ଏଇ ଭାରତରେ

କୃଷକଙ୍କ ହିତ ପାଇଁ ଯେଉଁ କେତେଜଣ କାର୍ଯ୍ୟ କରୁଛନ୍ତି ସେମାନଙ୍କ ମଧ୍ୟରେ ହରିୟାଣାର ନିଶା ସୋଲାଙ୍କି ଅନ୍ୟତମ। ନିଶା ହରିୟାଣାର ପ୍ରଥମ ଡ୍ରୋନ୍‌ ପାଇଲଟ୍‌। ସେ ମହାରଣା ପ୍ରତାପ ବିଶ୍ୱବିଦ୍ୟାଳୟ ସହିତ ମିଶି କୃଷକମାନଙ୍କୁ ଡ୍ରୋନ୍‌ ଉଡାଣ ସମ୍ପର୍କରେ ପ୍ରଶିକ୍ଷଣ ଦେଉଛନ୍ତି। କୃଷକମାନେ ଏହି ପ୍ରଶିକ୍ଷଣ ପାଇ ଡ୍ରୋନ୍‌ ମାଧ୍ୟମରେ କୀଟନାଶକ ସ୍ପ୍ରେଠାରୁ ଆରମ୍ଭ କରି ଅନ୍ୟ ସବୁ କାର୍ଯ୍ୟ ସହଜରେ କରିପାରୁଛନ୍ତି। କୀଟନାଶକ ସ୍ପ୍ରେ ଯେଉଁଠି ୧ ଘଣ୍ଟା ଲାଗିବା କଥା ସେ କ୍ଷେତ୍ରରେ ଡ୍ରୋନ୍‌ ମାଧ୍ୟମରେ ମାତ୍ର କିଛି ମିନିଟ୍‌ରେ ହୋଇପାରୁଛି। ପାରମ୍ପରିକ ପଦ୍ଧତିରେ ଯେଉଁଠି ୨୦୦ ଲିଟର ପାଣି କୀଟନାଶକ ସ୍ପ୍ରେ ପାଇଁ ଦରକାର ସେଠାରେ ମାତ୍ର ୧୦ ଲିଟର ପାଣିରେ ସମାନ ପରିମାଣ ଜମିରେ ଏହା ସ୍ପ୍ରେ ହୋଇପାରୁଛି। ଏହା ସହ କୃଷକମାନଙ୍କୁ ସ୍ବାସ୍ଥ୍ୟଗତ ପ୍ରଭାବରୁ ବି ମୁକ୍ତ କରାଯାଉଛି। ନିଶା ଜଣେ ଏଗ୍ରିକଲ୍‌ଚର ଇଞ୍ଜିନିୟର। ସେ ଶିକ୍ଷା ଶେଷ ପରେ ଡ୍ରୋନ୍‌ ପାଇଲଟିଂ ପ୍ରଶିକ୍ଷଣ ନେଇ ଏହି କାର୍ଯ୍ୟ ଆରମ୍ଭ କରିଥିଲେ। ଏବେ ସେ ହରିୟାଣାର ପ୍ରାୟ ସବୁ ଜିଲାରେ ତାଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଚଳାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀଅରବିନ୍ଦଙ୍କ ଦୃଷ୍ଟିରେ ପାରିବାରିକ ଜୀବନ

ଶ୍ରୀଅରବିନ୍ଦଙ୍କ ଅନୁସାରେ କଥିତ ପରିବାର ହେଉଛି ମଣିଷର ଜୀବନଗତ ପ୍ରକୃତିର ଏକ ଆବଶ୍ୟକ ସୃଷ୍ଟି ଯାହା ମୌଳିକ, ସାମାଜିକ ଏବଂ ଜୈବିକ ପ୍ରବୃତ୍ତିକୁ ପୂରଣ କରିବା ପାଇଁ…

ଗବେଷଣାରେ ମୌଳିକତାର ମୃତ୍ୟୁ

ଆଧୁନିକ ଭାରତରେ ବିଶ୍ୱବିଦ୍ୟାଳୟଗୁଡ଼ିକର ସଂଖ୍ୟା ଗତ କିଛି ଦଶନ୍ଧି ମଧ୍ୟରେ ବୃଦ୍ଧି ପାଇଛି ସତ, କିନ୍ତୁ ଶୈକ୍ଷିକ ମାନଦଣ୍ଡ ଏବଂ ଗବେଷଣାର ଗୁଣାତ୍ମକ ଦିଗଟି ଏବେ ଏକ…

Dillip Cherian

ତଳ ସ୍ତରରେ ଅନିଶ୍ଚିତତା

କେନ୍ଦ୍ର ସରକାର କ୍ୟାବିନେଟ୍‌ ସଚିବ ଟି.ଭି. ସୋମନାଥନ୍‌ ଏବଂ ସ୍ବରାଷ୍ଟ୍ର ସଚିବ ଗୋବିନ୍ଦ ମୋହନଙ୍କ କାର୍ଯ୍ୟକାଳ ଆଉ ୧ ବର୍ଷ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରଭାବୀ…

ରିଲ୍ସ ସାମ୍ରାଜ୍ୟ

ପୁଞ୍ଜିବାଦର ଅନ୍ତିମ ପର୍ଯ୍ୟାୟରେ ରାଷ୍ଟ୍ର ଆଉ ଶାସନ କରେନାହିଁ, ପର୍‌ଫର୍ମ (କାର୍ଯ୍ୟ) କରେ। ପ୍ରଧାନମନ୍ତ୍ରୀଙ୍କଠାରୁ ଗ୍ରାମପଞ୍ଚାୟତ ସଦସ୍ୟ- ସମସ୍ତେ ଯେପରି ଇତିହାସର ଚରିତ୍ର ନୁହନ୍ତିି, ଇନ୍‌ଷ୍ଟାଗ୍ରାମର କଣ୍ଟେଣ୍ଟ…

ଏଭଳି ଭକ୍ତିର କି ଲାଭ

ସୋସିଆଲ ମିଡିଆରେ ଗତ କିଛିଦିନ ତଳେ ଗୋଟେ ଭିଡିଓଟେ ଘୂରି ବୁଲୁଥିଲା। ଉକ୍ତ ଭିଡିଓରେ ଗେରୁଆ ବସ୍ତ୍ର ପରିଧାନ କରିଥିବା କିଛି ବୋଲବମ ଭକ୍ତ ମଦ ବୋତଲ…

ଲାଞ୍ଛନାର ମଞ୍ଚ

ଆନ୍ଥୋନୀ ଫାଉସି ଜଣେ ଇମ୍ୟୁନୋଲୋଜିଷ୍ଟ (ରୋଗପ୍ରତିରୋଧକ ବିଜ୍ଞାନୀ) ଭାବରେ ପ୍ରତିଷ୍ଠା ଲାଭ କରିଛନ୍ତି। କିନ୍ତୁ ଆମେରିକାର ସିନେଟ୍‌ କମିଟି ଅନ୍‌ ହୋମଲ୍ୟାଣ୍ଡ ସିକ୍ୟୁରିଟି ଆଣ୍ଡ୍‌ ଗଭର୍ନମେଣ୍ଟାଲ ଆଫେୟାର୍ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri