ପୂର୍ବତନ ସେନାକର୍ମଚାରୀଙ୍କ ଜମିର ବାଡ଼ ଭାଙ୍ଗିଦେଲେ ଦୁର୍ବୁତ୍ତ, ପାକିସ୍ଥାନ ସୀମାରେ ରହି ଦେଶକୁ ଦେଉଥିଲେ ସୁରକ୍ଷା

ଦାରିଙ୍ଗବାଡି, ୧୬ ।୧୦ (ଅରୁଣ ସାହୁ ): ପୂର୍ବତନ ସେନାକର୍ମଚାରୀଙ୍କ ଜମିର ବାଡ଼ ଭାଙ୍ଗିଲେ ଦୁର୍ବୁତ୍ତ। କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ପଞ୍ଚାୟତ ପାଟ୍ଟଖଣ୍ଡା ସାହିରେ ଜଣେ ପୂର୍ବତନ ସେନା କର୍ମଚାରୀଙ୍କ ଚାଷ ଜମିର ବାଡକୁ ଦୁର୍ବୁତ୍ତମାନେ ଭାଙ୍ଗି ଦେଇଛନ୍ତି। ଏହାକୁ ନେଇ ସେନା କର୍ମଚାରୀ ଉଦବେଗ ପ୍ରକାଶ କରିଛନ୍ତି। ତାର ଗୁଡିକ ନଷ୍ଟ କରିବା ସହ ସିମେଣ୍ଟ ପୋଲଗୁଡିକ ଭାଙ୍ଗି ଉପାଡି ଫିଙ୍ଗି ଦେଇଥିବା ପୂର୍ବତନ ସେନା କର୍ମଚାରୀ ନାରାୟଣ ସାହୁ କହିଛନ୍ତି। ସେ ତାଙ୍କ ସାନ ପୁଅ ନିକଟକୁ ଆମେରିକା ଚାଲିଯାଇଥିବା ବେଳେ ଏବେ ଫେରିଆସି ବଡ଼ ପୁଅଙ୍କ ନିକଟରେ ଦିଲ୍ଲୀରେ ଅଛନ୍ତି। ଏହି ମଧ୍ୟରେ ଏଭଳି ଘଟଣା ଘଟିଥିବା ସେ କହିଛନ୍ତି। ତେବେ ସେ ଗାଁକୁ ଫେରିଲେ ଥାନାରେ ଲିଖିତ ଅଭିଯୋଗ କରିବେ ବୋଲି କହିଛନ୍ତି। ସେ କହିଛନ୍ତି, ଏବେ ମୋ ସ୍ବାସ୍ଥ୍ୟ ଭଲ ନାହିଁ।

ପ୍ରକାଶ ଯେ, ଭାରତ-ପାକିସ୍ଥାନ ପ୍ରଥମ ଯୁଦ୍ଧବେଳେ ସେ ଯୁଦ୍ଧରେ ସାମିଲ ହୋଇଥିଲେ। ଦିନେ ଦେଶକୁ ସୁରକ୍ଷା ଯୋଗାଉଥିବା ଏହି ସେନା ଅଧିକାରୀ ଏବେ ନିଜ ଜମି ଅସୁରକ୍ଷିତ ନେଉ ଚିନ୍ତା ପ୍ରକଟ କରିଛନ୍ତି। ଏଭଳି କରିଥିବା ଦୁର୍ବୁତ୍ତଙ୍କୁ ଖୋଜି ବାହାର କରିବା ଆବଶ୍ୟକ ଓ ପୋଲିସ ତାଙ୍କୁ ସହଯୋଗ କରିବ ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ପୂର୍ବତନ ସେନାକର୍ମଚାରୀଙ୍କ ଜମିକୁ ଲାଗିକି ଖେଳ ପଡିଆ ରହିଛି । ସେଠାରେ ବିଭିନ୍ନ ପଟୁ ଆସି ପିଲା କ୍ରିକେଟ ଖେଳୁଛନ୍ତି। କ୍ରିକେଟ ବଲ ତାଙ୍କ ଜମି ଭିତରେ ପଡୁଥିବାରୁ ଖେଳାଳିମାନେ ତାଙ୍କ ସୁବିଧା ପାଇଁ ମୋ ବାଡ଼ ଭାଙ୍ଗିଥାଇପାରନ୍ତି ବୋଲି ମଧ୍ୟ ସେ କହିଛନ୍ତି। କିନ୍ତୁ ବଲ ଆଣିବା ପାଇଁ ସେ ୧୬ ଫୁଟର ବାଟ ଛାଡ଼ି ବଳକା ବାଡ଼ ପକାଇଥିଲେ। କିନ୍ତୁ ଏବେ ଅଧାରୁ ଉର୍ଦ୍ଧ ଅଞ୍ଚଳର ବାଡ଼କୁ ତାଡି ଦିଆଯାଇ ନଷ୍ଟ କରାଯାଇଥିବା ଚିନ୍ତାର କାରଣ ବୋଲି ସେ କହିଛନ୍ତି।

Dharitri – Odisha’s No.1 Trusted Odia Daily

 

 

 


Enter your email to get our daily news in your inbox.

All Right Reserved By Dharitri.Com

ନାଗ ପଞ୍ଚମୀରେ ଦୁର୍ଲଭ ଯୋଗ; ସୂର୍ଯ୍ୟ କରିବେ ଗୋଚର, ୩ ରାଶିଙ୍କ ଉପରେ ବର୍ଷିବ ଧନ ଦୌଲତ…

ଚଳିତବର୍ଷ, ପବିତ୍ର ନାଗ ପଞ୍ଚମୀ ତିଥି ଆସନ୍ତା ଅଗଷ୍ଟ ୧୭ ତାରିଖ ଅର୍ଥାତ୍ ସୋମବାରରେ ପାଳିତ ହେବାକୁ ଯାଉଛି । ଏହି ବର୍ଷ, ନାଗ ପଞ୍ଚମୀ ମଧ୍ୟ…

ଥୁଆମୂଳ ରାମପୁରରେ ସ୍ବାଧୀନତା ଦିବସ: କୋର୍ଟରେ ପତାକା ଉତ୍ତୋଳନ କଲେ ବିଚାରପତି

ଥୁଆମୂଳ ରାମପୁର,୧୫।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ୮୦ତମ ସ୍ବାଧୀନତା ଦିବସ ଉତ୍ସାହ ଏବଂ ଆନନ୍ଦର ସହିତ…

କଲ୍ୟାଣସିଂହପୁର ଭିଡ଼ ହିଂସାରୁ ଯୁବତୀଙ୍କୁ ଉଦ୍ଧାର କରିଥିବା ୩ ସାହସୀ ଯୁବକଙ୍କୁ ଜିଲାସ୍ତରୀୟ ସମ୍ମାନ

​କଲ୍ୟାଣସିଂହପୁର, ୧୫/୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲାରେ ଉତ୍ସାହ ଓ ଦେଶଭକ୍ତିର ମାହୋଲ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି। ସ୍ଥାନୀୟ…

ବିଧାୟକଙ୍କ ଦ୍ଵାରା ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ: ୭ ଟିମ୍ ଖେଳିଲେ ମ୍ୟାଚ୍, ରବିବାର ହେବ…

ଦିଗପହଣ୍ଡି, ,୧୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ୍ ଏବଂ ଏନ୍ଏସି କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ପବିତ୍ର ସ୍ଵାଧୀନତା ଦିବସ ଅବସରରେ…

ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ପାଳିତ: ମାନବ ଜୀବନର ଲକ୍ଷ୍ୟ କେବଳ…

ଭଞ୍ଜନଗର,୧୫। ୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀଅରବିନ୍ଦ ଶକ୍ତିପୀଠରେ ଶନିବାର ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ଅତ୍ୟନ୍ତ ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହୋଇଯାଇଛି।…

ସ୍ବାଧୀନତା ଦିବସରେ ରକ୍ତଦାନ କଲେ ସ୍ବେଚ୍ଛାସେବୀ

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ସ୍ବାଧୀନତା ଦିବସ ଅବସରରେ ବରଗଡ଼ର ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଜିଲାସ୍ତରୀୟ ସ୍ବାଧୀନତା ଦିବସ…

କଥା ଦେଇ କଥା ରଖିଲେ ଅକରୁଆ ସରପଞ୍ଚ: ପକ୍କା ହେଲା ବଡ଼ସାହି-କେନ୍ଦୁଗୁଡ଼ା ରାସ୍ତା , ଗ୍ରାମବାସୀଙ୍କ ମଧ୍ୟରେ ଖୁସିର…

ହାଟଡିହୀ/ଛେନାପଦୀ,୧୫।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଦିନେ ଯେଉଁ ରାସ୍ତାରେ ଆଣ୍ଠୁଏ କାଦୁଅ ଓ ପାଣି ଜମି ରହୁଥିବାରୁ ଯାତାୟାତ ଦୁର୍ବିସହ ହୋଇପଡ଼ୁଥିଲା, ଶେଷରେ ସେହି ରାସ୍ତା ପକ୍କା ରାସ୍ତାରେ…

ପତାକା ଉତ୍ତୋଳନକୁ ନେଇ ଟଣାଓଟରା

ଖଲ୍ଲିକୋଟ,୧୫।୮(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ପରିସରରେ ସ୍ବଧୀନତା ଦିବସ ପାଳନ ବେଳେ ପତାକା ଉତ୍ତୋଳନକୁ ନେଇ ବିଡିଓ ଦେବାଶିଷ ସାମଲ ଏବଂ ବ୍ଲକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri