ପୁରୀରେ ଚାଲିଲା ଡବଲ୍‌ ଡେକର୍‌ ବସ୍‌

ପୁରୀ,୬।୧(ଅଜିତ୍‌ କୁମାର ମହାନ୍ତି): ଆସନ୍ତା ୮ ତାରିଖରୁ ୩ ଦିନ ବ୍ୟାପୀ ଭୁବନେଶ୍ୱରରେ ପ୍ରବାସୀ ଭାରତୀୟ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ପ୍ରବାସୀ ଭାରତୀୟଙ୍କ ପରିଭ୍ରମଣ ପାଇଁ ସରକାରଙ୍କ ପକ୍ଷରୁ ଡବଲ୍‌ ଡେକର୍‌ ବସ୍‌ର ବ୍ୟବସ୍ଥା କରାଯାଉଛି। ଭୁବନେଶ୍ୱରଠାରେ ସମ୍ମିଳନୀ ଆୟୋଜିତ ହେଉଥିଲେ ମଧ୍ୟ ପ୍ରବାସୀ ଭାରତୀୟମାନେ ପୁରୀର ବିଭିନ୍ନ ସ୍ଥାନ ଭ୍ରମଣ କରିବାର କାର୍ଯ୍ୟକ୍ରମ ରହିଛି। ତେଣୁ ମୁମ୍ବାଇରୁ ଆସିଥିବା ଡବଲ୍‌ ଡେକର୍‌ ବସ୍‌ର ଟ୍ରାଏଲ ରନ୍‌ ରବିବାର ପୁରୀରେ କରାଯାଇଛି। ବସ୍‌ ଭୁବନେଶ୍ୱରରୁ ପୁରୀ ଅଭିମୁଖେ ଆସି ମାଳତୀପାଟପୁର ବସ୍‌ଷ୍ଟାଣ୍ଡଠାରେ ପହଞ୍ଚତ୍ଥିଲା। ସେଠାରୁ କଡ଼ା ସୁରକ୍ଷା ମଧ୍ୟରେ ମାଳତୀପାଟପୁରଠାରୁ ଟ୍ରାଏଲ୍‌ ରନ୍‌ ଆରମ୍ଭ କରି ଶ୍ରୀସେତୁ ଦେଇ ଶ୍ରୀଜଗନ୍ନାଥ ବଲ୍ଲଭ ପିଲିଗ୍ରିମ୍‌ ସେଣ୍ଟର (ଜେବିପିସି)ରେ ବସ୍‌ ପହଞ୍ଚତ୍ଥିଲା। ପରେ ଶ୍ରୀସେତୁ ଦେଇ ମଙ୍ଗଳାଘାଟ ଛକ ଦେଇ ଷ୍ଟର୍ଲିନ୍‌ ଛକ, ସମୁଦ୍ରକୂଳ ଦେଇ ସୁଭାଷ ବୋଷ ଛକରେ ପହଞ୍ଚିଥିଲା। ସେଠାରୁ ପ୍ରତ୍ୟାବର୍ତ୍ତନ କରି ଷ୍ଟର୍ଲିନ୍‌, ମଙ୍ଗଳାଘାଟ ଛକ ଦେଇ ଶେଷରେ ସମଙ୍ଗ ପାର୍କିଂରେ ବସ୍‌ଟି ରହିଥିଲା। ପ୍ରବାସୀ ଭାରତୀୟଙ୍କୁ ପରିଭ୍ରମଣ କରାଇବା ସହ ସୁଖଦ ଅନୁଭୂତି ଦେବାକୁ ଏହି ଡବଲ୍‌ ଡେକର୍‌ ବସ୍‌ ପୁରୀ ସମେତ କୋଣାର୍କ, ସାତପଡ଼ାକୁ ଯାତ୍ରା କରିବ। ଏହି ବସ୍‌ରେ ସମୁଦାୟ ୬୬ଟି ସିଟ୍‌ ରହିଥିବାବେଳେ ପ୍ରବାସୀ ଭାରତୀୟଙ୍କ ସେଫ୍ଟି ଏବଂ ସିକ୍ୟୁରିଟି ଉପରେ ଧ୍ୟାନ ଦିଆଯାଇଛି। ପୁରୀ ପରିବହନ ଅଧିକାରୀ ରବିନ ପଟ୍ଟନାୟକ କହିଛନ୍ତି, ପ୍ରବାସୀ ଭାରତୀୟଙ୍କ ଯାତ୍ରା ନିମନ୍ତେ ବସ୍‌ ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri