Posted inଖେଳ

ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଧୋନୀ କିଛି ସମୟ ନେବେ: ଫ୍ଲେମିଂ

ଶାରଜା,୨୪।୯(ପି.ଟି.): ଶ୍ରେଷ୍ଠ ଫିନିଶର ଭାବେ ଜଣାଶୁଣା ଥିବା ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଉପରେ ପ୍ରଶଂସକମାନେ ସବୁବେଳେ ବହୁତ ଆଶା ରଖିଥାନ୍ତି। ପ୍ରଥମ ମ୍ୟାଚ୍‌ରେ ଧୋନୀ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଦଳକୁ ଜିତାଇ ପାରି ନ ଥିବାରୁ ଚେନ୍ନାଇ ପ୍ରଶଂସକ ନିରାଶ ହୋଇଛନ୍ତି। ଦଳର ହେଡ୍‌ କୋଚ୍‌ ଷ୍ଟିଫାନ ଫ୍ଲେମିଂ ହୃଦୟଙ୍ଗମ କରିଛନ୍ତି। ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ଧୋନୀ କିଛି ସମୟ ଆବଶ୍ୟକ କରିବେ ବୋଲି ସେ କହିଛନ୍ତି।
ମଙ୍ଗଳବାର ମ୍ୟାଚ୍‌ରେ ଧୋନୀ ୭ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ। ଫଳରେ ଅଧିକ ବଲ୍‌ ଖେଳିପାରି ନ ଥିଲେ। ଫଳରେ ଦଳ ମାତ୍ର ୧୬ ରନରେ ପରାସ୍ତ ହୋଇଥିଲା। ଧୋନୀ ୧୭ ବଲ୍‌ ଖେଳି ୩ ଛକା ସହ ୨୯ରନ କରି ଅପରାଜିତ ରହିଥିଲେ। ବର୍ଦ୍ଧିତ ଦୁଇ ସପ୍ତାହର କ୍ୱାରାଣ୍ଟାଇନ୍‌ ତାଙ୍କ ପ୍ରସ୍ତୁତିରେ ବାଧା ପହଞ୍ଚାଇଥିଲା ବୋଲି ଧୋନୀ କହିଛନ୍ତି। ଅଧିକ ଅଭ୍ୟାସ କରିବାକୁ ସମୟ ପାଇ ନ ଥିଲେ। ଆଇପିଏଲ୍‌ ପୂର୍ବରୁ ସେ ଅଧିକ ପରିମାଣର କ୍ରିକେଟ ଖେଳି ନ ଥିଲେ ବୋଲି ମ୍ୟାଚ୍‌ ପରେ ଖବରଦାତା ସମ୍ମିଳନୀରେ ଫ୍ଲେମିଂ କହିଛନ୍ତି। ଦଳ ପରାସ୍ତ ହୋଇଥିଲେ ମଧ୍ୟ ବ୍ୟାଟିଂକୁ ନେଇ ଆମେ ସେତେଟା ବ୍ୟସ୍ତ ନୁହଁ । ନିଜ ପୂର୍ବରୁ ଧୋନୀ କେଦାର ଯାଦବ ଓ ସାମ କୁରାନଙ୍କୁ ବ୍ୟାଟିଂ କରିବାକୁ ପଠାଇଥିଲେ। ଆଗାମୀ ମ୍ୟାଚ୍‌ଗୁଡିକରେ ଧୋନୀ ତାଙ୍କ ଚମକ ଦେଖାଇବାକୁ ସକ୍ଷମ ହେବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏହି କାରଣରୁ ବଡ଼ ଇନିଂସ ଖେଳିପାରୁନାହାନ୍ତି କୋହଲି

ମୋହାଲି,୫।୩: ଶ୍ରୀଲଙ୍କା ବିପକ୍ଷରେ ଭାରତ ଖେଳୁଥିବା ପ୍ରଥମ ଟେଷ୍ଟ ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ପାଇଁ ସ୍ବତନ୍ତ୍ର ଥିଲା। କାରଣ ଏହା ତାଙ୍କ କ୍ୟାରିୟରର ୧୦୦ତମ...

ହିଟ୍‌ଲରଙ୍କ ଶାସନରେ ଆରମ୍ଭ ହୋଇଥିଲା ଅଲିମ୍ପିକ୍‌ ମଶାଲ ରିଲେ

ଟୋକିଓ, ୧୯।୩(ଏପି)- ବିଶ୍ୱ କ୍ରୀଡ଼ା ସର୍ବଶ୍ରେଷ୍ଠ ମହାକୁମ୍ଭ ଅଲିମ୍ପିକ୍ସ ସହିତ ମଶାଲ ରିଲେ ପାରମ୍ପରିକ ଭାବେ ଯୋଡିହୋଇ ଆସିଛି। ତେବେ ଆଧୁନିକ ଅଲିମ୍ପିକ୍ସ ସହିତ ଏହା...

ବିଶ୍ୱ ଆଥଲେଟିକ୍‌ ଚାମ୍ପିୟନଶିପ୍‌: ଉନ୍ନତ ପ୍ରଦର୍ଶନ ନେଇ ଦୂତୀ ଆଶାବାଦୀ

ଭୁବନେଶ୍ୱର, ୨୩।୯(ସ୍ପୋଟର୍‌ସ ବ୍ୟୁରୋ)- ଚଳିତମାସ ୨୭ ତାରିଖରେ ଦୋହାଠାରେ ଆରମ୍ଭ ହେବାକୁ ବିଶ୍ୱ ଆଥଲେଟିକ୍‌ ଚାମ୍ପିୟନଶିପ୍‌। ଏଥିରେ ଭାଗ ନେବାକୁ ଯାଉଥିବା ଭାରତର ଦ୍ରୁତତମ ମହିଳା...

ମଞ୍ଜୁଳାମଣି ରାଜ୍ୟ ଓପନ ବ୍ଲିଜ୍‌ ଚେସ୍‌: ସ୍ବୟମ୍ସ ଚାମ୍ପିୟନ

ଭୁବନେଶ୍ୱର, ୧୬।୧୨(କ୍ରୀଡ଼ା ପ୍ରତିନିଧି)- ଏସଆର ଚେସ୍‌ ସେଣ୍ଟର ଓ ଆମ ପରିବାରର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଜାଭିୟର ଛକସ୍ଥିତ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ରିସର୍ଚ୍ଚ...

ବିଶ୍ୱ ବ୍ୟାଡ୍‌ମିଣ୍ଟନ ର଼୍ୟାଙ୍କିଙ୍ଗ୍‌: ଟପ୍‌-୧୦ରେ ସାଇ ପ୍ରଣୀଥ

ନୂଆଦିଲ୍ଲୀ, ୧୩।୧୧(ପି.ଟି.)-ମଙ୍ଗଳବାର ପ୍ରକାଶିତ ବିଶ୍ୱ ବ୍ୟାଡ୍‌ମିଣ୍ଟନ ର଼୍ୟାଙ୍କିଙ୍ଗ୍‌ର ପୁରୁଷ ସିଙ୍ଗଲ୍ସ ଟପ୍‌-୧୦ରେ ସ୍ଥାନ ପାଇଛନ୍ତି ଭାରତର ବି. ସାଇ ପ୍ରଣୀଥ। ସେ ପୂର୍ବ ର଼୍ୟାଙ୍କିଙ୍ଗ୍‌ଠାରୁ ଗୋଟିଏ...

ଫାଇନାଲରେ କାଶ୍ୟପ

କାଲଗାରି,୭।୭(ପି.ଟି.)- ପୂର୍ବତନ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଚାମ୍ପିୟନ ପାରୁପଲ୍ଲୀ କାଶ୍ୟପ ଏଠାରେ ଚାଲିଥିବା କାନାଡା ଓପନ ୧୦୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟ ଫାଇନାଲରେ ପ୍ରବେଶ କରିଛନ୍ତି। ୬ଷ୍ଠ ସିଡ୍‌...

ଟେଷ୍ଟ ସିରିଜ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଶକ୍ତ ଧକ୍କା

କାନପୁର,୨୩।୧୧: ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଶକ୍ତ ଧକ୍କା ଲାଗିଛି। ଆହତ ସମସ୍ୟା କାରଣରୁ...

‘ମହିଳା ହକିର ଅଗ୍ରଗତିରେ ମୁଁ ଉଲ୍ଲସିତ’

ଭୁବନେଶ୍ୱର, ୧୬।୯ (କ୍ରୀଡ଼ା ପ୍ରତିନିଧି): ଓଡ଼ିଶାର ଅନ୍ୟତମ ତାରକା ମହିଳା ହକି ଖେଳାଳି ନମିତା ଟପ୍ପୋ ଗୁରୁବାର ଅବସର ଘୋଷଣା କରିଛନ୍ତି। ଭାରତୀୟ ଦଳର ଜଣେ...

Advertisement
Archives

Model This Week