ବ୍ୟସ୍ତ ହୁଅନ୍ତୁନି କିଛି ହେବନି

ଡା. ଆଲୋକ ରଞ୍ଜନ ମିଶ୍ର

ସାରା ବିଶ୍ୱରେ ଏବେ ସମସ୍ତେ ଭୟାତୁର ଏବଂ ଏକ ଅନିଶ୍ଚିତ ଜୀବନ ନେଇ ଗତି କରୁଥିବା ଦେଖାଯାଉଛି, ସତେ ଯେମିତି କେଉଁ ଏକ ଅଜଣା ଅଦୃଶ୍ୟ ଏବଂ ଅସ୍ପୃଶ୍ୟ ଶତ୍ରୁ ସମ୍ପୂର୍ଣ୍ଣ ମଣିଷ ଜାତିକୁ ‘କରୋନା’ ରୂପୀ ନାମ ନେଇ ଗୋଡ଼ାଉଛି ଏବଂ ସମସ୍ତ ମଣିଷ ବିଚଳିତ ହୋଇ ଧାଇଁବାରେ ଲାଗିଛନ୍ତି। କ’ଣ ଏହି କରୋନା ଭୂତାଣୁ? କାହିଁକି ଏହା ଏତେ ଭୟଙ୍କର ହୋଇଛି। ଆଗରୁ ଏହି ପୃଥିବୀପୃଷ୍ଠକୁ କେତେ ଭୂତାଣୁଜନିତ ରୋଗ ଯଥା ପ୍ଲେଗ୍‌, ସ୍ପାନିସ୍‌ ଫ୍ଲୁ, ଇବୋଲା, ବସନ୍ତ, ହଇଜା ଇତ୍ୟାଦି ଆସି ଚାଲିଯାଇଛି। ଏମାନଙ୍କର ପ୍ରକୋପ ମଧ୍ୟ କେତେଗୁଡ଼ିଏ ନିର୍ଦ୍ଦିଷ୍ଟ ଦେଶ ବା ରାଜ୍ୟ ମଧ୍ୟରେ ସୀମିତ ହୋଇ ରହିଥିଲା। ମାତ୍ର କରୋନା ଭୂତାଣୁକୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ବିଶ୍ୱ ମହାମାରୀ ଭାବେ ଘୋଷଣା କଲାପରେ ସମଗ୍ର ମନୁଷ୍ୟ ଜାତିର ପ୍ରାଣ ଥରି ଉଠିଲା ଏବଂ ସେହିଦିନଠୁ ଆଜିପର୍ଯ୍ୟନ୍ତ ପାଖାପାଖି ୬ ମାସ ହେବ ବିଶ୍ୱବାସୀ ଏକ ଅଜଣା ଭୟ ଓ ଆତଙ୍କରେ ଜୀବନ ବିତାଉଛନ୍ତି। ଟେଲିଭିଜନ ଏବଂ ଅନ୍ୟାନ୍ୟ ସୋସିଆଲ ମିଡ଼ିଆରେ ଏହାର ବାରମ୍ବାର ପ୍ରଚାର, ସରକାରଙ୍କ ଦ୍ୱାରା ଘୋଷିତ ଲକ୍‌ଡାଉନ୍‌ ଏବଂ ଶଟ୍‌ଡାଉନ୍‌ର ପ୍ରଭାବରେ ପ୍ରାୟ ସମସ୍ତେ ଦିଗହରା ହୋଇ ଘୂରି ବୁଲୁଛନ୍ତି। ବର୍ତ୍ତମାନ ସୁଦ୍ଧା ୨୧୩ଟି ଦେଶରେ ଏହି ଭୂତାଣୁର ଆବିର୍ଭାବ ଘଟିଛି; ଯଦିଓ ଆମେରିକା, ଇଟାଲି, ଲଣ୍ଡନ, ସ୍ପେନ୍‌, ରୁଷିଆ, ଭାରତ, ଚାଇନାରେ ଏହାର ପ୍ରଭାବ ଅଧିକ ଅନୁଭୂତ ହୋଇଛି। କରୋନା ଭୂତାଣୁକୁ ମୋଟେ ଡରନ୍ତୁ ନାହିଁ । କାହିଁକି ଡରିବେ? ଏହା ଅନ୍ୟ ଭୂତାଣୁ ଭଳିଆ କେବେ ବି ମାରାମତ୍କ ନୁହଁ, ନ ହେଲେ ଏତେ ବେଳକୁ କୋଟି କୋଟି ଜୀବନ ଯାଇସାରନ୍ତାଣି। ଏହାକୁ ଆମେ ସାଧାରଣତଃ ଭାବେ ଗୋଟିଏ ଭାଇରାଲ୍‌ ଜ୍ୱର କିମ୍ବା ଥଣ୍ଡା ସହିତ ତୁଳନା କଲେ କିଛି ଅତ୍ୟୁକ୍ତି ହେବନାହିଁ। ପ୍ରତିବର୍ଷ ଏହି ସମୟରେ ସାଧାରଣ ଭାବରେ ଜ୍ୱର, ଥଣ୍ଡା, କାଶ, ଛିଙ୍କ, ପତଳା ଝାଡ଼ା ହୋଇଥାଏ। ମାତ୍ର ଆମେ ଏହାକୁ ସାଧାରଣ ଭାବେ ଗ୍ରହଣ କରି କିଛି ଆଣ୍ଟିବାୟୋଟିକ୍‌ ଖାଇ ସୁସ୍ଥ ହେଉ। କିନ୍ତୁ ଏବେ ଏହାର ସାମାନ୍ୟ ଲକ୍ଷଣର ଆଭାସ ପାଇଲେ ଘରଲୋକ ଏବଂ ପାରିପାର୍ଶ୍ୱିକ ସମସ୍ତ ବନ୍ଧୁବାନ୍ଧବ ଆମକୁ ଦୂରେଇ ଦେବାରେ ଲାଗିପଡ଼ନ୍ତି, କାଳେ ଆମେ କରୋନା ଆକ୍ରାନ୍ତ ବୋଲି । ଏପରି ବହୁ ଖବର ଆସୁଛି ଯେ, ଆଜି ଗୋଟିଏ ଚିିକିତ୍ସାଳୟ ଯାହାଙ୍କୁ କରୋନା ପଜିଟିଭ୍‌ ବୋଲି ଘୋଷଣା କରୁଛି ଅନ୍ୟ ଏକ ଚିକିତ୍ସାଳୟ ସେହି ସମାନ ବ୍ୟକ୍ତିଙ୍କୁ କରୋନା ନେଗେଟିଭ୍‌ ଭାବରେ ସାର୍ଟିଫିକେଟ୍‌ ଦେଉଛି। ତେଣୁ କେହି ନିଶ୍ଚିତ ନୁହଁ ଏହି କରୋନା ରୂପୀ ରାକ୍ଷାସଟି କ’ଣ? ତାହା ହେଲେ ଆମେ ଏତେ ଭୟଭୀତ କାହିଁ ହେବା? ଏକ ଆକଳନରୁ ଜଣାପଡ଼ିଛି ସାରା ବିଶ୍ୱରେ ବର୍ଷକୁ ୫୬ନିୟୁତ ଲୋକଙ୍କର ମୃତ୍ୟୁ ଘଟୁଛି, ସେଥି ମଧ୍ୟରୁ ଶତକଡ଼ା ୫୦ଭାଗ ୭୦ ବର୍ଷ ବୟସର, ଶତକଡ଼ା ୨୭ଭାଗ ୫୦-୫୯ବର୍ଷ ବୟସର, ଶତକଡ଼ା ୧ଭାଗ ୫-୧୪ବର୍ଷ ବୟସର, ଶତକଡ଼ା ୧୦ଭାଗ ୫ବର୍ଷରୁ କମ୍‌ ପିଲାଙ୍କର ା ଏହିସବୁ ମୃତ୍ୟୁର ଶତକଡ଼ା ୩୧.୮ ଭାଗ ହୃଦ୍‌ରୋଗ ଜନିତ, ଶତକଡ଼ା ୧୭.୮ଭାଗ କ୍ୟାନ୍‌ସରଜନିତ ଏବଂ ଶତକଡ଼ା ୭ଭାଗ ନିଃଶ୍ୱାସପ୍ରଶ୍ୱାସ ଜନିତ ରୋଗରେ ପୀଡ଼ିତ ହୋଇ ମୃତ୍ୟୁବରଣ କରୁଛନ୍ତି। ଦେଖିବାକୁ ଗଲେ କରୋନା ଏକ ନିଃଶ୍ୱାସପ୍ରଶ୍ୱାସଜନିତ ରୋଗ । ଏହା ଏକ ବଡ଼ ଧରଣର ସଂଖ୍ୟା କେବେ ବି ନୁହଁ। ୨୦୧୮ ଆକଳନ ଅନୁଯାୟୀ ବାୟୁପ୍ରଦୂଷଣ ଯୋଗୁ ବିଶ୍ୱରେ ପ୍ରତ୍ୟେକ ୧୦ଜଣରୁ ୯ଜଣ ଆକ୍ରାନ୍ତ ହେଉଛନ୍ତିି। ତେଣୁ କରୋନା ମଧ୍ୟ ଏକ ବାୟୁ ପ୍ରବାହିତ ରୋଗ । ଆମେ ଏମିତି ବି ଜାଣିନେ କରୋନା ଆମକୁ ହେଇକି ମଧ୍ୟ ଭଲ ହୋଇଗଲାଣି। କାରଣ ଆମ ଦେଶରେ ଆମ ଲୋକଙ୍କର ରୋଗ ପ୍ରତିରୋଧକ ଶକ୍ତି ଅନ୍ୟ ଦେଶ ତୁଳନାରେ ବହୁତ ଅଧିକ। ତେଣୁ ପ୍ରଚାରିତ, ପ୍ରସାରିତ କିଛି ଅତ୍ୟଧିକ କରୋନା ସମ୍ବନ୍ଧୀୟ ଖବରକୁ ନେଇ ଡରିବା ଉଚିତ ନୁହେଁ। ମାତ୍ର ମାସ୍କ ପିନ୍ଧିବା, ବାରମ୍ବାର ହାତକୁ ସାବୁନ୍‌ରେ ଧୋଇବା, ଘରଭିତରକୁ ଗୋଡ଼ହାତ ଧୋଇ ପ୍ରବେଶ କରିବା ଏବଂ ଅତ୍ୟଧିକ ପାର୍ଥିବ ସୁଖସମ୍ଭୋଗରୁ ନିଜକୁ ଦୂରେଇ ରଖିବାର ପ୍ରକୃଷ୍ଟ ବେଳ ଏବେ ଆସିଛି। ଆସନ୍ତୁୁ ଫେରିଯିବା ୩୦ ବର୍ଷ ତଳକୁ ସେତେବେଳେ ଜଗତୀକରଣ ନ ଥିଲା, ନିଜ ନିଜ ଭିତରେ ପ୍ରତିଦ୍ୱନ୍ଦ୍ୱିତା ନ ଥିଲା, ପ୍ରାୟତଃ ବହୁ କୁଟୁମ୍ବି ପରିବାର ରହିଥିଲା, ସ୍ବଳ୍ପରେ ଚଳିବା ଏକ ଅଭ୍ୟାସରେ ପରିଣତ ହୋଇପଡ଼ିଥିଲା ଏବଂ ସବୁଠୁ ବଡ଼ କଥା ହେଲା ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ପ୍ରତ୍ୟେକ ମଣିଷର ଚଳଣି ଏକ ନିର୍ଦ୍ଦିଷ୍ଟ ନିୟମକୁ ଅନୁସରଣ କରି ପାଳନ କରାଯାଉଥିଲା। ଯେମିତି କି ଘର ଭିତରେ ପଶିବା ପୂର୍ବରୁ ହାତଗୋଡ଼ ଧୋଇବା, ଖାଇବା ପୂର୍ବରୁ ହାତଧୋଇବା, ଡାକ୍ତରଖାନା, ପାଇଖାନା, ବାରିକ ଦୋକାନରୁ ଫେରିବା ପରେ ପିନ୍ଧିଥିବା ବସ୍ତ୍ରକୁ ଧୁଆଯିବା ଆଦି ବହୁତ ଛୋଟଛୋଟ ନିୟମ ଆମକୁ ସଂକ୍ରମିତ ଭୂତାଣୁଜନିତ ସମସ୍ତ ରୋଗରୁ ସମ୍ପୂର୍ଣ୍ଣ ସୁରକ୍ଷିତ ରଖିଥିଲା, ଯାହା କି ଏବେ କରୋନା ପାଇଁ ସମସ୍ତେ ଅନୁସରଣ କରିବାକୁ ବାଧ୍ୟ ହୋଇଛନ୍ତି। ଆମେ ପାର୍ଥୀବ ସୁଖର ସର୍ବୋଚ୍ଚରେ ପହଞ୍ଚତ୍ ମଧ୍ୟ ଶାନ୍ତିିରେ ନାହୁଁ। ପ୍ରକୃତିକୁ ଆମେ ଆମ ସୁଖ ପାଇଁ ଖିନ୍‌ଭିନ୍‌ କରି ଖାଇଯାଇଛୁ। ତେଣୁ ଏହି କରୋନା ରୂପୀ ଅସ୍ତ୍ର ଆଜି ସମ୍ପୂର୍ଣ୍ଣ ପୃଥିବୀକୁ ଏକପ୍ରକାର ସାବାଡ଼ କରି ଦେଇଛନ୍ତି। ଭୂକମ୍ପର ହାର ସମଗ୍ର ବିଶ୍ୱରେ ଶତକଡ଼ା ୫୦ଭାଗରୁ ଊର୍ଦ୍ଧ୍ୱ କମିଯାଇଛି। ବାୟୁମଣ୍ଡଳର ସ୍ବଚ୍ଛତା ଶତକଡ଼ା ୯୦ଭାଗରୁ ଅଧିକା ବଢିଛି। ପ୍ରାୟ ପ୍ରତ୍ୟେକ ଦେଶ ଜଗତୀକରଣକୁ ପ୍ରତ୍ୟାଖ୍ୟାନ କରିବାକୁ ଚିନ୍ତା କଲେଣି ଏବଂ ମୁଖ୍ୟତଃ ବହୁତ କମ୍‌ରେ ଚଳିବାରେ ନିଜକୁ ଅଭ୍ୟସ୍ତ କଲେଣି। ଏବେ ଆଉ ଭାବିବାରେ କ’ଣ ଅଛି? ଏଭଳି ରହିଲେ କରୋନା ଆପେ ଆପେ ଦୂରେଇ ଯିବ। ପୁଣି ଏକ ନୂଆ ଯୁଗ ସୃଷ୍ଟି ହେବ ା କିନ୍ତୁ ଆମକୁ ପାସୋରି ଯାଇଥିବା ସେହି ହାତଧୋଇବା, ଗୋଡ଼ ଧୋଇବା, ମୁହଁରେ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ରଖିବା ପାଇଁ ପ୍ରକୃତିର ଆହ୍ବାନକୁ ଯଥେଷ୍ଟ ସମ୍ମାନ ଦେବା ନିହାତି ଦରକାର ତା’ହେଲେ ଯାଇ କରୋନା ଅନ୍ୟ ସାଧାରଣ ରୋଗପରି ଆମ ସାଙ୍ଗେ ରହି ମଧ୍ୟ ଆମର କୌଣସି କ୍ଷତି କରିପାରିବ ନାହିଁ। ତେଣୁ ଆମେ ଚିନ୍ତା କରିବା ଏବଂ ଡରିବାର କୌଣସି ପ୍ରୟୋଜନ ନାହିଁ ।
ମୋ:୯୮୬୧୧୨୬୮୦୦


Enter your email to get our daily news in your inbox.

All Right Reserved By Dharitri.Com

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?