Posted inRasifala

ରାଶିଫଳ: ସୋମବାର, ଅଗଷ୍ଟ ୩ ତାରିଖ – Daily Horoscope

ମେଷ
ଦ୍ୱିଜା ନକ୍ଷତ୍ର ଆଜି ଦିନଟିରେ ସହଜ ଓ ସୁବିଧାରେ କାମ ହାସଲ କରିବେ । ସମସ୍ୟାର ସରଳ ସମାଧାନ କ୍ଷେତ୍ରରେ ବନ୍ଧୁ ସାହାଯ୍ୟ କରିପାରନ୍ତି ।  ଗୃହସୀମା କିମ୍ବା ଘରଭଡାକୁ କେନ୍ଦ୍ର କରି ବିତର୍କର ସମ୍ମୁଖୀନ ହେବାକୁ ପଡିପାରେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟରେ ଉନ୍ନତି କରିବେ ।
ବୃଷ
ବୃଷ
କୃତ୍ତିକା ନକ୍ଷତ୍ର ପାଇଁ ପରୋକ୍ଷ ଶତ୍ରୁତା ପ୍ରାପ୍ୟଧନରେ ବାଧା ସୃଷ୍ଟି କରିବ ।  ବନ୍ଧୁଙ୍କ କୁଟିଳ ଚିନ୍ତାଧାରା ଆପଣଙ୍କୁ ଅତିଷ୍ଠ କରିପାରେ ।  କଳା, ସାହିତ୍ୟ, ସାମ୍ବାଦିକତାରେ ସମସ୍ୟା ସମାଧାନ ହୋଇଯିବ ।  ପିଲାମାନଙ୍କ ଗୌରବ ସାମୟିକ ସାନ୍ତ୍ୱ୍ବନାର କାରଣ ହେବ ।
ମିଥୁନ
ମିଥୁନ
ପୁନର୍ବସୁ ନକ୍ଷତ୍ରର ଅନ୍ୟମନସ୍କତା କାରଣରୁ ଟଙ୍କା ପଇସା କିମ୍ବା କୌଣସି ଜିନିଷ ହଜିଯାଇପାରେ ।  ପାରିବାରିକ ସମସ୍ୟାକୁ ନେଇ ମାନସିକ ସ୍ଥିତି ଠିକ୍‌ ରହିବ ନାହିଁ ।  ସ୍ଥଗିତ କାମ ପାଇଁ ଅନ୍ୟକୁ କୈଫିୟତ୍‌ ଦେବାକୁ ପଡିପାରେ ।  ସ୍ତ୍ରୀଙ୍କ ପ୍ରେରଣାରୁ ଉପକୃତ ହୋଇପାରନ୍ତି ।
କର୍କଟ
କର୍କଟ
ବିଭିନ୍ନ ସମସ୍ୟା ବିଷୟ ଚିନ୍ତାକରି ଆଜିର ମାନସିକ ସ୍ଥିତି ସେତେଟା ଭଲ ରହିବ ନାହିଁ ।  ଅଶ୍ଳେଷା ନୀଚ ସଂସର୍ଗରୁ ଦୂରେଇ ରହିବା ଭଲ, ଅନ୍ୟଥା ସମାଲୋଚିତ ହେବାକୁ ପଡିପାରେ ।  ଆର୍ଥିକ ଦିଗଟି ଭଲ ରହିବ, କିନ୍ତୁ ବାକି ଥିବା ଟଙ୍କା ଫେରି ପାଇବେ ନାହିଁ ।  ନୂତନ ଯୋଜନା ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ ।
ସି˚ହ
ସି˚ହ
ଅଧିକାଂଶ କ୍ଷେତ୍ରରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି ।  କୌଣସି ଆନୁଷ୍ଠାନିକ କାମ କିମ୍ବା କୌଣସି ଶୁଭକାର୍ଯ୍ୟରେ ଯୋଗଦେଇପାରନ୍ତି ।  ପୂର୍ବାଫାଲଗୁନୀ କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ହାତକୁ ନେଇପାରନ୍ତି ।  ବ୍ୟବସାୟ, ନିର୍ମାଣ, କାରିଗରୀ, କଣ୍ଟ୍ରାକ୍ଟରୀ, ରପ୍ତାନି ବାଣିଜ୍ୟରେ ଉନ୍ନତି କରିବେ ।
କନ୍ୟା
ଯାହା ପାଇବା ପାଇଁ ଆଶା ବାନ୍ଧି ବସିଛନ୍ତି ତାହା ପାଇବା ପାଇଁ ଲଢେଇ କରିବାକୁ ପଡିପାରେ ।  ବ୍ୟବସାୟରେ ଲାଭ ମିଳିବ; ମାତ୍ର ତାହା ଅନ୍ୟ ଦିଗରେ ବ୍ୟୟ ହୋଇଯିବ ।  ଖାଦ୍ୟର ବିଷମତା ହେତୁ ପେଟ ଗୋଳମାଳ ଦେଖାଦେଇ ପାରେ ।  ହସ୍ତା ନକ୍ଷତ୍ର ପାଇଁ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢିପାରେ ।
ତୁଳା
ତୁଳା
ଆଜିର ଯାତ୍ରା ସ୍ଥଗିତ ରହିଯିବ,ବ୍ୟବସାୟରେ ଝଗଡାଜନିତ ମାନସିକ ଅଶାନ୍ତିର ସୂଚନା ରହିଛି ।  ଯେ କୌଣସି କ୍ଷେତ୍ରରେ ହେଉନା କାହିଁକି, ଆପଣ ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡିବେ ।  ଦାମ୍ପତ୍ୟ ଜୀବନରେ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ ।  ସ୍ବାତୀ ସମସ୍ୟା ସମାଧାନ ପାଇଁ ବନ୍ଧୁଙ୍କୁ ସାହାଯ୍ୟ ମାଗିପାରନ୍ତି ।
ବିଛା
ବିଛା
କାମରେ କିଛିଟା ପ୍ରତିବନ୍ଧକ ଲାଗି ରହିଥିବା କାରଣରୁ ବ୍ୟସ୍ତତା ବୃଦ୍ଧି ପାଇବ ।  ଗାଡି ମରାମତି ଘର ସାଜସଜ୍ଜା,ବ୍ୟବସାୟିକ ଆଲୋଚନାରୁ ସଫଳତା ମିଳିବ ।  ଅଫିସ୍‌ କାମ, ପ୍ରଶାସନ ଓ ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ ।  ଜ୍ୟେଷ୍ଠା ନକ୍ଷତ୍ର ସକାଶେ ପିଲାମାନଙ୍କ ପଢା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ ।
ଧନୁ
ଧନୁ
ଆଜି ଯେଉଁ କାମରେ ହାତ ଦିଅନ୍ତୁନା କାହିଁକି ସଫଳତା ଅବଶ୍ୟମ୍ଭାବୀ ।  କଳା, ସାହିତ୍ୟ, କ୍ରୀଡା କିମ୍ବା ଚଳଚ୍ଚିତ୍ର କ୍ଷେତ୍ରରେ ଥିବା ସମସ୍ୟାର ସମାଧାନ ହୋଇଯିବ ।  ଉତ୍ତରାଷାଢା ନକ୍ଷତ୍ରର ଆନୁଷ୍ଠାନିକ କ୍ଷେତ୍ରରେ ସଫଳତା ମିଳିବ ।  ଅବହେଳିତ କାମ ସକାଶେ ଅନୁତାପ କରିବାକୁ ପଡିପାରେ ।
ମକର
ମକର

ମନ ବୁଝିଲା ଭଳି କିଛି ପ୍ରତିଶ୍ରୁତି ଦେଇ କାମ ହାସଲ କରିବେ ।  କୌଣସି ପ୍ରତୀକ୍ଷିତ ଖବରଟି ପଡୋଶୀଙ୍କଠାରୁ ପାଇ ଖୁସି ହେବେ ।  ଭୁଲ୍‌ ବୁଝାମଣା କାରଣରୁ ପରିବାରରେ ମାନସିକ ଅଶାନ୍ତି ଦେଖା ଦେଇପାରେ ।  ଶ୍ରବଣା ସାମାଜିକ ସ୍ତରରେ ଛୋଟ ଘଟଣା ପ୍ରତି ଗୁରୁତ୍ୱ ଦିଅନ୍ତୁ ନାହିଁ ।

କୁମ୍ଭ
କୁମ୍ଭ
ଯାନ ବାହନରେ ଯାତ୍ରାକାଳୀନ ଅପ୍ରୀତିକର ପରିସ୍ଥିିତିର ସାମ୍‌ନା କରିବାକୁ ପଡିପାରେ ।  ଶତଭିଷା ନକ୍ଷତ୍ର ବ୍ୟକ୍ତିବିଶେଷ ପ୍ରଚାରିତ ମିଥ୍ୟା ଗୁଜବ ପ୍ରତି ମନ ଦିଅନ୍ତୁ ନାହିଁ ।  ନିଜ ବ୍ୟବହାର୍ଯ୍ୟ ଜିନିଷ ପରକୁ ଦେଇ ଅପଦସ୍ଥ ହୋଇପାରନ୍ତି ।  ବାଣିଜ୍ୟ, ବ୍ୟବସାୟରେ ଶୁଭଫଳ ମିଳିବ ।
ମୀନମୀନ

ଅତୀତର କୌଣସି ଅଭୁଲା କଥା ମନକୁ ବାରମ୍ବାର ଆଲୋଡିତ କରିବ ।  ଉତ୍ତରଭାଦ୍ର ନକ୍ଷତ୍ର ପାଇଁ ବନ୍ଧୁ ଦେଇଥିବା ପ୍ରତିଶ୍ରୁତିରେ ଖିଲାପ କରିପାରନ୍ତି ।  ଦେହ ଭଲ ରହିଲେ ମଧ୍ୟ ସାମୟିକ କ୍ରନିକ୍‌ ରୋଗରେ କଷ୍ଟ ପାଇବେ ।  ମିତ୍ର ବନ୍ଧୁମାନେ ଅସହଯୋଗ କରିପାରନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ମାର୍ଚ୍ଚ ୨୦ ତାରିଖ – Daily Horoscope

ମେଷ ଆପଣ ଧୈର୍ଯ୍ୟହରା ନ ହୋଇ ପରିସ୍ଥିତିର ମୁକାବିଲା କରିପାରିଲେ ନିଶ୍ଚିତ ଉପକୃତ ହେବେ। ଅଭାବ ପୂରଣ ଦିଗରେ ହଠାତ୍‌ ଜଣେ ବନ୍ଧୁଙ୍କଠାରୁ ଆଶାନୁଯାୟୀ ଅର୍ଥ...

ରାଶିଫଳ: ଶନିବାର, ମେ ୨୯ ତାରିଖ – Daily Horoscope

ମେଷ ଆଜିର ଯାତ୍ରା, ବାଣିଜ୍ୟ, ବ୍ୟବସାୟ, ଅଧ୍ୟୟନ, ଅଧ୍ୟାପନା, କଳା, ସାହିତ୍ୟ ଓ ରଚନାତ୍ମକ କାମରେ ପ୍ରଶଂସିତ ହେବେ। ପାରିବାରିକ ସ୍ତରରେ ପିଲାଙ୍କ କଥାକୁ ନେଇ...

ରାଶିଫଳ: ବୁଧବାର, ଜୁନ୍ ୩ ତାରିଖ – Daily Horoscope

ମେଷ ବନ୍ଧୁମାନଙ୍କ ନିମନ୍ତ୍ରଣ କ୍ରମେ ସହଯୋଗ, ସୁଖ ସମ୍ମାନ ପାଇ ଖୁସି ହେବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ, କଳା, ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରେ...

ରାଶିଫଳ: ଗୁରୁବାର, ଡିସେମ୍ବର ୧୨ ତାରିଖ – Daily Horoscope

ମେଷ ରୋହିଣୀ ନକ୍ଷତ୍ରସ୍ଥ ଚନ୍ଦ୍ର ହେତୁ ପାରିବାରିକ ସମସ୍ୟା କିମ୍ବା ଅଟକି ରହିଥିବା କାମଗୁଡ଼ିକ ଯୋଗୁ ମାନସିକ ଶାନ୍ତି ବ୍ୟାହତ ହେବ। ଏହା ସଙ୍ଗକୁ ଆକସ୍ମିକ...

ରାଶିଫଳ: ବୁଧବାର, ନଭେମ୍ବର ୧୭ ତାରିଖ – Daily Horoscope

ମେଷ ଗତ କିଛିଦିନ ହେଲା ଯାହା ଭାବୁଥିଲେ ତାହା ଆଜି ସୁବିଧାରେ ପାଇଯିବେ। ଶିଳ୍ପ, ନିର୍ମାଣ, ବ୍ୟବସାୟ, ବାଣିଜ୍ୟ, ପରିବହନ, ଆନୁଷ୍ଠାନିକ କାମ ତଥା ନୂତନ...

ରାଶିଫଳ: ସୋମବାର, ମେ ୧୮ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ବ୍ୟବହାରରେ ସଂଯମତା ଅଭାବରୁ ଅପ୍ରିୟସତ୍ୟ ଭାଷଣଜନିତ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ। ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ...

ରାଶିଫଳ: ମଙ୍ଗଳବାର, ଫେବ୍ରୁଆରି ୪ ତାରିଖ – Daily Horoscope

ମେଷ ଆଜିର ଉଚ୍ଚସ୍ଥ ଚନ୍ଦ୍ର ଯୋଗୁ ପରିଜନ ସହ ବନ୍ଧୁମିଳନର ମଜା ଉଠାଇବେ। ଦୀର୍ଘଦିନର ଆଶା ପୂରଣ ହେବା ସଙ୍ଗକୁ ଅର୍ଥଲାଭ ଓ ସମ୍ମାନ ପାଇ...

ରାଶିଫଳ: ଗୁରୁବାର, ଏପ୍ରିଲ ୨୦ ତାରିଖ – Daily Horoscope

ମେଷ ଯାହା ଆଶା କରିଛନ୍ତି ଆଜି ତାହା ସହଜ ଓ ସୁବିଧାରେ ପାଇଯିବେ କିନ୍ତୁ ଟିକିଏ ବିଳମ୍ବ ଓ ଝାମେଲା ଭିତରେ ହିଁ ମିଳିବ। ଶିଳ୍ପ,...

Advertisement
Archives

Model This Week