ଭାରତରେ କଂଗ୍ରେସର ଉତ୍‌ଥାନ, ଓଡ଼ିଶାରେ ପତନ

ଭୁବନେଶ୍ବର, ୧୪।୫(ବ୍ୟୁରୋ):  ଝାରସୁଗୁଡ଼ାରେ କଂଗ୍ରେସର କେବଳ ପରାଜୟ ଘଟି ନାହିଁ ଦଳ ଏଠାରେ ଅମାନତ ହରାଇବା ଫଳରେ ସମ୍ପୂର୍ଣ୍ଣ ଭାବେ ତାହାର ମୂଳୋତ୍ପାଟନ ଘଟିଛି। ଓଡ଼ିଶାରେ କଂଗ୍ରେସ ଉଧେଇ ନ ପାରିବାର ଅନେକ କାରଣ ରହିଛି। ନେତୃତ୍ୱ ବିବାଦ କଂଗ୍ରେସକୁ ରସାତଳଗାମୀ କରିବାର ଏକ ମୁଖ୍ୟ କାରଣ ବୋଲି ସମସ୍ତେ ଜାଣିଛନ୍ତି। ଏବେ କଂଗ୍ରେସ ନେତୃତ୍ୱକୁ ନେଇ ପୁଣି ଥରେ ପୁରୁଣା ରୋଗ ଦେଖିବାକୁ ମିଳିଲାଣି। ୨୦୨୨ ମେ ୨୩ରେ ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ହୋଇଥିବା ଶରତ ପଟ୍ଟନାୟକଙ୍କ ବିରୋଧରେ ଗୋଟିଏ ଗୋଷ୍ଠୀ ମେଳି ବାନ୍ଧିସାରିଲେଣି। ସଭାପତି ଦାୟିତ୍ୱ ନେବାର ବର୍ଷେ ନ ହେଉଣୁ ଉକ୍ତ ଗୋଷ୍ଠୀ ନୂଆଦିଲ୍ଲୀ ଗସ୍ତକରି ଦଳର ହାଇକମାଣ୍ଡଙ୍କ ପାଖରେ ଶରତଙ୍କ ବିରୋଧରେ ଫେରାଦ ହୋଇଥିବା ଜଣାପଡ଼ିଛି। ଅନ୍ୟପଟେ ଶରତ ଗଠନ କରିଥିବା ତାଙ୍କ ନୂତନ କମିଟିର ତାଲିକାକୁ ନେଇ ମଧ୍ୟ କଂଗ୍ରେସର ବହୁ ବରିଷ୍ଠ ନେତା ଖୋଲାଖୋଲି ଅସନ୍ତୋଷ ପ୍ରକାଶ କରୁଛନ୍ତି। କଂଗ୍ରେସର ବରିଷ୍ଠ ନେତା ତଥା ବିଧାୟକ ତାରାପ୍ରସାଦ ବାହିନୀପତି ପିସିସି କମିଟିକୁ ନେଇ ସଭାପତିଙ୍କ ବିରୋଧରେ ବିଷୋଦ୍‌ଗାର କରିଥିଲେ। ଦେଖିବାକୁ ଗଲେ ରାଜ୍ୟରେ ଶରତ ପଟ୍ଟନାୟକଙ୍କର ସେମିତି କିଛି ସ୍ବତନ୍ତ୍ର ପ୍ରଭାବ ନାହିଁ। ଶରତ ପୂର୍ବରୁ ରାଜ୍ୟର ଯୁବକଂଗ୍ରେସ ସଭାପତି ରହିସାରିଥିଲେ ସୁଦ୍ଧା ତାଙ୍କର ସେଭଳି କିଛି ସ୍ବତନ୍ତ୍ର ସଙ୍ଗଠନ ମଧ୍ୟ ଓଡ଼ିଶାରେ ନାହିଁ। ତେବେ ସେ ସଭାପତି ଭାବେ ଦାୟିତ୍ୱ ନେବାର କିଛିଦିନ ମଧ୍ୟରେ ପୂର୍ବତନ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଇଙ୍ଗିତରେ କାର୍ଯ୍ୟକ୍ରମ ଚଳାଇଛନ୍ତି। ଏହାକୁ ନେଇ ଶରତ ଯେ କଂଗ୍ରେସ ସଙ୍ଗଠନକୁ ସଜାଡ଼ିବାରେ ସଫଳ ହୋଇପାରିବେ ନାହିଁ ସେଭଳି ଏକ ମାନସିକତା ଖୁବ୍‌ କମ୍‌ଦିନ ମଧ୍ୟରେ ଦଳୀୟ ନେତା ଏବଂ କର୍ମୀଙ୍କ ଭିତରେ ସୃଷ୍ଟି ହୋଇସାରିଲାଣି।
ଅନ୍ୟପଟେ ଦୀର୍ଘଦିନ ଧରି ପିସିସି ସଭାପତି ହେବା ଲାଗି ଉଦ୍ୟମ ଜାରି ରଖିଥିବା କଂଗ୍ରେସର କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ ଏଆଇସିସି(ଅଖିଳ ଭାରତ କଂଗ୍ରେସ କମିଟି) ନିଷ୍ପତ୍ତିରେ ନିରାଶ ହେବାକୁ ପଡ଼ିଥିଲା। ଜଣେ ମୁସଲମାନ ନେତା ଭାବେ ରାଜ୍ୟରେ ତାଙ୍କ ଗ୍ରହଣୀୟତା ରହିବ କି ନାହିଁ ସେକଥା ଚିନ୍ତା କରି ଦଳର ଶୀର୍ଷ ନେତୃତ୍ୱ କୁଆଡ଼େ ତାଙ୍କୁ ଉକ୍ତ ପଦବୀ ଦେଇ ନ ଥିବା ଆଲୋଚନା ହୁଏ। ଏହି ଦୌଡ଼ରୁ ମୋକିମଙ୍କୁ ବାଦ୍‌ଦେବା ପରଠାରୁ ସେ ଦଳ ବିରୋଧରେ ବିଭିନ୍ନ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ଏହାପରେ ମୋକିମ ବିଜେଡିରେ ଯୋଗଦେବା ଲାଗି ସବୁ ପ୍ରୟାସ ଆରମ୍ଭ କରିଥିଲେ ବୋଲି ଗୁଜବ ହୋଇଥିଲା। ତାଙ୍କୁ ପ୍ରଥମେ ଗ୍ରୀନ୍‌ ସିଗ୍‌ନାଲ ମଧ୍ୟ ମିଳିଯାଇଥିଲା। ଏପରିକି ଗତ ରାଷ୍ଟ୍ରପତି ନିର୍ବାଚନରେ ମୋକିମ ଦଳୀୟ ନିଷ୍ପତ୍ତି ବିରୋଧରେ ଯାଇ ବିଜେଡି ସମର୍ଥିତ ଭାଜପା ପ୍ରାର୍ଥୀଙ୍କୁ ଭୋଟ୍‌ ଦେଇଥିଲେ। ହେଲେ କୋର୍ଟରେ ତାଙ୍କ ବିରୋଧରେ ରହିଥିବା ମାମଲା ସମ୍ପର୍କରେ ଜାଣିବା ପରେ ବିଜେଡି ସଭାପତି ତାଙ୍କୁ ଦଳରେ ମିଶାଇବା ଲାଗି ଅନିଚ୍ଛା ପ୍ରକାଶ କରିସାରିଛନ୍ତି। ଏହାପରଠାରୁ ମୋକିମ ଶାସକ ଦଳରେ ଯୋଗଦେବା କଥାରେ ବିରାମ ଲାଗି ସାରିଛି। ସେହିପରି ମୋକିମ ନିକଟରେ ପିସିସି ସଭାପତି ଘୋଷଣା କରିଥିବା ତାଙ୍କ ନୂଆ କମିଟି ବିରୋଧରେ ମଧ୍ୟ ଖୋଲାଖୋଲି ମତ ରଖିଥିଲେ। ମୋକିମଙ୍କ ପରିସ୍ଥିତି ଦେଖିଲେ ସେ ଏବେ ନା ପିସିସି ସଭାପତି ହେବାର ସମ୍ଭାବନା ଅଛି ନା ତାଙ୍କ ରାଜନୈତିକ ଭବିଷ୍ୟତ ଉଜ୍ଜ୍ୱଳ ଦିଶୁଛି।
ଏସବୁ ଭିତରେ ଗତ ୫ ଦିନ ତଳେ ରାଜଧାନୀ ସ୍ଥିତ ଜୟଦେବ ଭବନଠାରେ ଜାନକୀ-ବସନ୍ତ ଯୋଡ଼ି ସମ୍ପର୍କିତ ଏକ ଆଲୋଚନାଚକ୍ର ମହମ୍ମଦ ମୋକିମଙ୍କ ନେତୃତ୍ୱରେ ଆୟୋଜନ କରାଯାଇଥିଲା। ଦଳର କେତେଜଣ ବରିଷ୍ଠ ନେତାଙ୍କ ପରାମର୍ଶକ୍ରମେ ଏହି ସଭାର ଆୟୋଜନ ହୋଇଥିଲା। ଏଥିରେ ବହୁ ବରିଷ୍ଠ ନେତା ଯୋଗଦେଇ ନିଜ ଦଳର ନେତୃତ୍ୱ ବିରୋଧରେ ବର୍ଷିଥିଲେ। ପୂର୍ବତନ ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳ ଏହି ସଭାରେ ଭାଷଣ ଦେବା ଲାଗି ପାଇଥିବା ସୁଯୋଗକୁ ନିଜ ଦଳ ବିରୋଧରେ କହିବାରେ ହାତଛଡ଼ା କରି ନ ଥିଲେ। ଚିରଞ୍ଜୀବ ଦଳର ନେତୃତ୍ୱକୁ ଦୀର୍ଘ ସମୟ ଧରି ଟାର୍ଗେଟ କରିଥିଲେ। କ୍ରମାନୁୟାୟୀ ମୋକିମ ମଧ୍ୟ ଭାଷଣ ଦେବା ବେଳେ ପୁରୁଣା ଢଙ୍ଗରେ ଦଳର ସାଙ୍ଗଠନିକ କାର୍ଯ୍ୟକ୍ରମ ସହ ନେତୃତ୍ୱ ଉପରେ ବର୍ଷିଥିଲେ। ଦଳର ସଙ୍ଗଠନ ସଜାଡ଼ିବାକୁ ଆଗ୍ରହ ରଖିଛନ୍ତି ବୋଲି କହୁଥିବା ଏହି ନେତାମାନେ ନିଜ ଭାଷଣ ଦ୍ୱାରା କଂଗ୍ରେସକୁ ଦୁର୍ବଳ କରିଦେବା ଭଳି ସୁଯୋଗକୁ ହାତଛଡ଼ା କରୁ ନ ଥିବା ସଭାକୁ ଯାଇଥିବା ବହୁ ବରିଷ୍ଠ ନେତୃମଣ୍ଡଳୀ କହିଥିଲେ। ଦେଖିବାକୁ ଗଲେ, ଯେଉଁଭଳି ଭାବେ କଂଗ୍ରେସର ରୂପରେଖ ଝାରସୁଗୁଡ଼ାରେ ଦେଖିବାକୁ ମିଳିଲା ଏବଂ ଉପରସ୍ତରରେ ତଥାକଥିତ ନେତା ବୋଲାଉଥିବା କେତେଜଣ ବ୍ୟକ୍ତି ଯେଉଁମାନେ ଦଳକୁ ତଳିତଳାନ୍ତ କରିବାରେ ସକ୍ରିୟ ଭୂମିକା ଗ୍ରହଣ କରୁଛନ୍ତି ସେଥିରୁ ସ୍ପଷ୍ଟ ବୁଝାପଡୁଛି କଂଗ୍ରେସର ଦୁର୍ଦ୍ଦିନ ସମଗ୍ର ଦେଶରେ ସମାପ୍ତ ହେଉଥିବା ବେଳେ ଓଡ଼ିଶାରେ ଆରମ୍ଭ ମାତ୍ର ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?