ଶାସନ ବ୍ୟବସ୍ଥାରେ ଅନାସ୍ଥା

ରତୀୟ ମୂଳ ସମ୍ବିଧାନରେ ଅନାସ୍ଥା ବ୍ୟବସ୍ଥା ଭଳି ଏକ ବ୍ୟବସ୍ଥା ନ ଥିବା ବେଳେ ପରବର୍ତ୍ତୀ ସମୟରେ ତାହାକୁ ଲୋକ ସଭାରେ ପାସ୍‌ କରାଯାଇ ଆଇନରେ ପରିଣତ କରାଯାଇଛି। ସେତେବେଳେ ଏହାର ଆଭିମୁଖ୍ୟ ଯାହା ଥିଲା ପରବର୍ତ୍ତୀ ସମୟରେ ଏହାର ମୂଲ୍ୟବୋଧ ସମ୍ପର୍କରେ ଅଦ୍ୟାବଧି ସମୀକ୍ଷା ହୋଇ ନ ଥିବା ଦେଖାଯାଏ। ଏବେ ଯଦି ଏହାର ପୁନଃ ମୂଲ୍ୟାୟନ କରାଯାଇପାରନ୍ତା ତେବେ ଅଶାନ୍ତ ରାଜନୈତିକ ବାତାବରଣ ପ୍ରଶମିତ ହୋଇପାରନ୍ତା। ଆମେ ଯଦି ଅନାସ୍ଥା ପ୍ରସଙ୍ଗ ଏବଂ ଦେଶ ବା ଜନତାଙ୍କ ସ୍ବାର୍ଥକୁ ମିଶ୍ରିତ ଭାବେ ଦେଖିବା ତେବେ ଅତୀତରେ ଯାହା ନ ଥିଲା ତାହା ଏବେ ଦୃଶ୍ୟମାନ। ତାହା ହେଉଛି ମୁନାଫା,କଳାବଜାରି ଓ ବିରୋଧୀ ଶକ୍ତି ମିଶିଯାଇ ଏକ ମହାଶକ୍ତିରେ ପରିଣତ ହୋଇପାରୁଛନ୍ତି। ବିରୋଧୀ ଦଳ ମଧ୍ୟରୁ କିଣାବିକା ନୂଆକଥା ନୁହଁ। ଅନାସ୍ଥା ପାଇଁ ଏକ ସ୍ବତନ୍ତ୍ର ବିଚାର ରହିଛି। ଯେତେବେଳେ ଦାୟିତ୍ୱରେ ଥିବା ସରକାର ବା ପରିଚାଳନା ବ୍ୟକ୍ତି ତା’ର ସାମର୍ଥ୍ୟ ହରାଇ ଥାଏ କିମ୍ବା ତା’ର ଦକ୍ଷତା ନ ଥିବା ଜଣାପଡ଼େ ଏବଂ ଉପୁଜୁଥିବା କୌଣସି ସମସ୍ୟାର ନିଷ୍ପତ୍ତି ନେଇ ନ ପାରେ ସେତେବେଳେ ଅନାସ୍ଥା ପ୍ରସ୍ତାବ ଆଣିବାର ଆବଶ୍ୟକତା ଦେଖାଯାଏ। ଏହି ପ୍ରସ୍ତାବ ଜାତୀୟ ସ୍ବାର୍ଥ ଓ ଲୋକଙ୍କ ମତକୁ ପାଥେୟ କରି ପ୍ରସଙ୍ଗଟିକୁ ଉପସ୍ଥାପନ କରାଯାଇଥାଏ। ଏଥିରେ ନିଜ ଦଳୀୟ ସ୍ଥିତି ବା ପ୍ରତିପତି ପ୍ରଦର୍ଶନ ପାଇଁ ଆଦୌ ନୁହେଁ। ସରକାରଙ୍କ ବିଲ୍‌ ଯେତେବେଳେ ଲୋକ ସଭାରେ ପାସ୍‌ ନ ହୋଇ ପାରେ ସେତେବେଳେ ଅନାସ୍ଥା ଆସିବାର ନିୟମ ରହିଛି। ସଂଖ୍ୟା ଗରିଷ୍ଠତାକୁ ଭିତ୍ତି କରି ବିରୋଧୀ ଦଳର ଏକ ପ୍ରଚେଷ୍ଟା ବୋଲି କୁହାଯାଏ। ନିୟମ ୧୮୪/ଏ ଅନୁସାରେ ସରକାର ନିଜର ସଂଖ୍ୟା ଗରିଷ୍ଠତା ପ୍ରମାଣିତ କରି ନ ପାରିଲେ ବାଚସ୍ପତି ପଦକ୍ଷେପ ନିଅନ୍ତି। ସରକାରଙ୍କୁ ଏ କ୍ଷେତ୍ରରେ ଇସ୍ତଫା ଦେବାକୁ ପଡ଼େ ନଚେତ ଗୃହ ଭଙ୍ଗ କରିଦିଅନ୍ତି। ଜନସାଧାରଣ ଏଇଠି ପ୍ରଶ୍ନ ଉଠାନ୍ତି ଆମେ ତ ମତଦାନ କରି ସରକାର ଗଠନ କଲୁ, କିନ୍ତୁ ଆମ୍ଭମାନଙ୍କ ମତ ନ ନେଇ ସରକାର ଭାଙ୍ଗିଲା କେମିତି? ଗଣତନ୍ତ୍ର କୁହେ ଲୋକମାନଙ୍କ ଦ୍ୱାରା, ଲୋକମାନଙ୍କ ପାଇଁ, ଲୋକମାନଙ୍କର, କିନ୍ତୁ ଏଠି ବ୍ୟତିକ୍ରମ ହେଲା କିପରି? ନିର୍ବାଚିତ ପ୍ରତିନିଧିଙ୍କୁ ତାଙ୍କର ଅକାର୍ଯ୍ୟ ପାଇଁ ଫେରାଇ ଆଣିବା ଅଧିକାର ଯଦି ସମ୍ବିଧାନ ଲୋକଙ୍କୁ ଦେଇଥାଆନ୍ତା ତେବେ ଅନାସ୍ଥାର ଆବଶ୍ୟକତା ବୋଧହୁଏ ପଡି ନ ଥାଆନ୍ତା। କିନ୍ତୁ ଅନାସ୍ଥା ଯେତେବେଳେ ଆଇନରେ ପରିଣତ ହୋଇଯାଇଛି ତାକୁ ମାନିବାକୁ ପଡ଼ିବ ଏ ସମ୍ପର୍କରେ ଅଧିକାଂଶ ଲୋକମାନେ ଏବେ ବି ଜାଣି ନାହାନ୍ତି।
ତେବେ ଆସନ୍ତୁ ଜାଣିବା ଦେଶରେ ଅନାସ୍ଥାର ଇତିହାସ। ଭାରତରେ ପ୍ରଥମେ ପ୍ରଜା ସୋସାଲିଷ୍ଟ ପାର୍ଟିର ଲୋକ ସଭା ସଦସ୍ୟା ଆଚାର୍ଯ୍ୟ କୃପାଳିନୀ ୧୯୬୩ରେ ଭାରତ ଚାଇନା ଯୁଦ୍ଧ ପରେ ନେହେରୁଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ। ୧୯୮୧-୮୨ରେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ବହୁଥର ଅନାସ୍ଥାର ସମ୍ମୁଖୀନ ହୋଇଥିଲେ। ୧୯୬୪ରେ ସ୍ବାଧୀନ ସଦସ୍ୟ ଏନ୍‌ସି ଚାଟାର୍ଜି ଓ ଅନ୍ୟମାନେ ଲାଲବାହାଦୁର ଶାସ୍ତ୍ରୀଙ୍କ ବିରୋଧରେ ୩ ଥର ଏବଂ ୧୯୯୯ରେ ଯଶୋବନ୍ତ ସିଂହ ଓ ଅନ୍ୟମାନେ ନରସିଂହ ରାଓଙ୍କ ବିରୋଧରେ ୩ ଥର, ୧୯୭୯ରେ ଓ୍ବାଇ.ବି. ଚୌହାନ ମୋରାରଜୀ ଦେଶାଇଙ୍କ ବିରୋଧରେ ୨ ଥର, ୧୯୮୭ରେ ରାଜୀବ ଗାନ୍ଧୀ, ୨୦୦୩ରେ ସୋନିଆ ଗାନ୍ଧୀ ଅଟଳବିହାରୀ ବାଜପେୟୀଙ୍କ ବିରୋଧରେ ଏବଂ ନରେନ୍ଦ୍ର ମୋଦି ଥରେ ଲେଖାଏ ଅନାସ୍ଥାର ସମ୍ମୁଖୀନ ହୋଇଛନ୍ତି। ଏହିସବୁ ଅନାସ୍ଥା କାଟ ଖାଇଥିବା ବେଳେ ୧୨ ଜୁଲାଇ ୧୯୭୯ରେ ମୋରାରଜୀ ଦେଶାଇ ଇସ୍ତଫା ଦେଇଥିଲେ। ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀ ମିଳିତ ମନ୍ତ୍ରିମଣ୍ଡଳରେ ଥିବା ଯୋଗୁ ଆସ୍ଥା ଭୋଟରେ ଜିତି ନ ପାରି ଗୃହକୁ ଭଙ୍ଗ କରିଥିଲେ। ତେବେ ଏହି ଅନାସ୍ଥା ପ୍ରସଙ୍ଗଟି ଭାରତର ନୁହେଁ, ଏହା ପ୍ରଥମେ ସୃଷ୍ଟି ହୋଇଥିବା ଜର୍ମାନୀ ଦେଶରୁ ଆସିଛି। ଏହା ଏବେ ସ୍ପେନ, ହଙ୍ଗେରୀ, ଇସ୍ରାଏଲ, ପୋଲାଣ୍ଡ, ବେଲଜିୟମରେ ପ୍ରବର୍ତ୍ତିତ ହେବା ପରେ ଭାରତକୁ ଆସିଥିଲା। ଆମ ଭାରତୀୟ ସମ୍ବିଧାନରେ ପ୍ରଥମେ ଅନାସ୍ଥା ନିୟମ ନ ଥିଲା। ସମ୍ବିଧାନର ଧାରା ୭୫ରେ କେବଳ ସ୍ପଷ୍ଟୀକରଣ ଦିଆଯାଇଥିଲା ମନ୍ତ୍ରୀମାନେ ଲୋକ ସଭାରେ ପରସ୍ପର ଦାୟୀ ରହିବେ। ଏଭଳି ଆଇନକୁ ଆଖି ଆଗରେ ରଖି ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀ ଦୂରଦୃଷ୍ଟି ସହ ୨୦୦୩ରେ ଏକ ମନ୍ତବ୍ୟ ଦେଇ କହିଥିଲେ, ରାଜନୈତିକ ଅସ୍ଥିରତା ଦୂର କରିବା ପାଇଁ ଭାରତରେ ସବୁବେଳେ ମିଳିତ ମନ୍ତ୍ରିମଣ୍ଡଳ ହେବା ଦରକାର। ସଂଖ୍ୟା ଗରିଷ୍ଠ ଦଳର ନେତା ପ୍ରଧାନମନ୍ତ୍ରୀ ହେବେ, ସେ ଅନ୍ୟମନ୍ତ୍ରୀମାନଙ୍କୁ ବିଭିନ୍ନ ଦଳରୁ ବାଛିବେ। ତାଙ୍କର ଏଭଳି ପ୍ରସ୍ତାବକୁ କେହି ଆଲୋଚନା କଲେ ନାହିଁ। ଏବେ ଓଡ଼ିଶା ବିଧାନସଭାରେ ସେହି ଅନାସ୍ଥାକୁ ନେଇ ଯେଉଁ ଯେଉଁ ତୁମ୍ବିତୋଫାନ ଦେଖାଗଲା ତାହା ଆପେଆପେ ଅଗ୍ରାହ୍ୟ ହୋଇଗଲା। ଓଡ଼ଶା ବିଧାନସଭାରେ ମଧ୍ୟ ଦେଖାଯାଇଛି ପ୍ରଥମ ବିଧାନସଭାରେ ନବକୃଷ୍ଣ ଚୌଧୁରୀଙ୍କ ବିରୋଧରେ ୨ଟି, ୩ୟ ବିଧାନସଭାରେ ୧୯୬୧ରେ ବିଜୁ ପଟ୍ଟନାୟକଙ୍କ ବିରୋଧରେ ୩ଟି, ଚତୁର୍ଥ ବିଧାନସଭାରେ ୧୯୬୪ରେ ବୀରେନ ମିତ୍ରଙ୍କ ବିରୋଧରେ ୩ ଟି, ୧୯୭୦ରେ ଆର୍‌.ଏନ୍‌. ସିଂଦେଓଙ୍କ ବିରୋଧରେ ଗୋଟିଏ, ୧୯୭୯ରେ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟଙ୍କ ବିରୋଧରେ ଗୋଟିଏ, ୧୯୮୩ରେ ଜାନକୀ ପଟ୍ଟନାୟକଙ୍କ ବିରୋଧରେ ଦୁଇଟି, ୨୦୦୧ରେ ନବୀନ ପଟ୍ଟନାୟକଙ୍କ ବିରୋଧରେ ଦୁଇଥର ଅନାସ୍ଥାର ସମ୍ମୁଖୀନ ହୋଇଛନ୍ତି। ଓଡ଼ିଶା ବିଧାନସଭାରେ ସବୁବେଳେ ଅନାସ୍ଥା କାଟ ଖାଇଛି। ତେବେ ଦେଶ ତଥା ରାଜ୍ୟରେ ଯେତେଗୁଡ଼ିଏ ଅନାସ୍ଥା ପ୍ରସ୍ତାବ ଆସିଛି ତାହାଦ୍ୱାରା ଦେଶ ବା ରାଜ୍ୟର କି ଉନ୍ନତି ଘଟିଛି? ଦେଖାଯାଇଛି ଦଳୀୟ ଆସ୍ଥା ପ୍ରକଟ ପାଇଁ, କେତେବେଳେ ଦୁଇଦଳ ମିଶି ନିଜର ଏକତା ସୃଷ୍ଟି, ଦୁର୍ନୀତି, ଅନୀତି ବିରୋଧରେ କଠୋର ଆଇନର ନମନୀୟତା, ସରକାରୀ ଦଳକୁ ଶ୍ରେୟ ନ ଦେବା, କ୍ଷମତାର ଲାଳସା ପାଇଁ ବିରୋଧୀ ଦଳ ପଞ୍ଜିପତି, ଶିଳ୍ପପତି ଓ କଳାବଜାରକାରୀଙ୍କ ଆବେଦନକ୍ରମେ ଏହିସବୁ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଛି। ଗୃହର ଅଯଥା ସମୟ, ଅର୍ଥ, ଶକ୍ତି ବ୍ୟୟ ହେଉଥିବା ଦେଖିବାକୁ ମିଳୁଛି। ତେବେ ଆଇନ ବିଶାରଦ, ରାଜନୀତିଜ୍ଞ, ସମ୍ବିଧାନ ସମୀକ୍ଷକମାନେ ଏହି ଆଇନର ପୁନର୍ମୂଲ୍ୟାୟନ କରିବାର ଯଥାର୍ଥତା ସମ୍ପର୍କରେ ଚିନ୍ତା କରିବା ଆବଶ୍ୟକ।
ସୟେଦପୁର, ଯାଜପୁର
ମୋ: ୯୪୩୭୩୧୫୬୨୩


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ସମ୍ପ୍ରଦାୟର ସ୍ଥିତି

ଭାରତରେ ଜୈନ ଏବଂ ୟୁରୋପର ଇହୁଦୀ ସମ୍ପ୍ରଦାୟ ମଧ୍ୟରେ ତୁଳନା କଲେ ଜଣାଯାଏ ଯେ ଏହି ଦୁଇ ସଂଖ୍ୟାଲଘୁ ସମ୍ପ୍ରଦାୟ ନିଜ ଜନସଂଖ୍ୟା ତୁଳନାରେ ଅର୍ଥନୈତିକ କ୍ଷେତ୍ରରେ…

ଜନସଂଖ୍ୟା ଓ ଜଳବାୟୁ

ପୃଥିବୀରେ ମଣିଷ ବଞ୍ଚିବା ନିମନ୍ତେ ସୁସ୍ଥ ଜଳବାୟୁର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରକୃତି ରାଣୀର ବରଦାନ ଅନୁସାରେ ମଣିଷ ଏହି ପୃଥିବୀରେ ନିଜର ଜୀବନ ଅତିବାହିତ କରିପାରୁଛି।…

ଏଇ ଭାରତରେ

ଭାରତର ବିଭିନ୍ନ ସହର ଅଧୀନ ବସ୍ତିରେ ରହୁଥିବା ପିଲାମାନେ ଶିକ୍ଷାରୁ ବଞ୍ଚତ୍ତ ହେଉଛନ୍ତି। ସେମାନେ ପ୍ରାୟତଃ ଶ୍ରମିକ ଶ୍ରେଣୀ ପରିବାରର ହୋଇଥିବାରୁ ସେମାନଙ୍କ ଶିକ୍ଷା ଉପରେ ମାତାପିତା…

ରାଜନୈତିକ ପ୍ରତାରଣା

ବିଭିନ୍ନ ସମୟରେ ରାଜନୈତିକ ଦଳ ଜନତାଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥାନ୍ତି। ନିର୍ବାଚନୀ ଇସ୍ତାହାର ଜରିଆରେ ଓ ପରବର୍ତ୍ତୀ ସମୟରେ କ୍ଷମତାସୀନ ଦଳ ଭାବେ ପ୍ରତିଶ୍ରୁତି ଦିଅନ୍ତି। କିନ୍ତୁ…

ଲୋଭ ଘାରୁଛି

କ୍ଷମତା ଓ ସମ୍ପତ୍ତି ଲୋଭ ମଣିଷ ଜାତିକୁ ଆଦିମ ଯୁଗରୁ ହନ୍ତସନ୍ତ କରିଆସିଛି। ଅଧିକ ଜମି ପାଇବା ପାଇଁ ବିଶ୍ୱବ୍ୟାପୀ ରାଜା ମହାରାଜାମାନେ ଯୁଗଯୁଗରୁ ଯୁଦ୍ଧ କରିଆସୁଥିଲେ।…

ଏଇ ଭାରତରେ

କେରଳର ଗିରିଜା କୁମାରୀ ମଧୁ ସ୍ନାୟବିକ ସମସ୍ୟା ଓ ମାନସିକ ଅନଗ୍ରସର ପିଲାଙ୍କ ଉନ୍ନତି ପାଇଁ କାର୍ଯ୍ୟ କରୁଛନ୍ତି। ସେ ରହୁଛନ୍ତି ଆଲପୁଝା ଜିଲା ଥାମାରାକୁଲାମ୍‌ରେ। ଗିରିଜା…

ରଜପର୍ବ

ରଜପର୍ବ ପ୍ରତି ବର୍ଷ ଜ୍ୟେଷ୍ଠ ମାସରେ ପଡ଼ିଥାଏ। ସୃତି ଅଛି ବସୁଧା ମା’ ବର୍ଷକରେ ଥରେ ରଜସ୍ବଳା ହୁଏ। ଆମ ପରମ୍ପରା ସଂସ୍କୃତିର ଏହା ଏକ ଅଙ୍ଗ,…

ଆସନ୍ତାକାଲି କିଏ ଦେଖିଛି

ଗତ କିଛିବର୍ଷ ହେବ ଶାସକଶ୍ରେଣୀ ତରଫରରୁ ପ୍ରତି ମୁହୂର୍ତ୍ତରେ ପ୍ରଚାର କରାଯାଉଛି ଯେ ୨୦୪୭ରେ ଭାରତ ବିକଶିତ ରାଷ୍ଟ୍ର ଏବଂ ୨୦୩୬ରେ ଓଡ଼ିଶା ବିକଶିତ ରାଜ୍ୟ ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri