ପରାଜୟ

ଏଭଳି ସବୁ ପ୍ରଶ୍ନ ଅଛି ଯାହା ବିରୋଧୀଙ୍କୁ ପଚାରିବା ଉଚିତ। ମୁଁ ମଧ୍ୟ ନିଶ୍ଚିତ ଯେ, ଅନ୍ୟମାନେ ବି ସେମାନଙ୍କୁ ପଚାରିବା ଦରକାର। ରାଜ୍ୟ ଓ କେନ୍ଦ୍ରରେ ଶାସନ କରୁଥିବା ଦଳ ଉତ୍ତରଦାୟୀ ହେବ କି? ଏମିତିକା ପ୍ରଶ୍ନ ଦଳକୁ ଓ ଦଳର ନେତୃତ୍ୱ ନେଉଥିବା ବ୍ୟକ୍ତିଙ୍କୁ ପଚାରିବା ଆବଶ୍ୟକ। ଏବେ ଏକ ନିର୍ବାଚନ ଶେଷ ହୋଇଛି। ସେହି ନିର୍ବାଚନରେ ପ୍ରଧାନମନ୍ତ୍ରୀ କହିଥିଲେ, ବଜରଙ୍ଗ ଦଳ ଉପରେ ପ୍ରତିବନ୍ଧକ ଅର୍ଥ ହନୁମାନଙ୍କ ଉପରେ ଆକ୍ରମଣ। ଆଉ ଏକ ଶୀର୍ଷକ ‘ପ୍ରଥମେ ସେମାନେ ରାମଙ୍କୁ ବନ୍ଦୀ କରିଦେଲେ, ଏବେ ହନୁମାନ…’ ଖବର ପ୍ରକାଶ ପାଇଥିଲା। କଂଗ୍ରେସ ବଜରଙ୍ଗ ଦଳକୁ ନିଷେଧ କରିବା ଲାଗି ତା’ ନିର୍ବାଚନ ଇସ୍ତାହାରରେ ସ୍ଥାନ ଦେବା ପରେ ମୋଦି ଏଭଳି କହିଛନ୍ତି। ସେ କହିଥିଲେ, ଭାରତରୁ କର୍ନାଟକକୁ ଅଲଗା କରିବାକୁ କଂଗ୍ରେସ ଚେଷ୍ଟା କରୁଛି। ଇଣ୍ଡିଆନ୍‌ ଏକ୍ସପ୍ରେସ୍‌ରେ ପ୍ରକାଶିତ ଖବରରେ ମୋଦି କହିଥିଲେ, କଂଗ୍ରେସର ରାଜକୀୟ ପରିବାର ବିଦେଶ ସରକାରଗୁଡ଼ିକର ଦୃଷ୍ଟାନ୍ତ ଦେଇ କର୍ନାଟକ ପୃଥକୀକରଣ ପାଇଁ ଦାବି କରୁଛି। ଏବେ କର୍ନାଟକ ନିର୍ବାଚନ ଶେଷ ହୋଇଛି ଓ କଂଗ୍ରେସ ଜିତିଛି। ତେବେ ପ୍ରଧାନମନ୍ତ୍ରୀଙ୍କ ବିଶ୍ୱାସକୁ ନେଇ କେନ୍ଦ୍ର କାମ କରିବ କି? ଏହି ପ୍ରଥମ ବିଷୟ ଉପରେ ଆମକୁ ବିଚାର କରିବାକୁ ପଡ଼ିବ। କଂଗ୍ରେସ କର୍ନାଟକର ପୃଥକୀକରଣ ପାଇଁ କହୁଥିଲା ବୋଲି କେତେଜଣ ଭୋଟର ଭାବୁଥିଲେ ଏବଂ ଏହି କାରଣ ପାଇଁ ସେମାନେ କିଭଳି ଭୋଟ ଦେଲେ? ପ୍ରଧାନମନ୍ତ୍ରୀ ଯେଉଁ କଥା କହିଛନ୍ତି ତା’ ଉପରେ ତାଙ୍କର ବିଶ୍ୱାସ ଅଛି କି? ଭୋଟରମାନଙ୍କ ମଧ୍ୟରେ ଭୟ ସୃଷ୍ଟି କରିବା ପାଇଁ ସେମାନଙ୍କୁ ସେ ଏହା କହୁଥିଲେ କି? ପ୍ରଧାନମନ୍ତ୍ରୀ ବାସ୍ତବରେ କଂଗ୍ରେସକୁ ବିରୋଧୀ ଭାବେ ନ ନେଇ ଶତ୍ରୁ ଭାବେ ବ୍ୟବହାର କରିଛନ୍ତି। ଏସବୁ ଘଟଣାକୁ ଏଡ଼ାଇଯିବା ଉଚିତ ନୁହେଁ ଏବଂ ଆମେ ନିଜକୁ ପ୍ରଶ୍ନ କରିବା ଦରକାର ଯେ ସେ ଯାହା କହିଲେ ତାହା ଗ୍ରହଣୀୟ ଥିଲା କି? ମୋ ମତରେ ଏହା ଏକ ପ୍ରହସନ ବା ଜୁମ୍‌ଲା ଥିଲା।
ଦ୍ୱିତୀୟ ବିଷୟ ହେଉଛି, କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ୟେଦୁରପ୍ପା ଓ ଶେଟ୍ଟାରଙ୍କ ଭଳି ନେତାମାନେ କର୍ନାଟକରେ ଦଳ ଗଢ଼ିଥିଲେ। କିନ୍ତୁ ନିର୍ବାଚନ ପୂର୍ବରୁ ସେମାନଙ୍କୁ ସମ୍ପୂର୍ଣ୍ଣ ଅଣଦେଖା କରାଗଲା। ସେମାନଙ୍କ ଦୃ୍‌ଷ୍ଟିକୋଣକୁ ବି ଗ୍ରହଣ କରାଗଲା ନାହିଁ। ୟେଦୁରପ୍ପା ଏକ ସାକ୍ଷାତ୍‌କାରରେ କହିଥିଲେ ଯେ, ହିଜାବ, ଲଭ୍‌ ଜିହାଦ ଏବଂ ଆଉ କିଛି ବିଷୟରେ ସେ ଭାଜପା ସପକ୍ଷରେ ନ ଥିଲେ। ଏହିସବୁ ବିଷୟ ସରକାରଙ୍କର ବିଷୟ ଥିଲା ଓ ସେ ବ୍ୟକ୍ତିଗତ ଭାବେ ବିରୋଧ କରୁଥିବାରୁ କିଛି କହି ନ ଥିଲେ, ଯଦିଓ ସେ ଏହା କରିପାରିଥାଆନ୍ତେ। ଜଣେ ଗଣନେତା ଭାବେ ଗୁରୁତ୍ୱପୂର୍ଣ୍ଣ ତଥା ବାସ୍ତବ ବିଷୟଗୁଡ଼ିକ ଉପରେ ଧ୍ୟାନ ଦେବାକୁ ତାଙ୍କ ଦଳକୁ ସେ କହୁଥିଲେ। ପ୍ରଥମ ପିଢ଼ିର ନେତାମାନଙ୍କ ପରିବର୍ତ୍ତେ ପ୍ରଧାନମନ୍ତ୍ରୀ ଜଣେ ଅତ୍ୟନ୍ତ ଆକ୍ରାମକ ସ୍ବଭାବର ନୂଆ ନେତାଙ୍କୁ ଆଗକୁ ଆଣିଲେ, ଯିଏ ଉତ୍ତରଭାରତର ଭାଜପାର ସଂଖ୍ୟାବହୁଳବାଦ ରାଜନୀତିକୁ ବଢ଼ାଇଥିଲେ। ତାହାର ପରିଣାମ ଏବେ ଆମ ସାମ୍ନାରେ। ପ୍ରଶ୍ନ ହେଉଛି, ଭାଜପା ଦ୍ୱାରା ପ୍ରସ୍ତୁତ ଏହିସବୁ ଅଭିଯାନ ମୋଦିଙ୍କ ଦ୍ୱାରା ପରୋକ୍ଷରେ ସ୍ବୀକୃତ ହୋଇଥିଲା କି? ସେ ଦଳର ପରାଜୟକୁ ସ୍ବୀକାର କରିବା ଉଚିତ କି? ଆମେ କର୍ନାଟକରୁ ଏବେ ନିର୍ବାଚନ ପରିଣାମ ପାଇଥିବାରୁ ଏହି ବିଷୟ ଉପରେ ବିଚାର କରିବାକୁ ହେବ। ଏହି ସ୍ଥିତିରେ ଦେଖିବାକୁ ଗଲେ, ଏକ ଐତିହାସିକ ଘଟଣା ସାମ୍‌ନାକୁ ଆସିଛି। ସହରାଞ୍ଚଳର ଭୋଟରମାନେ ଗ୍ରାମାଞ୍ଚଳ ତୁଳନାରେ କମ୍‌ ଭୋଟ ଦେଇଛନ୍ତି। କିନ୍ତୁ ପ୍ରଧାନମନ୍ତ୍ରୀ ଜୋର୍‌ଦାର ନିର୍ବାଚନ ପ୍ରଚାର ଓ ରୋଡ ଶୋ କରିଥିବା ବେଙ୍ଗାଲୁରୁରେ ରାଜ୍ୟ ତୁଳନାରେ ୧୫ ପଏଣ୍ଟ୍‌ କମ୍‌ ଭୋଟ ହୋଇଛି। କନ୍ନଡ଼ଭାଷୀ ଗୃହିଣୀ ଏବଂ ଶ୍ରମିକମାନେ ପରିବାର ପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ମୂଲ୍ୟ ବୃଦ୍ଧିରେ କେବଳ ପ୍ରଭାବିତ ହୋଇନାହାନ୍ତି, ବରଂ ଏଲ୍‌ପିଜି ସିଲିଣ୍ଡର ମୂଲ୍ୟ ବୃଦ୍ଧିର ଯାତନା ସହୁଛନ୍ତି। ଏହି ମୂଲ୍ୟକୁ ଦେଖିଲେ ଅହମଦାବାଦ, ପାଟନା ଏବଂ ଶ୍ରୀନଗର ତୁଳନାରେ ମହୀଶୂର ଓ ମାଙ୍ଗାଲୁରୁରେ କିଛି ପାର୍ଥକ୍ୟ ନାହିଁ। ବେରାଜଗାର ୨୦୧୮ ଶେଷରୁ ୬%ରୁ ଅଧିକ ରହି ଆସିଛି। ବିଶେଷକରି ଏ କ୍ଷେତ୍ରରେ ଉତ୍ତରପ୍ରଦେଶ ଓ କର୍ନାଟକ ମଧ୍ୟରେ ବି କିଛି ପ୍ରଭେଦ ନାହିଁ। କର୍ନାଟକରେ ଶାସନ ବିରୋଧୀ ହାଓ୍ବା କେବଳ ଦଳ ପାଇଁ ଏକ ବୋଝ ନୁହେଁ। ରାଜ୍ୟ ଭାଜପା ବିରୋଧରେ ଦୁର୍ନୀତି ଅଭିଯୋଗ ଦଳ ଉପରେ ଯେ ପଡ଼ି ନ ଥିବ ତାହା କହିବା କଷ୍ଟକର। କାରଣ ଏହି ସମୟରେ ଆଦାନୀ ମାମଲା କୋର୍ଟର ବିଚାରାଧୀନ ଅଛି, ପାର୍ଲାମେଣ୍ଟରେ ମଧ୍ୟ ଉଠୁଛି। ତୃତୀୟ ବିଷୟ ହେଉଛି, କର୍ନାଟକର ସହର ଓ ଗାଁଗୁଡ଼ିକୁ ଆସନ୍ତା ବର୍ଷ ପୁନର୍ବାର ଏକ ଦଳ ଚୟନ କରିବାକୁ ଯଦି କୁହାଯାଏ ତେବେ ଭାଜପା ବିରୋଧରେ ଯାଇଥିବା ସବୁବିଷୟ ରହିବ ନା ଆପଣାଛାଏଁ ଅଦୃଶ୍ୟ ହୋଇଯିବ ଏ ସମ୍ପର୍କରେ ପ୍ରଶ୍ନ କରିବା ସହ ବୁଝିବାକୁ ପଡ଼ିବ।
ଶେଷ ବିଷୟ ହେଉଛି, ଆମେ ନିଜକୁ କିଛି ପ୍ରଶ୍ନ କରିବା ଦରକାର। ମନେକରିବାକୁ ହେବ ଯେ, ବିଭାଜନ ଓ ଧ୍ରୁବୀକରଣ ସହ ସମ୍ପର୍କ ନ ଥିବା ଘଟଣାଗୁଡ଼ିକ ଲୋକମାନଙ୍କ ଭିତରେ ଆଗରେ ରହିଥିଲା ଓ ସେମାନେ କିଭଳି ଭୋଟ ଦେବେ ତାହା ନିର୍ଦ୍ଧାରଣ କରିଥିଲେ। ବିଭାଜନ ଓ ଧ୍ରୁବୀକରଣ ପ୍ରସଙ୍ଗ ସାମାନ୍ୟ ଥିଲା ନା ଲୋକେ ତାହାକୁ ନକାରାତ୍ମକ ଦୃଷ୍ଟିକୋଣରୁ ଦେଖିଥିଲେ ତାହା ଦେଖିବାକୁ ପଡ଼ିବ। ଯଦି ଏହା ଘଟିଥାଏ ତେବେ ଏଭଳି ବିଷୟଗୁଡ଼ିକ ଆମ ମିଡିଆରେ, ଆମ ରାଜନୈତିକ କ୍ଷେତ୍ରରେ, ଆମ ହ୍ବାଟ୍ସଆପ୍‌ ଗ୍ରୁପ୍‌ରେ ଏବଂ ଆମ ଡାଇନିଂ ଟେବୁଲ ଆଲୋଚନାରେ ଏହା ପ୍ରକାଶ ପାଇଛି ବୋଲି ଆମେ କେମିତି ନିଶ୍ଚିତ ହୋଇପାରିବା। ଗୋଟିଏ ଦେଶ କହିଲେ କେବଳ ରାଜନୈତିକ ଦଳ ସବୁ କିମ୍ବା ଏହାର ନେତାମାନଙ୍କୁ ବୁଝାଏ ନାହିଁ। ଏହା ତାହାର ଲୋକଙ୍କୁ ହିଁ ବୁଝାଏ। ଅଳ୍ପ କେତେ ଜଣ ଲୋକ ଯେଉଁ ରାଜନୀତି କରୁଛନ୍ତି ତାହା ବାସ୍ତବ ରାଜନୀତି ନୁହେଁ। ଲୋକେ ରାଜନୀତିକୁ କିଭଳି ଗ୍ରହଣ କରୁଛନ୍ତି ତାହା ହିଁ ପ୍ରକୃତ ରାଜନୀତି।


Enter your email to get our daily news in your inbox.

All Right Reserved By Dharitri.Com

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?