କେନ୍ଦ୍ରମନ୍ତ୍ରୀଙ୍କ ଗାଡ଼ିକୁ ଓଭରଟେକ୍‌ ଘଟଣା: ୫ ଘଣ୍ଟା ଥାନାରେ ଅଟକିଲା ୨ କାର

ରୂପ୍‌ସା, ୨୨।୨(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ୬୦ ନମ୍ବର ଜାତୀୟ ରାଜପଥର ସଦସ ବ୍ଲକ ଅନ୍ତର୍ଗତ ମିରିଗିମୁଣ୍ଡି ଚୂଡ଼ାଖିଆ ପୋଲ ଠାରେ ସୋମବାର କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ଗାଡ଼ିକୁ ପଶ୍ଚିମବଙ୍ଗ ଅଞ୍ଚଳର ୨ଟି କାର ଓଭରଟେକ୍‌ କରିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ପୋଲିସ ଲକ୍ଷ୍ମଣ ନାଥ ଟୋଲପ୍ଲାଜାଠାରୁ ୨ଟି କାରକୁ ଧରି ବସ୍ତା ଥାନା ହେପାଜତରେ ୫ ଘଣ୍ଟା ଧରି ଅଟକ ରଖିଥିଲା। ଫଳରେ ଉଭୟ କାରରେ ଯାଉଥିବା ୨ ପରିବାର ବର୍ଗଙ୍କୁ ଥାନାରେ ଦୀର୍ଘ ସମୟ ଧରି ଅଟକି ରହିବାକୁ ପଡ଼ିଥିଲା।
ସୂଚନା ମୂତାବକ, ଗତ ୨୦ ତାରିଖରେ କେନ୍ଦ୍ରମନ୍ତ୍ରୀ ଷଡଙ୍ଗୀ ବସ୍ତା ବ୍ଲକ ସମୀକ୍ଷା ବୈଠକରେ ଯୋଗଦେବା ପାଇଁ ବାଲେଶ୍ୱରରୁ ଆସୁଥିଲେ। ଏହି ସମୟରେ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ୨ଟି କାର (ଡବ୍ଲ୍ୟୁବି ୪୦ ଏଯେ ୫୪୪୫) ଏବଂ (ଡବ୍ଲ୍ୟୁବି ୦୨ ଏଏଚ୍‌ ୩୪୩୬) ବେପରୁଆ ଭାବେ ଦ୍ରୁତ ଗତିରେ ମନ୍ତ୍ରୀଙ୍କ ଗାଡିକୁ ଅତିକ୍ରମ କରିଥିଲା। ମନ୍ତ୍ରୀଙ୍କ ଏସକର୍ଟ ସଙ୍ଗେ ସଙ୍ଗେ ବସ୍ତା ଥାନା ପୋଲିସ ସହାୟତାରେ ଉକ୍ତ ୨ କାରକୁ ଧରି ଥାନାକୁ ନେଇଥିଲା। ୫ ଘଣ୍ଟା ପରେ ମନ୍ତ୍ରୀଙ୍କ ସୁପାରିଶକ୍ରମେ କାରଦ୍ୱୟକୁ ଛଡ଼ାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ହରିଲୁଟ୍‌ ଚାଲିଛି ମାଙ୍କଡ଼ା ପଥର: ଖବରଦାତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇଲେ ପଥର ମାଫିଆ

ଖୋର୍ଦ୍ଧା ଅଫିସ,୧୦।୫: ଖୋର୍ଦ୍ଧା ତହସିଲ ଟାଉନ(ଆଦର୍ଶ) ଥାନା ଅନ୍ତର୍ଗତ ହଳଦିପଦା ଗ୍ରାମ ନିକଟରେ ଥିବା ସରକାରୀ ଜମିରୁ ମାଙ୍କଡ଼ା ପଥର ଚୋରା ଚାଲାଣ ହେଉଛି। ପ୍ରଶାସନ...

ଓସା ନିର୍ବାଚନ ପାଇଁ ବାଟ ଫିଟୁଛି

ଭୁବନେଶ୍ୱର,୭।୨ (ବ୍ୟୁରୋ)- ଓଡ଼ିଶା ସଚିବାଳୟ ସେବା ସଂଘ(ଓସା) ନିର୍ବାଚନ ସମୟ ଅତିକ୍ରାନ୍ତ ହୋଇଯାଇଛି। ନୂତନ ଭାବେ ନିଯୁକ୍ତି ପାଇଥିବା ସହକାରୀ ଉପବିଭାଗ ଅଧିକାରୀ(ଏଏସ୍‌ଓ) ଏବଂ କେତେକ...

ପରିବେଶବିତ୍‌ଙ୍କ ଉଦ୍ୟମରୁ ସୁରକ୍ଷା ପାଇଲା ବରଗଛ

ବ୍ରହ୍ମପୁର ଅଫିସ,୨୮ା୭-ପରିବେଶ ସୁରକ୍ଷା ପାଇଁ ସରକାର ଗୁରୁତ୍ୱ ଦେଉଛନ୍ତି। ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ବ୍ୟାପକ କରାଯାଉଛି। ବିନା କାରଣରେ ଗଛ କାଟିବାକୁ କଟକଣା ଜାରି କରାଯାଇଛି। ପରିବେଶବିତ୍‌ମାନେ...

ହାଇକୋର୍ଟଙ୍କ ନିର୍ଦ୍ଦେଶ: ଜୁନ୍‌ ୨୨ ସୁଦ୍ଧା ରଥ ନିର୍ମାଣ କାମ ଶେଷ କର

କଟକ ଅଫିସ,୧୨।୫: ଆସନ୍ତା ଜୁନ୍‌ ୨୨ସୁଦ୍ଧା ରଥ ନିର୍ମାଣ କାମ ସାରିବାକୁ ମଙ୍ଗଳବାର ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏକ ଜନସ୍ବାର୍ଥ ମାମଲାର ବିଚାର କରି ମୁଖ୍ୟ...

କୁର୍ତ୍ତି ହାଟରେ ପିଇଥିଲେ ଲସି: ରାତି ନପାହୁଣୁ ଶତାଧିକ ବ୍ୟକ୍ତି ମେଡିକାଲରେ ଭର୍ତ୍ତି

ମାଲକାନଗିରି,୧।୫(ଡି.ଏନ୍‌.ଏ.): ଲସି ପିଇ ଶତାଧିକ ଗୁରୁତର। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲା କାଲଦା ପଞ୍ଚାୟତର ବିଭିନ୍ନ ଗାଁରେ। ଉକ୍ତ ଅଞ୍ଚଳର ୬୦...

ପାରିବାରିକ କଳହର କରୁଣ ପରିଣତି: ୨ ଭଉଣୀଙ୍କ ଆତ୍ମହତ୍ୟା, ବାପା ଅଟକ

କବିସୂର୍ଯ୍ୟନଗର,୧୪।୬- ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ଗୁଡିଆଳି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହ ଓ ବାପାଙ୍କ ମାଡଗାଳି ଅସହ୍ୟ ହେବାରୁ ୨...

ନରମିଲେ ବିଷ୍ଣୁ, ଟ୍ରିପଲ୍‌ ତଲାକ୍‌ ମନ୍ତବ୍ୟକୁ ନେଇ ଦୁଃଖ ପ୍ରକାଶ କଲେ

ଭୁବନେଶ୍ୱର, ୨।୮(ବ୍ୟୁରୋ): ଟ୍ରିପଲ୍‌ ତଲାକ୍‌ ଉପରେ ବିବାଦୀୟ ବୟାନ ଲାଗି ଦୁଃଖପ୍ରକାଶ କରିଛନ୍ତି ଭାଜପା ବିଧାୟକ ଦଳ ଉପନେତା ବିଷ୍ଣୁଚରଣ ସେଠୀ। ଗୁରୁବାର ବିଧାନସଭା ଶୂନ୍ୟକାଳରେ...

୬ ଜିଲାରେ ହେବ ମେଡିକାଲ କଲେଜ

ଭୁବନେଶ୍ୱର,୨୬ା୧୨(ବ୍ୟୁରୋ): ରାଜ୍ୟର ୬ ପଛୁଆ ଜିଲାରେ ଥିବା ହସ୍ପିଟାଲକୁ ମେଡିକାଲ କଲେଜରେ ପରିଣତ କରାଯିବ। ଏହା ସହିତ ଉକ୍ତ ତାଲିକାରେ ଆଉ ୨ଟି ଜିଲା ହସ୍ପିଟାଲକୁ...

Advertisement
Archives

Model This Week