ଧରିତ୍ରୀ ୟୁଥ୍‌ କନ୍‌କ୍ଲେଭ୍‌-୨୦୨୨: ଆକର୍ଷଣ ଥିଲା ‘କ୍ଲାଇମେଟ ଚେଞ୍ଜ’ର କାର୍ଯ୍ୟଧାରା

ଭୁବନେଶ୍ୱର,୨୪।୧୧(ବ୍ୟୁରୋ): ଧରିତ୍ରୀ’ ପକ୍ଷରୁ ଆୟୋଜିତ ୟୁଥ୍‌ କନ୍‌କ୍ଲେଭ୍‌ର ଅନ୍ୟ ଏକ ଆକର୍ଷଣ ଥିଲା ‘କ୍ଲାଇମେଟ ଚେଞ୍ଜ’ ପ୍ରଦର୍ଶନୀ। ପରିବେଶ ସଂରକ୍ଷଣ ଉପରେ କାମ କରୁଥିବା ଯୁବପିଢୀ ତଥା ଅନୁଷ୍ଠାନମାନଙ୍କ କାର୍ଯ୍ୟଧାରାକୁ ନେଇ ଏକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ମୋଟ୍‌ ୧୩ ଜଣ ବ୍ୟକ୍ତି ତଥା ଅନୁଷ୍ଠାନ ସ୍ଥାନ ପାଇଥିଲେ। ସେମାନଙ୍କ ମଧ୍ୟରେ ଥିଲେ ‘ଓଡ଼ିଶା ପର୍ଯ୍ୟାବରଣ ସଂରକ୍ଷଣ ଅଭିଯାନ’ (ଓପିଏସ୍‌ଏ)। ଏହାର ପ୍ରତିଷ୍ଠାତା ସଭାପତି ହେଉଛନ୍ତି ସୌମ୍ୟରଞ୍ଜନ ବିଶ୍ୱାଳ। ଅସ୍ତରଙ୍ଗର ଏହି ଅଭିଯାନ ୨୦୧୪ରୁ ଉପକୂଳ ଓଡ଼ିଶାରେ ଅଲିଭ୍‌ରିଡ୍‌ଲେ କଇଁଛ ଏବଂ ହେନ୍ତାଳ ବନ ସୁରକ୍ଷା ଉପରେ କାର୍ଯ୍ୟ କରୁଛି। ସେହିପରି ପ୍ରଦର୍ଶନୀରେ ‘ସାତ୍ତ୍ୱିକ ସୋଲ୍‌ ଫାଉଣ୍ଡେଶନ’(ଏସ୍‌ଏସ୍‌ଏଫ୍‌) ସ୍ଥାନ ପାଇଥିଲା। ଏସ୍‌ଏସ୍‌ଏଫ୍‌ରେ ୧ହଜାରରୁ ଊର୍ଦ୍ଧ୍ୱ ସଦସ୍ୟ ରହିଥିବା ବେଳେ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ଉପରେ ଲୋକଙ୍କୁ ସଚେତନ କରାଉଛନ୍ତି।

ସମୁଦ୍ରକୂଳରୁ ଆରମ୍ଭ କରି ପାହାଡ଼, ଜଙ୍ଗଳ ଅଞ୍ଚଳ, ପର୍ଯ୍ୟଟନ ସ୍ଥଳ, ସର୍ବସାଧାରଣ ସ୍ଥାନ, ନଦୀକୂୂଳ ଅଞ୍ଚଳ ସହ ବିଭିନ୍ନ ସ୍କୁଲ, କଲେଜ ଏବଂ ଶିକ୍ଷାନୁଷ୍ଠାନରେ କର୍ମଶାଳା ଆୟୋଜନ କରି ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ସେହିପରି ପ୍ରଦର୍ଶନୀର ଅନ୍ୟତମ ଆକର୍ଷଣ ସାଜିଥିଲା ଅନୁଗୋଳର ‘ସାଥି ପରିବାର’। ଜଙ୍ଗଲରେ ନିଆଁ ଲାଗିବା ଦ୍ୱାରା ଜୈବ ବିବିଧତା ନଷ୍ଟ ହେଉଛି। ଏଥିସହ ବନ୍ୟ ଜୀବଜନ୍ତୁଙ୍କ ଜୀବନ ପ୍ରତି ବିପଦ ଦେଖା ଦେଉଛି। ତେଣୁ ଲୋକଙ୍କୁ ସଚେତନ କରିବା ପାଇଁ ମଙ୍ଗ ଧରିଛନ୍ତି ସିଦ୍ଧାର୍ଥ ପ୍ରଧାନ।

କେବଳ ସେତିକି ନୁହେଁ, ଅନୁଗୋଳକୁ ସାପ କାମୁଡ଼ା ମୃତ୍ୟୁଶୂନ୍ୟ ଜିଲା ଭାବେ ପରିଣତ କରିବା ପାଇଁ ସାଥି ପରିବାର ଲକ୍ଷ୍ୟ ରଖିଛି। ଏଥିପାଇଁ ଗତ ୩ବର୍ଷ ମଧ୍ୟରେ ଏକାଧିକ ବିଦ୍ୟାଳୟ ଏବଂ ପ୍ରାୟ ୧ଶହ ଗ୍ରାମରେ ସାପ କାମୁଡ଼ାକୁ ନେଇ ସଚେତନତା କାର୍ଯ୍ୟକ୍ରମ କରାଯାଇଛି। ସେହିପରି ୟୁନିସେଫ୍‌ ଦ୍ୱାରା ପରିଚାଳିତ‘ୟୁଥ୍‌ ଫର୍‌ ଓ୍ବାଟର’ ଏକ ମହତ୍ତ୍ୱାକାଂକ୍ଷୀ ଅଭିଯାନ। ଏହି ଅଭିଯାନ ପକ୍ଷରୁ ୧ଲକ୍ଷ ୩୫ହଜାରରୁ ଅଧିକ ଯୁବତୀ ଯୁବକଙ୍କ ପାଖରେ ଜଳବାୟୁ ପରିବର୍ତ୍ତନ ଏବଂ ଜଳ, ପରିମଳ ଓ ସ୍ବଚ୍ଛତା(ଓ୍ବାସ୍‌) ଉପରେ ସଚେତନତାବାର୍ତ୍ତା ପହଞ୍ଚି ପାରିଛି।

ଅପରପକ୍ଷେ କେବଳ ଅନୁଷ୍ଠାନ ନୁହେଁ ବରଂ ବ୍ୟକ୍ତିଗତ ସ୍ତରରେ ମଧ୍ୟ ଅନେକ ପରିବେଶର ସୁରକ୍ଷା ପାଇଁ ଅଣ୍ଟା ଭିଡିଛନ୍ତି। ସେମାନଙ୍କ କାର୍ଯ୍ୟଧାରାକୁ ମଧ୍ୟ ପ୍ରଦର୍ଶନୀରେ ସ୍ଥାନ ଦିଆଯାଇଥିଲା। ସେମାନଙ୍କ ମଧ୍ୟରେ ଅଛନ୍ତି ଗଞ୍ଜାମ ଜିଲା ଶେରଗଡ଼ର ନିରାକାର ବିଶୋଇ, ଖୋର୍ଦ୍ଧା ଜିଲା ବାଲିପାଟଣାର ରାହୁଲ ମହାରଣା, ନୟାଗଡ଼ ଜିଲାର ପପୁନ ସାହୁ, ପୁରୀ ଜିଲା ଗୋପ ବ୍ଲକ ଅନ୍ତର୍ଗତ ସିମିଳି ଗ୍ରାମ ପଞ୍ଚାୟତର ସମିତି ସଭ୍ୟ ବିଶ୍ୱଜିତ୍‌ ସ୍ବାଇଁ, ପାରାଦୀପର ଅମରେଶ ନରେଶ ସାମନ୍ତ, କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ଅଧୀନ ଓରଟ ଗ୍ରାମର ବାପି ଗୋଛାୟତ, ଢେଙ୍କାନାଳର ଶୁଭ୍ରାଂଶୁ କୁମାର ଶତପଥୀ, ଗଞ୍ଜାମ ଜିଲାର ସାଗର ପାତ୍ର, ଜନ୍ମେଜୟ ମିଶ୍ର।


Enter your email to get our daily news in your inbox.

All Right Reserved By Dharitri.Com

ଚଳନ୍ତା ଟ୍ରେନରୁ ହଠାତ୍ ଡ଼େଇଁ ପଡ଼ିଲେ ଏକାଧିକ ଯାତ୍ରୀ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୭।୧୦: ଉତ୍ତରପ୍ରଦେଶର ବାରାବଙ୍କିରୁ ସାମ୍ନାକୁ ଆସିଛି ଚକିତ କରିଦେବା ଭଳି ଭିଡିଓ । ଚଳନ୍ତା ଟ୍ରେନରୁ ଡେଇଁ ଯାତ୍ରୀମାନେ ଦୌଡ଼ି ପଳାଉଥିବାର ଦୃଶ୍ୟ ଏବେ ସୋସିଆଲ୍ ମିଡିଆରେ…

କଟକରେ ଚାଞ୍ଚଲ୍ୟ: କାଠଯୋଡ଼ି ପଠାରେ ପଡ଼ିଛି ଯୁବତୀଙ୍କ ରକ୍ତରଞ୍ଜିତ ମୃତଦେହ, ବାଦାମବାଡ଼ି ପୋଲିସର…

କଟକ,୭।୧୦: କଟକ କାଠଯୋଡ଼ି ନଦୀପଠାରୁ ଜଣେ ଅଜଣା ଯୁବତୀଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ପୁରୀଘାଟ ଥାନା ନିକଟସ୍ଥ କାଠଯୋଡ଼ି ପଠାରେ ମୃତଦେହଟି ପଡ଼ିଥିବା ଦେଖିବାକୁ ମିଳିଛି।…

ପଶ୍ଚିମବଙ୍ଗ ରାଜନୀତିରେ ହଲଚଲ: ମିଥୁନ୍ ଚକ୍ରବର୍ତ୍ତୀଙ୍କୁ ମିଳିଲା ବଡ଼ ଦାୟିତ୍ବ, କ୍ୟାବିନେଟ୍….

କୋଲକାତା,୭।୧୦: ପଶ୍ଚିମବଙ୍ଗ ସରକାରରେ ଅଭିନେତା ତଥା ଭାଜପା ନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ବଡ଼ ଦାୟିତ୍ବ ମିଳିଛି । ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ସରକାର ମିଥୁନଙ୍କୁ ସୂଚନା ଓ…

ଭୟଙ୍କର ଦୁର୍ଘଟଣା; ଟ୍ରକ୍‌-ବାଇକ୍‌ ଧକ୍କାରେ ଆଖିବୁଜିଲେ ଉପେନ୍ଦ୍ର

ପାରଳାଖେମୁଣ୍ଡି, ୭।୧୦ (ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ୍‌ ଅନ୍ତର୍ଗତ ଗୁରାଣ୍ଡା ଥାନା ପାଟିକୋଟା ଗ୍ରାମ ନିକଟରେ ଟ୍ରକ୍‌-ବାଇକ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି…

ଆଡଭାନୀଙ୍କୁ ବାସଭବନରେ ସାକ୍ଷାତ କଲେ ମୋଦି, କହିଲେ….

ନୂଆଦିଲ୍ଲୀ,୭।୧୦: ଭାରତୀୟ ରାଜନୀତିରେ ନରେନ୍ଦ୍ର ମୋଦିଙ୍କ ଶାସନ ଯାତ୍ରାକୁ ୨୫ ବର୍ଷ ପୂରିଛି। ଏହି ଅବସରରେ ବୁଧବାର ଭାଜପାର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ତାଙ୍କ ବାସଭବନରେ…

କେନ୍ଦ୍ରାପଡ଼ାରେ ଚାଞ୍ଚଲ୍ୟ, କଲେଜରେ ପଶି ଅଧ୍ୟାପିକାଙ୍କୁ ଅସଦାଚରଣ କଲେ….

କେନ୍ଦ୍ରାପଡା,୭।୧୦(ଜଗନ୍ନାଥ ଧଳ): କେନ୍ଦ୍ରାପଡା ସଦର ଥାନା ଅଧୀନ ଏକ କେଲଜ ଅଧ୍ୟାପିକାଙ୍କୁ ଅସଦାଚରଣ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଜଣେ ଅଭିଭାବକ କଲେଜରେ ପଶି ତାଙ୍କୁ…

ରଣଜୀ ଟିମ୍‌ରେ କଳାହାଣ୍ଡିର ଦିନେଶ ମାଝୀ, ଛୁଟୁଛି ଶୁଭେଚ୍ଛାର ସୁଅ

ଭବାନୀପାଟଣା,୭।୧୦(ଉତ୍ତମ କୁମାର ଦାଶ): ଓଡ଼ିଶା କ୍ରିକେଟ ଆସୋସିଏସନ୍ ପକ୍ଷରୁ ୨୦୨୬-୨୭ ସିଜନ ଡୋମେଷ୍ଟିକ୍ ବିସିସିଆଇ ଟୁର୍ନାମେଣ୍ଟର ପ୍ରଥମ ଦୁଇଟି ମ୍ୟାଚ୍ ପାଇଁ ଓଡ଼ିଶା ରଣଜୀ ଦଳର ୧୭…

ଜ୍ଞାନେଶ କୁମାରଙ୍କ ବିରୋଧରେ ବିରୋଧୀଙ୍କ ଆନ୍ଦୋଳନ ଜାରି, ରାହୁଲଙ୍କୁ ଉଠାଇ ନେଲା ପୋଲିସ

ନୂଆଦିଲ୍ଲୀ,୭।୧୦: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ବିରୋଧୀ ଦଳଗୁଡ଼ିକର ଆନ୍ଦୋଳନ ଥମିବାର ନାଁ ନେଉନାହିଁ । ମଙ୍ଗଳବାର ଦିନତମାମ ଧାରଣା ପରେ ଆଜି ‘ଇଣ୍ଡିଆ’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?