ବ୍ୟାଘ୍ର ପ୍ରକଳ୍ପରୁ ବିସ୍ଥାପିତ ହେବ କଟରଙ୍ଗ

ବନ୍ତଳା, ୧୯।୪ (ଦିନେଶ ଦେହୁରୀ)

ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟ ବ୍ୟାଘ୍ର ପ୍ରକଳ୍ପ କୋର୍‌ ଅଞ୍ଚଳରେ ଥିବା ଗ୍ରାମଗୁଡିକୁ ବିସ୍ଥାପିତ କରିବା ପାଇଁ ସରକାର ପଦକ୍ଷେପ ନେଉଛନ୍ତି। ପ୍ରାଥମିକତାରେ ରାଇଗୁଡା ଗ୍ରାମକୁ ବିସ୍ଥାପିତ କରାଯାଇଥିବା ବେଳେ ଏବେ ଟିକରପଡା ପଞ୍ଚାୟତ ଅଧୀନରେ ଥିବା ଜିଲିଣ୍ଡା ରେଞ୍ଜର କଟରଙ୍ଗ ଗ୍ରାମକୁ ବିସ୍ଥାପିତ କରିବା ପାଇଁ ବନବିଭାଗ ଓ ଜିଲା ପ୍ରଶାସନ ଅନ୍ତିମ ପ୍ରସ୍ତୁତିରେ ପହଞ୍ଚି ସାରିଛି। ସୋମବାର ଏ ନେଇ ବିସ୍ଥାପିତ ପରିବାରର ସଦସ୍ୟମାନଙ୍କୁ ନେଇ ସାଧାରଣ ବୈଠକରେ ଚୂଡାନ୍ତ ତାଲିକା ପ୍ରସ୍ତୁତ କରିବା ସହିତ ଗ୍ରାମବାସୀଙ୍କ ଅଭିଯୋଗ ଶୁଣାଯାଇଥିଲା। ସାତକୋଶିଆ ଡିଏଫ୍‌ଓ ସରୋଜ କୁମାର ପଣ୍ଡା, ଅନୁଗୋଳ ତହସିଲଦାର ବିମଳ କୁମାର ଲେଙ୍କା, ଅତିରିକ୍ତ ତହସିଲଦାର ପ୍ରଶାନ୍ତ କୁମାର ସିଙ୍ଗ, ଜିଲିଣ୍ଡା ରେଞ୍ଜର ହରିସ ପ୍ରଧାନ, ପୁରୁଣାକୋଟ ରାଜସ୍ବ ଅଧିକାରୀ, ଟିକରପଡା ସରପଞ୍ଚ ସୌମ୍ୟ ରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
ବୈଠକରେ ଉପସ୍ଥିତ ଅଧିକାରୀମାନେ କହିଥିଲେ, କଟରଙ୍ଗ ଗ୍ରାମର ମୋଟ୍‌ ୧୨୩ ସଦସ୍ୟ ବିସ୍ଥାପିତ ହେବେ। ସେଥିମଧ୍ୟରୁ ବର୍ତ୍ତମାନ ଜଣଙ୍କ ଦେହାନ୍ତ ହୋଇଯାଇଛି। ପ୍ରତ୍ୟେକ ସଦସ୍ୟଙ୍କ ପାଇଁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ନିମନ୍ତେ ଜିଲା ପ୍ରଶାସନ ନିଷ୍ପତ୍ତି ନେଇଛି। ଏଥିସହିତ ସରକାରଙ୍କ ନୂଆ ନିୟମ ଅନୁଯାୟୀ ଜମିର ଭାଲୁଏଶନ କରାଯାଇଛି। ଯାହା ମୂଲ୍ୟ ରହିଛି, ତାହାକୁ ୧୦ ଭାଗ ଅଧିକ ବୃଦ୍ଧି କରି କ୍ଷତିପୂରଣ ଦିଆଯିବ। ଏଥିସହିତ ବନ ବିଭାଗ ପକ୍ଷରୁ କୌଣସି ଚାପ ପ୍ରୟୋଗ କିମ୍ବା ଜୋର ଜବରଦସ୍ତ ବିସ୍ଥାପିତ କରାଯିବ ନାହିଁ। ସହମତିରେ ୨୦ ଲକ୍ଷ ନେଇ ଲୋକେ ବିସ୍ଥାପିତ ହୋଇପାରିବେ। ଅନ୍ୟପକ୍ଷରେ ରୋଜଗାର ପାଇଁ ଗ୍ରାମରୁ ବାହାରେ ଥିବା ୨୬ ଜଣଙ୍କୁ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇ ନ ଥିବାରୁ ଉପସ୍ଥିତ କେତେଜଣ ସଦସ୍ୟ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏପରି ଅନୁଗୋଳ ଜିଲାକୁ ସେମାନଙ୍କୁ ବିସ୍ଥାପିତ ନ କରି କଟକ ଜିଲାରେ ରଖିବାକୁ ଦାବି କରିଥିଲେ। ଉକ୍ତ ଦାବିକୁ ବନ ଅଧିକାରୀ ଗ୍ରହଣ କରି ନ ଥିଲେ। ଏହି ସଭାରେ ଗ୍ରାମ ସଭାପତି ନଟବର ବେହେରା, ସମ୍ପାଦକ ବିଦେଶୀ ନାଏକ, କୋଷାଧ୍ୟକ୍ଷ ପହଲି ପଧାନ, ଦନେଇ ଯାନୀ, ସୁଶାନ୍ତ ପଧାନ, ବିକ୍ରମ ପଧାନ, ଜୟ ଯାନୀ, ସନାତନ ବେହେରା, ରମେଶ ଯାନୀ, ନାରଣ ଦାସ,ବିଷ ବେହେରା, ନବିନା ବେହେରା, ଆଶା ଦାସ,ପ୍ରଭାତୀ ବେହେରା, ଅଞ୍ଜଳି ବେହେରା, ନିଶା ବେହେରା ଙ୍କ ସହିତ ଗ୍ରାମର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri