ବ୍ୟାଘ୍ର ପ୍ରକଳ୍ପରୁ ବିସ୍ଥାପିତ ହେବ କଟରଙ୍ଗ

ବନ୍ତଳା, ୧୯।୪ (ଦିନେଶ ଦେହୁରୀ)

ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟ ବ୍ୟାଘ୍ର ପ୍ରକଳ୍ପ କୋର୍‌ ଅଞ୍ଚଳରେ ଥିବା ଗ୍ରାମଗୁଡିକୁ ବିସ୍ଥାପିତ କରିବା ପାଇଁ ସରକାର ପଦକ୍ଷେପ ନେଉଛନ୍ତି। ପ୍ରାଥମିକତାରେ ରାଇଗୁଡା ଗ୍ରାମକୁ ବିସ୍ଥାପିତ କରାଯାଇଥିବା ବେଳେ ଏବେ ଟିକରପଡା ପଞ୍ଚାୟତ ଅଧୀନରେ ଥିବା ଜିଲିଣ୍ଡା ରେଞ୍ଜର କଟରଙ୍ଗ ଗ୍ରାମକୁ ବିସ୍ଥାପିତ କରିବା ପାଇଁ ବନବିଭାଗ ଓ ଜିଲା ପ୍ରଶାସନ ଅନ୍ତିମ ପ୍ରସ୍ତୁତିରେ ପହଞ୍ଚି ସାରିଛି। ସୋମବାର ଏ ନେଇ ବିସ୍ଥାପିତ ପରିବାରର ସଦସ୍ୟମାନଙ୍କୁ ନେଇ ସାଧାରଣ ବୈଠକରେ ଚୂଡାନ୍ତ ତାଲିକା ପ୍ରସ୍ତୁତ କରିବା ସହିତ ଗ୍ରାମବାସୀଙ୍କ ଅଭିଯୋଗ ଶୁଣାଯାଇଥିଲା। ସାତକୋଶିଆ ଡିଏଫ୍‌ଓ ସରୋଜ କୁମାର ପଣ୍ଡା, ଅନୁଗୋଳ ତହସିଲଦାର ବିମଳ କୁମାର ଲେଙ୍କା, ଅତିରିକ୍ତ ତହସିଲଦାର ପ୍ରଶାନ୍ତ କୁମାର ସିଙ୍ଗ, ଜିଲିଣ୍ଡା ରେଞ୍ଜର ହରିସ ପ୍ରଧାନ, ପୁରୁଣାକୋଟ ରାଜସ୍ବ ଅଧିକାରୀ, ଟିକରପଡା ସରପଞ୍ଚ ସୌମ୍ୟ ରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
ବୈଠକରେ ଉପସ୍ଥିତ ଅଧିକାରୀମାନେ କହିଥିଲେ, କଟରଙ୍ଗ ଗ୍ରାମର ମୋଟ୍‌ ୧୨୩ ସଦସ୍ୟ ବିସ୍ଥାପିତ ହେବେ। ସେଥିମଧ୍ୟରୁ ବର୍ତ୍ତମାନ ଜଣଙ୍କ ଦେହାନ୍ତ ହୋଇଯାଇଛି। ପ୍ରତ୍ୟେକ ସଦସ୍ୟଙ୍କ ପାଇଁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ନିମନ୍ତେ ଜିଲା ପ୍ରଶାସନ ନିଷ୍ପତ୍ତି ନେଇଛି। ଏଥିସହିତ ସରକାରଙ୍କ ନୂଆ ନିୟମ ଅନୁଯାୟୀ ଜମିର ଭାଲୁଏଶନ କରାଯାଇଛି। ଯାହା ମୂଲ୍ୟ ରହିଛି, ତାହାକୁ ୧୦ ଭାଗ ଅଧିକ ବୃଦ୍ଧି କରି କ୍ଷତିପୂରଣ ଦିଆଯିବ। ଏଥିସହିତ ବନ ବିଭାଗ ପକ୍ଷରୁ କୌଣସି ଚାପ ପ୍ରୟୋଗ କିମ୍ବା ଜୋର ଜବରଦସ୍ତ ବିସ୍ଥାପିତ କରାଯିବ ନାହିଁ। ସହମତିରେ ୨୦ ଲକ୍ଷ ନେଇ ଲୋକେ ବିସ୍ଥାପିତ ହୋଇପାରିବେ। ଅନ୍ୟପକ୍ଷରେ ରୋଜଗାର ପାଇଁ ଗ୍ରାମରୁ ବାହାରେ ଥିବା ୨୬ ଜଣଙ୍କୁ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇ ନ ଥିବାରୁ ଉପସ୍ଥିତ କେତେଜଣ ସଦସ୍ୟ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏପରି ଅନୁଗୋଳ ଜିଲାକୁ ସେମାନଙ୍କୁ ବିସ୍ଥାପିତ ନ କରି କଟକ ଜିଲାରେ ରଖିବାକୁ ଦାବି କରିଥିଲେ। ଉକ୍ତ ଦାବିକୁ ବନ ଅଧିକାରୀ ଗ୍ରହଣ କରି ନ ଥିଲେ। ଏହି ସଭାରେ ଗ୍ରାମ ସଭାପତି ନଟବର ବେହେରା, ସମ୍ପାଦକ ବିଦେଶୀ ନାଏକ, କୋଷାଧ୍ୟକ୍ଷ ପହଲି ପଧାନ, ଦନେଇ ଯାନୀ, ସୁଶାନ୍ତ ପଧାନ, ବିକ୍ରମ ପଧାନ, ଜୟ ଯାନୀ, ସନାତନ ବେହେରା, ରମେଶ ଯାନୀ, ନାରଣ ଦାସ,ବିଷ ବେହେରା, ନବିନା ବେହେରା, ଆଶା ଦାସ,ପ୍ରଭାତୀ ବେହେରା, ଅଞ୍ଜଳି ବେହେରା, ନିଶା ବେହେରା ଙ୍କ ସହିତ ଗ୍ରାମର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ପ୍ରବଳ ବର୍ଷାକୁ ନେଇ ଚିନ୍ତାରେ ଚାଷୀ, ଆନନ୍ଦପୁର ଉପଜିଲାପାଳ କହିଲେ…

ହାଟଡିହୀ/ଛେନାପଦୀ,୧୬।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ପାଣିପାଗ ବିଭାଗ ତରଫରୁ କେନ୍ଦୁଝର ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି କରାଯାଇଥିଲା । ଏହାପରେ ଲୋକଙ୍କ ଧନ, ଜୀବନକୁ ଦୃଷ୍ଟିରେ ରଖି ପ୍ରଶାସନ…

ସଶକ୍ତ ଶିଶୁ ସଶକ୍ତ ଭାରତ କାର୍ଯ୍ୟକ୍ରମରେ ଯୋଗଦେଲେ ଦିଗପହଣ୍ଡି ବିଧାୟକ, କହିଲେ ଶିଶୁଙ୍କ ବୈଷୟିକ ଜ୍ଞାନକୌଶଳ…

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ମଧୁବିଦ୍ଯା ପୀଠ ବିଦ୍ୟାଳୟ ପରିସରରେ ‘ସଶକ୍ତ ଶିଶୁ ସଶକ୍ତ ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରୋଟାରୀ…

ଜଳପ୍ରପାତରେ ଗାଧୋଉଥିବା ବେଳେ ଖସିପଡ଼ିଲେ ଶିକ୍ଷକ, ତାପରେ….

ବରଗଡ଼,୧୬।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ଅଞ୍ଚଳରେ ଥିବା ପର୍ଯ୍ୟଟନସ୍ଥଳୀ ବାରବଖରା ଜଳପ୍ରପାତରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି । ଏହି ଜଳପ୍ରପାତରେ ଗାଧୋଉଥିବା…

ଦିନ ଦ୍ବିପ୍ରହରରେ ଆତଙ୍କ ମଚାଇଲେ ଦୁର୍ବୃତ୍ତ, ଦିବ୍ୟାଙ୍ଗଙ୍କ ଘର କବାଟ ଭାଙ୍ଗି ଲୁଟିନେଲେ…

ଦାରିଙ୍ଗବାଡି,୧୬।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ପଞ୍ଚାୟତ କାରିପାଙ୍ଗା ସାହିରେ ରବିବାର ଦିନ ଦ୍ବିପ୍ରହରରେ ଏକ ଲୁଟ୍ ଘଟଣା ସମଗ୍ର ଅଞ୍ଚଳରେ ଆତଙ୍କ ସୃଷ୍ଟି…

ଖୁଣ୍ଟରେ ଚଢ଼ି ମରାମତି ବେଳେ ଲାଗିଲା ବିଦ୍ୟୁତ ଝଟକା, ତାପରେ ହଠାତ୍….

ଦେବଗଡ଼,୧୬।୮(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ଥାନା କଲା ଗ୍ରାମରେ ଅଘଟଣ । ବିଦ୍ୟୁତ ସ୍ପର୍ଶରେ ଆସି ଚାଲିଗଲା ବିଦ୍ୟୁତ କର୍ମଚାରୀଙ୍କ ଜୀବନ । ମୃତ…

ଅନ୍ତରୀଣ ଡିଜିପି ଭାବେ ଦାୟିତ୍ୱ ନେଲେ ବିନୟତୋଷ ମିଶ୍ର, ଆସୁଆସୁ କଲେ ବଡ଼ ଘୋଷଣା…

କଟକ,୧୬।୮: ୧୯୯୩ ବ୍ୟାଚ୍‌ ଆଇପିଏସ୍‌ ଅଫିସର ବିନୟତୋଷ ମିଶ୍ର ରବିବାରେ ଅନ୍ତରୀଣ ପୋଲିସ ଡିଜିପି ଭାବେ କଟକ ସ୍ଥିତ ପୋଲିସ ମୁଖ୍ୟାଳୟରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଦାୟୀତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri