କୂଟନୈତିକ କଳା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ ଜୁଲାଇରେ ଲଦାଖର ଗଲଓ୍ବାନ ଅଞ୍ଚଳ ପରିଦର୍ଶନ କରିଥିଲେ। ଲେହଠାରେ ଭାରତୀୟ ଯବାନମାନଙ୍କୁ ଉଦ୍‌ବୋଧନ ଦେବା ବେଳେ କହିଥିଲେ ଯେ, ବିସ୍ତାରବାଦ ଯୁଗ ଶେଷ ହୋଇଛି ଏବଂ ଏହା ଏବେ ବିକାଶର ଯୁଗ। ଚାଇନାର ନାଁ ନ ନେଇ ମୋଦି ଯେଭଳି ଭାବେ ତାଙ୍କ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି, ସେଥିରୁ କେଉଁ ଦେଶ ପ୍ରତି ଚେତାବନୀ ଉଦ୍ଦିଷ୍ଟ ତାହା ଜଣାପଡୁ ନାହିଁ। କେତେକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଏହା ଚାଇନା ପାଇଁ କୁହାଯାଇଥାଇପାରେ ବୋଲି ଅନୁମାନ କରାଯାଉଛି। ଗଲଓ୍ବାନରେ ଭାରତ ଓ ଚାଇନା ମଧ୍ୟରେ ସଂଘର୍ଷ ଘଟି ୨୦ ଭାରତୀୟ ଯବାନ ଶହୀଦ ହେବାର ୨ ସପ୍ତାହ ପରେ ପ୍ରଧାନମନ୍ତ୍ରୀଙ୍କ ଅଚାନକ ଗସ୍ତ ଓ ଯବାନମାନଙ୍କ ମନୋବଳ ବୃଦ୍ଧି ନେଇ ଦେଇଥିବା ଭାଷଣ ନିଶ୍ଚିତ ଭାବେ ଉତ୍ସାହପ୍ରଦ ହୋଇଛି। ଉଲ୍ଲେଖଯୋଗ୍ୟ ଯେ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଜୁଲାଇ ୩ ଶୁକ୍ରବାର ଲଦାଖ ଯିବାର ଥିଲା। ତାଙ୍କ ଗସ୍ତକୁ ଅଚାନକ ବାତିଲ କରାଯାଇ ଖୋଦ୍‌ ପ୍ରଧାନମନ୍ତ୍ରୀ ଲଦାଖ ଗସ୍ତ କଲେ।
ପ୍ରଧାନମନ୍ତ୍ରୀଙ୍କ ଲଦାଖ ଗସ୍ତକୁ ବିଭିନ୍ନ ଉପାୟରେ ନାଟକୀୟ କରାଯିବାର ଉଦ୍ୟମକୁ ଅନେକ ଦେଶବାସୀ ନାପସନ୍ଦ କରିଛନ୍ତି। ଲଦାଖର ମିଲିଟାରୀ ହସ୍‌ପିଟାଲ ପରିଦର୍ଶନ ବେଳେ ପ୍ରଧାନମନ୍ତ୍ରୀଙ୍କ ଫଟୋଉଠା କାର୍ଯ୍ୟକ୍ରମକୁ ଅଧିକ ଗୁରୁତ୍ୱ ଦିଆଯାଇଥିବା ଲକ୍ଷ୍ୟ କରାଯାଇଛି। ଆହୁରି ବିବାଦର କଥା ହେଉଛି ଯେ, ଯେଉଁ ହସ୍ପିଟାଲରେ ଆହତ ଯବାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଫଟୋ ଉଠାଯାଇଛି ସେଠାରେ କୌଣସି ଚିକିତ୍ସା ଉପକରଣ ଥିବାର ଦେଖିବାକୁ ମିଳିନାହିଁ। ଅପରପକ୍ଷରେ ସେହି ଓ୍ବାର୍ଡରେ ପ୍ରୋଜେକ୍ଟର, ସ୍କ୍ରିନ୍‌ ଭଳି କେତେକ ଯନ୍ତ୍ରପାତି ସୂଚାଉଛି ଯେ ତାହା ଏକ ସମ୍ମିଳନୀ କକ୍ଷ ବା କନ୍‌ଫରେନ୍ସ ହଲ୍‌। ଏହି ମତକୁ ଖଣ୍ଡନ କରିବାକୁ ଯାଇ ସେନା ତରଫରୁ ଏକ ସ୍ପଷ୍ଟୀକରଣ ଜାରି କରିବାର ପ୍ରୟୋଜନ ଉଠିଲା। ଶନିବାର ଜୁଲାଇ ୪ ତାରିଖରେ ଭାରତୀୟ ସେନା ତରଫରୁ ଏକ ପ୍ରେସ୍‌ ବିଜ୍ଞପ୍ତି ଜାରି କରାଗଲା। ସେଥିରେ କୁହାଯାଇଥିଲା ଯେ ”ସଙ୍କଟଜନକ ସମ୍ପ୍ରସାରଣ ପରିସ୍ଥିତି (କ୍ରାଇସିସ୍‌ ଏକ୍ସପାନ୍‌ସନ୍‌ କାପାସିଟି) ଯୋଗୁ ୧୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ଆରମ୍ଭ କରାଯାଇଛି।“ ସେନାର ଏହି ବିଜ୍ଞପ୍ତି ଦର୍ଶାଇପାରେ ଯେ ପୂର୍ବ ଲଦାଖରେ ଉପୁଜିଥିବା ସମସ୍ୟା ଯୋଗୁ କେବଳ ୨୦ ଜଣ ଭାରତୀୟ ଯବାନ ଶହୀଦ ହୋଇଥିଲେ ତାହା ନୁହେଁ, ଆହୁରି ଶତାଧିକ ଆହତ ହୋଇଛନ୍ତି, ଯେଉଁଥିପାଇଁ ସେନାର ଲେହଠାରେ ଏକ ବିରାଟକାୟ ଜେନେରାଲ ହସ୍ପିଟାଲ ଥିବା ସତ୍ତ୍ୱେ ଅସ୍ଥାୟୀ ଡାକ୍ତରଖାନା ନିର୍ମାଣ କରିବାର ଆବଶ୍ୟକତା ପଡ଼ିଛି। ଯଦି ବାସ୍ତବରେ ଚାଇନା ସହ ପରିସ୍ଥିତି ଏଭଳି ସ୍ତରକୁ ଗଲାଣି ତେବେ ଉଭୟ ସେନା ଓ ସରକାରଙ୍କ ତରଫରୁ ଦେଶବାସୀଙ୍କୁ ସତ୍ୟାସତ୍ୟ ଜଣାଇବା ଉଚିତ ହେବ। ଏଭଳି ଏକ ସଙ୍କଟାପନ୍ନ ପରିସ୍ଥିତିରେ ଉଭୟ ସରକାର ଓ ସେନା ସହ ଦେଶବାସୀ ଏକଜୁଟ ହୋଇ ରହିଲେ ଯୁଦ୍ଧ ପରିସ୍ଥିତିକୁ ସାମ୍ନା କରିବା ସହଜ ହୋଇଥାଏ।
ବର୍ତ୍ତମାନ ପରିସ୍ଥିତିରେ ଫଟୋ ଉଠାଇ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତି ଗଲଓ୍ବାନରେ ଥିବା ଜଣାଇଦେବାଠାରୁ ଅଧିକ ଗୁରୁତ୍ୱ ବହନ କରୁଛି ସେଠାକାର ବାସ୍ତବ ସ୍ଥିତି ଆକଳନ କରିବା। ଏବେ ଦକ୍ଷିଣ ଚାଇନା ସାଗର ଜଳରାଶିରେ ଚାଇନାର ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ)ର ନୌବାହିନୀ ସମରାଭ୍ୟାସ ଚଳାଇଥିବାରୁ ପଡ଼ୋଶୀ ରାଷ୍ଟ୍ର ଏବଂ ଆମେରିକା ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଉକ୍ତ ଅଞ୍ଚଳରେ ଚାଇନା ପ୍ରଭାବ ହ୍ରାସ କରିବା ପାଇଁ ଆମେରିକା ଦୁଇଟି ନୌବହର ପଠାଇଛି। ଚାରିଆଡ଼ୁ ଚାଇନାକୁ ସମସ୍ତେ ଘେରିଥିବା ବେଳେ ଭାରତ କୂଟନୈତିକ ସ୍ତରରେ ସ୍ଥିତିକୁ ସମୀକ୍ଷା କରିବା ଦରକାର। ଭାରତବାସୀଙ୍କୁ ବିଶ୍ୱାସକୁ ନେବା ସହ ଦେଶର ନେତୃତ୍ୱ ଏକ ଦୀର୍ଘମିଆଦୀ ସାମାଜିକ ଓ କୂଟନୈତିକ ରଣକୌଶଳ ପ୍ରସ୍ତୁତ କରିବା ଦରକାର।
ଆଜିର ପରିସ୍ଥିତିରେ ମନେହେଉଛି ଯେପରି ପାକିସ୍ତାନ ବ୍ୟତୀତ ଅନ୍ୟ କୌଣସି ଦେଶକୁ ବିରୋଧୀ ଭାବେ ଭାରତୀୟ ସାମରିକ ବିଶେଷଜ୍ଞମାନେ ଭାବିପାରୁ ନ ଥିଲେ। କିନ୍ତୁ ଏବେ ପରିବର୍ତ୍ତିତ ସମୟରେ କେବଳ ପାକିସ୍ତାନ ଓ ଚାଇନା ନୁହେଁ, ଭାରତକୁ ଘେରି ରହିଥିବା ସବୁ ପଡ଼ୋଶୀ ଦେଶ ଭାରତ ବିରୋଧୀ ପାଲଟି ଯାଇଛନ୍ତି। ଗଣମାଧ୍ୟମକୁ ସଫେଇ ଦେଇ ଭୁଟାନ ଭଳି ଚିର୍‌କୁଟ୍‌ ଦେଶ ମଧ୍ୟ ଭାରତ ଲାଙ୍ଗୁଡ଼ରେ ହାତ ମାରିବାର ସତ୍‌ସାହସ ଦେଖାଇଲାଣି। ଏହା ପ୍ରମାଣ କରୁଛି ଯେ ଗତ କିଛିମାସ ମଧ୍ୟରେ ଆମ କୂଟନୈତିକ ଦକ୍ଷତା ହ୍ରାସ ପାଇଛି, ଯେଉଁଥିପାଇଁ ସବୁ ପଡ଼ୋଶୀ ବିରୋଧୀ ପାଲଟିଗଲେଣି। ଏହି ଅବସ୍ଥାର ବ୍ୟବସ୍ଥା ହେଉଛି ସରକାରଙ୍କ ପ୍ରଥମ ଗୁରୁଦାୟିତ୍ୱ। ଏଠାରେ ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଓ୍ବିଲ୍‌ଷ୍ଟନ୍‌ ଚର୍ଚ୍ଚିଲଙ୍କ କଥା ମନେପଡ଼େ। ଚର୍ଚ୍ଚିଲ କହିଥିଲେ ଯେ “କୂଟନୀତି ହେଉଛି ଏଭଳି ଏକ କଳା ଯାହା ମାଧ୍ୟମରେ ତୁମେ ଅନ୍ୟମାନଙ୍କୁ ନର୍କକୁ ଯିବାକୁ କହିବ। କହିବାର ଢଙ୍ଗ ଏଭଳି ହେବା ଦରକାର ଯେ ସେମାନେ ମାର୍ଗଦର୍ଶାଇବାକୁ ଅନୁରୋଧ କରିବେ।”


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଟ୍ରିସ୍କୁଟର ବିଷୟରେ କେବେ ଶୁଣିଛନ୍ତି କି। ଏଭଳି ସ୍କୁଟର ନିର୍ମାଣ କରିଛନ୍ତି ମାଙ୍ଗାଲୁରର ଗଣପତି ଭଟ୍ଟ । ଏହି ସ୍କୁଟର ରାସ୍ତାରେ ନ ଚାଲି କେବଳ...

ନକାରାତ୍ମକ ଖବର ଜାଣିବାର ଇଚ୍ଛା

ଡା. ସମ୍ରାଟ କର ସେଦିନ ବଡ଼ିସକାଳୁ ମୋର କମ୍ପ୍ୟୁଟର କ୍ଷିପ୍ରଲିଖ ସହକାରୀ ଶ୍ରଦ୍ଧେୟ ଶ୍ରୀକାନ୍ତର ଫୋନ ବାଜିଉଠିଲା। ସକାଳୁଆ ଶୁଭେଚ୍ଛା ଜଣାଇବା ସହ ବ୍ୟସ୍ତଭରା କଣ୍ଠରେ...

ଶକ୍ତ ବ୍ରେକ୍‌ ଆବଶ୍ୟକ

ଡ. ସନ୍ତୋଷ କୁମାର ମହାପାତ୍ର ଥରେ ଜଣେ ବନ୍ଧୁ ଦେଖାହେଲେ ଏବଂ ପଚାରିଲେ- ”ତମେ ସର୍ବଦା ବାମପନ୍ଥୀ ଚିନ୍ତାଧାରାରେ ଲେଖୁଛ ଏବଂ ଅନ୍ୟକୁ ସମାଲୋଚନା କରୁଛ।...

ହ୍ବେନ୍‌ ଇନ୍‌ ରୋମ୍‌…

ନିକଟରେ କାନାଡ଼ାର ଭାଙ୍କୋଭର ସହରରେ ଭାରତୀୟ ଛାତ୍ର ଚିରାଗ ଆନ୍ତିଲଙ୍କୁ ଗୁଳିକରି ହତ୍ୟା କରାଯାଇଛି। ଚିରାଗଙ୍କ ଘର ହରିୟାଣାରେ ଓ ସେ ୨୦୨୨ରେ ଉଚ୍ଚଶିକ୍ଷା ପାଇଁ...

ଏଇ ଭାରତରେ

ଘରର ସୌନ୍ଦର୍ଯ୍ୟ ପାଇଁ ବଗିଚାରେ ସୀମିତ ନରହି ସେଥିରୁ କେମିତି କିଛି ଉତ୍ପାଦନ ହୋଇପାରିବ ତାହା ଉପରେ ଗୁରୁତ୍ୱ ଦିଆଯିବା ଦରକାର। ଗୋଟିଏ କି ଦୁଇ...

ଗଣତାନ୍ତ୍ରିକ ଏକଚ୍ଛତ୍ରବାଦ

ଜନାର୍ଦ୍ଦନ ବନ୍ଦ୍ୟୋପାଧ୍ୟାୟ   ଗଣତନ୍ତ୍ର ଏବଂ ଏକଚ୍ଛତ୍ରବାଦ ଦୁଇଟି ବିପରୀତବୋଧକ ଶବ୍ଦ ହୋଇଥିଲେ ମଧ୍ୟ ସମୟ ସମୟରେ ଗଣତନ୍ତ୍ରର ଖୋଳପା ପିନ୍ଧି ସଂଖ୍ୟାଗରିଷ୍ଠତାକୁ ଆଶ୍ରୟ କରି...

ସ୍ମାର୍ଟ ପିଲାଙ୍କ ମାଆବାପା

ଅଧ୍ୟାପକ ନିରଞ୍ଜନ ପାଢ଼ୀ   ଅଳ୍ପଦିନ ତଳେ ରାଜଧାନୀର ଏକ ନାମୀଦାମୀ ଇଂରାଜୀ ସ୍କୁଲର ବାର୍ଷିକ ଉତ୍ସବ ଅବସରରେ ଆୟୋଜିତ ହୋଇଥିଲା ଏକ ଅଭିନବ କାର୍ଯ୍ୟକ୍ରମ।...

ଯୁଦ୍ଧାଭିମୁଖୀ

ଦୁଇବର୍ଷ ପୂର୍ବେ ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ଏବଂ ଗତବର୍ଷ ୭ ଅକ୍ଟୋବରରେ ଇସ୍ରାଏଲ-ହମାସ ଯୁଦ୍ଧର ପରିଣତି ବିଶ୍ୱ ଦେଖିଚାଲିଛି। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ୧୩...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri