ମେଷ

ଆଜି ଯେକୌଣସି କ୍ଷେତ୍ରରେ ମଧ୍ୟ ଛୋଟ ଘଟଣା ପ୍ରତି ଗୁରୁତ୍ୱ ଦେଲେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହେବ। ସାମାଜିକ ଜୀବନରେ ପାରିପାର୍ଶ୍ୱିକ ପରିସ୍ଥିତି କେତେକାଂଶରେ ଭଲ ରହିବା ହେତୁ ମାନସିକ ଅସ୍ଥିରତା ଦୂର ହୋଇପାରେ। ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣାଧୀନ ରହିବ ଓ ଆର୍ଥିକ ସ୍ଥିତିରେ ମଧ୍ୟ ଉନ୍ନତି ଘଟିବ।
ବୃଷ

ପରିବାରରେ ମତଭେଦ କିମ୍ବା କୌଣସି ସଦସ୍ୟଙ୍କ ଅସୁସ୍ଥତାଜନିତ ଅସ୍ଥିରତା ସୃଷ୍ଟିର ଆଶଙ୍କା ରହିଛି। ବ୍ୟବସାୟ, ବାଣିଜ୍ୟ, ଯାତ୍ରା, ପ୍ରତିଦ୍ୱନ୍ଦ୍ୱିତା ପ୍ରଭୃତି ପ୍ରତ୍ୟେକ କ୍ଷେତ୍ରରେ ବିଶେଷ ଖର୍ଚ୍ଚାନ୍ତ ହେବେ। ଘରକୁ ବହୁତ ଦିନରୁ ଇଚ୍ଛା କରି ମଧ୍ୟ ଆଣିପାରି ନ ଥିବା ଜିନିଷଟି ଆଜି ଆଣିପାରନ୍ତି। ବିଶିଷ୍ଟବ୍ୟକ୍ତିଙ୍କ ପ୍ରଶଂସାଭାଜନ ହୋଇପାରନ୍ତି।
ମିଥୁନ

ପରିସ୍ଥିତିବଶତଃ ଆପଣଙ୍କୁ ନିଜର ଘର କାମ ସାଙ୍ଗକୁ ବନ୍ଧୁମାନଙ୍କ କାମକୁ ମଧ୍ୟ ଅଗ୍ରାଧିକାର ଭିତିରେ କରିବାକୁ ପଡିବ। ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ପାଇବେ, କିନ୍ତୁ ସମସ୍ୟା ଭିତର ଦେଇ ଯିବାକୁ ପଡିପାରେ। ବାଣିଜ୍ୟ,ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ସନ୍ତୋଷଜନକ ଫଳ ପାଇବେ।
କର୍କଟ

ସ୍ବାସ୍ଥ୍ୟକୁ ନିୟନ୍ତ୍ରଣ ମଧ୍ୟରେ ରଖିଲେ ମଧ୍ୟ କାର୍ଯ୍ୟଭାରର ବୋଝ ଅତିଷ୍ଠ କରିପାରେ। ନୂତନ ସ୍ଥାନ, ନୂଆ କାମ, ଅଜଣା ଲୋକଙ୍କ ସଂସ୍ପର୍ଶରେ ଆସି ସଙ୍କୁଚିତବୋଧ କରିପାରନ୍ତି। କର୍ମକ୍ଷେତ୍ରରେ ଫାଇଲ୍ କାମ, ଯାନ୍ତ୍ରିକ ତ୍ରୁଟି ବୃଦ୍ଧି ପାଇବ। ପରିବାର ପ୍ରତି ବିମୁଖ କିମ୍ବା ଉଦାସୀନ ପରିଲକ୍ଷିତଜନିତ ସମାଲୋଚିତ ହୋଇପାରନ୍ତି।
ସି˚ହ

ସହକର୍ମୀଙ୍କ ପକ୍ଷପାତିତା ନୀତି ବିରୋଧରେ ଅନ୍ୟମାନେ ସମାଲୋଚନା କରିପାରନ୍ତି। ପରିସ୍ଥିତିର ଗୁରୁତ୍ୱଦୃଷ୍ଟିରୁ ଆପଣଙ୍କ ମନ କଥା ଅପ୍ରକାଶ୍ୟ ରହିଯାଇପାରେ। ନିଜର ବ୍ୟବହାର୍ଯ୍ୟ ଜିନିଷ ପରକୁ ଦେଇ ଆବଶ୍ୟକ କାଳରେ ଅପଦସ୍ଥ ହୋଇପାରନ୍ତି। ଘରୋଇ କାମରେ ଭଉଣୀ କିମ୍ବା ସ୍ତ୍ରୀଙ୍କ ତରଫରୁ ସମସ୍ୟା ଆସିପାରେ।
କନ୍ୟା

କାର୍ଯ୍ୟଦକ୍ଷତା ସାଙ୍ଗକୁ ଯୁକ୍ତିଯୁକ୍ତ ଶାଳୀନତାପୂର୍ଣ୍ଣ ବ୍ୟବହାର ଯୋଗୁ ସାମାଜିକ ସ୍ତରରେ ପ୍ରତିଷ୍ଠିତ ହେବେ। ଭାବୁଥିବା କାମଟିକୁ ଶେଷ କରିପାରିବା କ୍ଷେତ୍ରରେ ବିଭିନ୍ନ ପ୍ରକାର ସମସ୍ୟାର ସାମ୍ନା କରିବାକୁ ପଡିପାରେ। ଯେଉଁ ବ୍ୟକ୍ତିଙ୍କ ବିଷୟରେ ଆଲୋଚନା କରୁଥିବେ ତାହାକୁ ହଠାତ୍ ଅତି ନିକଟରେ ଦେଖି ହଡବଡେଇ ଯାଇପାରନ୍ତି।
ତୁଳା

କର୍ମକ୍ଷେତ୍ରରେ କୌଣସି ବନ୍ଧୁଙ୍କ ପ୍ରତି ଅତିରିକ୍ତ ଆନ୍ତରିକତା ସମସ୍ୟାର କାରଣ ହୋଇପାରେ। ଆର୍ଥିକ ଅଭାବ ଅନଟନ ଇଚ୍ଛାପୂରଣରେ ବାଧା ସୃଷ୍ଟି କରିବାର ସୂଚନା ରହିଛି। ରାଜନୀତି, ନିର୍ମାଣ, ସାହିତ୍ୟ କ୍ଷେତ୍ରରେ ସୁନାମକୁ ନିକଟସ୍ଥ ବ୍ୟକ୍ତିମାନେ ଈର୍ଷାନ୍ବିତ କରିବେ। ଆନୁଷ୍ଠାନିକ କାମ ସମ୍ପନ୍ନ କରିବା ସକାଶେ କୌଣସି ଅସୁବିଧା ରହିବନାହିଁ।
ବିଛା

କର୍ମକ୍ଷେତ୍ର, ଆର୍ଥିକ ସ୍ଥିତି ଓ ଜମିଜମା କାରବାର ପାଇଁ ଦିନଟି ମନ୍ଦ ହେବନି। ଜମା ଭଲ ପଡୁ ନ ଥିବା ନିଜ ପରିସରର ଲୋକମାନେ ଆପଣଙ୍କ ଅପଯଶ ଗାଇ ବୁଲିପାରନ୍ତି। କେତେକ କ୍ଷେତ୍ରରେ ଶୀଘ୍ର ନିଷ୍ପତ୍ତିନେବାକୁ ବାଧ୍ୟ ହୋଇ ଦ୍ୱନ୍ଦ୍ୱରେ ପଡିବେ। ଆଶା କରୁଥିବା ଦିଗରୁ ଦ୍ରବ୍ୟଲାଭ, ଭ୍ରମଣ ଓ କାର୍ଯ୍ୟସିଦ୍ଧି ଯୋଗୁ ମନ ଏକପ୍ରକାର ଖୁସି ରହିବ।
ଧନୁ

ଆର୍ଥିକସ୍ଥିତି ମଜଭୁତ ରହିବା ସହିତ ଦୁଃସାହସିକ ପଦକ୍ଷେପ କର୍ମକ୍ଷେତ୍ରର ପ୍ରତିବନ୍ଧକକୁ ହଟାଇ ନେବ। ମାଙ୍ଗଳିକ କାର୍ଯ୍ୟ ସକାଶେ ବନ୍ଧୁଙ୍କ ସହ ଆଲୋଚନା କରିବେ। ମାଲି ମକଦ୍ଦମାରେ ବିଳମ୍ବଜନିତ ମାନସିକ ଅସ୍ଥିରତା ବୃଦ୍ଧି ପାଇବାର ସୂଚନା ରହିଛି। ଦୀର୍ଘଦିନର ପ୍ରତୀକ୍ଷାନ୍ତେ ସରକାରୀ ସହାୟତା ଲାଭ କରି ଖୁସି ଅନୁଭବ କରିପାରନ୍ତି।
ମକର

କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ହାତକୁ ନେଇ ହିତୈଷୀମାନଙ୍କର ଶ୍ରଦ୍ଧାଭାଜନ ହୋଇପାରନ୍ତି। ବନ୍ଧୁମାନଙ୍କ ସହ ମନୋରଞ୍ଜନ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରିବାର ସୁଯୋଗ ପ୍ରାପ୍ତ ହୋଇପାରେ। ଖର୍ଚ୍ଚଭାର ବୃଦ୍ଧି ମାନସିକ ଅଶାନ୍ତିର କାରଣ ହେବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ସମସ୍ୟା ସମାଧାନରେ ସଫଳ ହେବେ।
କୁମ୍ଭ

ସମସ୍ୟା ସମାଧାନ ସାଙ୍ଗକୁ ଋଣ ପରିଶୋଧ କରିବେ। ବିବାଦୀୟ ଘଟଣା ମିସାଂସା ହୋଇ ଆଗାମୀ କର୍ମକ୍ଷେତ୍ର ପାଇଁ ମାର୍ଗ ଉନ୍ମୁକ୍ତ କରିବ। ଶିଳ୍ପ, ବାଣିଜ୍ୟ, ଶେୟାର ବଜାର କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ। କଳା,ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି କରିବା ସାଙ୍ଗକୁ ପ୍ରଶଂସିତ ହୋଇପାରନ୍ତି।
ମୀନ
କର୍ମକ୍ଷେତ୍ରରେ ସମସ୍ୟାଗୁଡିକ ଆପଣାଛାଏଁ ସୁଧୁରି ଯିବ, କିନ୍ତୁ ଶାରୀରିକ ଅସୁସ୍ଥତା ମାନସିକ ଅସ୍ଥିରତାକୁ ବୃଦ୍ଧି କରିବ। ସାମାଜିକ ସ୍ତରରେ ଅନ୍ୟମାନଙ୍କ ମନକୁ ମନେଇ କିମ୍ବା ପିଠି ଥାପୁଡ଼େଇ କାମ ହାସଲ କରିବେ। କଳା,ସାହିତ୍ୟ ପ୍ରତି ଅନୁରାଗ ବଢିବ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ର୍ରଶଂସିତ ମଧ୍ୟ ହେବେ।
📲 Follow Dharitri – Odisha’s No. 1 Odia Daily 📰✨
Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.