କୂଟନୈତିକ କଳା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ ଜୁଲାଇରେ ଲଦାଖର ଗଲଓ୍ବାନ ଅଞ୍ଚଳ ପରିଦର୍ଶନ କରିଥିଲେ। ଲେହଠାରେ ଭାରତୀୟ ଯବାନମାନଙ୍କୁ ଉଦ୍‌ବୋଧନ ଦେବା ବେଳେ କହିଥିଲେ ଯେ, ବିସ୍ତାରବାଦ ଯୁଗ ଶେଷ ହୋଇଛି ଏବଂ ଏହା ଏବେ ବିକାଶର ଯୁଗ। ଚାଇନାର ନାଁ ନ ନେଇ ମୋଦି ଯେଭଳି ଭାବେ ତାଙ୍କ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି, ସେଥିରୁ କେଉଁ ଦେଶ ପ୍ରତି ଚେତାବନୀ ଉଦ୍ଦିଷ୍ଟ ତାହା ଜଣାପଡୁ ନାହିଁ। କେତେକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଏହା ଚାଇନା ପାଇଁ କୁହାଯାଇଥାଇପାରେ ବୋଲି ଅନୁମାନ କରାଯାଉଛି। ଗଲଓ୍ବାନରେ ଭାରତ ଓ ଚାଇନା ମଧ୍ୟରେ ସଂଘର୍ଷ ଘଟି ୨୦ ଭାରତୀୟ ଯବାନ ଶହୀଦ ହେବାର ୨ ସପ୍ତାହ ପରେ ପ୍ରଧାନମନ୍ତ୍ରୀଙ୍କ ଅଚାନକ ଗସ୍ତ ଓ ଯବାନମାନଙ୍କ ମନୋବଳ ବୃଦ୍ଧି ନେଇ ଦେଇଥିବା ଭାଷଣ ନିଶ୍ଚିତ ଭାବେ ଉତ୍ସାହପ୍ରଦ ହୋଇଛି। ଉଲ୍ଲେଖଯୋଗ୍ୟ ଯେ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଜୁଲାଇ ୩ ଶୁକ୍ରବାର ଲଦାଖ ଯିବାର ଥିଲା। ତାଙ୍କ ଗସ୍ତକୁ ଅଚାନକ ବାତିଲ କରାଯାଇ ଖୋଦ୍‌ ପ୍ରଧାନମନ୍ତ୍ରୀ ଲଦାଖ ଗସ୍ତ କଲେ।
ପ୍ରଧାନମନ୍ତ୍ରୀଙ୍କ ଲଦାଖ ଗସ୍ତକୁ ବିଭିନ୍ନ ଉପାୟରେ ନାଟକୀୟ କରାଯିବାର ଉଦ୍ୟମକୁ ଅନେକ ଦେଶବାସୀ ନାପସନ୍ଦ କରିଛନ୍ତି। ଲଦାଖର ମିଲିଟାରୀ ହସ୍‌ପିଟାଲ ପରିଦର୍ଶନ ବେଳେ ପ୍ରଧାନମନ୍ତ୍ରୀଙ୍କ ଫଟୋଉଠା କାର୍ଯ୍ୟକ୍ରମକୁ ଅଧିକ ଗୁରୁତ୍ୱ ଦିଆଯାଇଥିବା ଲକ୍ଷ୍ୟ କରାଯାଇଛି। ଆହୁରି ବିବାଦର କଥା ହେଉଛି ଯେ, ଯେଉଁ ହସ୍ପିଟାଲରେ ଆହତ ଯବାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଫଟୋ ଉଠାଯାଇଛି ସେଠାରେ କୌଣସି ଚିକିତ୍ସା ଉପକରଣ ଥିବାର ଦେଖିବାକୁ ମିଳିନାହିଁ। ଅପରପକ୍ଷରେ ସେହି ଓ୍ବାର୍ଡରେ ପ୍ରୋଜେକ୍ଟର, ସ୍କ୍ରିନ୍‌ ଭଳି କେତେକ ଯନ୍ତ୍ରପାତି ସୂଚାଉଛି ଯେ ତାହା ଏକ ସମ୍ମିଳନୀ କକ୍ଷ ବା କନ୍‌ଫରେନ୍ସ ହଲ୍‌। ଏହି ମତକୁ ଖଣ୍ଡନ କରିବାକୁ ଯାଇ ସେନା ତରଫରୁ ଏକ ସ୍ପଷ୍ଟୀକରଣ ଜାରି କରିବାର ପ୍ରୟୋଜନ ଉଠିଲା। ଶନିବାର ଜୁଲାଇ ୪ ତାରିଖରେ ଭାରତୀୟ ସେନା ତରଫରୁ ଏକ ପ୍ରେସ୍‌ ବିଜ୍ଞପ୍ତି ଜାରି କରାଗଲା। ସେଥିରେ କୁହାଯାଇଥିଲା ଯେ ”ସଙ୍କଟଜନକ ସମ୍ପ୍ରସାରଣ ପରିସ୍ଥିତି (କ୍ରାଇସିସ୍‌ ଏକ୍ସପାନ୍‌ସନ୍‌ କାପାସିଟି) ଯୋଗୁ ୧୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ଆରମ୍ଭ କରାଯାଇଛି।“ ସେନାର ଏହି ବିଜ୍ଞପ୍ତି ଦର୍ଶାଇପାରେ ଯେ ପୂର୍ବ ଲଦାଖରେ ଉପୁଜିଥିବା ସମସ୍ୟା ଯୋଗୁ କେବଳ ୨୦ ଜଣ ଭାରତୀୟ ଯବାନ ଶହୀଦ ହୋଇଥିଲେ ତାହା ନୁହେଁ, ଆହୁରି ଶତାଧିକ ଆହତ ହୋଇଛନ୍ତି, ଯେଉଁଥିପାଇଁ ସେନାର ଲେହଠାରେ ଏକ ବିରାଟକାୟ ଜେନେରାଲ ହସ୍ପିଟାଲ ଥିବା ସତ୍ତ୍ୱେ ଅସ୍ଥାୟୀ ଡାକ୍ତରଖାନା ନିର୍ମାଣ କରିବାର ଆବଶ୍ୟକତା ପଡ଼ିଛି। ଯଦି ବାସ୍ତବରେ ଚାଇନା ସହ ପରିସ୍ଥିତି ଏଭଳି ସ୍ତରକୁ ଗଲାଣି ତେବେ ଉଭୟ ସେନା ଓ ସରକାରଙ୍କ ତରଫରୁ ଦେଶବାସୀଙ୍କୁ ସତ୍ୟାସତ୍ୟ ଜଣାଇବା ଉଚିତ ହେବ। ଏଭଳି ଏକ ସଙ୍କଟାପନ୍ନ ପରିସ୍ଥିତିରେ ଉଭୟ ସରକାର ଓ ସେନା ସହ ଦେଶବାସୀ ଏକଜୁଟ ହୋଇ ରହିଲେ ଯୁଦ୍ଧ ପରିସ୍ଥିତିକୁ ସାମ୍ନା କରିବା ସହଜ ହୋଇଥାଏ।
ବର୍ତ୍ତମାନ ପରିସ୍ଥିତିରେ ଫଟୋ ଉଠାଇ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତି ଗଲଓ୍ବାନରେ ଥିବା ଜଣାଇଦେବାଠାରୁ ଅଧିକ ଗୁରୁତ୍ୱ ବହନ କରୁଛି ସେଠାକାର ବାସ୍ତବ ସ୍ଥିତି ଆକଳନ କରିବା। ଏବେ ଦକ୍ଷିଣ ଚାଇନା ସାଗର ଜଳରାଶିରେ ଚାଇନାର ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ)ର ନୌବାହିନୀ ସମରାଭ୍ୟାସ ଚଳାଇଥିବାରୁ ପଡ଼ୋଶୀ ରାଷ୍ଟ୍ର ଏବଂ ଆମେରିକା ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଉକ୍ତ ଅଞ୍ଚଳରେ ଚାଇନା ପ୍ରଭାବ ହ୍ରାସ କରିବା ପାଇଁ ଆମେରିକା ଦୁଇଟି ନୌବହର ପଠାଇଛି। ଚାରିଆଡ଼ୁ ଚାଇନାକୁ ସମସ୍ତେ ଘେରିଥିବା ବେଳେ ଭାରତ କୂଟନୈତିକ ସ୍ତରରେ ସ୍ଥିତିକୁ ସମୀକ୍ଷା କରିବା ଦରକାର। ଭାରତବାସୀଙ୍କୁ ବିଶ୍ୱାସକୁ ନେବା ସହ ଦେଶର ନେତୃତ୍ୱ ଏକ ଦୀର୍ଘମିଆଦୀ ସାମାଜିକ ଓ କୂଟନୈତିକ ରଣକୌଶଳ ପ୍ରସ୍ତୁତ କରିବା ଦରକାର।
ଆଜିର ପରିସ୍ଥିତିରେ ମନେହେଉଛି ଯେପରି ପାକିସ୍ତାନ ବ୍ୟତୀତ ଅନ୍ୟ କୌଣସି ଦେଶକୁ ବିରୋଧୀ ଭାବେ ଭାରତୀୟ ସାମରିକ ବିଶେଷଜ୍ଞମାନେ ଭାବିପାରୁ ନ ଥିଲେ। କିନ୍ତୁ ଏବେ ପରିବର୍ତ୍ତିତ ସମୟରେ କେବଳ ପାକିସ୍ତାନ ଓ ଚାଇନା ନୁହେଁ, ଭାରତକୁ ଘେରି ରହିଥିବା ସବୁ ପଡ଼ୋଶୀ ଦେଶ ଭାରତ ବିରୋଧୀ ପାଲଟି ଯାଇଛନ୍ତି। ଗଣମାଧ୍ୟମକୁ ସଫେଇ ଦେଇ ଭୁଟାନ ଭଳି ଚିର୍‌କୁଟ୍‌ ଦେଶ ମଧ୍ୟ ଭାରତ ଲାଙ୍ଗୁଡ଼ରେ ହାତ ମାରିବାର ସତ୍‌ସାହସ ଦେଖାଇଲାଣି। ଏହା ପ୍ରମାଣ କରୁଛି ଯେ ଗତ କିଛିମାସ ମଧ୍ୟରେ ଆମ କୂଟନୈତିକ ଦକ୍ଷତା ହ୍ରାସ ପାଇଛି, ଯେଉଁଥିପାଇଁ ସବୁ ପଡ଼ୋଶୀ ବିରୋଧୀ ପାଲଟିଗଲେଣି। ଏହି ଅବସ୍ଥାର ବ୍ୟବସ୍ଥା ହେଉଛି ସରକାରଙ୍କ ପ୍ରଥମ ଗୁରୁଦାୟିତ୍ୱ। ଏଠାରେ ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଓ୍ବିଲ୍‌ଷ୍ଟନ୍‌ ଚର୍ଚ୍ଚିଲଙ୍କ କଥା ମନେପଡ଼େ। ଚର୍ଚ୍ଚିଲ କହିଥିଲେ ଯେ “କୂଟନୀତି ହେଉଛି ଏଭଳି ଏକ କଳା ଯାହା ମାଧ୍ୟମରେ ତୁମେ ଅନ୍ୟମାନଙ୍କୁ ନର୍କକୁ ଯିବାକୁ କହିବ। କହିବାର ଢଙ୍ଗ ଏଭଳି ହେବା ଦରକାର ଯେ ସେମାନେ ମାର୍ଗଦର୍ଶାଇବାକୁ ଅନୁରୋଧ କରିବେ।”


Enter your email to get our daily news in your inbox.

All Right Reserved By Dharitri.Com

ମନସ୍କାମନା ପୂର୍ଣ୍ଣହେଉ

ବିଶ୍ୱାସ, ଆବେଗ, ମାନସିକତା, ସମର୍ପଣ ଆଦି ମଣିଷ ମନରେ ବିଭିନ୍ନ ସମୟରେ ବିଶେଷ ଭାବରେ ପ୍ରତିଫଳିତ ହୋଇଥାଏ। ସାମାଜିକ ଜୀବନ ପ୍ରଣାଳୀ ଓ ମାନସିକତାର ସନ୍ତୁଳନରେ ମଣିଷ…

ଚାପରେ ଶିକ୍ଷାନୁଷ୍ଠାନ

ଭାରତୀୟ ଶିକ୍ଷା ବ୍ୟବସ୍ଥା ବିଶ୍ୱର ଅନ୍ୟତମ ବୃହତ୍ତମ ବ୍ୟବସ୍ଥା, ଯାହା ପ୍ରାଥମିକ, ଉଚ୍ଚ ପ୍ରାଥମିକ, ମାଧ୍ୟମିକ, ଉଚ୍ଚ ମାଧ୍ୟମିକ ଏବଂ ଉଚ୍ଚଶିକ୍ଷା ସ୍ତରରେ ବିଭକ୍ତ। ବର୍ତ୍ତମାନ ଏହା…

ଯେଣେତେଣେ ବିଭାଜନ

ଗୋଟେ କଥା ଭାରତବ୍ୟାପୀ ଚର୍ଚ୍ଚା ହେଉଛି ଯେ, ଦୀର୍ଘ ବର୍ଷ ଧରି ଦେଶର ପାରମ୍ପରିକ ରାଜନୈତିକ ଦଳ ଯେଉଁ ପ୍ରକାର ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇ ନ…

ଏଇ ଭାରତରେ

ଶିକ୍ଷା କେବଳ ସରକାରୀ ଚାକିରି ପାଇଁ ଉଦ୍ଦିଷ୍ଟ ନୁହେଁ, ବରଂ ଆତ୍ମନିର୍ଭରଶୀଳତା ସକାଶେ ବାଟ କଢ଼ାଇ ନିଏ, ଯାହା ପ୍ରମାଣ କରିଛନ୍ତି କଶ୍ମୀରର ଜଣେ ମହିଳା। ବନ୍ଦିପୋରାର…

ବାମପନ୍ଥୀ ଓ ସାମ୍ୟବାଦ

ବାମପନ୍ଥୀ ଚିନ୍ତାଧାରାର ସ୍ରଷ୍ଟା କାର୍ଲ ମାର୍କ୍ସ ନୁହନ୍ତି, ବରଂ ସେ ହେଉଛନ୍ତି ଅନେକ ବାମପନ୍ଥୀଙ୍କ ପରି ଜଣେ। ବାମପନ୍ଥୀ ଓ ଦକ୍ଷିଣ ପନ୍ଥୀ କଥା ପ୍ରଥମେ ଆଲୋଚନାକୁ…

ରାଜନୀତିର ଚତୁର ବ୍ୟବସାୟୀ

ଓଡ଼ିଆ ଲୋକସାହିତ୍ୟ ଓ ଗ୍ରାମୀଣ ଚେତନାରେ ଏକ ଢଗ ରହିଛି-‘ପାନ ଗୁଆ ଖଇର ଗୁଆକାତି, ଭଲ ବ୍ୟବସାୟ ରାଜନୀତି।’ ସମସାମୟିକ ସାମାଜିକ ଓ ରାଜନୈତିକ ବ୍ୟବସ୍ଥାରେ ଏହି…

ପାକୁଆ ପାଟିରେ ମାଂସ

ନିଜର ବୟସ ବଢ଼ିଯିବା ଓ ରାଜନୀତି ଏବେ ‘ଅତ୍ୟଧିକ ପ୍ରଦୂଷିତ’ ହୋଇଯାଇଥିବା ଦର୍ଶାଇ କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ୭୯ ବର୍ଷୀୟ ସିଦ୍ଦାରାମୈୟା ୨୦୨୮ ବିଧାନସଭା ନିର୍ବାଚନ ଲଢ଼ିବେ…

ଏଇ ଭାରତରେ

ଉତ୍ତରପ୍ରଦେଶ କାନପୁର, ପ୍ରୟାଗରାଜ ଓ ଫାରୁଖାବାଦର ବିଭିନ୍ନ ପ୍ରାଥମିକ ବିଦ୍ୟାଳୟରେ ୧୦,୦୦୦ରୁ ଊର୍ଦ୍ଧ୍ୱ ଗଛ ଲଗାଯାଇଥିବାବେଳେ ସେଥିରୁ ୭୫ ପ୍ରତିଶତ ଗଛ ବଞ୍ଚାଇବାରେ ସଫଳ ହୋଇଛନ୍ତି ପିଲମାନେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri