‘ଚାଷୀଙ୍କ ଆୟ ଦ୍ବିଗୁଣିତ କରିବ ଡ୍ରୋନ୍‌’

ଛେଣ୍ଡିପଦା,୧୯।୪(ସ୍ବ.ପ୍ର.)

ଚାଷୀଙ୍କୁ ସହାୟକ ହେବ ଡ୍ରୋନ୍‌। ଡ୍ରୋନ୍‌ ସହାୟତାରେ ଚାଷୀ ଫସଲରେ କୀଟନାଶକ ସିଞ୍ଚନ କରି ନିଜର ସମୟ ବଞ୍ଚାଇବା ସହ ଆୟ ମଧ୍ୟ ବଢ଼ାଇପାରିବ। ଏହି ଉଦ୍ଦେଶ୍ୟ ନେଇ କେନ୍ଦ୍ର ସରକାର ୧୦୦ କିଷାନ୍‌ ଡ୍ରୋନ୍‌ର ଶୁଭାରମ୍ଭ କରିଛନ୍ତି। ଏହା କୃଷକମାନଙ୍କ ପାଇଁ ଏକ ଅଭିନବ ଓ ଆକର୍ଷଣୀୟ ପଦକ୍ଷେପ ବୋଲି କୁହାଯାଉଥିବା ବେଳେ ଏହି ଡ୍ରୋନ୍‌ ଶନିବାର ଅନୁଗୋଳ ବ୍ଲକ ଛେଣ୍ଡିପଦା ବ୍ଲକରେ ପହଞ୍ଚିଛି।
ଛେଣ୍ଡିପଦା ବ୍ଲକ କୃଷକ ଉତ୍ପାଦକ ସଂଘ ସଭାପତି ରଞ୍ଜିତା ସାହୁଙ୍କ ତତ୍ତ୍ୱାବଧାନରେ ଛେଣ୍ଡିପଦାର ବିଭିନ୍ନ ଗ୍ରାମରେ ଚାଷୀଙ୍କୁ ଏହାର ବ୍ୟବହାର ଶିଖାଇବା ସହିତ ଉପାଦେୟତା ଏବଂ ଚାଷୀ କିପରି କମ୍‌ ଖର୍ଚ୍ଚରେ ଅଧିକ ଉତ୍ପାଦନ କରିବେ ସେ ବିଷୟରେ ବୁଝାଇଥିଲେ। ଏହି ଡ୍ରୋନ୍‌ ଗୁଡିକ ଚାଷୀଙ୍କୁ ସାହାଯ୍ୟ କରିବ। ଜମିରେ କୀଟନାଶକ ଓ ଅନ୍ୟ ସାମଗ୍ରୀ ସିଞ୍ଚନ କରିବ। ତେବେ ଏହା ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ପୂର୍ବରୁ ପରୀକ୍ଷା କରାଯାଉଥିବା ଜଣାପଡ଼ିଛି। ଛେଣ୍ଡିପଦାର ନୂଆମୌଜ, ହାଣ୍ଡିଗୁଡା, ନୂଆଗାଁ, କୁକୁରପେଟା ଅଞ୍ଚଳର ଶତାଧିକ ଚାଷୀଙ୍କୁ କିଷାନ୍‌ ଡ୍ରୋନ ବ୍ୟବହାର ସମ୍ପର୍କରେ ବୁଝାଯାଇଥିଲା। କଖାରୁ, ଆମ୍ବ, କାଜୁ, ନଡିଆଗଛ ଠାରୁ ସୁ ଉଚ୍ଚ ଗଛ ପର୍ଯ୍ୟନ୍ତ ଏହି କିଷାନ୍‌ ଡ୍ରୋନ୍‌ ସାର ଓ କୀଟନାଶକ ସିଞ୍ଚନ କରିପାରିବ। ଏକକାଳୀନ ୧୬ ଲିଟର କୀଟନାଶକ ଧରି ସିଞ୍ଚନ କରୁଥିବା ଡ୍ରୋନ୍‌ ସେନସର ଦ୍ୱାରା ପରିଚାଳିତ ହେଉଛି। ଏହା ୩୦ ମିନିଟ ମଧ୍ୟରେ ୧୦ ଏକରରେ ସିଞ୍ଚନ କରିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ରାୟଗଡ଼ାରେ ଯୁବକଙ୍କୁ ଅପହରଣ ପରେ ହତ୍ୟା: ତେଜିଲା ପ୍ରତିବାଦ, ବାଇକ୍‌ ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ

ରାୟଗଡ଼ା,୯।୫: ରାୟଗଡ଼ାର ନିଖିଲ ହାଡ଼ିପାଙ୍କୁ ଅପହରଣ ପରେ ହତ୍ୟା ଘଟଣାକୁ ନେଇ ସହରରେ ଚାପା ଉତ୍ତେଜନା ଦେଖାଦେଇଛି। ହତ୍ୟା ପ୍ରତିବାଦରେ ସ୍ଥାନୀୟ ଲୋକେ ରାୟଗଡ଼ା ଥାନା ଆଗରେ…

ଅନ୍‌ଲାଇନ୍‌ ଟ୍ରେଡିଂ ନାମରେ ଠକେଇ, ଆନ୍ଧ୍ରରୁ ଗିରଫ ହେଲେ ମାଷ୍ଟରମାଇଣ୍ଡ୍‌

କୋରାପୁଟ,୧୧ା୫(ଅମିତାଭ ବେହେରା): ଅନ୍‌ଲାଇନ୍‌ ଟ୍ରେଡିଂରେ ଅଧିକ ଲାଭ ଦେବା ଲୋଭ ଦେଖାଇ ଜୟପୁରର ଜଣେ ବ୍ୟକ୍ତିଙ୍କୁ ୨୦ ଲକ୍ଷ ୫୦ ହଜାର ଟଙ୍କା ଠକେଇ କରାଯାଇଥିବା ଘଟଣାରେ…

ଭବାନୀପାଟଣାରେ ବର୍ଷିଲେ ମୋକିମ, କହିଲେ ମୁଁ କୌଣସି ଗଡ଼କୁ ବିଶ୍ୱାସ କରେନି

ଭବାନୀପାଟଣା,୧୧ା୫(ଉତ୍ତମ ଦାଶ): କଳାହାଣ୍ଡିର ବିକାଶ ନାଁରେ ଓଡ଼ିଶା ଜନତା କଂଗ୍ରେସ ପକ୍ଷରୁ ସୋମବାର ଏକ ବିଶାଳ ସମାବେଶ ଆୟୋଜନ କରାଯାଇଛି। ଭବାନୀପାଟଣାରେ ଆୟୋଜିତ ଏହି ସମାବେଶରେ ପିସିସି…

ଅନ୍ୟ ଥାନା ଉପରେ ନିର୍ଭର କରୁଛି ପୁରୁଷୋତ୍ତମପୁର ପୋଲିସ: ମହିଳା-ଶିଶୁ ଡେକ୍ସରେ ପୁରୁଷ ଅଧିକାରୀ, ସମସ୍ୟା ଜଣାଇବାକୁ କୁଣ୍ଠିତ ପୀଡ଼ିତା

ପୁରୁଷୋତ୍ତମପୁର,୧୦।୫ (ସବିତା ମିଶ୍ର): ରାଜ୍ୟରେ ମହିଳା ଓ ଶିଶୁଙ୍କ ପ୍ରତି ବଢ଼ିଚାଲିଥିବା ନିର୍ଯାତନାକୁ ରୋକିବା ସହ ଅପରାଧୀଙ୍କୁ କଠୋର ଦଣ୍ଡ ଦେବା ପାଇଁ ସରକାରଙ୍କ ଗୃହ ବିଭାଗ…

ଆମ୍ବଝରନ ଫରେଷ୍ଟ ରିଜର୍ଭରେ ଝୁଲୁଛି ଅଜଣା ମୃତଦେହ

ବଲାଙ୍ଗୀର,୧୧।୫: ବଲାଙ୍ଗୀର ଆଗଲପୁର ଥାନା ଅନ୍ତର୍ଗତ ଆମୱଝରନ ରିଜର୍ବ ଫରେଷ୍ଟରୁ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ମିଳିଛି । ସୂଚନା ଅନୁଯାୟୀ, ଆମ୍ବଝରନ ରିର୍ଜବ ଫରେଷ୍ଟଠାରେ ଏକ…

କୋଟିଆରେ ଶେଷ ହୋଇଛି ଶତ ପ୍ରତିଶତ ଘରଗଣନା: ମନ୍ତ୍ରୀ

ଭୁବନେଶ୍ୱର,୧୧।୫: ରାଜ୍ୟରେ ଚାଲିଥିବା ଜନଗଣନାକୁ ନେଇ ମନ୍ତ୍ରୀ ସୁରେଶ ପୂଜାରୀ ସୋମବାର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଓଡ଼ିଶାରେ ୯୦ ପ୍ରତିଶତରୁ ଅଧିକ ଘରଗଣନା କାମ ଶେଷ ହୋଇଥିବା…

ଅସୁରକ୍ଷିତ ବାତ୍ୟା ଆଶ୍ରୟସ୍ଥଳକୁ ଲୋକଙ୍କ ଭରସା ନାହିଁ, ଆଲର୍ଟ କେନ୍ଦ୍ରରେ ବାଜୁନି ସାଇରନ

କେନ୍ଦ୍ରାପଡା,୧୧୦ା୫ (ଜଗନ୍ନାଥ ଧଳ): ସମୁଦ୍ର ତଟବର୍ତ୍ତୀ କେନ୍ଦ୍ରାପଡା ଜିଲା ପ୍ରାକୃତିକ ବିପର୍ଯ୍ୟୟପ୍ରବଣ ବୋଲି ରାଜ୍ୟ ଓ କେନ୍ଦ୍ର ସରକାର ଚିହ୍ନଟ କରିଛନ୍ତି। ବନ୍ୟା, ବାତ୍ୟା ସହ ସୁନାମି…

ମୋବାଇଲ୍‌ ଟାଓ୍ବାର ଉପରେ ଚଢ଼ିଗଲେ ଯୁବକ: ପରେ ଧମକ ଦେଇ ଯେଉଁ କାଣ୍ଡକଲେ…

କଲ୍ୟାଣସିଂହପୁର,୧୧।୫(ଦୀପକ କୁମାର ପରିଡା ): ମୋବାଇଲ ଟାୱାର ଉପରେ ଚଢି ମଦ୍ୟପ ଯୁବକଙ୍କ ଉନ୍ମତକାଣ୍ଡ। ଏଭଳି ଘଟଣା ଘଟିଛି ରାୟଗଡ଼ା ଜିଲା କଲ୍ୟାଣସିଂହପୁର ସହରରେ । ମଦ୍ୟପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri