ସାଇବର ଅପରାଧ ଓ ଶିଶୁ ସୁରକ୍ଷା

ରାଜୀବ କୁମାର ନାୟକ

 

ବର୍ତ୍ତମାନ ଇଣ୍ଟରନେଟ୍‌ ଦୈନନ୍ଦିନ ଜୀବନର ଏକ ପ୍ରମୁଖ ଅଂଶ ପାଲଟି ଯାଇଛି। ଇଣ୍ଟରନେଟ୍‌ ମାଧ୍ୟମରେ ବନ୍ଧୁ ସୃଷ୍ଟି, ଭାବ ପ୍ରକାଶ, ବନ୍ଧୁତା ସ୍ଥାପନ, ଫଟୋ, ଭିଡିଓ ଇତ୍ୟାଦି ଶେୟାର କରିବା, ଖେଳ ଖେଳିବା, ଜିନିଷ କିଣାବିକା କରିବା ଏକ ପ୍ରକାର ଦୈନନ୍ଦିନ ବ୍ୟାପାରରେ ପରିଣତ ହୋଇଯାଇଛି। ଇଣ୍ଟରନେଟ୍‌ ମାଧ୍ୟମରେ ସମଗ୍ର ପୃଥିବୀର କୋଟି କୋଟି ଜନତା ଯୋଡ଼ିହେଉଥିବା କାରଣରୁ ଏହାର କୁପ୍ରଭାବ ମଧ୍ୟ ପଡୁଛି। ମହିଳା ଏବଂ ଶିଶୁ ମଧ୍ୟ ଏଥିରୁ ବାଦ୍‌ ପଡୁନାହାନ୍ତି। ଏହି କାରଣରୁ ଦିନକୁ ଦିନ ସାଇବର ଅପରାଧ ବୃଦ୍ଧି ପାଉଥିବା ଜଣାଯାଏ। ପ୍ରମୁଖ ସାଇବର ଅପରାଧ ମଧ୍ୟରେ ହ୍ୟାକିଙ୍ଗ୍‌ ବା ଡାଟା ଚୋରି, ମାଲାଓ୍ବର ଶଫ୍ଟଓ୍ବେର ନାମରେ ଏକ କୋଡ୍‌ ତିଆରି କରି ଅନ୍ୟର କାମରେ ଅନ୍ତରାୟ ସୃଷ୍ଟି କରିବା, ଆଇଡେଣ୍ଟିଟି ଥେଫ୍‌ଟ ବା ପରିଚୟ ଚୋରି, ସୋସିଆଲ ଇଞ୍ଜିୟରିଂ ବା ଅନ୍ୟଜଣଙ୍କର ଛଦ୍ମ ପରିଚୟରେ ଠକାମି କରିବା ତଥା ଶଫ୍ଟଓ୍ବେର ପ୍ରାଇଭେସି ଅର୍ଥାତ୍‌ ଶଫ୍ଟଓ୍ବେର ମାଧ୍ୟମରେ ଅନ୍ୟ ଜଣକର ବ୍ୟକ୍ତିଗତ ପ୍ରୋଫାଇଲ ବା ଡାଟାରେ ହସ୍ତକ୍ଷେପ କରିବା ଇତ୍ୟାଦି। ଶିଶୁମାନେ ଏକ ସମ୍ବେଦନଶୀଳ ଗୋଷ୍ଠୀ ହୋଇଥିବାରୁ ସେମାନେ ଅନେକ ସମୟରେ ଇଣ୍ଟରନେଟ ତଥା ସାଇବର ଅପରାଧ ସମ୍ବନ୍ଧରେ ସଚେତନ ନ ଥାନ୍ତି, ଫଳତଃ ସେମାନେ ଅନେକ ସମୟରେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଅନେକ ସମୟରେ ମାଆ ବାପା ଶିଶୁଙ୍କୁ ପାଠ ପଢ଼ିବା ନାଁରେ ମୋବାଇଲ ଫୋନ୍‌ ଧରାଇ ଦେଉଥିବାରୁ ଶିଶୁ ତା’ର ସଦ୍‌ ବ୍ୟବହାର ଯେତିକି ମାତ୍ରାରେ କରୁଛି ତା’ ସହ ଉତ୍କଣ୍ଠା କାରଣରୁ ଭିନ୍ନ ଭିନ୍ନ ସାଇଟ୍‌ରେ ପ୍ରବେଶର ଇଚ୍ଛା ଫଳରେ ସେ ଅସୁବିଧାରେ ମଧ୍ୟ ପଡ଼ିବାର ସମ୍ଭାବନା ବଢୁଛି।
ଶିଶୁକୁ ଛୋଟ ନଜରରେ ଦେଖିବା, ରାଗିବା ଭଳି, ଆଘାତ ଦେବା ଭଳି ବାର୍ତ୍ତା ପ୍ରେରଣ (ମେସେଜ), ବାରମ୍ବାର ଫୋନ କରିବା, ଭୟ ଦେଖାଇବା, ଉପତ୍ୀଡ଼ନ, ଚାପଗ୍ରସ୍ତ କରିବା, କାମୋଦ୍ଦୀପକ ଚିତ୍ର, ଭିଡିଓ ଇତ୍ୟାଦି ମାଧ୍ୟମରେ ହଇରାଣ କରିବା ସାଇବର ଅପରାଧର ଅଂଶବିଶେଷ। ଏସବୁ ଶିଶୁର ପାଠପଢ଼ାକୁ ବିଶେଷ ଭାବରେ ପ୍ରଭାବିତ କରିଥାଏ। ଏଥିରୁ ମୁକ୍ତି ପାଇବା ସକାଶେ ଶିଶୁକୁ ଖୁବ୍‌ ସଚେତନ ହେବା/ସତର୍କତା ଅବଲମ୍ବନ କରିବା ଆବଶ୍ୟକ। ବିଶେଷକରି କୈଶୋର ଅବସ୍ଥା(୧୧ରୁ ୧୮ ବର୍ଷ)ର ଶିଶୁ ଏସବୁର ସହଜ ଶିକାର ହୋଇଥାନ୍ତି, କାହିଁକିନା ଶିଶୁ ଏ ବୟସରେ ଖୁବ୍‌ ଚପଳ ଥାଏ। ତେଣୁ ଏହି ବୟସର ପିଲଙ୍କୁ ସବୁବେଳେ ନଜରରେ ରଖିବା ଆବଶ୍ୟକ।
ସାମାଜିକ ଗଣମାଧ୍ୟମ ଯଥା- ଫେସ୍‌ବୁକ, ହ୍ବାଟ୍‌ସଆପ୍‌, ଇନ୍‌ଷ୍ଟାଗ୍ରାମ ଇତ୍ୟାଦିର ବହୁଳ ବ୍ୟବହାର ଫଳରେ ଶିଶୁଟିଏ ଅସୁବିଧାରେ ପଡିବାର ସମ୍ଭାବନା ବୃଦ୍ଧି ପାଇଥାଏ। ଅନଲାଇନ ଗେମ୍‌ ମାଧ୍ୟମରେ ଶିଶୁଟିଏ ହଜାର ସଂଖ୍ୟାରେ ପିଲାଙ୍କ ସହିତ ସଂଯୁକ୍ତ ହୋଇଯାଇ ପାରୁଛି, ଫଳରେ ତାଙ୍କ ସହିତ କଥାହେବା, ମତାମତ ଶେୟାର କରିବା,ବନ୍ଧୁ ସାଜିବା, ଗୋଟିଏ ଗ୍ରୁପ୍‌ ବା ଟିମ୍‌ରେ ରହିବାକୁ ପଡିଥାଏ। ପୁନଶ୍ଚ ଦେୟମୁକ୍ତ ଅନ୍‌ଲାଇନ ଖେଳ ଯେଉଁଥିରେ ବ୍ୟକ୍ତିଗତ ବିବରଣୀ ପ୍ରଦାନ କରିବାକୁ ପଡ଼ିଥାଏ ଖୁବ୍‌ ସହଜରେ ବ୍ୟକ୍ତିଗତ ତଥ୍ୟସବୁ ଅନ୍ୟ ଜଣକ ପାଖକୁ ଚାଲି ଯାଇଥାଏ। ଅପ୍ରସିଦ୍ଧ ଦେୟମୁକ୍ତ ଖେଳ ନାଁରେ ଠକାମିର ଶିକାର ହେବା ମଧ୍ୟ ଅନେକ ସମୟରେ ଦେଖାଯାଇଥାଏ। ତେଣୁ ସତର୍କତା ସ୍ବରୂପ ଅନ୍‌ଲାଇନ ଖେଳର ବନ୍ଧୁଙ୍କ ସହିତ ପ୍ରତ୍ୟକ୍ଷ ବନ୍ଧୁତାରୁ ଦୂରେଇ ରହିବା ସହିତ ବାହାରେ ଖେଳିବାକୁ ପ୍ରଧାନ୍ୟ ଦେବା କଥା। ଆଉମଧ୍ୟ ଅନଲାଇନ ଗେମ୍‌ ଅପେକ୍ଷା ଇନ୍‌ଡୋର ବା ଆଉଟ୍‌ଡୋର ଗେମ୍‌ ଖେଳି ଅନ୍‌ଲାଇନ ଗେମ୍‌ଠାରୁ ଯେତେ ଦୂରେଇ ରହିବା ସେତେ ଭଲ।
ସ୍ଥଳ ବିଶେଷରେ ବୟସ୍କ ବ୍ୟକ୍ତି ନିଜ ପ୍ରୋଫାଇଲରେ ଶିଶୁଟିଏର ଫଟୋଦେଇ ବା ପୁଅଟିଏ ଝିଅଟିଏର ଫଟୋ ଦେଇ ଏପରିକି ଆଗ୍ରହର ବିଷୟ ସମାନ ରଖି ଆବେଗିକ ସମ୍ପର୍କ ରଖିବାର ପ୍ରୟାସ କରା ଯାଇଥାଏ। ଏପରି ସ୍ଥଳେ ହୃଦୟକୁ ଛୁଇଁଲା ଭଳି ମତାମତ, ଉପହାର ପ୍ରଥମେ ପ୍ରଥମେ ଅର୍ପଣ କଲାପରେ କିଛିଦିନ ପରେ ଖରାପ ବାର୍ତ୍ତା ପ୍ରେରଣ, ଫଟୋ, ଭିଡିଓ ଇତାଦି ନିଜେ ଶେୟାର କରିବା ସହିତ ଅପରକୁ ଶେୟାର କରିବାକୁ ଉସୁକା ଯାଇଥାଏ ଏବଂ ପରବର୍ତ୍ତୀ ସମୟରେ ଏହିସବୁ ଜିନିଷକୁ ନେଇ ବ୍ଲାକମେଲ କରା ଯାଇଥାଏ। ଏଭଳି ସ୍ଥଳେ ସମ୍ପୃକ୍ତ ବ୍ୟକ୍ତି ଏଭଳି କାର୍ଯ୍ୟ ନ କରିବାକୁ ଅନୁରୋଧ କରିବା ସହିତ ଗୁରୁଜନ ବିଶେଷ କରି ମାତାପିତାଙ୍କ ଆଗରେ ବିଷୟଟିକୁ ଉପସ୍ଥାପନ କରିବା ଉଚିତ।
ସାଇବର ଅପରାଧରୁ ଶିଶୁମାନଙ୍କୁ ମୁକ୍ତ ରଖିବା ନିମିତ୍ତ ମାଆମାନେ ବିଶେଷ ଭାବରେ ସଚେତନ ହେବା ଆବଶ୍ୟକ। ପ୍ରଥମତଃ ପିଲାମାନଙ୍କ ସହିତ ସମ୍ଭାବ୍ୟ ବିପଦ ସମ୍ବନ୍ଧରେ ଆଲୋଚନା କରିବା ବିଧେୟ। ସାମାଜିକ ଗଣମାଧ୍ୟମକୁ ଦାୟିତ୍ୱର ସହ ବ୍ୟବହାର କରିବାକୁ ପରାମର୍ଶ ଦେବା ଆବଶ୍ୟକ। ପିଲାମାନଙ୍କ ପାଖରେ ବ୍ୟବହାରରେ ପରିବର୍ତ୍ତନ ଯେମିତିକି ଅଧିକ ସମୟ ଅନ୍‌ଲାଇନରେ ବିନିଯୋଗ କରିବା ଏବଂ ଏଭଳି ଅଧିକ ବ୍ୟବହାରକୁ କେହି ବାରଣ କଲେ ସେ କିଛି ଭୁଲ୍‌ କରୁନାହିଁ ବୋଲି ସଫେଇ ଦେବା ବା ଏସବୁ କାମ ଲୁଚାଇ କରିବା ଇତ୍ୟାଦି ଦେଖିଲେ ତାକୁ ଅଲଗା କାମରେ ଲଗାଇବାକୁ ଚେଷ୍ଟିତ ହେବା ଆବଶ୍ୟକ। ଅନ୍‌ଲାଇନ ଗେମ୍‌ ଅପେକ୍ଷା ପିଲାମାନେ ଯେମିତି ଅଫ୍‌ଲାଇନ ଗେମ୍‌ରେ ବେଶି ମନୋନିବେଶ କରିବେ ସେଥିପାଇଁ ପ୍ରବର୍ତ୍ତାଇବା ଆବଶ୍ୟକ। ଇମେଲ୍‌ ବ୍ୟବହାର କରୁଥିଲେ ମଝିରେ ମଝିରେ ପାସ୍‌ଓ୍ବାର୍ଡ ପରିବର୍ତ୍ତନ କରିବା ଉଚିତ। ବ୍ୟବହାର ପରେ ପ୍ରତିଥର ଲଗ୍‌ କରିବା ଆବଶ୍ୟକ। ସନ୍ଦେହ ଲାଗୁଥିବା କୌଣସି ଲିଙ୍କ୍‌ ବା ଆଟାଚମେଣ୍ଟକୁ ଖୋଲିବା ଉଚିତ ନୁହେଁ। ବ୍ୟବହାର କରୁ ନ ଥିବା ବେଳେ ଓ୍ବେବ୍‌ କ୍ୟାମେରାକୁ ଘୋଡାଇ ରଖିବା ଉଚିତ। ସବୁବେଳେ ଶଫ୍ଟଓ୍ବେର ଅପ୍‌ଡେଟ୍‌ ରଖିବା ସହିତ ଆଣ୍ଟି ଭାଇରସ୍‌ ନିହାତି ଭାବରେ ଇନ୍‌ଷ୍ଟଲ୍‌ କରିଥିବା ଆବଶ୍ୟକ। ଠିକ୍‌ ସେମିତି ନିରାପଦ ବ୍ରାଉଜର ଟୁଲ୍‌ ସହିତ ଅପଡେଟ ଭର୍ସନ ବ୍ୟବହାର କରିବା ଉଚିତ।
ସାଇବର ଅପରାଧର ଶିକାର ନ ହେବା ସକାଶେ ଶପିଂ ବା ବ୍ୟାଙ୍କିଙ୍ଗ ଆପ୍‌, ଯେତେଦୂର ସମ୍ଭବ ସର୍ବସାଧାରଣ କମ୍ପ୍ୟୁଟର ବ୍ୟବହାର ନ କରିବା କରିବା ଉଚିତ। ଆହୁରି ମଧ୍ୟ ମାତାପିତାମାନେ ସମ୍ଭାବ୍ୟ ସାଇବର ଅପରାଧ ସମ୍ବନ୍ଧରେ ନିଜ ସନ୍ତାନ ସନ୍ତତିଙ୍କ ସହିତ ଆଲୋଚନା କରିବା ଉଚିତ। ସାଇବର ଅପରାଧର ଶିକାର ହେଲେ ତୁରନ୍ତ ସାଇବର ଅପରାଧ ରିପୋର୍ଟିଂ ପୋର୍ଟାଲରେ ଜଣେ ରିପୋର୍ଟ କରିବା ବିଧେୟ।
ପଦରପଡ଼ା, ବୌଦ୍ଧ
ମୋ: ୯୪୩୭୫୭୧୮୩୧


Enter your email to get our daily news in your inbox.

All Right Reserved By Dharitri.Com

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?