ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ କୁନି ଝିଅଟି ନିଜର ବଲ୍ ଜଳାଶୟରେ ଭାସି ଯାଉଥିବା ଦେଖି ଆଣିବାକୁ ଯାଉଥିବା ଦେଖିବାକୁ ମିଳୁଛି। ପରେ କୁକୁର ଏହା ଦେଖିପାରି ଝିଅଟିର ଡ୍ରେସ୍କୁ ଫଛରୁ ଟାଣି ଟାଣି ଉପରକୁ ଆଣୁଛି। ପରେ ନିଜେ ଜଳାଶୟ ଭିତରକୁ ଯାଇ ବଲ୍ଟି ଆଣିଛି। ଏହି ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଏହି ଭିଡିଓଟି ଭାଇରାଲ ହେବାରେ ଲାଗିଛି।
The best time to make friends is before you need them💕 pic.twitter.com/zlZlkM9IkY
— Susanta Nanda IFS (@susantananda3) February 22, 2021