କ୍ବାରାଣ୍ଟାଇନ ସେଣ୍ଟରରେ ଅନଶନରେ ବସିଲେ ପ୍ରବାସୀ

କୋଳିମାଟି,୨୭ା୬:(ଡି.ଏନ୍‌.ଏ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ କୋଳିମାଟି ଗ୍ରାମ ପଞ୍ଚାୟତରେ ରହିଥିବା କ୍ବାରାଣ୍ଟାଇନ ସେଣ୍ଟରରେ ଶନିବାର ସକାଳୁ ୪୦ ଜଣ ପ୍ରବାସୀ ଅନଶନରେ ବସିଛନ୍ତି। ସକାଳ ଜଳଖିଆ ଠିକ୍‌ ଭାବରେ ଦିଆ ଯାଉ ନ ଥିବାରୁ ସେମାନେ ଅନଶନ କରିଥିବା କହିଛନ୍ତି।
ପ୍ରବାସୀଙ୍କ ଅଭିଯୋଗନୁଯାୟୀ, ସରକାରଙ୍କ ନିୟମ ଅନୁସାରେ ଖାଇବା ଦିଆଯାଉ ନାହିଁ। ଠିକ୍‌ ଭାବରେ ସାବୁନ, ତେଲ, ସାନିଟାଇଜର ଇତ୍ୟାଦି ମିଳୁନାହିଁ। କିଛି ସମୟ ଅନଶନରେ ବସିବା ପରେ କୋଳିମାଟି ସରପଞ୍ଚ ଉତ୍ତରା ଧିର ଏବଂ ତାଙ୍କ ସ୍ବାମୀ ଅଭିମନ୍ୟୁ ପହଞ୍ଚି ବୁଝାଶୁଝା କରିବା ସହିତ ସମସ୍ତ ସୁବିଧା ମିଳିବ ବୋଲି ପ୍ରତିଶ୍ରୁତି ଦେବାପରେ ସେମାନେ ଅନଶନରୁ ହଟିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରେଣୀଗୃହର ପୁନୁରୁଦ୍ଧାର ଦାବି: ବିଦ୍ୟାଳୟ ଫାଟକରେ ତାଲା ପକାଇଲେ ଗ୍ରାମବାସୀ

ନୟାଗଡ଼ ଅଫିସ,୧୪ା୯: ଦିନେ ନୁହେଁ କି ଦୁଇ ଦିନ ନୁହେଁ ୭ ବର୍ଷ ହେଲାଣି ବିପଦସଙ୍କୁଳ ଶ୍ରେଣୀଗୃହରେ ପାଠ ପଢ଼ୁଛନ୍ତି କୋମଳମତି ଛାତ୍ରୀଛାତ୍ର। ବିଦ୍ୟାଳୟ ଶ୍ରେଣୀଗୃହର...

ଶଙ୍କା ବଢାଉଛି ଦୁର୍ବଳ ନଦୀବନ୍ଧ

ବାଲେଶ୍ୱର ଅଫିସ/ଜଳେଶ୍ୱର, ୨୧।୮-ବାଲେଶ୍ୱର ଜିଲାରେ ସୁବର୍ଣ୍ଣରେଖା ନଦୀରେ ଜଳସ୍ତର ବୃଦ୍ଧି ପାଉଥିବା ବେଳେ ବୁଢ଼ାବଳଙ୍ଗ ଓ ଜଳକା ନଦୀର ଜଳସ୍ତର ହ୍ରାସ ପାଉଛି। ମଙ୍ଗଳବାର ପୂର୍ବାହ୍ନ...

ଗର୍ଭବତୀଙ୍କ ତଣ୍ଟି ଚିପି ହତ୍ୟା ଘଟଣା: ଜେଲ ଗଲେ ସ୍ବାମୀ

ବ୍ରହ୍ମପୁର ଅଫିସ,୧୯ା୮-ଗୋଷାଣୀନୂଆଗଁା ଥାନା ଅନ୍ତର୍ଗତ ନୂଆ ଖଜୁରିଆରେ ଗତ ୧୪ ତାରିଖରେ ୪ ମାସର ଗର୍ଭବତୀ ଥିବା ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ତଣ୍ଟି ଚିପି...

ରାତିଅଧିଆ ଡାକ୍ତରଖାନାରେ ଏସ୍‌ପି: ବୁଝିଲେ ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା

ନବରଙ୍ଗପୁର, ୭।୧୦(ବି.ପ୍ର.)-ନବରଙ୍ଗପୁର ଏସ୍‌ପି ନୀତିନ କୁସାଲକର ରବିବାର ବିଳମ୍ବିତ ରାତିରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚତ୍ ସ୍ବାସ୍ଥ୍ୟସେବା ଅନୁଧ୍ୟାନ କରିଛନ୍ତି। ଏସ୍‌ପି ବ୍ୟକ୍ତିଗତ ଭାବେ ବିଭିନ୍ନ...

ହିତାଧିକାରୀଙ୍କୁ ଘରେ ଦିଆଗଲା ଭତ୍ତା

ତିର୍ତ୍ତୋଲ, ୨୭।୩ (ଡି.ଏନ୍‌.ଏ.)- କରୋନା ପାଇଁ ସମସ୍ତ ଭତ୍ତା ହିତାଧିକାରୀଙ୍କୁ ଆଗୁଆ ୪ ମାସର ଭତ୍ତା ପ୍ରଦାନ ପାଇଁ ସରକାର ଘୋଷଣା କରିଛନ୍ତି। ଏ ନେଇ...

ଗ୍ରାହକଙ୍କ ପସନ୍ଦ ଚକୁଳି ପିଠା

ବଅଁରପାଳ,୧୩।୭(ଡି.ଏନ.ଏ.)- ସକାଳ ହେଉ କି ସନ୍ଧ୍ୟା, ତାଙ୍କ ହାତ ତିଆରି ଚକୁଳି ପିଠା ଖାଇବାକୁ ଦୋକାନରେ ବଢ଼ୁଛି ଭିଡ଼। ମସଲା ଦୋସା ପାଇଁ ଗ୍ରାହକଙ୍କଠାରୁ ମିଳୁଛି...

ନିଶାସକ୍ତ ଚାଳକଙ୍କ ମଧ୍ୟରେ କୋକୁଆ ଭୟ

ବ୍ରହ୍ମପୁର ଅଫିସ,୨୬ା୯-ନୂଆ ଟ୍ରାଫିକ ନିୟମ ଲାଗୁ ହେବା ପରେ ଚାରିଆଡେ ଚେକିଂ କରାଯାଉଛି। ଅନ୍ୟପଟେ ରାଜପଥରେ ନିଶାସକ୍ତ ଗାଡି ଚାଳକଙ୍କୁ ସାବାଡ଼ କରିବା ପାଇଁ ପୋଲିସ...

ବିଧାୟକଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ

ଆନନ୍ଦପୁର,୨୮।୭(ସ୍ବ.ପ୍ର.) : କେନ୍ଦୁଝର ଜିଲା ଆନନ୍ଦପୁରରେ ବିଧାୟକଙ୍କ ଦ୍ୱାରା ରବିବାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି। ଆନନ୍ଦପୁର ପୌରପରିଷଦର ଜଳଯୋଗାଣ ହୋଇ ନ ଥିବା ଅବଶିଷ୍ଟାଂଶକୁ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *