ବନ୍ଧୁତ୍ୱ କଥା କାହାକୁ ବା ଅଛପା। ଜଣେ ମଡେଲ୍‌ରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ ସ୍ମୃତି। ଏକତାଙ୍କ ଶୋ’ ‘କ୍ୟୁ କି ଶାଶ୍‌ ଭି କଭି ବହୁ ଥି’ରେ ସେ ଅଭିନୟ କରି ଘରେ ଘରେ ପରିଚିତ ହୋଇଥିଲେ। ବର୍ତ୍ତମାନ ସେ ମୋଦି କ୍ୟାବିନେଟ୍‌ରେ ମନ୍ତ୍ରୀ ଅଛନ୍ତି। ତେବେ କ’ଣ ଆପଣ ଜାଣନ୍ତି ସ୍ମୃତି ମିସ୍‌ ଇଣ୍ଡିଆରେ ଭାଗ ନେଇଥିଲେ। ହୁଏତ ନା। ଏକତା ନିଜ ସୋସିଆଲ ପୃଷ୍ଠାରେ ସ୍ମୃତିଙ୍କ କାମକୁ ପ୍ରଶଂସା କରି ଏକ ଭିଡିଓ ପୋଷ୍ଟ କରି ପୁରୁଣା ଦିନକୁ ମନେ ପକାଇଛନ୍ତି।

ଜଣେ ମଡେଲ ଭାବେ ସ୍ମୃତି ମିସ୍‌ ଇଣ୍ଡିଆ ପ୍ରତିଯୋଗିତାରେ ଭାଗ ନେଇଥିଲେ। ସେ ଏହାକୁ ଜିତି ପାରି ନ ଥିଲେ ସୁଦ୍ଧା ଘରେ ଘରେ ପରିଚିତ ହୋଇପାରିଥିଲେ। ଏହି ଭିଡିଓ ସେହି ମାନଙ୍କ ପାଇଁ ଯେଉଁମାନେ ଭାବନ୍ତି ସଫଳତା ପାଇବା ସହଜ। ଏହା ସହଜରେ ମିଳିଯାଏ। ଏହା ବହୁତ କଷ୍ଟ। ହେଲେ ସଫଳତା ସେହି ଲୋକଙ୍କୁ ମିଳେ ଯେଉଁମାନେ କଠିନ ପରିଶ୍ରମ କରନ୍ତି। ସ୍ମୃତିଙ୍କୁ ଘରେ ଘରେ ପରିଚିତି ମିଳିଥିଲା। ଆଜି ସେ ମନ୍ତ୍ରୀ। ତାଙ୍କ ଜୀବନ ପୁରା ପରିବର୍ତ୍ତନ ହୋଇଯାଇଛି। ସେ ଏବେ ଶକ୍ତିଶାଳୀ ହୋଇଛନ୍ତି ଏବଂ ଜଣେ ନମ୍ର ରାଜନେତା ପାଲଟିଛନ୍ତି।ଯେତେବେଳେ ସେ ବାଲାଜୀ ଆସିଥିଲେ, ସେ ଜଣେ ନମ୍ର, ଲାଜକୁଳି ତଥା ସାଧାରଣ ଝିଅ ଥିଲେ। ହେଲେ ତାଙ୍କ ହସ ହୃଦୟ ଜିତିନେବ ବୋଲି ଆମକୁ ଜଣାଥିଲା ବୋଲି ଭିଡିଓ ଶେୟାର କରି ଏକତା ଲେଖିଛନ୍ତି। ସ୍ମୃତି ଏହି ପୋଷ୍ଟକୁ ନେଇ ଏକତାଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି।

ସ୍ମୃତି ୧୯୯୮ରେ ମିସ୍‌ ଇଣ୍ଡିଆ ପ୍ରତିଯୋଗିତାରେ ଭାଗ ନେଇଥିଲେ। ସେତେବେଳେ ସେ ରାଜନୀତିରେ ଇଚ୍ଛା ରଖିଥିବା ପ୍ରକାଶ କରିଥିଲେ। ପରେ ସେ ଏକତାଙ୍କ ଶୋ’ କବିତାରେ ନଜର ଆସିବା ପରେ ଧିରେ ଧିରେ ପରିଚିତ ଚେହେରା ପାଲଟିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri