ପୁଣି ୫ ପୋଲିସ କରୋନା ପଜିଟିଭ

ଛତ୍ରପୁର,୨୭।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୋଲିସ ଅଧୀନରେ କାର୍ଯ୍ୟ କରୁଥିବା ୫ ଜଣ ପୋଲିସ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନେ ପଜିଟିଭ ଚିହ୍ନଟ ହୋଇଥିବା ନେଇ ଶୁକ୍ରବାର ବିଳମ୍ବିତ ରାତିରେ ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରୟ ଟୁଇଟ କରି ସୂଚନା ଦେଇଛନ୍ତି। ସେମାନଙ୍କ ସେବା ଦ୍ୱାରା ଅନୁପ୍ରାଣିତ ହୋଇ ଆମେ ଆମ ନାଗରିକମାନଙ୍କୁ ଏହି ରୋଗରୁ ରକ୍ଷା କରିବା ଲାଗି ଅଧିକ ଉତ୍ସାହ ସହ କାମ କରିବୁ ବୋଲି ଏସ୍‌ପି କହିଛନ୍ତି। ଏଥିସହ ଏସ୍‌ପି ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ତେବେ ପୂର୍ବରୁ ମଧ୍ୟ ଛତ୍ରପୁର ଏସ୍‌ଡିପିଓ ଓ ଥାନା ଆଇଆଇସି, ପୋଲସରା ଥାନାର ଦୁଇଜଣ ହୋମଗାର୍ଡ ଏବଂ ଖଲ୍ଲିକୋଟ ଥାନା ଓ ହୁମା ଫାଣ୍ଡି ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ଓଏସ୍‌ଏସ୍‌ଏଫ ଯବାନ ପଜିଟିଭ ଚିହ୍ନଟ ହୋଇଥିଲେ
ପ୍ରକାଶଯୋଗ୍ୟ ଛତ୍ରପୁର ଏସ୍‌ଡିପିଓ ଥାନା ଆଇଆଇସି ସୁସ୍ଥ ହୋଇ ପୁଣି କାର୍ଯ୍ୟରେ ଯୋଗଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ସଫଳତା ପାଇଲେ ଐଶ୍ୱରୀ

ବାଲେଶ୍ୱର ଅଫିସ,୮ା୧୦: ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାର ଫଳ ଶୁକ୍ରବାର ପ୍ରକାଶ ପାଇଛି। ବାଲେଶ୍ୱର ଜିଲା ଚାନ୍ଦମାରି ପଡ଼ିଆ ନିବାସୀ ତଥା ପୂର୍ତ୍ତ ବିଭାଗରେ କାର୍ଯ୍ୟରତ...

ଦେଢ଼ ବର୍ଷ ପରେ କବର ତଳୁ କଙ୍କାଳ ଉଦ୍ଧାର

ଜି.ଉଦୟଗିରି,୧୦ା୧୨(ଡି.ଏନ.ଏ.)-ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗରେ କନ୍ଧମାଳ ଜିଲା ଜି.ଉଦୟଗିରି ଥାନା କୁମ୍ଭାରକୁପାରେ ସୋମବାର ପୋଲିସ ଜଣେ ନାବାଳିକାଙ୍କ କଙ୍କାଳ ଉଦ୍ଧାର କରିଛି। ନାବାଳିକାଙ୍କ ବାପାଙ୍କ ଏତଲାକୁ...

ପୁଣି ଗଞ୍ଜାମରେ ବଦଳିଲା ନିର୍ଦ୍ଦେଶନାମା: ସକାଳ ୭ରୁ ୧୨ଟା ପର୍ଯ୍ୟନ୍ତ ଖୋଲିବ ଜରୁରୀ ସାମଗ୍ରୀ ଦୋକାନ

ଛତ୍ରପୁର,୨୪।୩(ଡି.ଏନ୍‌.ଏ.): କରୋନା ଭୟାବହତାକୁ ନେଇ ଗଞ୍ଜାମ ଜିଲା ପ୍ରଶାସନ କଡ଼ା ଆଭିମୁଖ୍ୟ ଗ୍ରହଣ କରି ଚାଲିଛି। ନିର୍ଦ୍ଦେଶନାମାକୁ ୧୨ଘଣ୍ଟା ପୂରି ନ ଥିବାବେଳେ ପୁଣି ନୂତନ...

ଝରାଫୁଲଙ୍କୁ ହତ୍ୟା କରାଯାଇଛି

ଯାଜପୁର ଅଫିସ,୧୩।୪ ବହୁଚର୍ଚ୍ଚିତ ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକ(୨୨)ଙ୍କ ମୃତ୍ୟୁ ରହସ୍ୟ ଉପରୁ ପର୍ଦ୍ଦା ହଟିଛି। ତାଙ୍କୁ ହତ୍ୟା କରାଯାଇଥିବା ଯାଜପୁର ଏସ୍‌.ପି. ରାହୁଲ...

ଅନ୍‌ଲାଇନ୍‌ରେ ମଦ ବିକ୍ରି ନାଁରେ ଲକ୍ଷାଧିକ ଠକେଇ

ଭୁବନେଶ୍ୱର,୧୩ା୪(ବ୍ୟୁରୋ): ଅନ୍‌ଲାଇନ୍‌ରେ ମଦ ବିକ୍ରି ପାଇଁ ବିଜ୍ଞାପନ ଦେଇ ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି। ଏନେଇ ଲକ୍ଷ୍ମୀସାଗର, ନୟାପଲ୍ଲୀ ଓ ଖଣ୍ଡଗିରି ଥାନାରେ ଏକାଧିକ...

ସଡ଼କ ଦୁର୍ଘଟଣା: ଜଣେ ମୃତ, ୨ ଗୁରୁତର

ଢେଙ୍କାନାଳ ଅଫିସ,୨୬।୮: ଢେଙ୍କାନାଳ ଜିଲା ସଦର ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥର କଣ୍ଟେଇକୋଳିଆ ନିକଟରେ ସୋମବାର ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣଙ୍କର...

୧,୮୫,୨୧୦ ହେକ୍ଟରରେ ଖରିଫ୍‌ ଚାଷ

ଢେଙ୍କାନାଳ ଅଫିସ, ୨୨।୫ କରୋନା ପ୍ରଭାବିତ ଢେଙ୍କାନାଳ ଜିଲାରେ ଖରିଫ୍‌ ଚାଷକୁ ସୁବ୍ୟବସ୍ଥିତ କରିବାକୁ ଅଣ୍ଟା ଭିଡିଛି ପ୍ରଶାସନ। ଖରିଫ୍‌-୨୦୨୦ ନେଇ ଗୁରୁବାର ଜିଲା କାର୍ଯ୍ୟାଳୟ...

ଶ୍ରୀମନ୍ଦିରରେ ଦେଖିବାକୁ ମିଳୁନାହାନ୍ତି ମାଙ୍କଡ଼

ପୁରୀ ଅଫିସ,୨୮ା୩: ଶ୍ରୀମନ୍ଦିର ଯଦି ଆସିଛନ୍ତି ନିଶ୍ଚିତ ବହୁ ସଂଖ୍ୟାରେ ମାଙ୍କଡ଼ ଦେଖିଥିବେ। ବେଢା ପରିସରସ୍ଥ ବିଭିନ୍ନ ମନ୍ଦିର ଉପରେ ହେଉ ଅବା ଗଛରୁ ଗଛ...

Advertisement
Archives

Model This Week