ମେଷ

ଆଜି ଜମିଜମା କାରବାରକୁ ନେଇ ମତାନ୍ତର ଉପୁଜିବ। ବନ୍ଧୁ ଏବଂ ପରିଜନଙ୍କ ସହିତ ପ୍ରତ୍ୟୁଷ ଯାତ୍ରା ମନକୁ ଆନନ୍ଦ ପ୍ରଦାନ କରିପାରେ। କୃତ୍ତିକା ନକ୍ଷତ୍ରର ମନରେ ଅସ୍ଥିରତା ଲାଗି ରହିବା କାରଣରୁ ସହଯାତ୍ରୀଙ୍କ କଥାଗୁଡିକ ଭଲ ଲାଗିବ ନାହିଁ। ଆନୁଷ୍ଠାନିକ କାମ, ସଭାସମିତି ଓ ସଂଗଠନ କ୍ଷେତ୍ରରୁ ପ୍ରଶଂସିତ ହୋଇପାରନ୍ତି।
ବୃଷ

ସକାଳୁ ପୂର୍ବ ସ୍ଥିରୀକୃତ କାମ ସକାଶେ ବ୍ୟସ୍ତତା ବୃଦ୍ଧି ପାଇବ। ଗୁରୁଜନଙ୍କ ଅନୁପସ୍ଥିତି ମନରେ ଗଭୀର ଆଘାତ ଆଣିପାରେ। ଘର ସକାଶେ, ଜମିଜମା କିମ୍ବା ଯାନ୍ତ୍ରିକ ଜିନିଷ କ୍ଷେତ୍ରରେ କିଛି ଅର୍ଥ ବ୍ୟୟ କରିବାକୁ ବାଧ୍ୟ ହେବେ। ମୃଗଶିରା ନକ୍ଷତ୍ର କ୍ରୀଡ଼ା, ସାମ୍ବାଦିକତା, ପ୍ରତିଯୋଗିତା କିମ୍ବା ପ୍ରତିଦ୍ୱନ୍ଦ୍ୱିତାରେ ସଫଳତାରୁ ଖୁସି ରହିପାରନ୍ତି।
ମିଥୁନ

ତୃତୀୟସ୍ଥ ଚନ୍ଦ୍ର ହେତୁ ଆନୁଷ୍ଠାନିକ କାମରେ ସାମାନ୍ୟ ଅସୁବିଧାରେ ଜନ ସମର୍ଥନ ପାଇବେ। ପୂର୍ବରୁ ପ୍ରତିଶ୍ରୁତି ଦେଇଥିବା ମିତ୍ରମାନେ ମଧ୍ୟ ନିଜର ମତ ହଠାତ୍ ବଦଳାଇ ଅସହଯୋଗ କରିବାର ସୂଚନା ରହିଛି। ଶିଳ୍ପ,ବାଣିଜ୍ୟ ପ୍ରଭୃତିରେ ପ୍ରତିଦ୍ୱନ୍ଦ୍ୱିତା ଓ ମାଲିମକଦ୍ଦମାରେ ସ୍ଥିତି ଅନୁକୂଳ ହୋଇପାରେ।
କର୍କଟ

କେତୁ ଯୁକ୍ତ ଚନ୍ଦ୍ରଙ୍କ ଯୋଗୁ ସଂଘର୍ଷପୂର୍ଣ୍ଣ ସ୍ଥିତି ଲାଗି ରହିଲେ ମଧ୍ୟ ପଛକୁ ଫେରିବେ ନାହିଁ। ଦୀର୍ଘଦିନରୁ ଅପେକ୍ଷା କରିଥିବା ଖବରଟି ଆଜି ପାଇ ସାମୟିକ ଖୁସି ହେବେ। ଶିଳ୍ପ, ସାମ୍ବାଦିକତା, ପରିବହନ, ବାଣିଜ୍ୟ ଓ ବ୍ୟବସାୟରେ ଲାଭ ଆଶାନୁରୂପ ପାଇପାରିବେ। ପ୍ରକୃତ ଘଟଣାକୁ ଭଲରୂପେ ନ ବୁଝି ପଡ଼ୋଶୀ ଅଯଥା ଦୋଷାରୋପ କରିପାରନ୍ତି।
ସି˚ହ

ରବିଜନିତ ଶାରୀରିକ ଦୁର୍ବଳତା ଅନୁଭବ କଲେ ମଧ୍ୟ କାମ ଅଟକି ରହିବନାହିଁ। କର୍ମକ୍ଷେତ୍ରରେ କାରଣ ନ ଥାଇ ମଧ୍ୟ ସମାଲୋଚିତ ହୋଇପାରନ୍ତି। ଆଗାମୀ ସାଂସ୍କୃତିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରି ବ୍ୟସ୍ତତା ବୃଦ୍ଧି ପାଇବ। ପୂର୍ବାଫାଲଗୁନୀ ସକାଶେ ଆଜିର ଯାତ୍ରା, ରାଜନୀତି, ଆଇନ ଅଦାଲତ, ସଂଗଠନ ଭଲ ରହିବ।
କନ୍ୟା

ପାରିବାରିକ ଜୀବନରେ ସମସ୍ୟା ରହିଥିଲେ ମଧ୍ୟ ଆଜିର କାମ ସକାଶେ କୌଣସି ଅସୁବିଧା ହେବନାହିଁ। ଭାଙ୍ଗି ପଡିଥିବା ସମ୍ପର୍କ ଯୋଡି ହୋଇଯିବାରେ ପଡୋଶୀ ମୁଖ୍ୟ ଭୂମିକା ଗ୍ରହଣ କରିବେ। ଚିତ୍ରା ନକ୍ଷତ୍ର ସକାଶେ ଗଠନମୂଳକ କାର୍ଯ୍ୟରେ ଗତି ମନ୍ଥର ହେବ। ଦୈନନ୍ଦିନ ଜୀବନରେ ଖର୍ଚ୍ଚ ବୃଦ୍ଧିପାଇବାରୁ ବନ୍ଧୁଙ୍କ ଦ୍ୱାରସ୍ଥ ହୋଇପାରନ୍ତି।
ତୁଳା

ଭାବପ୍ରବଣତାର ବଶବର୍ତ୍ତୀ ହୋଇ ବିଭିନ୍ନ ଦୁର୍ଭାବନା ମନରେ ବସା ବାନ୍ଧିପାରେ। କାହାର ମିଠା କଥାରେ ଭାସି ଯାଆନ୍ତୁ ନାହିଁ, ଯାହାକି ସମସ୍ୟାର ହେତୁ ସ୍ବରୂପ ହୋଇପାରେ। ସ୍ବାତୀ ନକ୍ଷତ୍ର ପରିବାରରେ ଅର୍ଥ ସମ୍ପର୍କକୁ କେନ୍ଦ୍ର କରି ତର୍କର ସମ୍ମୁଖୀନ ହେବେ। ବନ୍ଧୁଙ୍କ ଅନୁରୋଧରେ ଭ୍ରମଣ ଏବଂ ସୁପରାମର୍ଶରୁ ମନ ହାଲୁକା ରହିପାରେ।
ବିଛା

ଯେଉଁ କାମରେ ହାତ ଦେଇଛନ୍ତି କୃତକାର୍ଯ୍ୟ ଅବଶ୍ୟ ହେବେ କିନ୍ତୁ ତରବରିଆ ପଦକ୍ଷେପ ନେଲେ ଓଲଟା ହେବ। ଲେଖା ପଢା, ସାହିତ୍ୟ ଓ ଅଭିନୟ କ୍ଷେତ୍ରରୁ ପ୍ରଶଂସା ପାଇବେ। କର୍ମକ୍ଷେତ୍ରର ଯେଉଁ ବିବାଦୀୟ ଘଟଣା ପାଇଁ ଆଶଙ୍କା କରୁଛନ୍ତି ସେଥିରେ କିଛି ହେବ ନାହିଁ। ଜ୍ୟେଷ୍ଠା ନକ୍ଷତ୍ର ଗୃହସୀମାକୁ କେନ୍ଦ୍ର କରି ବିତର୍କ ହେବ।
ଧନୁ

କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ଉପରେ ଅଯଥା ବିରକ୍ତି ପ୍ରକାଶ କରିବା ଠିକ୍ ହେବନାହିଁ। ନୂତନ କାମର ପରିକଳ୍ପନା କରିବେ ଖର୍ଚ୍ଚଭାର ଯୋଗୁ ଚିନ୍ତାପ୍ରକଟ କରିପାରନ୍ତି। ପାରିବାରିକ ସମସ୍ୟାକୁ ସୁଧାରି ନେବାରେ ବନ୍ଧୁମାନେ ସାହାଯ୍ୟ କରିବେ। ଉତ୍ତରାଷାଢା ନକ୍ଷତ୍ର ସକାଶେ ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ସମସ୍ୟା ଲାଗିରହିବ।
ମକର

ସାମାଜିକ ସ୍ତରରେ ଉଚ୍ଚ ବର୍ଗର ବ୍ୟକ୍ତିଙ୍କଠାରୁ ଶ୍ରଦ୍ଧା ଓ ଗଠନମୂଳକ ପରାମର୍ଶ ପାଇ ଖୁସି ରହିବେ। ସହକର୍ମୀ କିମ୍ବା ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବ୍ୟକ୍ତିଙ୍କ ଦୌରାତ୍ମ୍ୟ ଅସହ୍ୟ ହେବ। ଶ୍ରବଣା ନକ୍ଷତ୍ରର ଦୀର୍ଘଦିନର ବନ୍ଧୁତାରେ ଭାଙ୍ଗିପଡିଥିବା ସମ୍ପର୍କ ପୁନଃ ପ୍ରତିଷ୍ଠିତ ହେବ। ନିଜ ଲୋକଙ୍କ ସହ ଝଗଡା ଲାଗିପାରେ ଏଣୁ ସତର୍କ ରହିବା ଭଲ।
କୁମ୍ଭ

କର୍ମକ୍ଷେତ୍ରର ସମସ୍ୟା ଓ ପରିବାରରେ ହଠାତ୍ କୌଣସି ଘଟଣା ମନକୁ ବିବ୍ରତ କରିପାରେ। ଜମିଜମା, କଳ କାରଖାନା, ପରିବହନରେ ସମସ୍ୟା ଜଟିଳ ହେବ। ଶତଭିଷା ନକ୍ଷତ୍ର ଚିନ୍ତା କରିଥିବା ଯୋଜନା ବିଗିଡି ଯିବାରୁ ମନ ଭଲ ରହିବ ନାହିଁ। ପରୋକ୍ଷ ଶତ୍ରୁତା କାରଣରୁ ଯେତେ ଭଲ କାମ କଲେ ମଧ୍ୟ ସମାଲୋଚିତ ହୋଇପାରନ୍ତି।
ମୀନ
କର୍ମକ୍ଷେତ୍ରର ଯେଉଁ ବିବାଦୀୟ ପରିସ୍ଥିତିି ସମ୍ବନ୍ଧରେ ଆଶଙ୍କା କରୁଛନ୍ତି ସେଥିରେ କିଛି ଅସୁବିଧା ହେବନାହିଁ। ରେବତୀ ନକ୍ଷତ୍ର ବନ୍ଧୁଙ୍କ ଗହଣରେ ଅପ୍ରିୟ ସତ୍ୟ କହି ବିବାଦୀୟ ହୋଇ ପାରନ୍ତି। ସଭାସମିତିରେ, ଆନୁଷ୍ଠାନିକ କାମରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ପରିବାରରେ ଛୋଟ କଥାକୁ କେନ୍ଦ୍ର କରି କଳହ ସୃଷ୍ଟି ହୋଇପାରେ।
📲 Follow Dharitri – Odisha’s No. 1 Odia Daily 📰✨
Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.