Advertisement

ଝିଅର ନାମକରଣ କଲେ ଆଲିଆ-ରଣବୀର

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ରଣବୀର କୁପର ନିକଟରେ ମା’ବାପା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ତେବେ ତାଙ୍କ ଝିଅର ନାମ କ’ଣ ସେନେଇ ସସ୍‌ପେନ୍ସ ଜାରି ରହିଥିଲା। ହେଲେ ଗୁରୁବାର ସବୁ ସସ୍‌ପେନ୍ସରୁ ପର୍ଦ୍ଦା ଉଠିଛି। ଆଲିଆ ଓ ରଣବୀର ନିଜ ଝିଅର ନାମକରଣ କରିଛନ୍ତି। ସେ ତାଙ୍କ ଝିଅଙ୍କ ନାଁ ରାହା ରଖିଛନ୍ତି। ଏହି ନାମ ଜେଜେମା ତଥା ନୀତୁ କପୁର ଚୟନ କରିଛନ୍ତି। ରଣବୀର ଏବଂ ଆଲିଆ କେବଳ ଝିଅର ନାମ କହିନାହାନ୍ତି ବରଂ ପ୍ରତ୍ୟେକ ଭାଷାରେ ସେହି ନାମର ଅର୍ଥ ମଧ୍ୟ ବୁଝାଇଛନ୍ତି। ଝିଅ ରାହାକୁ ଦୁହେଁ ହାତରେ ଧରିଥିବା ବେଳେ ସାମ୍ନାରେ ଝୁଲା ହୋଇଥିବା ଏକ ଜର୍ସିରେ ରାହା ନାମଲେଖା ହୋଇଥିବା ଦେଖିବାକୁ ମିଳିଛି। ଏହି ଫଟୋକୁ ଆଲିଆ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ସେ ଲେଖିଛନ୍ତି, ଝିଅ ରାହାର ନାମ ତାଙ୍କ ଜେଜେମା ଦେଇଛନ୍ତି। ଏହି ନାମର ବହୁ ସୁନ୍ଦର ଅର୍ଥ ରହିଛି। ରାହା ଶବ୍ଦର ଅର୍ଥ ହେଉଛି ଦିବ୍ୟ ପଥ, ସ୍ବାହିଲିରେ ଏହାର ଅର୍ଥ ହେଉଛି ସୁଖ, ସଂସ୍କୃତରେ ଏହାର ଅର୍ଥ ଗୋତ୍ର, ବଙ୍ଗାଳୀରେ ଏହାର ଏହାର ଅର୍ଥ ବିଶ୍ରାମ ଓ ଆଶ୍ୱସ୍ତି। ସେହିପରି ଆରବିକ୍‌ରେ ଏହାର ଅର୍ଥ ଶାନ୍ତି, ସୁଖ, ସ୍ବାଧୀନତା। ଝିଅର ପ୍ରଥମ ନାମର ଅକ୍ଷରକୁ ଆମେ ସମସ୍ତେ ଅନୁଭବ କରିଛୁ। ଧନ୍ୟବାଦ ରାହା, ଆମ ଜୀବନରେ ଖୁସି ଆଣିଥିବାରୁ।


Enter your email to get our daily news in your inbox.

All Right Reserved By Dharitri.Com

ଦୀପିକାଙ୍କ ଫଟୋ ଦେଖି କ’ଣ କହୁଛନ୍ତି ଦର୍ଶକ

ମୁମ୍ବାଇ: ବଲିଉଡ୍‌ କୁଇନ୍‌ ଦୀପିକା ପାଦୁକୋନ ଓ ରଣବୀର ସିଂ ବିବାହ କରିବା ପରେ ଅଧିକାଂଶ ସମୟ ରହୁଛନ୍ତି ଚର୍ଚ୍ଚାରେ। ଉଭୟ ସୋସିଆଲ ମିଡିଆରେ ବେଶ୍‌...

ଏବେ ବି ଆଇସିୟୁରେ ଅଛନ୍ତି ସୁରସମ୍ରାଜ୍ଞୀ ଲତା ମଙ୍ଗେସ୍‌କର, ଆରୋଗ୍ୟ କାମନା କଲେ ପ୍ରଶଂସକ

ମୁମ୍ବାଇ: ଭାରତରତ୍ନ ତଥା ସୁରସମ୍ରାଜ୍ଞୀ ଲତା ମଙ୍ଗେସକର ଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଆଇସିୟୁରେ ରଖାଯାଇଛି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଧୀରେ ଧୀରେ...

ଶାହାରୁଖ୍‌ଙ୍କ ପରି ଜନ୍ମଦିନ ପାଳିବାକୁ ଚାହୁଥିବା କହିଲେ ଏହି ବ୍ୟକ୍ତି: ସୋନୁ ସୁଦଙ୍କ ଏପରି ଉତ୍ତର ଲୋକଙ୍କ ହୃଦୟ ଜିତିଲା

ଲୋକଙ୍କ ପାଇଁ ଏବେ ପ୍ରକୃତ ହିରୋ ପାଲଟିଛନ୍ତି ବଲିଉଡ୍‌ ଅଭିନେତା ସୋନୁ ସୁଦ। ମହାମାରୀ କରୋନା ସମୟରୁ ଆଜି ପର୍ଯ୍ୟନ୍ତ ସେ ଯେପରି ଭାବେ ଅସହାୟ...

‘ଜୟେଶଭାଇ ଜୋରଦାର୍‌’ରେ ନଜର ଆସିବେ ରଣବୀର: ଲୁକ୍‌ ଭାଇରାଲ

ବଲିଉଡ୍‌ ଫିଲ୍ମ ‘୮୩’ ପରେ ଅଭିନେତା ରଣବୀର ସିଂହ ଖୁବ୍‌ଶୀଘ୍ର ‘ଜୟେଶଭାଇ ଜୋରଦାର’ରେ ନଜର ଆସିବେ। ଏଥିପାଇଁ ସେ ଏବେଠୁ ସଜବାଜ ଆରମ୍ଭ କଲେଣି। ଇନ୍‌ଷ୍ଟାଗ୍ରାମ୍‌ରେ...

ଲକ୍‌ଡାଉନରେ ରାଖୀ ବିକ୍ରି କରୁଛନ୍ତି ‘ସାଥ୍‌ ନିଭାନା ସାଥିଆ’ ଫେମ୍‌ ଅଭିନେତ୍ରୀ

ମୁମ୍ବାଇ: କରୋନା ମହାମାରୀ ଯୋଗୁ ସାରା ଦେଶରେ ଲକ୍‌ଡାଉନ ଲାଗୁ ହୋଇଥିବାରୁ ଲକ୍ଷ ଲକ୍ଷ ଲୋକଙ୍କ ଆୟ ପ୍ରଭାବିତ ହୋଇଛି। ଏଥିରୁ ଫିଲ୍ମ ଇଣ୍ଡଷ୍ଟ୍ରି କି...

ତୁର୍କିର ଫାଷ୍ଟ ଲେଡିଙ୍କୁ ଭେଟିଲେ ଆମିର

ମୁମ୍ବାଇ: ବଲିଉଡ୍‌ର ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାଁ ବେଶ୍‌ କିଛିଦିନ ବିରତି ପରେ ଏବେ ଶୁଟିଂ ସେଟ୍‌ରେ ନଜର ଆସିଛନ୍ତି। କରୋନା ଭାଇରସ ଯୋଗୁ ବଲିଉଡ୍‌ରେ...

ପୂରଣ ହେଲା ଏକତାଙ୍କ ସ୍ବପ୍ନ

ଏକତା କପୁର ଏବଂ ବିକାଶ ବହଲ ଫିଲ୍ମ ‘ଗୁଡବାୟ’ ମାଧ୍ୟମରେ ପୁଣିଥରେ ଏକାଠି କାମ କରିବାକୁ ଯାଉଛନ୍ତି। ଏଥିରେ ମହାନାୟକ ଅମିତାଭ ବଚ୍ଚନ ଏବଂ ସାଉଥ୍‌...

ବୈବାହିକ ଜୀବନର ଖୁସିରେ ରହିବା ପାଇଁ ଜୟା ବଚ୍ଚନ ନେଇଥିଲେ ଏମିତି ନିଷ୍ପତ୍ତି

ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନ ଇଣ୍ଡଷ୍ଟ୍ରିର ଜଣେ ଚର୍ଚ୍ଚିତ ଦମ୍ପତ୍ତି। ବିବାହର ଏବେ ବର୍ଷ ପରେ ଉଭୟ ନିଜ ସମ୍ପର୍କକୁ ମଜଭୁତ...

Advertisement
Archives

Model This Week