ଧୋନୀଙ୍କୁ ପଛରେ ପକାଇବେ ଡି ଭିଲର୍ସ

ଦୁବାଇ, ୨୪।୯: ଆଇପିଏଲ୍‌-୧୩ତମ ସଂସ୍କରଣର ୬ଷ୍ଠ ମ୍ୟାଚ୍‌ରେ ଗୁରୁବାର କିଙ୍ଗ୍ସ ଇଲେଭେନ ପଞ୍ଜାବର ମୁକାବିଲା ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସହ ହେବ। ସ୍ଥାନୀୟ ଦୁବାଇ ଇଣ୍ଟର ନ୍ୟାଶନାଲ କ୍ରିକେଟ୍‌ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ରେ ଯଦି ବାଙ୍ଗାଲୋରର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଏବି ଡି ଭିଲର୍ସ ଆଉ ୧୬ ରନ୍‌ ସଂଗ୍ରହ କରନ୍ତି ତେବେ ମହେନ୍ଦ୍ର ସିଂ ଧୋନୀଙ୍କୁ ପଛରେ ପକାଇବେ। ଆଇପିଏଲ୍‌ ଇତିହାସରେ ସର୍ବାଧିକ ରନ୍‌ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନ ତାଲିକାରେ ଚେନ୍ନାଇ ସୁପର୍‌ କିଙ୍ଗ୍ସର ଅଧିନାୟକ ଧୋନୀ (୪,୪୬୧ ରନ) ବର୍ତ୍ତମାନ ୭ମ ତାଲିକାରେ ରହିଛନ୍ତି। ଏହି ତାଲିକାରେ ୮ମ ସ୍ଥାନରେ ଥିବା ଡି ଭିଲର୍ସ ଆଉ ୧୬ ରନ୍‌ ସଂଗ୍ରହ କରିପାରିଲେ ଧୋନୀଙ୍କୁ ପଛରେ ପକାଇ ୭ମ ସ୍ଥାନକୁ ଉଠିବାର ସୁଯୋଗ ରହିଛି। ଡି ଭିଲର୍ସ ଆଇପିଏଲ୍‌ରେ ୧୫୫ ମ୍ୟାଚ୍‌ ଖେଳି ୪,୪୪୬ ରନ ସଂଗ୍ରହ କରିଛନ୍ତି। କେବଳ ପଞ୍ଜାବ ବିପକ୍ଷରେ ଡି ଭିଲର୍ସ ଆଜି ପର୍ଯ୍ୟନ୍ତ ୬୮୦ ରନ୍‌ ସଂଗ୍ରହ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇଂଲଣ୍ଡ ‘ବି’ ଟିମ୍‌କୁ ହରାଇଥିବାରୁ ଭାରତକୁ ଅଭିନନ୍ଦନ: ପିଟରସନ

ଚେନ୍ନାଇ,୧୭।୨(ପି.ଟି): ବିଜୟୀ ଭାରତୀୟ ଦଳକୁ ଇଂଲଣ୍ଡର ପୂର୍ବତନ ଅଧିନାୟକ କେଭିନ ପିଟରସନ ଅଭିନନ୍ଦନ ଜଣାଇଛନ୍ତି। ତେବେ ଭାରତ ଦ୍ୱିତୀୟ ଟେଷ୍ଟରେ ଇଂଲଣ୍ଡର ‘ବି’ ଟିମ୍‌କୁ ହରାଇଛି...

ଗନେମତ୍‌-ଅଙ୍ଗଦ ଯୋଡ଼ିଙ୍କୁ ମିକ୍ସଡ ସ୍କିଟ୍‌ରେ ସ୍ବର୍ଣ୍ଣ

ନୂଆଦିଲ୍ଲୀ, ୨୪ା୩ (ପି.ଟି.)-ଚଳିତ ଆଇଏସ୍‌ଏସ୍‌ଏଫ୍‌ ଶୁଟିଂ ବିଶ୍ୱକପ୍‌ରେ ଭାରତୀୟ ଶୁଟରମାନଙ୍କ ସ୍ବର୍ଣ୍ଣ ଅଭିଯାନ ଜାରି ରହିଛି। ମଙ୍ଗଳବାର ଗନେମତ୍‌ ସେଖୋଁ ଓ ଅଙ୍ଗଦ ବୀର ସିଂ...

ଭାରତୀୟ ରୀତିନୀତିରେ ବିବାହ କରିବେ ଅଷ୍ଟ୍ରେଲୀୟ କ୍ରିକେଟର୍‌

ନୂଆଦିଲ୍ଲୀ,୧୫।୨:ଅଷ୍ଟ୍ରେଲୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲ ଖୁବ ଶୀଘ୍ର ହାତକୁ ଦି’ ହାତ ହେବାକୁ ଯାଉଛନ୍ତି। ସେ ଭାରତୀୟ ଯୁବତୀ ଭିନି ରମଣଙ୍କୁ...

ସରକାରଙ୍କ ନିଷ୍ପତ୍ତି ଉପରେ ରେସ୍‌ଲରଙ୍କ ଅସନ୍ତୋଷ

ନୂଆଦିଲ୍ଲୀ, ୨୫ା୧(ପି.ଟି.): ଭାରତୀୟ ହକି ମହାସଂଘ (ଡବ୍ଲ୍ୟୁଏଚ୍‌ଆଇ) ସଭାପତି ବ୍ରିଜ ଭୂଷଣ ଶରନ ସିଂ ଯୌନ ନିର୍ଯାତନା ଦେବା ସହ ଧମକଚମକ ଦେଇଛନ୍ତି ବୋଲି ହୋଇଥିବା...

ଏଫ୍‌ଆଇଏଚ୍‌ ସିରିଜ ଫାଇନାଲ୍ସ: ଗ୍ରୀଷ୍ମପ୍ରବାହ ଯୋଗୁ ଅତିରିକ୍ତ ବିରତି

ଭୁବନେଶ୍ୱର,୧୨।୬(ପିଟି): ଅତ୍ୟନ୍ତ ଗ୍ରୀଷ୍ମପ୍ରବାହ ଯୋଗୁ କଳିଙ୍ଗ ଷ୍ଟାଡିୟମ୍‌ରେ ଚାଲିଥିବା ଏଫ୍‌ଆଇଏଚ୍‌ ସିରିଜ୍‌ ଫାଇନାଲ୍ସରେ ଖେଳାଳିଙ୍କୁ ଅତିରିକ୍ତ ବିରତି ମିଳିଛି। ପ୍ରବଳ ଖରା ପାଇଁ ଆୟୋଜକ କମିଟି...

ଦୁନିଆର ସର୍ବ କନିଷ୍ଠ ବାହୁବଳୀ: ୭ ବର୍ଷର ଝିଅ ଉଠାଉଛନ୍ତି ୮୦ କିଲୋର ଓଜନ

ଦୁନିଆରେ ଏମିତି ଅନେକ ଲୋକ ରହିଛନ୍ତି ଯେଉଁମାନେ ନିଜର ଚମତ୍କାର କାର୍ଯ୍ୟକରି ସୁନାମ ଅର୍ଜନ କରିଥାନ୍ତି। ଏହି ସଫଳତା ପାଇବା ପାଇଁ ଲୋକଙ୍କୁ ଅନେକ ବର୍ଷ...

ଚେତୁନି ବିସିସିଆଇ

ଲଣ୍ଡନ,୭।୭: ଇଂଲଣ୍ଡରେ କରୋନା ସଂକ୍ରମଣ କ୍ରମାଗତ ଭାବରେ ବୃଦ୍ଧି ପାଉଛି। ଏବେ ଇଂଲଣ୍ଡ ଦଳର ୭ ଜଣ ସଦସ୍ୟ କରୋନା ଆକ୍ରାନ୍ତ ହୋଇଛନ୍ତି। ଏହା ସତ୍ତ୍ୱେ...

ଆଇସିସି ବିଶ୍ୱକପ୍‌: ଶାକିବ୍‌ଙ୍କୁ ଉପଅଧିନାୟକ ଦାୟିତ୍ୱ

ଢାକା, ୧୬।୪- ଆସନ୍ତା ମେ ୩୦ରୁ ଇଂଲଣ୍ଡରେ ଆରମ୍ଭ ହେବାକୁ ଥିବା ଆଇସିସି ବିଶ୍ୱକପ୍‌ର ଦ୍ୱାଦଶ ସଂସ୍କରଣ ଲାଗି ମଙ୍ଗଳବାର ବାଂଲାଦେଶ ଦଳ ଘୋଷଣା କରାଯାଇଛି।...

Advertisement
Archives

Model This Week