ବିପର୍ଯ୍ୟସ୍ତ ଦର୍ପଣ-ସମିଆଁ ରାସ୍ତା

ଯାଜପୁର ଅଫିସ,୨୯ା୧: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଗ୍ରାମାଞ୍ଚଳର ବିଭିନ୍ନ ସମସ୍ୟାକୁ ନେଇ ପ୍ରସଙ୍ଗ ଉଠିଥାଏ। ବିଶେଷକରି ଗମନାଗମନ, ଶିକ୍ଷା, ସ୍ବାସ୍ଥ୍ୟ, ବିଦ୍ୟୁତ୍‌ ଆଦି ମୌଳିକ ସମସ୍ୟା ଉପରେ ପ୍ରତିଶ୍ରୁତି ଦେଇ ପ୍ରାର୍ଥୀ ନିର୍ବାଚନୀ ବୈତରଣୀ ପାର ହେବାକୁ ଚେଷ୍ଟା କରିଥାନ୍ତି। କିନ୍ତୁ ନିର୍ବାଚନ ସରିଗଲେ ସେହି ନେତାଙ୍କ ଆଉ ଦେଖା ମିଳି ନ ଥାଏ ବୋଲି ଅଭିଯୋଗ ଚିରାଚରିତ ଭାବେ ହୋଇଥାଏ। ଏହିକ୍ରମରେ ଲୋକଙ୍କ ମୌଳିକ ସମସ୍ୟା ଦୂର ହେବା ବଦଳରେ ଆହୁରି ଜଟିଳ ହୋଇଥାଏ। ଉଦାହରଣ ଭାବେ ଯାଜପୁର ଜିଲା ବଡ଼ଚଣା ବ୍ଲକ ଦର୍ପଣ-ସମିଆଁ ଭାୟା ସିହା ପୂର୍ତ୍ତ ବିଭାଗ ରାସ୍ତା ଏବଂ ଗ୍ରାମ୍ୟ ନିର୍ମାଣ ବିଭାଗର ସିହା ଓ ଖରମଙ୍ଗି ଗ୍ରାମକୁ ନିଆଯାଇପାରେ। ଏହି ରାସ୍ତା ଉପରେ ସିହା, ଶାଳପଡ଼ା ଓ ସମିଅଁା ପଞ୍ଚାୟତ ସମେତ ଢେଙ୍କାନାଳ ଜିଲା ଗଁନ୍ଦିଆ ବ୍ଲକର ୫ ପଞ୍ଚାୟତର ଅଧିବାସୀ ନିର୍ଭର କରିଥାନ୍ତି। ବିଗତ ପ୍ରାୟ ୨ବର୍ଷ ହେଲା ଏହି ରାସ୍ତା ଖାଲଖମାରେ ପରିପୂର୍ଣ୍ଣ ହୋଇଛି। ବିଭାଗୀୟ ଅଣଦେଖା କାରଣରୁ ଯାତାୟାତ ଲାଗି ଲୋକଙ୍କୁ ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ଏହିସବୁ ପଞ୍ଚାୟତର ଛାତ୍ରୀଛାତ୍ର ପଢ଼ିବାକୁ ଚଣ୍ଡିଖୋଲ ସ୍ବୟଂଶାସିତ ମହାବିଦ୍ୟାଳୟ, ଚିକିତ୍ସା ପାଇଁ ବଡ଼ଚଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ସରକାରୀ କାର୍ଯ୍ୟରେ ବ୍ଲକ ଓ ଦର୍ପଣ ତହସିଲ କିମ୍ବା ବଜାର ଆସିବାକୁ ହେଲେ ସେମାନଙ୍କୁ ଏହି ୧୨ କି.ମି. ରାସ୍ତା ହିଁ ଏକମାତ୍ର ଭରସା। ଏହାସହ ଚଣ୍ଡିଖୋଲରୁ ସିହାଠାରେ ସ୍ଥାପିତ ଉତ୍କଳ ବିଶ୍ୱବିଦ୍ୟାଳୟର ଗ୍ରାମୀଣ କ୍ୟାମ୍ପସକୁ ଏହି ରାସ୍ତା ଦେଇ ବି ଯିବାକୁ ପଡ଼ିଥାଏ।
ପ୍ରଥମେ ଏହି ରାସ୍ତାଟି ଗ୍ରାମ୍ୟ ନିର୍ମାଣ ବିଭାଗ ଅଧୀନରେ ଥିଲା। ତାହା ଉପରେ ଦୁଇଟି ପର୍ଯ୍ୟାୟରେ ଦୁଇ ଭାଗରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ପ୍ରାୟ ୪ ବର୍ଷ ପୂର୍ବେ ଉନ୍ନତୀକରଣ କାମ ହୋଇଥିଲା। ପରେ ରାସ୍ତାକୁ ସରକାର ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରିଥିଲେ। ରାସ୍ତାକୁ ନିଜ ଅଧୀନକୁ ନେଇ ପୂର୍ତ୍ତ ବିଭାଗର କଟକ ଜିଲା ଚାରବାଟିଆ ଡିଭିଜନ ପକ୍ଷରୁ ଦର୍ପଣଗଡ଼ ଛକଠାରୁ ଦେଢ଼ କି.ମି. ଅଂଶକୁ ପ୍ରଶସ୍ତୀକରଣ ସହ କଂକ୍ରିଟ କାମ କରିବାକୁ ଠିକାଦାରଙ୍କୁ କାର୍ଯ୍ୟାଦେଶ ଦିଆଯାଇଥିଲା। ମାତ୍ର ଠିକାଦାର ଅତ୍ୟନ୍ତ ନିମ୍ନମାନର କଂକ୍ରିଟ କରିବା ଫଳରେ ଦିନ କେଇଟାରେ ସେଥିରୁ ଚିପ୍‌ସ(ଗୋଡ଼ି) ସବୁ ଉଠି ଯାଇଥିଲା। ଏ ନେଇ ଅଭିଯୋଗ ପରେ ସମ୍ପୃକ୍ତ ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ତାହାକୁ ଘଣ୍ଟ ଘୋଡ଼ାଇ ଦେଇଥିଲେ। ପରେ ଯନ୍ତ୍ରୀଙ୍କ ଇଙ୍ଗିତରେ ସମ୍ପୃକ୍ତ ଠିକାଦାର ଠାଏଠାଏ ଉଠି ଯାଇଥିବା ଗୋଡ଼ି ସବୁକୁ ସଫା କରି ତା’ ଉପରେ ପୁନର୍ବାର ଅଧିକ ଭାଗ ସିମେଣ୍ଟର ଆସ୍ତରଣ ବିଛାଇ ବିଲ୍‌ କରାଇନେବାକୁ ସକ୍ଷମ ହୋଇଥିଲେ। ମାତ୍ର ଗାଡ଼ି ଚଳାଚଳ ପରେ ସେହି ଆସ୍ତରଣ ସବୁ ଉଠିଯାଇ ଏବେ ପୁଣି ରାସ୍ତା ଖାଲରେ ପରିପୂର୍ଣ୍ଣ ହୋଇଛି। ଯନ୍ତ୍ରୀ ଓ ଠିକାଦାରଙ୍କ ସଲାସୁତରାରେ ହୋଇଥିବା ଏହି ନିମ୍ନମାନର କଂକ୍ରିଟ କାର୍ଯ୍ୟର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ସେହିଭଳି ପୂର୍ବରୁ ଗ୍ରାମ ନିର୍ମାଣ ବିଭାଗ ପକ୍ଷରୁ ସିହା ଓ ଖରମଙ୍ଗି ଗ୍ରାମ ମଧ୍ୟରେ ତିଆରି କରିଥିବା କଂକ୍ରିଟ ରାସ୍ତା ଅଧିକାଂଶ ସ୍ଥାନରେ ଫାଟି ଆଁ କଲାଣି। ଅନେକ ସ୍ଥାନରେ କଂକ୍ରିଟ ସବୁ ଖଣ୍ଡ ଖଣ୍ଡ ହୋଇ ଉଠିଯାଇ ଖାଲଖମାରେ ପରିପୂର୍ଣ୍ଣ ହୋଇଛି। ସେଥିରେ ବର୍ଷାଜଳ ଜମି ରହିବା ଫଳରେ ଯାତାୟାତରେ ବାଧା ସୃଷ୍ଟି ହେଉଛି। ଦୀର୍ଘଦିନ ଧରି ଏଭଳି ସମସ୍ୟାରେ ପଡ଼ି ଲୋକେ ଘାଣ୍ଟି ହେଉଥିଲେ ମଧ୍ୟ ପୂର୍ତ୍ତ କି ଗ୍ରାମ୍ୟ ନିର୍ମାଣ ବିଭାଗର ଯନ୍ତ୍ରୀମାନେ ତାହାର ମରାମତି ଦିଗରେ କୌଣସି ପଦକ୍ଷେପ ନ ନେଇ ଚୁପ୍‌ ହୋଇ ବସିଛନ୍ତି। ଏହିସବୁ ସମସ୍ୟାରେ ଅସନ୍ତୁଷ୍ଟ ଅଧିବାସୀ ଏବେ ନୀରବ ରହିଥିଲେ ହେଁ ଆସନ୍ତା ନିର୍ବାଚନରେ ନିଜର ମତଦାନରେ ଉଚିତ୍‌ ଜବାବ ଦେବେ ବୋଲି ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମାଲକାନଗିରି ଜିଲା ସୀମାରେ ହାଇ ଆଲର୍ଟ

ମାଲକାନଗିରି,୧୯ା୪(ଦୁର୍ଯ୍ୟୋଧନ ପାତ୍ର):ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ମାଓବାଦୀମାନେ ସୀମାନ୍ତ ଛତିଶଗଡ଼ରେ ସେମାନଙ୍କର କାୟା ବିସ୍ତାରକରି ନିର୍ବାଚନକୁ ଭଣ୍ଡୁର...

ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ପଟ୍ଟାମୁଣ୍ଡାଇ,୧୯।୪(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରପରିଷଦ ପକ୍ଷରୁ କରାଯାଇଥିବା ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହେଉଥିବା ନେଇ ଅଭିଯୋଗ ଆସୁଥିଲେ...

ଭିଟାମାଟି ଛାଡ଼ି ଅନୁତପ୍ତ ବୁଡ଼ଇଞ୍ଚଳ ବିସ୍ଥାପିତ

ବଲାଙ୍ଗୀର, ୧୯ା୪(ବୀରେନ୍ଦ୍ର କୁମାର ଝାଙ୍କର):ଲୋୟର ସୁକ୍‌ତେଲ ଡ୍ୟାମ୍‌ ହେଲେ ଚିର ମରୁଡି ପ୍ରପୀଡିତ ବଲାଙ୍ଗୀର ଜିଲା ଜଳପ୍ଳାବିତ ହେବ। ହଜାର ଏକର କୃଷିକ୍ଷେତ୍ରକୁ ପାଣି ମାଡ଼ିବ।...

ନବୀନ ନିବାସରେ ବିଜେଡି ପ୍ରାର୍ଥୀଙ୍କ ଭିଡ଼

ଭୁବନେଶ୍ୱର,୧୯ା୪(ଅନିଲ ଦାସ):ପଞ୍ଚମ ପର୍ଯ୍ୟାୟ ବିଧାନସଭା ଟିକେଟ ଘୋଷଣା ପରେ ଗୁରୁବାର ନବୀନ ନିବାସରେ ବିଜେଡି ଲୋକ ସଭା ଓ ବିଧାନସଭା ପ୍ରାର୍ଥୀଙ୍କ ଭିଡ଼ ଦେଖିବାକୁ ମିଳିଛି।...

ରାଜ୍ୟବାସୀଙ୍କ ମତାମତ ଲୋଡ଼ିଲେ ପାଣ୍ଡିଆନ

ଭୁବନେଶ୍ୱର,୧୯ା୪(ଅନିଲ ଦାସ):୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ବିଜେଡି ଇସ୍ତାହାର ପାଇଁ ରାଜ୍ୟବାସୀଙ୍କ ମତାମତ ଲୋଡ଼ିଛନ୍ତି। ଗୁରୁବାର ସାମାଜିକ ଗଣମାଧ୍ୟମ ଜରିଆରେ ସେ...

ଭାଜପାରେ ବଢୁଛି ଗୋଷ୍ଠୀ କନ୍ଦଳ

ପାଟଣା,୧୯ା୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବିଧାନସଭା କ୍ଷେତ୍ର ପାଇଁ ମଙ୍ଗଳବାର ଭାଜପା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଅଖିଳ ଚନ୍ଦ୍ର ନାୟକଙ୍କ ନାମ ଘୋଷଣା କରିଛି।...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

ଝିଅ ପାଇଁ ଘରଡିହ ବିକିଲେ ପୂର୍ବତନ ବିଧାୟକ

ଆଳି,୧୯ା୪(ବନମାଳୀ ସେନାପତି):କେନ୍ଦ୍ରାପଡ଼ା ଲୋକ ସଭା ଆସନ ମଧ୍ୟରେ ଆଳି ବିଧାନସଭା ଆସନଟି ପ୍ରତ୍ୟେକ ନିର୍ବାଚନ ସମୟରେ ଚର୍ଚ୍ଚା ମଧ୍ୟରେ ରହିଥାଏ। ଚଳିତ ନିର୍ବାଚନରେ ମଧ୍ୟ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri