ଦ୍ୱିତୀୟ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବାକୁ ଦାବି

କଟକ,୨୪ା୩(କାର୍ତ୍ତିକ ସାହୁ): ରେଭେନ୍‌ଶା ବିଶ୍ୱବିଦ୍ୟାଳୟର ୟୁଜି ପ୍ରଥମ ବର୍ଷ ଛାତ୍ରୀଛାତ୍ରମାନେ ଦ୍ୱିତୀୟ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବା ପାଇଁ ଦାବି କରି କୁଳପତିଙ୍କୁ ଶନିବାର ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଗତ ୧୪ ତାରିଖ ବିଜ୍ଞପ୍ତି ଅନୁଯାୟୀ ଦ୍ୱିତୀୟ ସେମିଷ୍ଟର ପରୀକ୍ଷା ଆସନ୍ତା ଏପ୍ରିଲ ୨୪ ତାରିଖରୁ ଆରମ୍ଭ ହେବ। ଏହି ପରୀକ୍ଷା ନିମନ୍ତେ ପ୍ରସ୍ତୁତି ପାଇଁ ଛାତ୍ରୀଛାତ୍ରଙ୍କ ନିକଟରେ ସ୍ବଳ୍ପ ସମୟ ରହିଛି। ଯଥେଷ୍ଟ ସମୟ ନ ଥିବାରୁ ପଢ଼ାପଢ଼ି କରି ପ୍ରସ୍ତୁତ ହେବା କଷ୍ଟକର ହେଉଛି। ୟୁଜିସି ଗାଇଡ୍‌ ଲାଇନ୍‌ ଅନୁସାରେ ଦୁଇଟି ସେମିଷ୍ଟର ପରୀକ୍ଷା ମଧ୍ୟରେ ୧୫ରୁ ୧୮ ସପ୍ତାହ ସମୟ ବ୍ୟବଧାନ ରହିବା କଥା। ମାତ୍ର ଏଠାରେ ସମସ୍ତ ରବିବାର, ଛୁଟିଦିନ, କାର୍ଯ୍ୟକ୍ରମ ଆଦିକୁ ମିଶାଇ ମୋଟ୍‌ ୮୨ ଦିନର ସମୟ ବ୍ୟବଧାନ ରହିଛି। ଅପରପକ୍ଷରେ ଦ୍ୱିତୀୟ ସେମିଷ୍ଟର ସିଲାବସ୍‌ ଶେଷ କରିବା ପାଇଁ ଆବଶ୍ୟକ କ୍ଲାସ୍‌ କରାଯାଇନାହିଁ। ପୁଣି ଦ୍ୱିତୀୟ ସେମିଷ୍ଟର ପରୀକ୍ଷା ଯାଏ ଆଉ ମାତ୍ର ୫୫ ଦିନ ସମୟ ରହିଲା। ଏସବୁ କାରଣରୁ ପରୀକ୍ଷା ଘୁଞ୍ଚାଇବା ନିମନ୍ତେ ସେମାନେ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହାଟଡିହୀରେ ଶିକ୍ଷକ ସଂଘର ମହାମନ୍ଥନ! ନୂଆ ଆବାହକ ହେଲେ ଶଶି ଭୂଷଣ ପୁହାଣ, ସମସ୍ୟାର ସମାଧାନ ପାଇଁ ସଜବାଜ

ହାଟଡିହୀ/ଛେନାପଦୀ, ୧୬/୯ (ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଣା ମଠଠାରେ ଏନପିଏସ ଶିକ୍ଷକ ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବରିଷ୍ଠ ଶିକ୍ଷକ ଶଶି…

ଗଣେଶ ବିସର୍ଜନ ବେଳେ ଅଘଟଣ! ଜେନେରେଟରରେ ତେଲ ଢାଳୁ ଢାଳୁ ଲାଗିଲା ନିଆଁ, ଯୁବକ…

ଝରିଗାଁ, ୧୬।୯ (କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅନ୍ତର୍ଗତ ସାନଟେମେରା ଗ୍ରାମରେ ଗଣେଶ ମୂର୍ତ୍ତି ବିସର୍ଜନ ଶୋଭାଯାତ୍ରା ସମୟରେ ଏକ ଅଭାବନୀୟ ଘଟଣା…

ଅଲଟୋ କାର୍ ଭିତରେ ଗଞ୍ଜେଇର ପାହାଡ଼! ଧରାପଡ଼ିଲେ ଗୌରୀଶଙ୍କର, ସହଯୋଗୀ ଫେରାର

ପୁରୁଷୋତ୍ତମପୁର,୧୬।୯(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପୋଲିସକୁ ମିଳିଛି ବଡ଼ ସଫଳତା। ଗଞ୍ଜେଇ ଚାଲାଣ ବେଳେ ପୋଲିସ ଚଢ଼ଉ କରି ୯୫ କେଜି ଗଞ୍ଜେଇ ସହ ଏକ…

ବୀରମିତ୍ରପୁର ଅଞ୍ଚଳରେ ଲଜ୍ଜା; ଜଙ୍ଗଲରେ ୨ନାବାଳିକାଙ୍କୁ ଗଣ ବଳାତ୍କାର, ୫ ଜଣ…

କୁଆଁରମୁଣ୍ଡା,୧୬।୯(ମହେନ୍ଦ୍ର କୁମାର ସାହୁ) : ବୀରମିତ୍ରପୁର ଥାନା ଅଞ୍ଚଳରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ୨ ଜଣ ନାବାଳିକାଙ୍କୁ ଏକ ଜଙ୍ଗଲରେ ୫ ଜଣ…

ଦିଗପହଣ୍ଡିରେ ମଧୁବୈଶ୍ଯ ସମାଜର ବାର୍ଷିକ ସମ୍ମିଳନୀ ; ପାରମ୍ପରିକ ବ୍ୟବସାୟର ପ୍ରଚାର ପ୍ରସାର ଉପରେ ବିଧାୟକଙ୍କ ଗୁରୁତ୍ୱ

ଦିଗପହଣ୍ଡି,୧୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ହାଟତୋଟା ସ୍ଥିତ ଗୁପ୍ତେଶ୍ବର ଶୈବପୀଠ ପରିସରରେ ବଡଖେମୁଣ୍ଡି ତାଲୁକା ମଧୁବୈଶ୍ଯ (ଗୁଡିଆ) ସମାଜର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି…

ଥୁଆମୂଳ ରାମପୁରରେ ମା’ ମାଣିକେଶ୍ୱରୀଙ୍କ ବାଲିଯାତ୍ରା ଓ ଦଶହରା ପୂଜାସୂଚୀ ପ୍ରକାଶିତ, ଝାମୁଯାତ୍ରା…

ଥୁଆମୂଳ ରାମପୁର,୧୬।୯(ଦୁର୍ଗା କୀର୍ତ୍ତି) : କଳାହାଣ୍ଡି ଜିଲାର ପ୍ରସିଦ୍ଧ ଆଧ୍ୟାତ୍ମିକ ପୀଠ ଇଷ୍ଟଦେବୀ ହେଉଛନ୍ତି ମା’ ମାଣିକେଶ୍ୱରୀ । ଥୁଆମୂଳ ରାମପୁର ଠାରେ ଚଳିତ ୨୦୨୬ ବର୍ଷର…

ବାପାଙ୍କ ଛୁରାମାଡ଼ରେ ପୁଅଙ୍କ ଚାଲିଗଲା ଜୀବନ, ନୂଆଁଖାଇରେ ହୋଇଥିଲା ରକ୍ତପାତ

ଝରିଗାଁ,୧୬।୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ କୁସୁମପାଣି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଗତ ମଙ୍ଗଳବାର ରାତିରେ ବାପାର ଛୁରା ମାଡ଼ରେ…

ଛତ୍ରପୁର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ନୂଆ କର୍ମକର୍ତ୍ତା: ଭୁବନେଶ୍ୱର ରାଲିରେ ଯୋଗ ଦେବାକୁ ଆହ୍ବାନ

ଛତ୍ରପୁର,୧୬ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ (ଏକ୍ସ-କ୍ୟାଡର)ର ଏକ ଜରୁରୀ ବୈଠକ ବୁଧବାର ଯଜ୍ଞଶାଳା କଳ୍ପବଟ ଆଶ୍ରମ ପରିସରରେ ସଂଘର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?