ପୁରୀରେ ଚାଲିଲା ଡବଲ୍‌ ଡେକର୍‌ ବସ୍‌

ପୁରୀ,୬।୧(ଅଜିତ୍‌ କୁମାର ମହାନ୍ତି): ଆସନ୍ତା ୮ ତାରିଖରୁ ୩ ଦିନ ବ୍ୟାପୀ ଭୁବନେଶ୍ୱରରେ ପ୍ରବାସୀ ଭାରତୀୟ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ପ୍ରବାସୀ ଭାରତୀୟଙ୍କ ପରିଭ୍ରମଣ ପାଇଁ ସରକାରଙ୍କ ପକ୍ଷରୁ ଡବଲ୍‌ ଡେକର୍‌ ବସ୍‌ର ବ୍ୟବସ୍ଥା କରାଯାଉଛି। ଭୁବନେଶ୍ୱରଠାରେ ସମ୍ମିଳନୀ ଆୟୋଜିତ ହେଉଥିଲେ ମଧ୍ୟ ପ୍ରବାସୀ ଭାରତୀୟମାନେ ପୁରୀର ବିଭିନ୍ନ ସ୍ଥାନ ଭ୍ରମଣ କରିବାର କାର୍ଯ୍ୟକ୍ରମ ରହିଛି। ତେଣୁ ମୁମ୍ବାଇରୁ ଆସିଥିବା ଡବଲ୍‌ ଡେକର୍‌ ବସ୍‌ର ଟ୍ରାଏଲ ରନ୍‌ ରବିବାର ପୁରୀରେ କରାଯାଇଛି। ବସ୍‌ ଭୁବନେଶ୍ୱରରୁ ପୁରୀ ଅଭିମୁଖେ ଆସି ମାଳତୀପାଟପୁର ବସ୍‌ଷ୍ଟାଣ୍ଡଠାରେ ପହଞ୍ଚତ୍ଥିଲା। ସେଠାରୁ କଡ଼ା ସୁରକ୍ଷା ମଧ୍ୟରେ ମାଳତୀପାଟପୁରଠାରୁ ଟ୍ରାଏଲ୍‌ ରନ୍‌ ଆରମ୍ଭ କରି ଶ୍ରୀସେତୁ ଦେଇ ଶ୍ରୀଜଗନ୍ନାଥ ବଲ୍ଲଭ ପିଲିଗ୍ରିମ୍‌ ସେଣ୍ଟର (ଜେବିପିସି)ରେ ବସ୍‌ ପହଞ୍ଚତ୍ଥିଲା। ପରେ ଶ୍ରୀସେତୁ ଦେଇ ମଙ୍ଗଳାଘାଟ ଛକ ଦେଇ ଷ୍ଟର୍ଲିନ୍‌ ଛକ, ସମୁଦ୍ରକୂଳ ଦେଇ ସୁଭାଷ ବୋଷ ଛକରେ ପହଞ୍ଚିଥିଲା। ସେଠାରୁ ପ୍ରତ୍ୟାବର୍ତ୍ତନ କରି ଷ୍ଟର୍ଲିନ୍‌, ମଙ୍ଗଳାଘାଟ ଛକ ଦେଇ ଶେଷରେ ସମଙ୍ଗ ପାର୍କିଂରେ ବସ୍‌ଟି ରହିଥିଲା। ପ୍ରବାସୀ ଭାରତୀୟଙ୍କୁ ପରିଭ୍ରମଣ କରାଇବା ସହ ସୁଖଦ ଅନୁଭୂତି ଦେବାକୁ ଏହି ଡବଲ୍‌ ଡେକର୍‌ ବସ୍‌ ପୁରୀ ସମେତ କୋଣାର୍କ, ସାତପଡ଼ାକୁ ଯାତ୍ରା କରିବ। ଏହି ବସ୍‌ରେ ସମୁଦାୟ ୬୬ଟି ସିଟ୍‌ ରହିଥିବାବେଳେ ପ୍ରବାସୀ ଭାରତୀୟଙ୍କ ସେଫ୍ଟି ଏବଂ ସିକ୍ୟୁରିଟି ଉପରେ ଧ୍ୟାନ ଦିଆଯାଇଛି। ପୁରୀ ପରିବହନ ଅଧିକାରୀ ରବିନ ପଟ୍ଟନାୟକ କହିଛନ୍ତି, ପ୍ରବାସୀ ଭାରତୀୟଙ୍କ ଯାତ୍ରା ନିମନ୍ତେ ବସ୍‌ ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲରୁ ମୃତ ଶରୀର ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ସୋରଡା, ୨୧ା୧ (ରଜନୀ ମହାପାତ୍ର): ସୋରଡା ବଡଗଡ ଥାନା ଇଲାକାରେ ପୁଣି ଠାରେ ଏକ ହତ୍ୟା ଘଟଣା ସାମ୍ନାକୁ ଆସିଛି। ବଡଗଡ ଥାନା ଅନ୍ତରଗତ ଓରା...

ରାସ୍ତା ନଥିବାରୁ ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ: ଆମ୍ବୁଲାନ୍ସ କର୍ମଚାରୀଙ୍କ ପ୍ରଚେଷ୍ଟାରେ ମେଡିକାଲ ପହଞ୍ଚିଲେ

ମୋହନା, ୨୧ା୧( ମନ୍ମଥ ମିଶ୍ର): ରାସ୍ତା ନଥିବାରୁ ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ ମହିଳା। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା...

ଦେହ ବ୍ୟବସାୟ ଘଟଣାର ପର୍ଦ୍ଦାଫାଶ: କାମ ଦେବା ବାହାନାରେ ଦେହ ବ୍ୟବସାୟରେ ଲଗାଉଥିଲେ

କେନ୍ଦୁଝର,୨୧ା୧(ନରେଶ ଚନ୍ଦ୍ର ପଟ୍ଟନାୟକ): ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଜିଲାରୁ ଜଣେ ୧୬ ବର୍ଷ ବୟସ୍କା ପିତୃମାତୃହୀନ ନାବାଳିକାଙ୍କୁ ଭୁବନେଶ୍ୱର ଚାଲାଣ କରି ଦେହ ବ୍ୟବସାୟରେ ଲଗାଯାଇଥିଲା।...

ଧନୁଯାତ୍ରା ଦେଖିବାକୁ ଯାଇ ବଳାତ୍କାର ଘଟଣା! ମୁଖ୍ୟ ଅଭିଯୁକ୍ତ ଗିରଫ

ବରଗଡ,୨୧।୧(ପ୍ରେମାନନ୍ଦ ଖମାରୀ): ବରଗଡ ଧନୁଯାତ୍ରା ଦେଖିବାକୁ ଯାଇ ଯୁବତୀଙ୍କୁ ବଳାତ୍କାର କରିବା ଘଟଣାକୁ ନେଇ ଆସିଲା ବଡ଼ ଖବର। ମୁଖ୍ୟ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ। ମୁଖ୍ୟ...

ସ୍କୁଟିକୁ ଧକ୍କା ଦେଲା ଟ୍ରକ; ୨ ନାବାଳିକା ମୃତ, ଜଣେ ଗୁରୁତର

ବଣାଇଁ,୨୧।୧ (ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ ଜିଲା ଲହୁଣୀପଡ଼ା ଥାନା ରାଜମୁଣ୍ଡା ବାଇପାସରେ ମଙ୍ଗଳବାର ଅପରାହ୍ନ ସମୟରେ ଏକ ଟ୍ରକ ଧକ୍କାରେ ଦୁଇ ନାବାଳିକା ମୃତ୍ୟୁ ବରଣ...

ଟ୍ରେନ୍‌ ଉପରକୁ ଚଢ଼ିଗଲେ ବୃଦ୍ଧ, ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ

ରାୟଗଡ଼ା,୨୧।୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ରେଳ ଷ୍ଟେଶନରେ ଅଟକି ରହିଥିବା ମାଲବାହୀ ଟ୍ରେନ ଉପରକୁ ଜଣେ ବୃଦ୍ଧ ଚଢ଼ି ଯାଇଥିବାବେଳେ ୨୫ ହଜାର କେଭି ବିଦ୍ୟୁତ...

ବ୍ଲକ କାର୍ଯ୍ୟାଳୟକୁ ଖବରଦାତାଙ୍କ ପ୍ରବେଶ ନିଷେଧ କଲେ ବିଡିଓ

ସାନଖେମୁଣ୍ଡି,୨୧।୧: ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟକୁ ଖବରଦାତାମାନଙ୍କୁ ପ୍ରବେଶ ନିଷେଧ କରାଯାଇଛି। ଏହାକୁ ନେଇ ଖବରଦାତାମାନେ ଗଣମାଧ୍ୟମର କଣ୍ଠରୋଧ କରାଯାଉଥିବା ଅଭିଯୋଗ କରିଛନ୍ତି। ଖବରଦାତା...

ଦୟା ନଦୀ ପାଣି ପିଅନ୍ତୁ ନାହିଁ: ପରାମର୍ଶ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର,୨୧।୧: ପୁରୀ ଜିଲା କଣାସ ଅଞ୍ଚଳରେ ଝାଡାବାନ୍ତି ବ୍ୟାପିବାରେ ଲାଗିଛି। ଝାଡ଼ାବାନ୍ତିରେ ୪ ଜଣଙ୍କର ଜୀବନ ଯାଇଥିବା ବେଳେ ଅନେକ ଲୋକ ଆକ୍ରାନ୍ତ ହୋଇ ହସ୍ପିଟାଲରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri